ବୈଶ୍ୱିକ ମହାମାରୀ କାଳରେ ଡାକ୍ତରମାନଙ୍କ ସେବା ଓ ତ୍ୟାଗ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ପ୍ରଧାନମନ୍ତ୍ରୀ
ସ୍ୱାସ୍ଥ୍ୟ ବଜେଟ୍ ଦ୍ୱିଗୁଣିତ ହୋଇ ଦୁଇଲକ୍ଷ କୋଟିରୁ ଅଧିକ ହୋଇଛି: ପ୍ରଧାନମନ୍ତ୍ରୀ
ଆମ ଡାକ୍ତରମାନେ ନୂତନ ଓ ଦ୍ରୁତ ସଂକ୍ରମଣଶୀଳ ଭୂତାଣୁର ନିଜସ୍ୱ ଅଭିଜ୍ଞତା ଓ ବିଶେଷ ଜ୍ଞାନ ଜରିଆରେ କରୁଛନ୍ତି ମୁକାବିଲା: ପ୍ରଧାନମନ୍ତ୍ରୀ
ସରକାର ଡାକ୍ତରମାନଙ୍କ ସୁରକ୍ଷା ପାଇଁ ଅଙ୍ଗୀକାରବଦ୍ଧ: ପ୍ରଧାନମନ୍ତ୍ରୀ
ସରକାର ଡାକ୍ତରମାନଙ୍କ ସୁରକ୍ଷା ପାଇଁ ଅଙ୍ଗୀକାରବଦ୍ଧ: ପ୍ରଧାନମନ୍ତ୍ରୀ
ଯୋଗର ଉପକାରିତା ନେଇ ପ୍ରାମାଣିକ ତଥ୍ୟ ଉପସ୍ଥାପନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ, କୋଭିଡ ବୈଶ୍ୱିକ ମହାମାରୀ ପାଇଁ ଏହା ବିଶେଷ ଗୁରୁତ୍ୱପୂର୍ଣ୍ଣ

ଜାତୀୟ ଚିକିତ୍ସକ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  ଚିକିତ୍ସକ ଗୋଷ୍ଠୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଡାକ୍ତର ବି.ସି. ରାୟଙ୍କ ସ୍ମୃତିରେ ପାଳିତ ଏହି ଦିବସ ଆମ ଚିକିତ୍ସକ ସମାଜର ପ୍ରତୀକ । ଗତ ଦେଢବର୍ଷ ଧରି କରୋନା ବୈଶ୍ୱିକ ମହାମାରୀ ଭଳି ଜଟିଳ ପରିସ୍ଥିତିରେ ସେବା ପାଇଁ ସେ ଡାକ୍ତରମାନଙ୍କୁ ୧୩୦ କୋଟି ଦେଶବାସୀଙ୍କ ପକ୍ଷରୁ ଧନ୍ୟବାଦ ଜଣାଇଛନ୍ତି । ଭାରତୀୟ ଚିକିତ୍ସକ ସଂଘ ପକ୍ଷରୁ ଆଜି ଆୟୋଜିତ ଏକ  ସମାରୋହକୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧନ କରିବା ଅବସରରେ ସେ ଏହା କହିଛନ୍ତି ।

