The Rule of Law has been a core civilizational value of Indian society since ages: PM Modi
About 1500 archaic laws have been repealed, says PM Modi
No country or society of the world can claim to achieve holistic development or claim to be a just society without Gender Justice: PM Modi

ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ବୋବଡେ, ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ମହାଶୟ, ମଞ୍ଚରେ ଉପସ୍ଥିତ ସୁପ୍ରିମକୋର୍ଟର ବିଚାରପତି ଗଣ, ଭାରତର ଆଟର୍ଣ୍ଣି ଜେନେରାଲ, ଏହି ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ବିଶ୍ୱର ଅନ୍ୟାନ୍ୟ ଉଚ୍ଚ ନ୍ୟାୟଳୟଗୁଡିକର ବିଚାରପତି, ଭାରତର ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ସମ୍ମାନିତ ବିଚାରପତି ଗଣ, ଅତିଥିଗଣ, ଭଦ୍ରମହିଳା ଓ ଭଦ୍ରବ୍ୟକ୍ତି ଗଣ !!

ବିଶ୍ୱର କୋଟି କୋଟି ନାଗରିଙ୍କ ନ୍ୟାୟ ଏବଂ ଗାରିମାକୁ ସୁନିଶ୍ଚିତ କରୁଥିବା ଆପଣ ସମସ୍ତ ବିଶିଷ୍ଟ ବ୍ୟକ୍ତିଙ୍କ ଗହଣକୁ ଆସିବା, ହେଉଛି ଏକ ସୁଖଦ ଅନୁଭବ ।

ନ୍ୟାୟର ଯେଉଁ ଆସନରେ ଆପଣମାନେ ବସୁଛନ୍ତି, ତାହା ସାମାଜିକ ଜୀବନରେ ହେଉଛି ଭରସା ଏବଂ ବିଶ୍ୱାସର ମହତ୍ୱପୂର୍ଣ୍ଣ ସ୍ଥାନ ।
ଆପଣ ସମସ୍ତଙ୍କୁ ବହୁତ-ବହୁତ ଅଭିନନ୍ଦନ!!!

ସାଥୀଗଣ,

ଏହି ସମ୍ମିଳନୀ, ଏକବିଂଶ ଶତାବ୍ଦୀର ତୃତୀୟ ଦଶକର ଆରମ୍ଭରେ ହେଉଅଛି । ଏହି ଦଶକ ହେଉଛି ଭାରତ ସମେତ ସଂପୂର୍ଣ୍ଣ ବିଶ୍ୱରେ ହେବାକୁ ଥିବା ବଡ଼ ପରିବର୍ତ୍ତନର ଦଶକ । ଏହି ପରିବର୍ତ୍ତନ ସାମାଜିକ, ଆର୍ଥିକ ଏବଂ ବୈଷୟିକ, ପ୍ରତ୍ୟେକ କ୍ଷେତ୍ରରେ ହେବ ।

ଏହି ପରିବର୍ତ୍ତନ ତର୍କସଙ୍ଗତ ହେବା ଦରକାର ଏବଂ ନ୍ୟାୟସଙ୍ଗତ ମଧ୍ୟ ହେବା ଦରକାର, ଏହି ପରିବର୍ତ୍ତନ ସମସ୍ତଙ୍କ ହିତରେ ହେବା ଦରକାର, ଭବିଷ୍ୟତର ଆବଶ୍ୟକତା ଗୁଡ଼ିକୁ ଦୃଷ୍ଟିରେ ରଖି ହେବା ଦରକାର, ଆଉ ଏଥିପାଇଁ, ନ୍ୟାୟପାଳିକା ଏବଂ ପରିବର୍ତ୍ତିତ ବିଶ୍ୱରେ ମନ୍ଥନ ଆଲୋଚନା ହେବା ବହୁତ ଗୁରୁତ୍ୱପୂର୍ଣ୍ଣ ।

ସାଥୀଗଣ, ଏହା ହେଉଛି ଭାରତ ପାଇଁ ମଧ୍ୟ ଏକ ସୁଖଦ ଅବସର ଯେ ଏହି ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀ, ଆଜି ସେହି ସମୟରେ ହେଉଛି, ଯେତେବେଳେ ଆମ ଦେଶ, ରାଷ୍ଟ୍ରପିତା ମହାତ୍ମାଗାନ୍ଧୀଙ୍କ 150ତମ ଜନ୍ମଜୟନ୍ତୀ ପାଳନ କରୁଛି ।

