ବିଭିନ୍ନ ସରକାରୀ ବିଭାଗ ଏବଂ ସଂସ୍ଥାରେ ନବ ନିଯୁକ୍ତଙ୍କୁ ୭୦,୦୦୦ ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କଲେ ପ୍ରଧାନମନ୍ତ୍ରୀ
“ସରକାରଙ୍କ ଦ୍ୱାରା ନିଯୁକ୍ତି ପାଇବା ପାଇଁ ଆଜିଠାରୁ ଭଲ ସମୟ କିଛି ହୋଇପାରିବ ନାହିଁ”
“ତୁମର ଏକ ଛୋଟ ପ୍ରୟାସ କାହାର ଜୀବନରେ ଏକ ବଡ଼ ପରିବର୍ତ୍ତନ ସୃଷ୍ଟି କରିପାରେ”
“ଆଜି ଭାରତ ସେହି ଦେଶମାନଙ୍କ ମଧ୍ୟରେ ଅଛି ଯେଉଁମାନଙ୍କର ବ୍ୟାଙ୍କିଙ୍ଗ କ୍ଷେତ୍ର ସବୁଠାରୁ ଶକ୍ତିଶାଳୀ ବୋଲି ବିବେଚନା କରାଯାଏ”
“କ୍ଷତି ଏବଂ ଏନପିଏ ପାଇଁ ଜଣାଶୁଣା ବ୍ୟାଙ୍କଗୁଡିକ ଆଜି ସେମାନଙ୍କର ରେକର୍ଡ ଲାଭ ପାଇଁ ଆଲୋଚନାରେ ରହିଛନ୍ତି”
“ବ୍ୟାଙ୍କିଙ୍ଗ କ୍ଷେତ୍ରର ଲୋକମାନେ ମୋତେ କିମ୍ବା ମୋର ଲକ୍ଷ୍ୟକୁ କେବେ ନିରାଶ କରି ନାହାଁନ୍ତି”
“ସାମୂହିକ ଉଦ୍ୟମ ଦ୍ୱାରା ଭାରତରୁ ଦାରିଦ୍ର୍ୟ‌ ସମ୍ପୂର୍ଣ୍ଣ ରୂପେ ଦୂର ହୋଇପାରିବ, ଦେଶର ପ୍ରତ୍ୟେକ ସରକାରୀ କର୍ମଚାରୀଙ୍କର ଏଥିରେ ଏକ ବଡ଼ ଭୂମିକା ରହିଛି”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜାତୀୟ ରୋଜଗାର ମେଳାକୁ ସମ୍ବୋଧିତ କରିଛନ୍ତି ଏବଂ ବିଭିନ୍ନ ସରକାରୀ ବିଭାଗ ତଥା ସଂସ୍ଥାରେ ନୂତନ ଭାବେ ନିଯୁକ୍ତଙ୍କୁ ୭୦,୦୦୦ ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି । ଦେଶର ବିଭିନ୍ନ ସ୍ଥାନରୁ ମନୋନୀତ ହୋଇଥିବା ଏହି ନବ ନିଯୁକ୍ତ ମାନେ ସରକାରଙ୍କ ରାଜସ୍ୱ ବିଭାଗ, ଆର୍ଥିକ ସେବା, ଡାକ, ସ୍କୁଲ ଶିକ୍ଷା, ଉଚ୍ଚଶିକ୍ଷା, ପ୍ରତିରକ୍ଷା, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ, ଜଳ ସମ୍ପଦ, କାର୍ମିକ ଏବଂ ତାଲିମ ଏବଂ ଗୃହ ମନ୍ତ୍ରଣାଳୟ ସମେତ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗରେ ଯୋଗଦେବେ । ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ସମୟରେ ଦେଶର ୪୪ ଟି ସ୍ଥାନ ରୋଜଗାର ମେଳା ସହିତ ଯୋଡିହୋଇ ଥିଲା ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା କେବଳ ଯୁବ ନିଯୁକ୍ତି ପାଇଁ ଏକ ସ୍ମରଣୀୟ ଦିନ ନୁହେଁ ବରଂ ଦେଶ ପାଇଁ ଏକ ଐତିହାସିକ ଦିନ ଅଟେ, କାରଣ ଆଜିର ଦିନରେ ୧୯୪୭ ମସିହାରେ ପ୍ରଥମ ଥର ପାଇଁ ସାମ୍ବିଧାନିକ ସଭା ଦ୍ୱାରା ତ୍ରିରଙ୍ଗାକୁ ଗ୍ରହଣ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ଯେ ଏକ ନୂତନ ଉତ୍ସାହର ବିଷୟ ଯେ ନବ ନିଯୁକ୍ତମାନେ ସରକାରୀ ସେବା ପାଇଁ ସେମାନଙ୍କ ନିଯୁକ୍ତି ପତ୍ର ଗ୍ରହଣ କରୁଛନ୍ତି । ସେ କହିଛନ୍ତି ଯେ ଏହା ସେମାନଙ୍କର କଠିନ ପରିଶ୍ରମ ଏବଂ ନିଷ୍ଠାର ଫଳାଫଳ ଯେ ସେମାନେ ଭାରତ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଥିବା ସମୟରେ ଏକ ବିକଶିତ ଭାରତର ଲକ୍ଷ୍ୟରେ ଯୋଗଦାନ କରିବାର ସୁଯୋଗ ପାଇଛନ୍ତି । ଏହି ମହତ୍ୱପୂର୍ଣ୍ଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନବନିଯୁକ୍ତ ଏବଂ ସେମାନଙ୍କ ପରିବାରକୁ ଅଭିନନ୍ଦନ ଜଣାଇଛନ୍ତି ।