            ବୈଶ୍ୱିକ ମହାମାରୀ କାଳରେ ଡାକ୍ତରମାନଙ୍କ ଅବଦାନର ସ୍ୱୀକୃତି ସ୍ୱରୂପ ସେ ସେମାନଙ୍କ ସେବାର ସ୍ମରଣ ସହ ମାନବତାର ସେବା କରିବା ସମୟରେ ଜୀବନ ଉତ୍ସର୍ଗ କରିଥିବା ଡାକ୍ତରମାନଙ୍କ ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । କରୋନା ଯୋଗୁଁ ସୃଷ୍ଟି ହୋଇଥିବା ପ୍ରତ୍ୟେକ ଆହ୍ୱାନର ସମାଧାନ ଆମ ଡାକ୍ତର ଓ ବୈଜ୍ଞାନିକମାନେ ବାହାର କରିବା ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ, ନୂତନ ଓ ଦ୍ରୁତ ସଂକ୍ରମଣଗାମୀ ଭୂତାଣୁର ମୁକାବିଲା ଆମ ଡାକ୍ତରମାନେ ସେମାନଙ୍କ ଅଭିଜ୍ଞତା ଓ ବିଶେଷଜ୍ଞ ଜ୍ଞାନ ଯୋଗୁଁ କରିପାରୁଛନ୍ତି । ବହୁଦିନର ଅବହେଳିତ ମେଡିକାଲ ଭିତ୍ତିଭୂମି ଓ ଜନସାଧାରଣଙ୍କ ବ୍ୟସ୍ତତା ସତ୍ତ୍ୱେ ଅନେକ ଉନ୍ନତ ରାଷ୍ଟ୍ରଙ୍କ ତୁଳନାରେ ଆମର ଏକ ଲକ୍ଷ ପିଛା ସଂକ୍ରମଣ ହାର ବେଶ୍ ଆୟତ୍ତାଧୀନ ରହିଛି । ଜୀବନହାନୀ ସବୁବେଳେ ଯନ୍ତ୍ରଣାଦାୟକ ହେଲେ ମଧ୍ୟ ଅନେକ ଜୀବନ ବଞ୍ଚା ମଧ୍ୟ ଯାଇପାରିଛି । ଏହାର ଶ୍ରେୟ କଠିନ ପରିଶ୍ରମୀ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାମାନଙ୍କୁ ଯୋଗୁଁ ସମ୍ଭବ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସରକାର ସ୍ୱାସ୍ଥ୍ୟସେବାକୁ ମଜବୁତ କରିବା ଉପରେ ମନ୍ତବ୍ୟଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନାର ପ୍ରଥମ ଲହରରେ ସ୍ୱାସ୍ଥ୍ୟସେବା ପାଇଁ ୧୫ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା । ମାତ୍ର ଚଳିତବର୍ଷ ବଜେଟ୍‌ରେ ଏ ବାବଦ ଦୁଇଲକ୍ଷ କୋଟି ଟଙ୍କାରୁ ଅଧିକ ବ୍ୟୟବରାଦ କରାଯାଇଛି । ସ୍ୱାସ୍ଥ୍ୟସେବା କମ୍ ଥିବା ଅଞ୍ଚଳରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ ନିମନ୍ତେ କେଡ୍ରିଟ ଗ୍ୟାରେଣ୍ଟି ଯୋଜନା ଅଧୀନରେ ୫୦ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଛି । ନୂତନ ଏମ୍ସ ଓ ମେଡିକାଲ କଲେଜମାନ ସ୍ଥାପନ କରାଯାଉଛି । ୨୦୧୪ ମସିହାରେ ଛଅଟି ଏମ୍ସ ଥିବାବେଳେ, ଆଉ ୧୫ଟି ନିମନ୍ତେ କାମ ଆରମ୍ଭ ହୋଇଯାଇଛି । ମେଡିକାଲ କଲେଜ ସଂଖ୍ୟା ଦେଢଗୁଣ ବୃଦ୍ଧି ପାଇଛି । ଅଣ୍ଡର ଗ୍ରାଜୁଏଟ୍ ମେଡିକାଲ ସ୍ଥାନ ସଂଖ୍ୟା ଦେଢଗୁଣ ବଢିଥିବାବେଳେ, ସ୍ନାତକୋତ୍ତର ସଂଖ୍ୟା ଶତକଡା ୮୦ଭାଗ ବୃଦ୍ଧି ପାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଡାକ୍ତରମାନଙ୍କ ସୁରକ୍ଷା ଲାଗି ସରକାର ଅଙ୍ଗୀକାରବଦ୍ଧ ବୋଲି ଶ୍ରୀ ମୋଦୀ କହିଛନ୍ତି । ଡାକ୍ତରମାନଙ୍କ ବିରୁଦ୍ଧରେ ହିଂସାକୁ ରୋକିବା ପାଇଁ କଢା ଆଇନ ଅଣାଯାଇଛି । କୋଭିଡ ଯୋଦ୍ଧାଙ୍କ ନିମନ୍ତେ ଏକ ମାଗଣା ବୀମା ଯୋଜନା ମଧ୍ୟ କରାଯାଇଛି ।