ପୂଜ୍ୟ ବାପୁଙ୍କର ଜୀବନ ସତ୍ୟ ଏବଂ ସେବା ପାଇଁ ସମର୍ପିତ ଥିଲା, ଯାହାକୁ ଯେ କୌଣସି ମଧ୍ୟ ନ୍ୟାୟତନ୍ତ୍ରର ମୂଳଦୁଆ ବୋଲି ଧରାଯାଇଥାଏ ।

ଆଉ ଆମର ବାପୁ ନିଜେ ମଧ୍ୟ ତ ଆଇନଜୀବୀ ଥିଲେ, ବାରିଷ୍ଟର ଥିଲେ । ନିଜ ଜୀବନର ଯେଉଁ ପ୍ରଥମ ମୋକଦ୍ଦମା ସେ ଲଢ଼ିଥିଲେ, ସେ ବିଷୟରେ ଗାନ୍ଧିଜୀ ବହୁତ ବିସ୍ତୃତ ଭାବେ ନିଜ ଆତ୍ମଜୀବନୀରେ ଲେଖିଛନ୍ତି ।

ଗାନ୍ଧିଜୀ ସେତେବେଳେ ବମ୍ବେ, ଆଜିର ମୁମ୍ବାଇରେ ଥିଲେ । ସଂଘର୍ଷର ଦିନ ଥିଲା । ଯେ କୌଣସି ପ୍ରକାରରେ ମୋକଦ୍ଦମା ମିଳିଥିଲା କିନ୍ତୁ ତାଙ୍କୁ କୁହାଯାଇଥିଲା କି ସେହି ମାମଲା ଆଳରେ ତାଙ୍କୁ ଅନ୍ୟ କାହାକୁ କମିଶନ ଦେବାକୁ ପଡ଼ିବ ।

ଗାନ୍ଧିଜୀ ସ୍ପଷ୍ଟ ଭାବେ କହି ଦେଇଥିଲେ କି କେସ୍ ମିଳୁ ଅବା ନ ମିଳୁ, କମିଶନ ଦେବି ନାହିଁ ।

ସତ୍ୟ ପ୍ରତି, ନିଜର ବିଚାର ପ୍ରତି ଗାନ୍ଧିଜୀଙ୍କ ମନରେ ଏତେ ସ୍ପଷ୍ଟତା ଥିଲା । ଆଉ ଏହି ସ୍ପଷ୍ଟତା କେଉଁଠାରୁ ଆସିଲା ?
ତାଙ୍କ ଲାଳନପାଳନ, ତାଙ୍କ ସଂସ୍କାର ଏବଂ ଭାରତୀୟ ଦର୍ଶନର ନିରନ୍ତର ଅଧ୍ୟୟନ ଦ୍ୱାରା ।

ବନ୍ଧୁଗଣ,

ଦେଶର ଆଇନ ସାମାଜିକ ସଂସ୍କାରଗୁଡ଼ିକର ଆଧାର ଉପରେ ପର୍ଯ୍ୟବେଶିତ ।

ଆମର ଏଠାରେ କୁହାଯାଇଛି- ‘କ୍ଷତ୍ରୟସ୍ୟ କ୍ଷତ୍ରମ୍ ୟତ ଧର୍ମଃ’ । ଅର୍ଥାତ ନିୟମ ହେଉଛି ରାଜାଧିରାଜ, ଆଇନ ହେଉଛି ସର୍ବୋତ୍ତମ । ହଜାର ହଜାର ବର୍ଷ ଧରି ଚାଲି ଆସିଥିବା ଏହିଭଳି ବିଚାରର, ଏକ ବଡ଼ କାରଣ ହେଉଛି କି ପ୍ରତ୍ୟେକ ଭାରତୀୟଙ୍କର ନ୍ୟାୟପାଳିକା ଉପରେ ପ୍ରଚଣ୍ଡ ଆସ୍ଥା ରହିଛି ।

ସାଥୀଗଣ,

ଏଇ ନିକଟରେ ଏଭଳି କିଛି ବଡ଼ ନିଷ୍ପତ୍ତି ଆସିଛି, ଯାହାକୁ ନେଇ ସମଗ୍ର ଦୁନିଆରେ ଚର୍ଚ୍ଚା ଚାଲିଥିଲା ।