ସ୍ୱାଧୀନତାର ଅମୃତ କାଳରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ନାଗରିକ ଭାରତକୁ "ବିକଶିତ ଭାରତ” କରିବା ପାଇଁ ସଂକଳ୍ପ ନେଇଛନ୍ତି । ସେ କହିଛନ୍ତି ଯେ ନୂତନ ନିଯୁକ୍ତି ତଥା ଦେଶ ପାଇଁ ଆସନ୍ତା ୨୫ ବର୍ଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ସେ ନିକଟ ଅତୀତରେ ବିଶ୍ୱରୁ ଭାରତ ପ୍ରତି ବିଶ୍ୱାସ, ମହତ୍ୱ ଏବଂ ଆକର୍ଷଣର ଅଧିକ ଉପଯୋଗ କରିବାକୁ କହିଥିଲେ । ସେ ଭାରତର ଆର୍ଥିକ ଅଭିବୃଦ୍ଧି ଉପରେ ଆଲୋକପାତ କରି କହିଥିଲେ ଯେ ଏହା ବିଶ୍ୱର ୧୦ମ ରୁ ୫ମ ବୃହତ୍ତମ ଅର୍ଥନୀତିରେ ପହଞ୍ଚିଛି । ସେ ଆହୁରି ମଧ୍ୟ ଦୋହରାଇଛନ୍ତି ଯେ ଅଧିକାଂଶ ଅର୍ଥନୀତି ବିଶେଷଜ୍ଞଙ୍କ ଅନୁଯାୟୀ ଭାରତ ବିଶ୍ୱର ଶ୍ରେଷ୍ଠ ୩ ଅର୍ଥନୀତି ମଧ୍ୟରୁ ଗୋଟିଏ ହେବାକୁ ଯାଉଛି । ବିଶ୍ୱର ଶ୍ରେଷ୍ଠ ୩ୟ ଅର୍ଥନୀତି ହେବା ଭାରତ ପାଇଁ ଏକ ସ୍ମରଣୀୟ ସଫଳତା ହେବ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ପ୍ରତ୍ୟେକ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ସାଧାରଣ ନାଗରିକଙ୍କ ଆୟ ମଧ୍ୟ ବୃଦ୍ଧି କରିବ । ନୂତନ ଅଧିକାରୀମାନେ ଏହାର ଅମୃତ କାଳରେ ଦେଶ ସେବା କରିବାର ସୁବର୍ଣ୍ଣ ସୁଯୋଗ ପାଇଥିବାରୁ ସରକାରଙ୍କ ଦ୍ୱାରା ନିଯୁକ୍ତି ପାଇବା ପାଇଁ ଆଜିଠାରୁ ଭଲ ସମୟ ଆଉ କିଛି ହୋଇପାରିବ ନାହିଁ ବୋଲି ସେ ମନ୍ତବ୍ୟ ଦେଇଛନ୍ତି । ସେ ପରାମର୍ଶ ଦେଇଛନ୍ତି ଯେ ଦେଶର ପ୍ରାଥମିକତା ହେଉଛି ଦେଶର ଲୋକଙ୍କ ସେବା କରିବା ଏବଂ ଜୀବନର ସହଜତା ବଢାଇବା ପାଇଁ ସେମାନଙ୍କର ସମସ୍ୟାର ସମାଧାନ କରିବା ବିକାଶିତ ଭାରତର ଲକ୍ଷ୍ୟ ସହିତ ସମାନ ହେବା ଉଚିତ । ତୁମର ଏକ ଛୋଟ ପ୍ରୟାସ କାହାର ଜୀବନରେ ଏକ ବଡ଼ ପରିବର୍ତ୍ତନ ସୃଷ୍ଟି କରିପାରିବ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଲୋକେ ହେଉଛି ଭଗବାନଙ୍କର ରୂପ ଏବଂ ସେମାନଙ୍କୁ ସେବା କରିବା ଭଗବାନଙ୍କ ସେବା କରିବା ପରି । ସେ ଗୁରୁତ୍ୱାରୋପ କରିଛନ୍ତି ଯେ ନବନିଯୁକ୍ତ ବ୍ୟକ୍ତିମାନେ ଅନ୍ୟମାନଙ୍କର ସେବା କରିବାର ବିଶ୍ୱାସ ସହିତ କାର୍ଯ୍ୟ କରିବା ଉଚିତ ଯାହାକି ସର୍ବଶ୍ରେଷ୍ଠ ସନ୍ତୋଷର ଭାବନାକୁ ଉନ୍ମୁକ୍ତ କରିବ । 