ଜନସାଧାରଣଙ୍କୁ ଟିକା ଓ କୋଭିଡ ଆବଶ୍ୟକ ମାର୍ଗଦର୍ଶିକା ପାଳନ କରିବା ପାଇଁ ଉତ୍ସାହିତ କରିବା ଲାଗି ପ୍ରଧାନମନ୍ତ୍ରୀ ଡାକ୍ତରମାନଙ୍କୁ ଆହ୍ୱାନ ଜଣାଇଛନ୍ତି  । ଡାକ୍ତର ଭାଇଭଉଣୀମାନଙ୍କୁ ଯୋଗ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ମଧ୍ୟ ନିବେଦନ କରିଛନ୍ତି । 

ଯୋଗ ଯାହାକି ସ୍ୱାଧୀନତା ପରେ ଗତ ଶତାବ୍ଦୀରେ ହିଁ ଗୁରୁତ୍ୱ ପାଇଥାନ୍ତା, ତାହା ଏବେ ପାଉଛି । କୋଭିଡରୁ ଆରୋଗ୍ୟ ପରେ ଯୋଗର ପ୍ରାମାଣିକ ଉପକାରିତା ତଥ୍ୟ ଉପସ୍ଥାପନ କରିଥିବାରୁ ସେ ଡାକ୍ତରମାନଙ୍କୁ ପ୍ରଶଂସା କରିଥିଲେ । ଭାରତୀୟ ଚିକିତ୍ସକ ସଂଘ (ଆଇଏମ୍‌ଏ) ଏହି ତଥ୍ୟଭିତ୍ତିକ ବିଷୟକୁ ଏକ ମିଶନଭାବେ ଗ୍ରହଣ କରିପାରିବେ କି ବୋଲି ସେ ପଚାରିଥିଲେ । ଯୋଗ ସମ୍ପର୍କୀତ ବିଷୟବସ୍ତୁ ଆନ୍ତର୍ଜାତିକ ପତ୍ରପତ୍ରିକାରେ ମଧ୍ୟ ପ୍ରକାଶ ପାଇପାରିବ ବୋଲି ସେ ପ୍ରସ୍ତାବ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଡାକ୍ତରମାନଙ୍କ ଅଭିଜ୍ଞତାର ନଥିକରଣ ଉପରେ ଗୁରୁତ୍ୱଆରୋପ କରିଛନ୍ତି । ଅଭିଜ୍ଞତା ସହ ରୋଗୀ ଲକ୍ଷଣ ଓ ଉପଚାର ବିଷୟକ ତଥ୍ୟଗୁଡିକର ନଥିକରଣ ବିସ୍ତୃତଭାବେ ହେବା ଦରକାର । ବିଭିନ୍ନ ଔଷଧ ଓ ଉପଚାରର ପ୍ରତିକ୍ରିୟା ଲିପିବଦ୍ଧ ହେଲେ ଏହା ଗବେଷଣା ଦିଗରେ ମଧ୍ୟ ସାହାଯ୍ୟ କରିବ । ଆମର ଡାକ୍ତରମାନେ ଯେତେ ସଂଖ୍ୟକ ରୋଗୀକୁ ସେବା ପ୍ରଦାନ କରିଛନ୍ତି ତାହା ବିଶ୍ୱରେ ବିରଳ । ଏବେ ସମଗ୍ର ବିଶ୍ୱ ଏହାକୁ ସ୍ୱୀକାର କରିଥିବା ସହ ବୈଜ୍ଞାନିକ ଅନୁଧ୍ୟାନ ପାଇଁ ଏହାର ଉପଯୋଗ କରିବା ଆବଶ୍ୟକ । ସଅଳ ରୋଗ ନିରୁପଣ ଓ ଟିକାକରଣ କିପରି ସାହାଯ୍ୟକାରୀ ଏ ସମ୍ପର୍କରେ ଆମକୁ ଗଭୀର ଅନୁଧ୍ୟାନ କରିବାକୁ ହେବ। ଗତ ଶତାବ୍ଦୀର ବୈଶ୍ୱିକ ମହାମାରୀ ସମ୍ପର୍କିତ ନଥିପତ୍ର ଉପଲବ୍ଧ ହେଉ ନ ଥିବା ବେଳେ ବର୍ତ୍ତମାନ ପ୍ରଯୁକ୍ତିବିଦ୍ୟା ଥିବାରୁ ଏବେ ଏହାର ନଥିକରଣ କରାଗଲେ ଏହା ମାନବ ସମାଜ ପାଇଁ ହିତକର ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଡାକ୍ତରମାନଙ୍କ ଅଭିଜ୍ଞତାର ନଥିକରଣ ଉପରେ ଗୁରୁତ୍ୱଆରୋପ କରିଛନ୍ତି । ଅଭିଜ୍ଞତା ସହ ରୋଗୀ ଲକ୍ଷଣ ଓ ଉପଚାର ବିଷୟକ ତଥ୍ୟଗୁଡିକର ନଥିକରଣ ବିସ୍ତୃତଭାବେ ହେବା ଦରକାର । ବିଭିନ୍ନ ଔଷଧ ଓ ଉପଚାରର ପ୍ରତିକ୍ରିୟା ଲିପିବଦ୍ଧ ହେଲେ ଏହା ଗବେଷଣା ଦିଗରେ ମଧ୍ୟ ସାହାଯ୍ୟ କରିବ । ଆମର ଡାକ୍ତରମାନେ ଯେତେ ସଂଖ୍ୟକ ରୋଗୀକୁ ସେବା ପ୍ରଦାନ କରିଛନ୍ତି ତାହା ବିଶ୍ୱରେ ବିରଳ । ଏବେ ସମଗ୍ର ବିଶ୍ୱ ଏହାକୁ ସ୍ୱୀକାର କରିଥିବା ସହ ବୈଜ୍ଞାନିକ ଅନୁଧ୍ୟାନ ପାଇଁ ଏହାର ଉପଯୋଗ କରିବା ଆବଶ୍ୟକ । ସଅଳ ରୋଗ ନିରୁପଣ ଓ ଟିକାକରଣ କିପରି ସାହାଯ୍ୟକାରୀ ଏ ସମ୍ପର୍କରେ ଆମକୁ ଗଭୀର ଅନୁଧ୍ୟାନ କରିବାକୁ ହେବ। ଗତ ଶତାବ୍ଦୀର ବୈଶ୍ୱିକ ମହାମାରୀ ସମ୍ପର୍କିତ ନଥିପତ୍ର ଉପଲବ୍ଧ ହେଉ ନ ଥିବା ବେଳେ ବର୍ତ୍ତମାନ ପ୍ରଯୁକ୍ତିବିଦ୍ୟା ଥିବାରୁ ଏବେ ଏହାର ନଥିକରଣ କରାଗଲେ ଏହା ମାନବ ସମାଜ ପାଇଁ ହିତକର ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi draws massive crowds at Thiruvananthapuram roadshow, boosts NDA campaign

Media Coverage

PM Modi draws massive crowds at Thiruvananthapuram roadshow, boosts NDA campaign
NM on the go

Nm on the go

Always be the first to hear from the PM. Get the App Now!
...
Share your ideas and suggestions for 'Mann Ki Baat' now!
April 05, 2026

Prime Minister Narendra Modi will share 'Mann Ki Baat' on Sunday, April 26th. If you have innovative ideas and suggestions, here is an opportunity to directly share it with the PM. Some of the suggestions would be referred by the Prime Minister during his address.

Share your inputs in the comments section below.