“ଅମୃତ କାଳରେ ଭାରତ ଭବିଷ୍ୟତ ଭାବେ ଜଳ ଉପରେ ନଜର ରଖିଛି”
“ଭାରତ ଜଳକୁ ଭଗବାନ ଏବଂ ଏହାର ନଦୀକୁ ମାତା ବୋଲି ବିବେଚନା କରେ”
“ଜଳ ସଂରକ୍ଷଣ ହେଉଛି ଆମ ସମାଜର ସଂସ୍କୃତି ଏବଂ ଆମର ସାମାଜିକ ଚିନ୍ତାଧାରାର କେନ୍ଦ୍ରବିନ୍ଦୁ”
“ନାମାମି ଗଙ୍ଗେ ଅଭିଯାନ ଦେଶର ବିଭିନ୍ନ ରାଜ୍ୟ ପାଇଁ ଏକ ମଡେଲ ଭାବରେ ଉଭା ହୋଇଛି”
“ଦେଶର ପ୍ରତ୍ୟେକ ଜିଲ୍ଲାରେ ୭୫ଟି ଅମୃତ ସରୋବର ର୍ନିମାଣ ଜଳ ସଂରକ୍ଷଣ ଦିଗରେ ଏକ ବଡ଼ ପଦକ୍ଷେପ”
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ବ୍ରହ୍ମା କୁମାରୀଙ୍କ ‘ଜଳ-ଜନ ଅଭିଯାନ' କୁ ସମ୍ବୋଧିତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ବ୍ରହ୍ମା କୁମାରୀଙ୍କ ‘ଜଳ-ଜନ ଅଭିଯାନ' କୁ ସମ୍ବୋଧିତ କରିଛନ୍ତି ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ବ୍ରହ୍ମା କୁମାରୀମାନଙ୍କ ଦ୍ୱାରା ଜଳ ଜନ ଅଭିଯାନର ଶୁଭାରମ୍ଭ କରିବାର ସୁଯୋଗ ପାଇ ଖୁସି ବ୍ୟକ୍ତ କରିଥିଲେ ଏବଂ ସେମାନଙ୍କଠାରୁ ଶିକ୍ଷା କରିବା ସର୍ବଦା ଏକ ବିଶେଷ ଅଭିଜ୍ଞତା ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ସ୍ୱର୍ଗତ ରାଜଯୋଗିନୀ ଦାଦି ଜାନକୀ ଜୀଙ୍କଠାରୁ ପାଇଥିବା ଆଶୀର୍ବାଦ ମୋର ସବୁଠାରୁ ବଡ଼ ସମ୍ପତ୍ତି । ୨୦୦୭ ରେ ଦାଦି ପ୍ରକାଶ ମଣି ଜୀଙ୍କର ଦେହାନ୍ତ ପରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ସେ ଆବୁ ରୋଡକୁ ଆସିବାର ସୁଯୋଗକୁ ମନେ ପକାଇଥିଲେ । ବିଗତ ବର୍ଷଗୁଡିକରେ ସେ ବ୍ରହ୍ମା କୁମାରୀ ଭଉଣୀମାନଙ୍କଠାରୁ ପାଇଥିବା ଭବ୍ୟ ନିମନ୍ତ୍ରଣକୁ ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ ସେ ସର୍ବଦା ଏହି ଆଧ୍ୟାତ୍ମିକ ପରବାରର ସଦସ୍ୟ ଭାବେ ସେମାନଙ୍କ ମଧ୍ୟରେ ରହିବାକୁ ଚେଷ୍ଟା କରିଥାନ୍ତି ।  ସେ ୨୦୧୧ ରେ ଅହମ୍ମଦାବାଦରେ ‘ଭବିଷ୍ୟତର ଶକ୍ତି'  କାର୍ଯ୍ୟକ୍ରମ, ଅନୁଷ୍ଠାନର ୭୫ ବର୍ଷ, ସଙ୍ଗମ ତୀର୍ଥଧାମ୍‌, ୨୦୧୭ ରେ ବ୍ରହ୍ମା କୁମାରିସ୍ ସଂସ୍ଥାନର ୮୦ ତମ ପ୍ରତିଷ୍ଠା ଦିବସ ଏବଂ ଅମୃତ ମହୋତ୍ସବଙ୍କ କାର୍ଯ୍ୟକ୍ରମକୁ ମନେ ପକାଇ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ସେମାନଙ୍କର ପ୍ରେମ ଏବଂ ସ୍ନେହ ପାଇଁ  ସେ ବ୍ରହ୍ମା କୁମାରିମାନଙ୍କ ସହ ତାଙ୍କର ବିଶେଷ ସମ୍ପର୍କ ଉପରେ ଗୁରୁତ୍ୱାରୋପ କରି କହିଥିଲେ ଯେ ନିଜତ୍ୱରୁ ଉପରକୁ ଉଠି ସମାଜକୁ ସବୁକିଛି ଉତ୍ସର୍ଗ କରିବା ସମସ୍ତଙ୍କ ପାଇଁ ଆଧ୍ୟାତ୍ମିକ ଅଭ୍ୟାସର ଏକ ରୂପ ଅଟେ ।