ଆଜିର କାର୍ଯ୍ୟକ୍ରମରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବହୁ ସଂଖ୍ୟକ ନିଯୁକ୍ତି ଉପରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ଅର୍ଥନୀତିର ବିସ୍ତାରରେ ବ୍ୟାଙ୍କିଙ୍ଗ କ୍ଷେତ୍ରର ଭୂମିକା ଉପରେ ଆଲୋକପାତ କରିଥିଲେ । ଗତ ନଅ ବର୍ଷର ଯାତ୍ରାକୁ ସ୍ମରଣ କରି ଶ୍ରୀ ମୋଦୀ କହିଛନ୍ତି, ଆଜି ଭାରତ ସେହି ଦେଶମାନଙ୍କ ମଧ୍ୟରେ ଅଛି ଯେଉଁମାନଙ୍କର ବ୍ୟାଙ୍କିଙ୍ଗ କ୍ଷେତ୍ର ସବୁଠାରୁ ଶକ୍ତିଶାଳୀ ବୋଲି ବିବେଚନା କରାଯାଏ । ଅତୀତରେ ଏହି କ୍ଷେତ୍ର ଉପରେ ରାଜନୈତିକ ସ୍ୱାର୍ଥର ଖରାପ ପ୍ରଭାବ ଉପରେ ସେ ଆଲୋକପାତ କରିଥିଲେ । ଅତୀତର "ଫୋନ୍‍ ବ୍ୟାଙ୍କିଙ୍ଗ୍‌” ବିଷୟରେ ଉଲ୍ଲେଖ କରିଥିଲେ ଯେତେବେଳେ ପ୍ରଭାବଶାଳୀମାନଙ୍କ ଫୋନ୍ କଲରେ ଋଣ ବଣ୍ଟନ କରାଯାଉଥିଲା । ଏହି ଋଣ କେବେ ପରିଶୋଧ କରାଯାଏ ନାହିଁ ବୋଲି ସେ କହିଛନ୍ତି । ଏହି ଦୁର୍ନୀତିଗୁଡିକ ଦେଶର ବ୍ୟାଙ୍କିଙ୍ଗ କ୍ଷେତ୍ରର ମେରୁଦଣ୍ଡ ଭାଙ୍ଗି ଦେଇଛି ବୋଲି ସେ କହିଛନ୍ତି । ସ୍ଥିତିର ପୁନରୁଦ୍ଧାର ପାଇଁ ୨୦୧୪ ପରେ ନିଆଯାଇଥିବା ପଦକ୍ଷେପଗୁଡ଼ିକୁ ସେ ତାଲିକାଭୁକ୍ତ କରିଛନ୍ତି । ସରକାରୀ ବ୍ୟାଙ୍କଗୁଡିକର ପରିଚାଳନାକୁ ମଜବୁତ କରିବା, ବୃତ୍ତିଗତତା ଉପରେ ଚାପ ଏବଂ ଛୋଟ ବ୍ୟାଙ୍କଗୁଡିକର ବୃହତ ବ୍ୟାଙ୍କଗୁଡିକରେ ମିଶ୍ରଣ ସଂକ୍ରାନ୍ତରେ ସେ ଉଲ୍ଲେଖ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ ୫ ଲକ୍ଷ ପର୍ଯ୍ୟନ୍ତ ଜମା ଉପରେ ବୀମା କରି ୯୯ ପ୍ରତିଶତରୁ ଅଧିକ ଜମା ସୁରକ୍ଷିତ ହୋଇ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଏକ ନୂତନ ବିଶ୍ୱାସ ସୃଷ୍ଟି କରିଛି । ଦେବାଳିଆ ସଂକେତ ପରି କାର୍ଯ୍ୟ ଦ୍ୱାରା ବ୍ୟାଙ୍କଗୁଡିକ କ୍ଷତିରୁ ରକ୍ଷା ପାଇଲେ । ଅଧିକନ୍ତୁ, ଯେଉଁମାନେ ସେମାନଙ୍କ ସମ୍ପତ୍ତି ସଂଲଗ୍ନ କରି ସରକାରୀ ସମ୍ପତ୍ତି ଲୁଟ୍ କରିଛନ୍ତି ସେମାନଙ୍କ ଉପରେ କଡା ପଦକ୍ଷେପ ନେଇ କ୍ଷତି ଏବଂ ଏନପିଏ ପାଇଁ ଜଣାଶୁଣା ବ୍ୟାଙ୍କଗୁଡିକ ସେମାନଙ୍କର ରେକର୍ଡ ଲାଭ ପାଇଁ ଆଲୋଚନାରେ ଅଛନ୍ତି ।

