“ଯେତେବେଳେ ଏକ ସଚ୍ଚୋଟ ସରକାର ଓ ସଶକ୍ତ ଗରିବଙ୍କ ଶକ୍ତିଙ୍କ ଶକ୍ତି ଏକାଠି ହୋଇଯାଏ, ସେତେବେଳେ ଦାରିଦ୍ର‌୍ୟ ହାର ମାନିଥାଏ”
“ଗରିବଙ୍କୁ ପକ୍କା ଘରଟିଏ ଯୋଗାଇଦେବା କେବଳ ଏକ ସରକାରୀ ଯୋଜନା ନୁହେଁ ବରଂ ଗ୍ରାମାଞ୍ଚଳ ଗରିବଙ୍କ ମନରେ ଆତ୍ମବିଶ୍ୱାସ ଜନ୍ମାଇବାରେ ଏକ ଅଙ୍ଗୀକାରବଦ୍ଧତା”
“ଯୋଜନାକୁ ପୂର୍ଣ୍ଣରୂପ ଦେବା ଲକ୍ଷ୍ୟ ନେଇ ସରକାର ବାଛବିଚାର ଓ ଦୁର୍ନୀତି ସମ୍ଭାବନାକୁ ଦୂର କରିପାରିଛନ୍ତି”
“ପ୍ରତି ରାଜ୍ୟ ସରକାର, ସ୍ଥାନୀୟ ସଂସ୍ଥା ଓ ପଞ୍ଚାୟତ ପ୍ରତ୍ୟେକ ଜିଲ୍ଲାରେ ୭୫ଟି ଅମୃତ ସରୋବର ପାଇଁ କାର୍ଯ୍ୟ କରିବେ”

ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ଅଧୀନରେ ଆଜି ମଧ୍ୟପ୍ରଦେଶର ପ୍ରାୟ ୫ଲକ୍ଷ ୨୧ହଜାର ହିତାଧିକାରୀଙ୍କୁ ଆବାସ ବଣ୍ଟନ ହୋଇଛି । ଏହି ‘ଗୃହ ପ୍ରବେଶମ’ କାର୍ଯ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୃଶ୍ୟଶ୍ରାବ୍ୟ ସମ୍ମିଳନୀ ଜରିଆରେ ଅଂଶଗ୍ରହଣ କରିଛନ୍ତି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହ୍ୱାନ, କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀଗଣ, ସଂସଦ ସଦସ୍ୟ ଓ ରାଜ୍ୟ ବିଧାୟକଗଣ ଏହି ଅବସରରେ ଉପସ୍ଥିତ ଥିଲେ ।

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଆଗମୀ ନବବର୍ଷ ବିକ୍ରମ ସମ୍ଭତ ପୂର୍ବରୁ ଏହି ଗୃହ ପ୍ରବେଶ ପାଇଁ ହିତାଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ପୂର୍ବରୁ ପ୍ରତିଶ୍ରୁତି ସତ୍ତ୍ୱେ ରାଜନୀତିକ ଦଳମାନେ ଗରିବମାନଙ୍କ ନିମନ୍ତେ ବିଶେଷକରି କିଛି କରି ନ ଥିଲେ “ଥରେ ଗରିବ ମାନେ ସଶକ୍ତ ହେଲେ, ସେମାନେ ଦାରିଦ୍ର‌୍ୟ ମୁକାବିଲା ନିମନ୍ତେ ସାହସ ପାଇବେ  । ଯେତେବେଳେ ଏକ “ସଚ୍ଛୋଟ ସରକାର ଓ ସଶକ୍ତ ଗରିବ ଲୋକଙ୍କ ଶକ୍ତି ଏକାଠି ହୁଏ, ସେତେବେଳେ ଦାରିଦ୍ର‌୍ୟ ମଧ୍ୟ ହାର ମାନେ” ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ “ଏହି ୫ଲକ୍ଷ ୨୫ହଜାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଗ୍ରାମାଞ୍ଚଳରେ ନିର୍ମିତ ଘର କେବଳ ପରିସଂଖ୍ୟାନ  ନୁହଁ । ଦେଶରେ ଏହି ୫.୨୫ଲକ୍ଷ ଘର ଗରିବ ଲୋକଙ୍କ ସଶକ୍ତ ହେବାର ଏକ ପରିଚୟ । ସେ ଆହୁରି କହିଥିଲେ ଯେ “ଗରିବଙ୍କୁ କେବଳ ଏକ ପକ୍କା ଘର ଯୋଗାଇଦେବା ଏକ ସରକାରୀ ଯୋଜନା ନୁହଁ ବରଂ ଗ୍ରାମାଞ୍ଚଳ ଗରିବଙ୍କ ମନରେ ଆତ୍ମବିକାଶ ଜାଗ୍ରତ କରିବାର ଏକ ଅଙ୍ଗୀକାରବଦ୍ଧତା ଏହାହିଁ ଗରିବଙ୍କୁ ଦାରିଦ୍ରରୁ ମୁକୁଳିବାର ପ୍ରଥମ ପଦକ୍ଷେପ” ବୋଲି ସେ କହିଥିଲେ । ଏହି ଘରଗୁଡିକ ସେବା ମନୋଭାବକୁ ପ୍ରତିଫଳିତ କରିବା ସହ ଗ୍ରାମାଞ୍ଚଳ ମହିଳାଙ୍କୁ ଲକ୍ଷପତି କରାଇବାର ଏକ ଅଭିଯାନ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଗରୁ କେତେ ଲକ୍ଷ ଘର ନିର୍ମାଣ କରାଯାଇଥିଲେ ମଧ୍ୟ ଏହି ସରକାର ଅଢେଇ କୋଟିରୁ ଅଧିକ ପକ୍‌କା ଘର ହିତାଧିକାରୀଙ୍କୁ ହସ୍ତାନ୍ତର କରିଛି । ସେଥିରୁ ଦୁଇକୋଟି କେବଳ ଗ୍ରାମାଞ୍ଚଳରେ ରହିଛି । ଏପରିକି ବୈଶ୍ୱିକ ମହାମାରୀ ମଧ୍ୟ ଅଭିଯାନର ଗତି ହ୍ରାସ କରିପାରିନାହିଁ । ମଧ୍ୟପ୍ରଦେଶରେ ଅନୁମୋଦିତ ୩୦ଲକ୍ଷରୁ ୨୪ଲକ୍ଷ ଘର କାର୍ଯ୍ୟ ଶେଷ ହୋଇଛି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବାଇଗା, ସହରୀୟା ଓ ବରିୟା ସମାଜର ଲୋକମାନେ ସୁବିଧା ପାଇଛନ୍ତି ।