ପ୍ରଧାନମନ୍ତ୍ରୀ ଜୋର ଦେଇଛନ୍ତି ଯେ ଜଳ-ଜନ ଅଭିଯାନ ଏଭଳି ଏକ ସମୟରେ ଆରମ୍ଭ ହେଉଛି ଯେଉଁ ସମୟରେ ଜଳ ଅଭାବ ସମଗ୍ର ବିଶ୍ୱରେ ଭବିଷ୍ୟତର ସଙ୍କଟ ଭାବରେ ଦେଖାଯାଉଛି । ସେ ଉଲ୍ଲେଖ କରିଛନ୍ତି ଯେ ଏକବିଂଶ ଶତାବ୍ଦୀର ବିଶ୍ୱ ପୃଥିବୀରେ ସୀମିତ ଜଳ ସମ୍ପଦର ଗମ୍ଭୀରତାକୁ ହୃଦୟଙ୍ଗମ କରୁଛି ଏବଂ ଏହାର ଜନସଂଖ୍ୟା ହେତୁ ଭାରତ ପାଇଁ ଜଳ ସୁରକ୍ଷା ଏକ ବଡ଼ ପ୍ରଶ୍ନ ବୋଲି ସେ ଦର୍ଶାଇଛନ୍ତି । ଅମୃତ କାଳରେ ଭାରତ ଭବିଷ୍ୟତ ଭଳି ଜଳ ଆଡକୁ ଚାହିଁଛି । ଯଦି ଜଳ ଅଛି ତେବେ ଆସନ୍ତାକାଲି ହେବ ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇ କହିଛନ୍ତି ଯେ ଆଜିଠାରୁ ମିଳିତ ଉଦ୍ୟମ କରିବାକୁ ପଡ଼ିବ । ଦେଶ ଜଳ ସଂରକ୍ଷଣକୁ ଏକ ଜନ ଆନ୍ଦୋଳନରେ ପରିଣତ କରିଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ କହିଛନ୍ତି ଯେ ବ୍ରହ୍ମା କୁମାରୀଙ୍କ ଜଳ-ଜନ ଅଭିଯାନ୍ ଜନସାଧାରଣଙ୍କ ଏହି ପ୍ରୟାସରେ ନୂତନ ଶକ୍ତି ପ୍ରଦାନ କରିବ । ସେ କହିଛନ୍ତି ଯେ ଜଳ ସଂରକ୍ଷଣ ଅଭିଯାନ ପହଞ୍ଚିବା ଦ୍ୱାରା ଏହାକୁ ପ୍ରୋତ୍ସାହନ ମିଳିବା ସହିତ ଏହାର ପ୍ରଭାବ ଆହୁରି ବୃଦ୍ଧି ପାଇବ ।