ବ୍ୟାଙ୍କିଙ୍ଗ କ୍ଷେତ୍ରର କର୍ମଚାରୀଙ୍କ କଠିନ ପରିଶ୍ରମରେ ପ୍ରଧାନମନ୍ତ୍ରୀ ଗର୍ବ ଅନୁଭବ କରିଛନ୍ତି । ସେ କହିଛନ୍ତି, ବ୍ୟାଙ୍କିଙ୍ଗ କ୍ଷେତ୍ରର ଲୋକମାନେ ମୋତେ କିମ୍ବା ମୋର ଲକ୍ଷ୍ୟକୁ କେବେ ବି ନିରାଶ କରିନାହାଁନ୍ତି । ଜନ ଧନ ଆକାଉଣ୍ଟ ଯୋଜନାରେ ୫୦ କୋଟି ଜନ ଧନ ଆକାଉଣ୍ଟ ଖୋଲିବା ଭଳି ଏକ ବୃହତ ସଫଳତା ପାଇଁ ବ୍ୟାଙ୍କିଙ୍ଗ କ୍ଷେତ୍ରର ଉଦ୍ୟମକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ମହାମାରୀ ସମୟରେ କୋଟି କୋଟି ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିବାରେ ଏହା ବହୁତ ସାହାଯ୍ୟ କରିଥିଲା ।

ଏମଏସଏମଇ କ୍ଷେତ୍ରର ଉନ୍ନତି ପାଇଁ ପ୍ରୟାସ ବିଷୟରେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ବିଷୟରେ ଉଲ୍ଲେଖ କରିଛନ୍ତି ଯାହା ଉଦ୍ୟୋଗୀ ଯୁବକମାନଙ୍କୁ ବନ୍ଧକମୁକ୍ତ ଋଣ ଯୋଗାଉଛି । ଏହି ଯୋଜନାକୁ ସଫଳ କରିଥିବାରୁ ସେ ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ପ୍ରଶଂସା କରିଛନ୍ତି । ସେହିଭଳି ବ୍ୟାଙ୍କିଙ୍ଗ କ୍ଷେତ୍ର ଏହି ଅବସରରେ ଉଠିଥିଲା ଯେତେବେଳେ ସରକାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ପାଇଁ ଋଣ ପରିମାଣକୁ ଦ୍ୱିଗୁଣିତ କଲେ ଏବଂ ଛୋଟ ଉଦ୍ୟୋଗଗୁଡିକର ସୁରକ୍ଷା ଦ୍ୱାରା ୧.୫ କୋଟି ନିଯୁକ୍ତି ବଞ୍ଚାଇ ଏମଏସଏମଇ ସେକ୍ଟରକୁ ସାହାଯ୍ୟ କରିଥିଲେ । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିକୁ ଏକ ବଡ଼ ସଫଳତା ଦେଇଥିବାରୁ ସେ ବ୍ୟାଙ୍କ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏସଭିଏନିଧି ଯୋଜନାରେ ୫୦ ଲକ୍ଷରୁ ଅଧିକ ରାସ୍ତାକଡ ବିକ୍ରେତାଙ୍କୁ ସାହାଯ୍ୟ କରାଯାଇଥିଲା । ମୁଁ ନିଶ୍ଚିତ, ତୁମେ ତୁମର "ନିଯୁକ୍ତି ପତ୍ର” ସହିତ ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଗରିବଙ୍କ ସଶକ୍ତିକରଣର ସାଧନ କରିବା ପାଇଁ ତୁମେ ଏକ "ସଙ୍କଳ୍ପ ପତ୍ର” (ସଙ୍କଳ୍ପ ଚିଠି) ଭାବେ ଗ୍ରହଣ କରିବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମ୍ପ୍ରତି ନୀତି ରିପୋର୍ଟରୁ ଜଣାପଡିଛି ଯେ ବିଗତ ୫ ବର୍ଷ ମଧ୍ୟରେ ୧୩ କୋଟି ଭାରତୀୟଙ୍କୁ ଦାରିଦ୍ର ସୀମାରେଖା ଉପରକୁ ଅଣାଯାଇଛି । ଏଥିରେ ସରକାରୀ କର୍ମଚାରୀଙ୍କ କଠିନ ପରିଶ୍ରମକୁ ସେ ସ୍ୱୀକାର କରିଛନ୍ତି ଏବଂ ପକ୍କା ଘର, ଶୌଚାଳୟ ଏବଂ ବିଦ୍ୟୁତ ସଂଯୋଗ ପାଇଁ ଯୋଜନା ବିଷୟରେ ଉଲ୍ଲେଖ କରିଛନ୍ତି । ଯେତେବେଳେ ଏହି ଯୋଜନା ଗରିବ ଲୋକଙ୍କ ନିକଟରେ ପହଞ୍ଚିଲା, ସେତେବେଳେ ସେମାନଙ୍କର ମନୋବଳ ମଧ୍ୟ ବୃଦ୍ଧି ପାଇଲା । ଏହି ସଫଳତା ହେଉଛି ଏହାର ପ୍ରତୀକ ଯେ ଯଦି ଆମେ ମିଳିତ ଭାବେ ଭାରତରୁ ଦାରିଦ୍ର‌ ହଟାଇବା ପାଇଁ ଉଦ୍ୟମ କରିବୁ, ତେବେ ଭାରତରୁ ଦାରିଦ୍ର‌ ସମ୍ପୂର୍ଣ୍ଣ ରୂପେ ଦୂର ହୋଇପାରିବ । ନିଶ୍ଚିତ ଭାବେ ଏଥିରେ ଦେଶର ପ୍ରତ୍ୟେକ ସରକାରୀ କର୍ମଚାରୀଙ୍କ ଭୂମିକା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଦେଶରେ ଦାରିଦ୍ର‌ ହ୍ରାସର ଅନ୍ୟ ଏକ ଦିଗକୁ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି, ଯାହାକି ନବ-ମଧ୍ୟବିତ୍ତ ଶ୍ରେଣୀର ସମ୍ପ୍ରସାରଣ, ଯାହା ନିଯୁକ୍ତି ନିଯୁକ୍ତି ସୁଯୋଗ ସୃଷ୍ଟି କରେ । ନବ-ମଧ୍ୟବିତ୍ତ ଶ୍ରେଣୀର ବଢୁଥିବା ଚାହିଦା ଏବଂ ଆକାଂକ୍ଷା ଉତ୍ପାଦନକୁ କ୍ଷେତ୍ରକୁ ଆଗେଇ ନେଉଛି । ସେ ଦର୍ଶାଇଛନ୍ତି ଯେ ଦେଶର କାରଖାନା ଏବଂ ଶିଳ୍ପରେ ଉତ୍ପାଦନ ବୃଦ୍ଧିରୁ ଦେଶର ଯୁବକ ହିଁ ଅଧିକ ଲାଭବାନ ହୁଅନ୍ତି । ମୋବାଇଲ୍ ଫୋନ୍ ରପ୍ତାନି ହେଉ, ୨୦୨୩ ର ପ୍ରଥମ ୬ ମାସରେ ବିକ୍ରି ହୋଇଥିବା କାର ସଂଖ୍ୟା ଏବଂ ବୈଦ୍ୟୁତିକ ଯାନ ପାଇଁ ରେକର୍ଡ ବିକ୍ରି ହେଉ ଭାରତ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି ବୋଲି ସେ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି, ଏଭଳି ସମସ୍ତ କାର୍ଯ୍ୟ ଦେଶରେ ରୋଜଗାର ଏବଂ ନିଯୁକ୍ତିର ସୁଯୋଗ ବଢାଉଛି ।