ପିଏମ୍‌ଏୱାଇ ଅଧୀନରେ ନିର୍ମିତ ଘରଗୁଡିକରେ ଶୌଚାଳୟ, ସୌଭାଗ୍ୟ ଯୋଜନାରେ ବିଦ୍ୟୁତି ସଂଯୋଗ, ଉଜ୍ଜଳା ଯୋଜନା ଅଧୀନରେ ବିଜୁଳିବତୀ, ଉଜ୍ଜଳା ଗ୍ୟାସ ସଂଯୋଗ ଓ ହର ଘର ଜଲ୍ ଯୋଜନାରେ ଜଳ ସଂଯୋଗ ଇତ୍ୟାଦି ରହିଛି । ଏହା ଫଳରେ ହିତାଧିକାରୀମାନଙ୍କୁ ଏହି ସବୁ ସୁବିଧା ପାଇଁ ଏଣେତେଣେ ଦୌଡିବାକୁ ପଡିବ ନାହିଁ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପିଏମଏୱାଇ ଯୋଜନା ଅଧୀନରେ ନିର୍ମିତ ଘରଗୁଡିକ ମଧ୍ୟରେ ପ୍ରାୟ ଦୁଇକୋଟି ଘର ମହିଳାଙ୍କ ନାମରେ ପଞ୍ଜିକୃତ ହୋଇଛି । ଏହି ମାଲିକାନା ସତ୍ତ୍ୱାଧିକାରୀ ଯୋଗୁଁ ଘର ଆର୍ଥିକ ନିଷ୍ପତ୍ତିରେ ମହିଳାମାନଙ୍କ ଶକ୍ତି ବୃଦ୍ଧି ପାଇଛି । ମହିଳାମାନଙ୍କର ମର୍ଯ୍ୟାଦା ଓ ବଞ୍ଚିବାର ସୁଖସ୍ୱାଚ୍ଛନ୍ଦ୍ୟ ବୃଦ୍ଧି ପାଇଁ ସରକାରଙ୍କ ଅଙ୍ଗୀକାରବଦ୍ଧତା ଯୋଗୁଁ ଗତ ଅଢେଇବର୍ଷ ମଧ୍ୟରେ ଛଅକୋଟିରୁ ଅଧିକ ପରିବାରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଉଥିବା ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଗରିବମାନଙ୍କୁ ରାସନ ସାମଗ୍ରୀ  ଯୋଗାଇ ଦେବାର ପାଇଁ ଦୁଇଲକ୍ଷ ୬୦ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏହି ଯୋଜନାକୁ ଆହୁରି ଛଅମାସ ବଢାଇ ଦିଆଯାଇଥିବା ଯୋଗୁଁ ଏ ବାବଦ ଆହୁରି ୮୦ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ପ୍ରକୃତ ହିତାଧିକାରୀ ଯେପରି ଏହାର ସୁବିଧା ପାଇବେ ସରକାର ସେଥିପାଇଁ ଚାରିକୋଟି ଜାଲ ହିତାଧିକାରୀଙ୍କ ନାମ ହଟାଇ ଦେଇଛନ୍ତି । ୨୦୧୪ ମସିହା ପରଠାରୁ ଯେପରି ପ୍ରକୃତ ଯୋଗ୍ୟ ହିତାଧିକାରୀ ସୁବିଧା ପାଇବେ ଓ ଅସାଧୁ ବ୍ୟକ୍ତିମାନଙ୍କ ଦ୍ୱାରା ସାମଗ୍ରୀ ବାଟମାରଣା ନ ହେବ ସେଥିପାଇଁ ପଦକ୍ଷେପ ନେଇଛନ୍ତି । ଅମ୍ରିତ କାଳରେ ପ୍ରତ୍ୟେକ ପ୍ରକୃତ ହିତାଧିକାରୀ ନିକଟକୁ ମୌଳିକ ସୁବିଧା ସୁଯୋଗ ପହଞ୍ଚାଇବା ପାଇଁ ପଦକ୍ଷେପ ନିଆଯାଉଛି । ଯୋଜନାକୁ ପୂର୍ଣ୍ଣ ରୂପ ଦେବା ଲାଗି ସରକାର ବାଛବିଚାର ଓ ଦୁର୍ନୀତି ସମ୍ଭାବନାକୁ ସମୂଳେ ଦୂର କରିପାରିଛନ୍ତି ।