ନିଷ୍ପତ୍ତି ପୂର୍ବରୁ ଅନେକ ପ୍ରକାରର ଆଶଙ୍କା ବ୍ୟକ୍ତ କରାଯାଉଥିଲା । କିନ୍ତୁ କ’ଣ ହେଲା ? 130 କୋଟି ଭାରତବାସୀ ନ୍ୟାୟପାଳିକା ଦ୍ୱାରା ଦିଆଯାଇଥିବା ନିଷ୍ପତ୍ତିକୁ ସଂପୂର୍ଣ୍ଣ ସହମତିର ସହିତ ସ୍ୱୀକାର କଲେ । ହଜାର ହଜାର ବର୍ଷ ଧରି, ଭାରତ, ନ୍ୟାୟପ୍ରତି ଆସ୍ଥାକୁ, ଏହି ମୂଲ୍ୟବୋଧକୁ ନେଇ ଆଗକୁ ବଢ଼ୁଛି । ଏହା ଆମର ସମ୍ବିଧାନ ପ୍ରତି ପ୍ରେରଣା ପାଲଟିଛି । ବିଗତ ବର୍ଷ ହିଁ ଆମର ସମ୍ବିଧାନକୁ 70 ବର୍ଷ ପୂରଣ ହୋଇଛି ।

ସମ୍ବିଧାନ ନିର୍ମାତା ଡକ୍ଟର ବାବା ସାହେବ ଆମ୍ବେଦକର କହିଥିଲେ-

‘ସମ୍ବିଧାନ କେବଳ ମାତ୍ର ଆଇନଜୀବୀମାନଙ୍କର ଦସ୍ତାବିଜ ନୁହେଁ, ଏହା ଜୀବନକୁ ପରିଚାଳିତ କରିବାର ଏକ ବାହନ ଆଉ ଏହାର ଆତ୍ମା ସଦା ସର୍ବଦା ହେଉଛି ଏକ ବୟସର ଭାବନା ।’

ଏହି ଭାବନାକୁ ଆମ ଦେଶର ଅଦାଲତଗୁଡ଼ିକ, ଆମର ସୁପ୍ରିମକୋର୍ଟ ଆଗକୁ ଅଗ୍ରସର କରାଉଛନ୍ତି।

ଏହି ଉତ୍ସାହକୁ ଆମର ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା ଜୀବନ୍ତ ରଖିଛନ୍ତି ।

ଜଣେ ଅନ୍ୟ ଜଣଙ୍କର ମର୍ଯ୍ୟାଦାଗୁଡ଼ିକୁ ବୁଝି, ସମସ୍ତ ଆହ୍ୱାନଗୁଡ଼ିକ ମଧ୍ୟ ଦେଇ ବହୁତ ଥର ଦେଶ ପାଇଁ ସମ୍ବିଧାନର ତିନୋଟି ଯାକ ସ୍ତମ୍ଭ ଉଚିତ ମାର୍ଗ ଖୋଜିଛନ୍ତି ।

ଆଉ ଆମେ ଗର୍ବ ଅନୁଭବ କରୁଛୁ କି ଭାରତରେ ଏଭଳି ଏକ ସମୃଦ୍ଧ ପରମ୍ପରା ବିକଶିତ ହୋଇଛି।

ବିଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତରେ ଭିନ୍ନ-ଭିନ୍ନ ସଂସ୍ଥାଗୁଡିକ, ଏହି ପରମ୍ପରାକୁ ଆହୁରି ସଶକ୍ତ କରିଛନ୍ତି ।

ଦେଶରେ ଏଭଳି ପ୍ରାୟ 1500 ପୁରୁଣା ଆଇନକୁ ଅନ୍ତ ବା ସମାପ୍ତ କରି ଦିଆଯାଇଛି, ଯାହାର ଆଜିର ପରିସ୍ଥିତିରେ ମଧ୍ୟ ପ୍ରାସଙ୍ଗିକତା ଶେଷ ହେଉଥିଲା ।

ଆଉ ଏଭଳି ନୁହେଁ କି କେବଳ ଆଇନର ଅନ୍ତ ବା ସମାପ୍ତ କରିବାରେ ଗତି ଦେଖାଇଛୁ ।

ସମାଜକୁ ଦୃଢ଼ତା ପ୍ରଦାନ କରୁଥିବା ସେହିଭଳି ନୂତନ ଆଇନ ମଧ୍ୟ ସେତିକି ହିଁ ଦ୍ରୁତ ଗତିରେ ପ୍ରଣୟନ କରାଯାଇଛି ।