ହଜାର ହଜାର ବର୍ଷ ପୂର୍ବେ ପ୍ରକୃତି, ପରିବେଶ ଏବଂ ଜଳ ସମ୍ବନ୍ଧରେ ଏକ ସଂଯମ, ସନ୍ତୁଳିତ ଏବଂ ସମ୍ବେଦନଶୀଳ ବ୍ୟବସ୍ଥା ସୃଷ୍ଟି କରିଥିବା ଭାରତର ସାଧୁମାନଙ୍କ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ସେ ଜଳ ନଷ୍ଟ ନକରି ବରଂ ଏହାକୁ ସଂରକ୍ଷଣ କରିବା ବିଷୟରେ ଏକ ପୁରୁଣା କଥାକୁ ମନେ ପକାଇଥିଲେ ଏବଂ ହଜାର ହଜାର ବର୍ଷ ଧରି ଏହି ଅନୁଭବ ଭାରତର ଆଧ୍ୟାତ୍ମିକତା ଏବଂ ଆମ ଧର୍ମର ଏକ ଅଂଶ ହୋଇଆସୁଛି ବୋଲି କହିଥିଲେ । ଜଳ ସଂରକ୍ଷଣ ହେଉଛି ଆମ ସମାଜର ସଂସ୍କୃତି ଏବଂ ଆମର ସାମାଜିକ ଚିନ୍ତାଧାରାର କେନ୍ଦ୍ରବିନ୍ଦୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି, ସେଥିପାଇଁ ଆମେ ଜଳକୁ ଭଗବାନ ଏବଂ ଆମର ନଦୀକୁ ମାତା ଭାବରେ ବିବେଚନା କରୁ । ସେ କହିଥିଲେ ଯେ ଯେତେବେଳେ ସମାଜ ପ୍ରକୃତି ସହିତ ଏପରି ଭାବପ୍ରବଣତା ସୃଷ୍ଟି କରେ, ସେତେବେଳେ ସ୍ଥାୟୀ ବିକାଶ ଏହାର ପ୍ରାକୃତିକ ଜୀବନଶୈଳୀରେ ପରିଣତ ହୁଏ । ଅତୀତର ଚେତନାକୁ ପୁନଃ ଜାଗ୍ରତ କରୁଥିବାବେଳେ ଭବିଷ୍ୟତର ଆହ୍ୱାନର ସମାଧାନ ଖୋଜିବାର ଆବଶ୍ୟକତାକୁ ସେ ଦୋହରାଇଛନ୍ତି । ଜଳ ସଂରକ୍ଷଣର ମୂଲ୍ୟବୋଧ ଉପରେ ଦେଶବାସୀଙ୍କ ଉପରେ ବିଶ୍ୱାସ ସୃଷ୍ଟି କରିବା ଏବଂ ଜଳ ପ୍ରଦୂଷଣର କାରଣ ହେଉଥିବା ସମସ୍ତ ପ୍ରତିବନ୍ଧକକୁ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ଜଳ ସଂରକ୍ଷଣ ଦିଗରେ ବ୍ରହ୍ମା କୁମାରୀଙ୍କ ପରି ଭାରତର ଆଧ୍ୟାତ୍ମିକ ଅନୁଷ୍ଠାନଗୁଡ଼ିକର ଭୂମିକା ଉପରେ ସେ ଆଲୋକପାତ କରିଥିଲେ ।

ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି ଯେ ବିଗତ ଦଶନ୍ଧିରେ ଯେଉଁଠାରେ ଏକ ନକାରାତ୍ମକ ଚିନ୍ତା ପ୍ରକ୍ରିୟା ବିକଶିତ ହୋଇଛି ଏବଂ ଜଳ ସଂରକ୍ଷଣ ଏବଂ ପରିବେଶ ଭଳି ବିଷୟ କଷ୍ଟସାଧ୍ୟ ବୋଲି ବିବେଚନା କରାଯାଇଛି । ଗତ ୮-୯ ବର୍ଷ ମଧ୍ୟରେ ହୋଇଥିବା ପରିବର୍ତ୍ତନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ମାନସିକତା ଏବଂ ପରିସ୍ଥିତିରେ ପରିବର୍ତ୍ତନ ଆସିଛି । ନାମାମି ଗଙ୍ଗା ଅଭିଯାନର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ କେବଳ ଗଙ୍ଗା ନୁହେଁ ଏହାର ସମସ୍ତ ଉପନଦୀ ମଧ୍ୟ ସଫା ହୋଇଯାଉଛି ଯେତେବେଳେ ଗଙ୍ଗା କୂଳରେ ପ୍ରାକୃତିକ ଚାଷ ଭଳି ଅଭିଯାନ ମଧ୍ୟ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନାମାମି ଗଙ୍ଗେ ଅଭିଯାନ ଦେଶର ବିଭିନ୍ନ ରାଜ୍ୟ ପାଇଁ ଏକ ମଡେଲ ଭାବରେ ଉଭା ହୋଇଛି ।

‘କ୍ୟାଚ୍‍ ଦି ରେନ୍‍ କ୍ୟାମ୍ପେନ’ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ହ୍ରାସ ହେଉଥିବା ଭୂତଳ ଜଳ ସ୍ତର ମଧ୍ୟ ଦେଶ ପାଇଁ ଏକ ପ୍ରମୁଖ ଆହ୍ୱାନ । ସେ ସୂଚନା ଦେଇଛନ୍ତି ଯେ ଅଟଳ ଭୂଜଳ ଯୋଜନା ମାଧ୍ୟମରେ ଦେଶର ହଜାର ହଜାର ଗ୍ରାମ ପଞ୍ଚାୟତରେ ଜଳ ସଂରକ୍ଷଣକୁ ମଧ୍ୟ ପ୍ରୋତ୍ସାହିତ କରାଯାଉଛି । ଦେଶର ପ୍ରତ୍ୟେକ ଜିଲ୍ଲାରେ ୭୫ ଅମୃତ ସରୋବର ର୍ନିମାଣ ଅଭିଯାନ ଉପରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରି କହିଛନ୍ତି ଯେ ଏହା ଜଳ ସଂରକ୍ଷଣ ଦିଗରେ ଏକ ବଡ ପଦକ୍ଷେପ ।