 

ସମଗ୍ର ବିଶ୍ୱ ଭାରତର ପ୍ରତିଭା ଉପରେ ନଜର ରଖିଛି ବୋଲି ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଶ୍ୱର ଅନେକ ବିକଶିତ ଅର୍ଥନୀତି ଦେଶରେ ହାରାହାରି ବୟସ ଅଧିକ ହେତୁ ଶ୍ରମିକଙ୍କ ସଂଖ୍ୟା ହ୍ରାସ ପାଉଛି । ତେଣୁ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ଯୁବକମାନଙ୍କ ପରିଶ୍ରମ ଏବଂ ଦକ୍ଷତା ବୃଦ୍ଧି ପାଇଁ ଏହା ହେଉଛି ପ୍ରକୃଷ୍ଟ ସମୟ । ଭାରତର ଆଇଟି ପ୍ରତିଭା, ଡାକ୍ତର ଏବଂ ନର୍ସଙ୍କ ଚାହିଦାକୁ ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ଦେଶ ତଥା ପ୍ରତ୍ୟେକ କ୍ଷେତ୍ରରେ ଭାରତୀୟ ପ୍ରତିଭା ପ୍ରତି ସମ୍ମାନ କ୍ରମାଗତ ଭାବେ ବଢୁଛି । ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ଗତ ୯ ବର୍ଷ ମଧ୍ୟରେ ସରକାର ଦକ୍ଷତା ବିକାଶ ଉପରେ ଧ୍ୟାନ ଦେଇଛନ୍ତି ଯେଉଁଠାରେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଅଧୀନରେ ପ୍ରାୟ ୧.୫ କୋଟି ଯୁବକଙ୍କୁ ତାଲିମ ଦିଆଯାଇଛି । ସେ ୩୦ ଟି ସ୍କିଲ ଇଣ୍ଡିଆ ଆନ୍ତର୍ଜାତୀୟ କେନ୍ଦ୍ର ପ୍ରତିଷ୍ଠା ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି ଯାହା ଦ୍ୱାରା ଯୁବକମାନେ ବିଶ୍ୱ ସ୍ତରୀୟ ସୁଯୋଗ ପାଇଁ ପ୍ରସ୍ତୁତ ହୋଇପାରିବେ । ପ୍ରଧାନମନ୍ତ୍ରୀ ଦେଶରେ ନୂତନ ମେଡିକାଲ କଲେଜ, ଆଇଟିଆଇ, ଆଇଆଇଟି ଏବଂ ବୈଷୟିକ ପ୍ରତିଷ୍ଠାନ ଗଠନ ଉପରେ ମଧ୍ୟ ଉଲ୍ଲେଖକକରି ସୂଚନା ଦେଇଛନ୍ତି ଯେ ୨୦୧୪ ପର୍ଯ୍ୟନ୍ତ ଆମ ଦେଶରେ କେବଳ ୩୮୦ ଟି ମେଡିକାଲ କଲେଜ ଥିବାବେଳେ ଗତ ୯ ବର୍ଷ ମଧ୍ୟରେ ଏହି ସଂଖ୍ୟା ୭୦୦ ରୁ ଅଧିକ ହୋଇସାରିଛି । ସେ ନର୍ସିଂ କଲେଜ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । ବିଶ୍ୱର ଚାହିଦା ପୂରଣ କରୁଥିବା ଦକ୍ଷତା ଭାରତର ଯୁବକମାନଙ୍କ ପାଇଁ ଲକ୍ଷ ଲକ୍ଷ ନୂତନ ସୁଯୋଗ ସୃଷ୍ଟି କରିବାକୁ ଯାଉଛି ବୋଲି ଶ୍ରୀ ମୋଦୀ କହିଛନ୍ତି ।