ତୃତୀୟ ଲିଙ୍ଗର ଲୋକମାନଙ୍କ ଅଧିକାର ସହିତ ଜଡ଼ିତ ଆଇନ ହେଉ, ତିନି ତଲାକ ବିରୁଦ୍ଧରେ ଆଇନ ହେଉ, ଅବା ପୁଣି ଦିବ୍ୟାଙ୍ଗ ଜନଙ୍କ ଅଧିକାରର ପରିସୀମା ବଢ଼ାଇବାର ଆଇନ ହେଉ, ସରକାର ସଂପୂର୍ଣ୍ଣ ସମ୍ବେଦନଶୀଳତାର ସହିତ କାର୍ଯ୍ୟ କରିଛନ୍ତି ।

ବନ୍ଧୁଗଣ,

ମୁଁ ଖୁସି ଯେ ଏହି ସମ୍ମିଳନୀରେ ବିଶ୍ୱରେ ଲିଙ୍ଗଗତ ସମସ୍ୟାକୁ ମଧ୍ୟ ଏକ ବିଷୟ ଭାବେ ରଖିଛନ୍ତି ।

ବିଶ୍ୱର ଯେକୌଣସି ଦେଶ, ଯେ କୌଣସି ସମାଜ ଲିଙ୍ଗଗତ ନ୍ୟାୟ ପ୍ରଦାନ ବିନା ସଂପୂର୍ଣ୍ଣ ବିକାଶ କରି ପାରିବ ନାହିଁ ଏବଂ ନ୍ୟାୟପ୍ରିୟତାର ଦାବୀ କରି ପାରିବ ନାହିଁ । ଆମର ସମ୍ବିଧାନ ସମାନତାର ଅଧିକାର ଅଧୀନରେ ଲିଙ୍ଗଗତ ନ୍ୟାୟ ପ୍ରଦାନକୁ ସୁନିଶ୍ଚିତ କରୁଛି ।

ଭାରତ ବିଶ୍ୱର ସେହି ବହୁତ କମ ଦେଶଗୁଡ଼ିକ ମଧ୍ୟରୁ ହେଉଛି ଗୋଟିଏ, ଯିଏ ସ୍ୱାଧୀନତା ପରେ ପରେ ହିଁ ମହିଳାମାନଙ୍କୁ ଭୋଟ ଦେବାର ଅଧିକାର ସୁନିଶ୍ଚିତ କଲା । ଆଜି 70 ବର୍ଷ ପରେ ଏବେ ନିର୍ବାଚନରେ ମହିଳାମାନଙ୍କର ଏହି ଅଂଶଗ୍ରହଣ ନିଜର ସର୍ବୋଚ୍ଚ ସ୍ତରରେ ରହିଛି ।
ଏବେ ଏକବିଂଶ ଶତାବ୍ଦୀର ଭାରତ, ଏହି ଅଂଶଗ୍ରହଣକୁ ଦ୍ୱିତୀୟ ଦୃଷ୍ଟିଭଙ୍ଗୀରେ ମଧ୍ୟ ଦ୍ରୁତ ଗତିରେ ଆଗକୁ ବଢାଉଛି ।

ବେଟି ବଚାଓ, ବେଟି ପଢାଓ ଭଳି ସଫଳ ଅଭିଯାନଗୁଡିକ କାରଣରୁ ପ୍ରଥମ ଥର ଭାରତର ଶିକ୍ଷାନୁଷ୍ଠାନ ଗୁଡ଼ିକରେ ବାଳିକାମାନଙ୍କ ପଞ୍ଜିକରଣ, ବାଳକ ମାନଙ୍କଠାରୁ ଅଧିକ ହୋଇ ପାରିଛି ।

ଏହିଭଳି ଭାବେ ସାମରିକ ସେବାରେ ବାଳିକାମାନଙ୍କର ନିଯୁକ୍ତି ହେଉ, ଯୁଦ୍ଧ ଜାହାଜରେ ପାଇଲଟ ଚିହ୍ନଟ ପ୍ରକ୍ରିୟା ହେଉ, ଖଣି ଖାଦାନରେ ରାତିରେ କାର୍ଯ୍ୟ କରିବାର ସ୍ୱାଧୀନତା ହେଉ, ସରକାରଙ୍କ ଦ୍ୱାରା ଅନେକ ପରିବର୍ତ୍ତନ କରାଯାଇଛି ।