ଜଳ ସଂରକ୍ଷଣ କ୍ଷେତ୍ରରେ ମହିଳାଙ୍କ ଅବଦାନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗାଁର ମହିଳାମାନେ ଜଳ କମିଟି ମାଧ୍ୟମରେ ଜଳ ଜୀବନ୍‍ ମିଶନ୍ ଭଳି ଗୁରୁତ୍ୱପୂର୍ଣ୍ଣ ଯୋଜନା କରୁଛନ୍ତି । ସେ କହିଛନ୍ତି ଯେ ବ୍ରହ୍ମା କୁମାରୀ ଭଉଣୀମାନେ ଦେଶରେ ତଥା ବିଶ୍ୱ ସ୍ତରରେ ମଧ୍ୟ ସମାନ ଭୂମିକା ଗ୍ରହଣ କରିପାରିବେ । ଜଳ ସଂରକ୍ଷଣ ସହିତ ପରିବେଶ ସହ ଜଡିତ ପ୍ରସଙ୍ଗ ଉଠାଇବାର ଆବଶ୍ୟକତା ଉପରେ ସେ ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ କୃଷିରେ ଜଳର ସନ୍ତୁଳିତ ବ୍ୟବହାର ପାଇଁ ବୁନ୍ଦା ଜଳସେଚନ ଭଳି କୌଶଳକୁ ଦେଶ ପ୍ରୋତ୍ସାହିତ କରୁଛି ଏବଂ କୃଷକମାନଙ୍କୁ ଏହାର ବ୍ୟବହାର ବୃଦ୍ଧିରେ ଉତ୍ସାହିତ କରିବାକୁ ବ୍ରହ୍ମା କୁମାରୀଙ୍କୁ ଅନୁରୋଧ କରିଛି ।

ପ୍ରଧାନମନ୍ତ୍ରୀ ଏହା ମଧ୍ୟ ଦର୍ଶାଇଛନ୍ତି ଯେ ସମଗ୍ର ବିଶ୍ୱ ମଧ୍ୟ ଆନ୍ତର୍ଜାତୀୟ ମିଲେଟ ବର୍ଷ ପାଳନ କରୁଛି । ମିଲେଟସ୍ ସହିତ ସମସ୍ତଙ୍କୁ ସେମାନଙ୍କର ଖାଦ୍ୟରେ ସାଧାରଣ ଶସ୍ୟ ଅନ୍ତର୍ଭୁକ୍ତ କରିବାକୁ ଅନୁରୋଧ କରିଥିଲେ ।  ସେ ଦର୍ଶାଇଛନ୍ତି ଯେ ଶ୍ରୀ ଅନ୍ନ ବାଜରା ଏବଂ ଶ୍ରୀ ଅନ୍ନ ଜୱାର ଶତାବ୍ଦୀ ଧରି ଭାରତର କୃଷି ଏବଂ ଖାଦ୍ୟ ଅଭ୍ୟାସର ଏକ ଅଂଶ ହୋଇଆସୁଛନ୍ତି । ସେ ସୂଚନା ଦେଇଛନ୍ତି ଯେ ମିଲେଟଗୁଡ଼ିକ ପୁଷ୍ଟିକର ଖାଦ୍ୟରେ ଭରପୂର ଏବଂ ଚାଷ ସମୟରେ କମ୍ ଜଳ ଖର୍ଚ୍ଚ ହୋଇଥାଏ ।

ସମ୍ବୋଧନକୁ ଶେଷ କରି ପ୍ରଧାନମନ୍ତ୍ରୀ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଜଳ-ଜନ ଅଭିଯାନ୍ ମିଳିତ ପ୍ରୟାସରେ ସଫଳ ହେବ ଏବଂ ଏକ ଭଲ ଭବିଷ୍ୟତ ସହିତ ଏକ ଉନ୍ନତ ଭାରତ ଗଠନରେ ସାହାଯ୍ୟ କରିବ ।

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India Inc's $3.4-trillion club: AI, IPL, defence are new wealth creators

Media Coverage

India Inc's $3.4-trillion club: AI, IPL, defence are new wealth creators
NM on the go

Nm on the go

Always be the first to hear from the PM. Get the App Now!
...
Mr. Andy Jassy meets the Prime Minister
June 25, 2026

CEO of Amazon, Mr. Andy Jassy met with the Prime Minister Shri Narendra Modi, today, at New Delhi. Shri Modi remarked that Amazon's record $48 billion investment in India shows the growing interest across the world to invest in India.

The Prime Minister posted on X;

A great meeting with Mr. Andy Jassy. I welcome Amazon's record $48 billion investment in India. This will create new opportunities for our youth. At the same time, it shows the growing interest across the world to invest in India!

@amazon