ଅଭିଭାଷଣକୁ ସମାପ୍ତ କରି ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ ସମସ୍ତ ନବନିଯୁକ୍ତ ବ୍ୟକ୍ତି ଏକ ସକରାତ୍ମକ ପରିବେଶରେ ସରକାରୀ ସେବାରେ ଯୋଗ ଦେଉଛନ୍ତି ଏବଂ ଏହି ସକରାତ୍ମକ ଚିନ୍ତାଧାରାକୁ ଆଗକୁ ନେବାର ଦାୟିତ୍ୱ ବର୍ତ୍ତମାନ ସେମାନଙ୍କ କାନ୍ଧରେ ରହିଛି । ପ୍ରଧାନମନ୍ତ୍ରୀ ସେମାନଙ୍କୁ ଶିକ୍ଷା ଏବଂ ଆତ୍ମ ବିକାଶର ପ୍ରକ୍ରିୟା ଜାରି ରଖିବାକୁ ଏବଂ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଏକ ଅନଲାଇନ୍ ଶିକ୍ଷା ପ୍ଲାଟଫର୍ମ ଆଇଜିଓଟି କର୍ମଯୋଗୀରୁ ସର୍ବାଧିକ ଲାଭ ଉଠାଇବାକୁ ମଧ୍ୟ ଅନୁରୋଧ କରିଛନ୍ତି ।

ପୃଷ୍ଠଭୂମି

ରୋଜଗାର ସୃଷ୍ଟି ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ପୂରଣ ଦିଗରେ ରୋଜଗାର ମେଳା ଏକ ପଦକ୍ଷେପ । ରୋଜଗାର ମେଳା ଆଗାମୀ ନିଯୁକ୍ତି କ୍ଷେତ୍ରରେ ଏକ ସୁଯୋଗ ସୃଷ୍ଟିକାରୀ ଭାବରେ କାର୍ଯ୍ୟ କରିବ ଏବଂ ଯୁବକମାନଙ୍କୁ ସେମାନଙ୍କର ସଶକ୍ତିକରଣ ଏବଂ ଜାତୀୟ ବିକାଶରେ ଅଂଶଗ୍ରହଣ ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି ।

ନୂତନ ଭାବେ ନିଯୁକ୍ତ ବ୍ୟକ୍ତିମାନେ ମଧ୍ୟ ଆଇଜିଓଟି କର୍ମଯୋଗୀ ପୋର୍ଟାଲରେ ଥିବା ଏକ ଅନଲାଇନ୍ ମଡ୍ୟୁଲ୍ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ନିଜକୁ ତାଲିମ ଦେବାର ସୁଯୋଗ ପାଇଛନ୍ତି, ଯେକୌଣସି ସ୍ଥାନରେ ଶିକ୍ଷଣ ଫର୍ମାଟ୍ ପାଇଁ ୪୦୦ ରୁ ଅଧିକ ଇ-ଲର୍ନିଂ ପାଠ୍ୟକ୍ରମ ଉପଲବ୍ଧ କରାଯାଇଛି ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways clears ₹755-crore project to build third line between Champa and Korba

Media Coverage

Indian Railways clears ₹755-crore project to build third line between Champa and Korba
NM on the go

Nm on the go

Always be the first to hear from the PM. Get the App Now!
...
Prime Minister hails India-UK Comprehensive Economic and Trade Agreement as a historic milestone for bilateral relations
June 17, 2026

The Prime Minister, Shri Narendra Modi, has expressed delight that the India-UK Comprehensive Economic and Trade Agreement will enter into force on 15 July 2026.

The Prime Minister said that the agreement will significantly boost bilateral trade and investment.

Shri Modi stated that the agreement will unlock numerous opportunities for Indian farmers, workers, MSMEs, startups and innovators and contribute meaningfully to the realisation of Viksit Bharat 2047.

The Prime Minister noted that both he and UK Prime Minister Keir Starmer, who are in Evian for the G7 Summit, are very happy with the significant momentum being added to India-UK economic ties.

The Prime Minister wrote on X;

“A historic milestone for India-UK relations.

Delighted to note that the India-UK Comprehensive Economic and Trade Agreement will enter into force on 15th July 2026.

This agreement will significantly boost our bilateral trade and investment.

It will also unlock numerous opportunities for Indian farmers, workers, MSMEs, startups and innovators and contribute meaningfully to the realisation of Viksit Bharat 2047.

Both PM Starmer and I, who are in Evian for the G7 Summit, are naturally very happy with the significant momentum being added to our economic ties.

@Keir_Starmer”