ଆଜି ଭାରତ ବିଶ୍ୱର ସେହି କିଛି ଦେଶ ମଧ୍ୟରେ ସାମିଲ ହୋଇଛି ଯେଉଁମାନେ ଦେଶର କର୍ମଜୀବୀ ମହିଳାମାନଙ୍କୁ 26 ସପ୍ତାହର ସବେତନ ଛୁଟି ପ୍ରଦାନ କରୁଛି ।

ସାଥୀଗଣ,

ପରିବର୍ତ୍ତନର ଏହି ସମୟରେ ଭାରତ ନୂତନ ଶିଖର ମଧ୍ୟ ହାସଲ କରୁଛି, ନୂତନ ପରିଭାଷାମାନ ଗଠନ କରୁଛି ଏବଂ ପୁରୁଣା ଅବଧାରଣାଗୁଡ଼ିକରେ ମଧ୍ୟ ପରିବର୍ତ୍ତନ ଆଣୁଛି ।

ଗୋଟିଏ ସମୟ ଥିଲା ଯେତେବେଳେ କୁହାଯାଉଥିଲା କି ଦ୍ରୁତ ଗତିରେ ବିକାଶ ଏବଂ ପର୍ଯ୍ୟାବରଣର ସୁରକ୍ଷା, ଏକ ସମୟରେ ହେବା ସମ୍ଭବ ନଥିଲା ।

ଭାରତ ମଧ୍ୟ ଏହି ଅବଧାରଣାକୁ ବଦଳାଇ ଦେଇଛି । ଆଜି ଯେଉଁଠି ଭାରତରେ ଦ୍ରୁତ ଗତିରେ ବିକାଶ କରୁଛି, ସେହିଠାରେ ଆମର ଜଙ୍ଗଲର ବ୍ୟାପକତା ମଧ୍ୟ ଦ୍ରୁତ ଗତିରେ ସଂପ୍ରସାରିତ ହେଉଛି । 5-6 ବର୍ଷ ପୂର୍ବେ ଭାରତ ବିଶ୍ୱର 11ତମ ସର୍ବବୃହତ ଅର୍ଥ ବ୍ୟବସ୍ଥା ଥିଲା । 3-4ଦିନ ପୂର୍ବେ ହିଁ ଯେଉଁ ରିପୋର୍ଟ ଆସିଛି, ସେହି ଅନୁସାରେ ଏବେ ଭାରତ ହେଉଛି ବିଶ୍ୱର 5ମ ସର୍ବ ବୃହତ ଅର୍ଥ ବ୍ୟବସ୍ଥା ।

ଅର୍ଥାତ ଭାରତ ଏହା କରି ଦେଖାଇଛି କି ଭିତ୍ତିଭୂମିର ନିର୍ମାଣ ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ ରଖାଯାଇ ପାରିବ ।

ସାଥୀଗଣ,

ମୁଁ ଆଜି ଏହି ଅବସରରେ, ଭାରତର ନ୍ୟାୟ ପାଳିକାକୁ ମଧ୍ୟ କୃତଜ୍ଞତା ଜଣାଉଛି, ଯେଉଁମାନେ ବିକାଶ ଏବଂ ପର୍ଯ୍ୟାବରଣ ମଧ୍ୟରେ ସନ୍ତୁଳନର ଗମ୍ଭୀରତାକୁ ମଧ୍ୟ ହୃଦୟଙ୍ଗମ କରିଛନ୍ତି, ସେ ଦିଗରେ ନିରନ୍ତର ମାର୍ଗଦର୍ଶନ କରିଛନ୍ତି ।

ଅନେକ ଜନସ୍ୱାର୍ଥ ମାମଲା-ପିଆଇଏଲର ଶୁଣାଣି ସମୟରେ ସୁପ୍ରିମକୋର୍ଟ ମଧ୍ୟ ପର୍ଯ୍ୟାବରଣ ସହିତ ଜଡିତ ମାମଲାକୁ ନୂତନ ତଥା ଭିନ୍ନତାର ସହ ପରିଭାଷିତ କରିଛନ୍ତି ।

 

ସାଥୀଗଣ,

ଆପଣଙ୍କ ସମ୍ମୁଖରେ ନ୍ୟାୟ ସହିତ ହିଁ, ଶୀଘ୍ର ନ୍ୟାୟର ମଧ୍ୟ ସର୍ବଦା ଆହ୍ୱାନ ରହିଛି । କିଛି ମାତ୍ରାରେ ଏହାର ସମାଧାନ ଟେକ୍ନୋଲୋଜି ପାଖରେ ରହିଛି ।