ଜମିଜମା ରେକର୍ଡକୁ ସ୍ୱାମୀତ୍ୱ ଯୋଜନା ଅଧୀନରେ ଆନୁଷ୍ଠାନିକ ରୂପ ଦେଇ ସରକାର ଗ୍ରାମାଞ୍ଚଳରେ ବ୍ୟାବସାୟିକ ପନ୍ଥାକୁ ସୁଗମ କରିଛନ୍ତି । ମଧ୍ୟପ୍ରଦେଶର ସବୁ ଜିଲ୍ଲାରେ ୫୦ହଜାର ଗ୍ରାମରେ ସର୍ଭେ କରାଯାଉଛି।

 ପ୍ରଧାନମନ୍ତ୍ରୀ କହିଥିଲେ ଯେ ବହୁଦିନ ଧରି ଗ୍ରାମୀଣ ଅର୍ଥନୀତି କେବଳ କୃଷି ମଧ୍ୟରେ ସୀମିତଥିଲା । ଡ୍ରୋନ ଭଳି ଅତ୍ୟାଧୁନିକ ପ୍ରଯୁକ୍ତିଜ୍ଞାନ ଓ ପ୍ରାଚୀନ ପଦ୍ଧତିରେ ପ୍ରାକୃତିକ ଚାଷକୁ ପ୍ରୋତ୍ସାହନ ଦେଇ ସରକାର ଗ୍ରାମାଞ୍ଚଳରେ ନୂତନ ପଥ ଉନ୍ମୋଚନ କରିଛନ୍ତି । ନ୍ୟୁନତମ ସହାୟକ ମୂଲ୍ୟ ପ୍ରଦାନ କରି ଶସ୍ୟ ସଂଗ୍ରହର ରେକର୍ଡ ଯୋଗୁଁ  ମଧ୍ୟପ୍ରଦେଶ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଜଣାଇଥିଲେ । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନା ଅଧୀନରେ ମଧ୍ୟପ୍ରଦେଶ ଚାଷୀମାନେ ୧୩ହଜାର କୋଟି ଟଙ୍କା ପାଇଛନ୍ତି ।

ନୂଆବର୍ଷ (ପ୍ରତିପ୍ରଦା)ରେ ପ୍ରତ୍ୟେକ ଜିଲ୍ଲାରେ ୭୫ହଜାର ଅମୃତ ସରୋବର (ପୋଖରୀ) ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ସେ ଏହି ସରୋବରଗୁଡିକ ନୂତନ ଓ ବୃହତ୍ ହେବା ଆବଶ୍ୟକ ବୋଲି ସେ କହିଛନ୍ତି । ମନରେଗା ପାଣ୍ଠି ଏ ବାବଦକୁ ଖର୍ଚ୍ଚ କରାଯାଇପାରିବ ଓ ସେଥିରେ ଚାଷୀ, ମହିଳା ଓ ପଶୁପକ୍ଷୀ ସମସ୍ତେ ଉପକୃତ ହେବେ । ଏ ଦିଗରେ ସେ ସମସ୍ତ ରାଜ୍ୟ ସରକାର,  ସ୍ଥାନୀୟ ସଂସ୍ଥା ଓ ପଞ୍ଚାୟତ କାର୍ଯ କରିବାକୁ ନିବେଦନ କରିଛନ୍ତି ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi at BRICS summit: Dismantle ‘pyramid of privilege’ to make Global South a ‘rule-shaper’

Media Coverage

PM Modi at BRICS summit: Dismantle ‘pyramid of privilege’ to make Global South a ‘rule-shaper’
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Indian Junior Men’s Hockey Team on winning Asia Cup
September 13, 2026

The Prime Minister, Shri Narendra Modi, has congratulated the Indian Junior Men’s Hockey Team on winning the Asia Cup with an emphatic 4-1 victory in the final.

The Prime Minister described the achievement as remarkable and said that the feat reflects the immense talent of the young players.

Shri Modi extended his best wishes to the entire team.

The Prime Minister wrote on X;

“Congratulations to our Junior Men’s Hockey Team on winning the Asia Cup with an emphatic 4-1 win in the final. It is indeed a remarkable achievement.

This feat reflects the immense talent of our young players. Best wishes to the entire team!”