ବିଶେଷ କରି ଅଦାଲତର ପ୍ରକ୍ରିୟାଗତ ପରିଚାଳନାଠାରୁ ନେଇ ଇଣ୍ଟରନେଟ ଆଧାରିତ ଟେକ୍ନୋଲୋଜି ଦ୍ୱାରା ଭାରତ ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ବହୁତ ଲାଭ ମିଳିବ ।

ସରକାରଙ୍କର ମଧ୍ୟ ପ୍ରୟାସ ରହିଛି ଯେ, ଦେଶର ପ୍ରତ୍ୟେକ କୋର୍ଟକୁ ଇ-କୋର୍ଟ ସମନ୍ୱିତ ମିଶନ ମୋଡ ପ୍ରକଳ୍ପ ସହିତ ଯୋଡାଯାଉ । ଜାତୀୟ ବିଚାର ବିଭାଗୀୟ ଡାଟା ଗ୍ରୀଡର ସ୍ଥାପନା ସହିତ ମଧ୍ୟ ଅଦାଲତ ପ୍ରକ୍ରିୟାଗୁଡି ମଧ୍ୟ ସହଜ ହୋଇ ପାରିବ ।

କୃତ୍ରିମ ବୌଦ୍ଧିକତା ଏବଂ ମାନବୀୟ ବିବେକର ସମନ୍ୱୟ ମଧ୍ୟ ଭାରତରେ ନ୍ୟାୟ ପ୍ରକ୍ରିୟାଗୁଡିକୁ ଆହୁରି ଗତି ଦେବ । ଭାରତରେ ମଧ୍ୟ ନ୍ୟାୟାଳୟମାନଙ୍କ ଦ୍ୱାରା ଏହା ଉପରେ ମନ୍ଥନ କରାଯାଇ ପାରିବ କି କେଉଁ କ୍ଷେତ୍ରରେ, କେଉଁ ସ୍ତରରେ ସେମାନେ କୃତିମ ବୌଦ୍ଧିକତାର ସହାୟତା ନେଇ ପାରିବେ ।

ଏହା ବ୍ୟତୀତ ପରିବର୍ତ୍ତିତ ସମୟରେ ଡାଟା ସଂରକ୍ଷଣ, ସାଇବର ଅପରାଧ, ଭଳି ବିଷୟ ମଧ୍ୟ ଅଦାଲତ ଗୁଡିକ ପାଇଁ ନୂତନ ଆହ୍ୱାନ ଭାବେ ସାମ୍ନାକୁ ଆସିଛି । ଏହି ଆହ୍ୱାନକୁ ଦୃଷ୍ଟିରେ ରଖି, ଏବଂ ଏଭଳି ଅନେକ ଉପରେ ଏହି ସମ୍ମିଳନୀରେ ଗଭୀର ଭାବେ ବିଚାର ବିମର୍ଷ ହେବ, କିଛି ସକରାତ୍ମକ ପ୍ରସ୍ତାବ ସାମ୍ନାକୁ ଆସିବ । ମୋର ବିଶ୍ୱାସ ରହିଛି ଯେ, ଏହି ସମ୍ମିଳନୀ ଦ୍ୱାରା ଭବିଷ୍ୟତ ପାଇଁ ଅନେକ ଉନ୍ନତ ସମାଧାନ ମଧ୍ୟ ବାହାରିବ ।

ପୁଣିଥରେ ଆପଣ ସମସ୍ତଙ୍କୁ ବହୁତ-ବହୁତ ଶୁଭକାମନା ସହିତ ନି କଥା ସମାପ୍ତ କରୁଛି!! ଧନ୍ୟବାଦ !!!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
The entrepreneurs building a self-reliant India

Media Coverage

The entrepreneurs building a self-reliant India
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses anguish over the loss of lives due to tunnel collapse in Namchi, Sikkim
July 21, 2026
PM announces ex-gratia from PMNRF

Prime Minister Shri Narendra Modi today expressed anguish over the loss of lives due to the collapse of an under-construction tunnel in Namchi, Sikkim. He extended his deepest condolences to the bereaved families and prayed that those injured recover at the earliest.

The Prime Minister announced that an ex-gratia of Rs. 2 lakh from PMNRF would be given to the next of kin of each deceased. Shri Modi stated that the injured would be given Rs. 50,000.

In a post on X, the Prime Minister shared:

"Anguished by the loss of lives due to the collapse of an under-construction tunnel in Namchi, Sikkim. I extend my deepest condolences to the bereaved families. I pray that those injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi"