ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ପ୍ରଧାନମନ୍ତ୍ରୀ ଓ ଭାରତ ସରକାରଙ୍କୁ ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ନବୋନ୍ମେଷ ପାଇଁ କଲେ ପ୍ରଶଂସା
“ଆପଣଙ୍କ ଉଦ୍ୟମ ପାରମ୍ପରିକ ଔଷଧ ବ୍ୟବହାର କ୍ଷେତ୍ରରେ ଆଣିବ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ” ପ୍ରଧାନମନ୍ତ୍ରୀଙ୍କୁ କହିଲେ ମହାନିର୍ଦ୍ଦେଶକ
ପ୍ରଧାନମନ୍ତ୍ରୀ ଡକ୍ଟର ଟେଡ୍ରସ ଘେବ୍ରିୟେସସ୍‌ଙ୍କୁ ଦେଲେ ଗୁଜରାଟୀ ନାଁ “ତୁଳସୀ ଭାଇ”
“ଆୟୁଷ କ୍ଷେତ୍ରରେ ପୁଞ୍ଜିନିବେଶ ଓ ନବୋନ୍ମେଷ ର ଅସୀମ ସମ୍ଭାବନା ରହିଛି”
“୨୦୧୪ ମସିହାରେ ଆୟୁଷ କ୍ଷେତ୍ରର ଆକାର ତିନି ବିଲିୟନ ଡଲାରରୁ ମଧ୍ୟ କମ୍ ଥିବାବେଳେ ଏହା ୧୮ ବିଲିୟନ ଡଲାରକୁ ବୃଦ୍ଧି ପାଇଛି”
“ଭାରତ ଔଷଧିୟ ଗୁଳ୍ମର ଏକ ଗନ୍ତାଘର
“ଗତ କିଛି ବର୍ଷ ମଧ୍ୟରେ ୫୦ରୁ ଅଧିକ ବୁଝାମଣାପତ୍ର ବିଭିନ୍ନ ଦେଶ ସହ ସ୍ୱାକ୍ଷରିତ ହୋଇଛି । ଭାରତୀୟ ମାନକ ବ୍ୟୁରୋ ସହ ମିଶି ଆମର ଆୟୁଷ ବିଶେଷଜ୍ଞଗଣ
ଆଇଏସଓ ମାନ ବିକଶିତ କରିଛନ୍ତି । ୧୫୦ରୁ ଊର୍ଦ୍ଧ୍ୱ ଦେଶରେ ଆୟୁଷ କ୍ଷେତ୍ରରେ ବିଶାଳ ରପ୍ତାନୀ ବଜାର ସୃଷ୍ଟି କରିବ”
“ଏଫଏସ୍‌ଏସ୍‌ଏଆଇର ଆୟୁଷ ଆହାର ପ୍ରଯୋଜକମାନଙ୍କୁ ବିପୁଳଭାବେ ଔଷଧୀୟ ପୌଷ୍ଟିକ ତତ୍ୱ ସୁବିଧା ଦେବ”
“ସ୍ୱତନ୍ତ୍ର ଆୟୁଷ ଛାପ ସମଗ୍ର ବିଶ୍ୱରେ ଜନସାଧାରଣଙ୍କୁ ଆୟୁଷ ସାମଗ୍ରୀକୁ ବିଶ୍ୱାସଭାଜନ କରିବ”
“ ଭାରତ ସରକାର ଆୟୁଷ ଉଦ୍ୟାନ, ଆୟୁଷ ସାମଗ୍ରୀର ପ୍ରସ୍ତୁତି ଓ ଏହାର ଗବେଷଣା ନିମନ୍ତେ ଦେଶବ୍ୟାପୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୦.୦୪.୨୦୨୨) ଗୁଜରାଟର ଗାନ୍ଧୀନଗର ସ୍ଥିତ ମହାତ୍ମା ମନ୍ଦିରରେ ବୈଶ୍ୱିକ ଆୟୁଷ ପୁଞ୍ଜିବିନିଯୋଗ ଓ ନବୋନ୍ମେଷ ଶିଖର ସମ୍ମିଳନୀକୁ ଉଦ୍‌ଘାଟନ କରିଛନ୍ତି ।
ମରିସସ୍ ପ୍ରଧାନମନ୍ତ୍ରୀ ଶ୍ରୀ ପ୍ରବୀନ୍ଦ କୁମାର ଜଗନ୍ନାଥ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶର ଡକ୍ଟର ଟେଡ୍ରସ ଘାବ୍ରିୟେସସ୍ ଏହି ଅବସରରେ ଉପସ୍ଥିତ ଥିଲେ ।

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୦.୦୪.୨୦୨୨) ଗୁଜରାଟର ଗାନ୍ଧୀନଗର ସ୍ଥିତ ମହାତ୍ମା ମନ୍ଦିରରେ ବୈଶ୍ୱିକ ଆୟୁଷ ପୁଞ୍ଜିବିନିଯୋଗ ଓ ନବୋନ୍ମେଷ ଶିଖର ସମ୍ମିଳନୀକୁ ଉଦ୍‌ଘାଟନ କରିଛନ୍ତି । ମରିସସ୍ ପ୍ରଧାନମନ୍ତ୍ରୀ ଶ୍ରୀ ପ୍ରବୀନ୍ଦ କୁମାର ଜଗନ୍ନାଥ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶର ଡକ୍ଟର ଟେଡ୍ରସ ଘାବ୍ରିୟେସସ୍ ଏହି ଅବସରରେ ଉପସ୍ଥିତ ଥିଲେ । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ, ଶ୍ରୀ ସର୍ବାନନ୍ଦ ସୋନୋୱାଲ, ଶ୍ରୀ ମଞ୍ଜପାରା ମହେନ୍ଦ୍ର ଭାଇ ଓ ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ ମଧ୍ୟ ଉପସ୍ଥିତ ଥିଲେ । ଏହି ତିନିଦିନିଆ ଶିଖର ସମ୍ମିଳନୀରେ ସବୁ ସଦସ୍ୟ ଉପସ୍ଥିତ ଥାଇ ପାଞ୍ଚଟି ଅଧିବେଶନ, ଆଠଟି ଗୋଲଟେବୁଲ ବୈଠକ, ଛଅଟି କର୍ମଶାଳା, ଦୁଇଟି ପାଠ୍ୟଚକ୍ରରେ ପ୍ରାୟ ୯୦ଜଣ ସ୍ୱନାମଧନ୍ୟ ବକ୍ତା ଓ ଶହେଜଣ ପ୍ରଦର୍ଶକ ଉପସ୍ଥିତ ରହିବେ । ଏହି ଶିଖର ବୈଠକରେ ପୁଞ୍ଜିଲଗାଣର ଉତ୍ସ ସହ, ଗବେଷଣା ଓ ବିକାଶ, ଷ୍ଟାର୍ଟ ଅପ୍ ବାତାବରଣ ଓ ସୁଧାର ଶିଳ୍ପ ସମ୍ପର୍କରେ ଆଲୋଚନା ହେବ । ଏହା ଶିଳ୍ପପତି, ଶିକ୍ଷାବିତ୍ ଓ ବିଦ୍ୟାନମାନଙ୍କୁ ଏକାଠି କରିବା ସହ ଭବିଷ୍ୟତ ସମନ୍ୱୟ ନିମନ୍ତେ ଏକ ମଞ୍ଚ ସୃଷ୍ଟି କରିବ । ଡକ୍ଟର ଟେଡ୍ରସ ଘାବିୟେସସ ମହାତ୍ମାଗାନ୍ଧୀଙ୍କ ରାଜ୍ୟ ଓ ଦେଶରେ ଉପସ୍ଥିତ ରହି ନିଜର ଖୁସି ପ୍ରକଟ କରିବା ସହ ଏହି ରାଜ୍ୟ ଓ ଦେଶକୁ ସେ ବିଶ୍ୱର ଗର୍ବ ବୋଲି ବିବେଚନା କରନ୍ତି ବୋଲି କହିଥିଲେ । ସେ କହିଥିଲେ ଯେ ଭାରତର ଦର୍ଶନ “ବସୁଧୈବ କୁଟୁମ୍ବକମ୍‌’ ଗତକାଲି ଜାମନଗରଠାରେ ପ୍ରତିଷ୍ଠା କରାଯାଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବୈଶ୍ୱିକ କେନ୍ଦ୍ରରେ ପ୍ରତିଫଳିତ ହୋଇଛି । ସେ କହିଥିଲେ ଯେ ଏହି କେନ୍ଦ୍ରର ପ୍ରତିଷ୍ଠା ଐତହାସିକ ଓ ଏହା ଖୁବ ସୁଦୂର ପ୍ରସାରୀ ହେବ । ଏହି କେନ୍ଦ୍ର ଅଭିନବୀକରଣର ଏକ ଇଞ୍ଜିନ ଭାବେ ପ୍ରମାଣ, ତଥ୍ୟ ଓ ପାରମ୍ପାରିକ ଔଷଧର ସର୍ବାଧିକ ବ୍ୟବହାର ସମ୍ପର୍କରେ ସୂଚନା ଦେବ । ମହାନିର୍ଦ୍ଦେଶକ ପ୍ରଧାନମନ୍ତ୍ରୀ ଓ ଭାରତ ସରକାରଙ୍କୁ ଜନ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଭିନବୀକରଣ ନିମନ୍ତେ ପ୍ରଶଂସା କରିଥିଲେ । ପାରମ୍ପରିକ ଔଷଧ ଉପରେ ଗବେଷଣା ନିମନ୍ତେ ଆୟୁଷ ମନ୍ତ୍ରଣାଳୟର ତଥ୍ୟ ସଂଗ୍ରହ ପଦ୍ଧତିର ସେ ପ୍ରଶଂସା କରିଥିଲେ । ଆୟୁଷ ସାମଗ୍ରୀରେ ପୁଞ୍ଜି ବିନିଯୋଗ ଓ ଏହା ବୈଶ୍ୱିକ ଚାହିଦା ଯୋଗୁଁ ସମଗ୍ର ବିଶ୍ୱ ଭାରତକୁ ଆସୁଥିବା ବେଳେ, ଭାରତ ସମସ୍ତଙ୍କ ନିକଟରେ ପହଁଚିପାରୁଛି । ସେ ସ୍ୱାସ୍ଥ୍ୟ ବାତାବରଣରେ ସାଧାରଣଭାବେ ଦୀର୍ଘ ମିଆଦି ପୁଞ୍ଜିନିବେଶ ଓ ନିର୍ଦ୍ଦିଷ୍ଟଭାବେ ପାରମ୍ପାରିକ ଔଷଧ ଉପରେ ଗୁରୁତ୍ୱଆରୋପ କରିଥିଲେ । ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ ମହାନିର୍ଦ୍ଦେଶକ ତାଙ୍କ ବକ୍ତବ୍ୟ ଶେଷ କରିଥିଲେ । ସେ କହିଥିଲେ “ଏପରି ଗୁୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିବାରୁ ଆପଣଙ୍କୁ ଧନ୍ୟବାଦ । ମୋର ବିଶ୍ୱାସ ଯେ କେବଳ କେନ୍ଦ୍ର ନୁହେଁ ବରଂ ଆପଣଙ୍କ ଏକକ ନେତୃତ୍ୱ ପାରମ୍ପାରିକ ଔଷଧ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବ ।” ସେ ମଧ୍ୟ ପାରମ୍ପାରିକ ଔଷଧ ନିମନ୍ତେ ଅଙ୍ଗୀକାରବଦ୍ଧତା ପାଇଁ ମରିସସ୍ ପ୍ରଧାନମନ୍ତ୍ରୀ ଶ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥଙ୍କୁ ମଧ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । ସେ ମଧ୍ୟ ଆଜାଦୀ କା ଅମୃତ ମହୋତ୍ସବରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୭୫ବର୍ଷ ପୂରଣ କରିବା ଅଦଭୂତ ସଂଯୋଗ ବୋଲି କହିଥିଲେ ।

ମହାନିର୍ଦ୍ଦେଶକ ପ୍ରଧାନମନ୍ତ୍ରୀ ଓ ଭାରତ ସରକାରଙ୍କୁ ଜନ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଭିନବୀକରଣ ନିମନ୍ତେ ପ୍ରଶଂସା କରିଥିଲେ । ପାରମ୍ପରିକ ଔଷଧ ଉପରେ ଗବେଷଣା ନିମନ୍ତେ ଆୟୁଷ ମନ୍ତ୍ରଣାଳୟର ତଥ୍ୟ ସଂଗ୍ରହ ପଦ୍ଧତିର ସେ ପ୍ରଶଂସା କରିଥିଲେ । ଆୟୁଷ ସାମଗ୍ରୀରେ ପୁଞ୍ଜି ବିନିଯୋଗ ଓ ଏହା ବୈଶ୍ୱିକ ଚାହିଦା ଯୋଗୁଁ ସମଗ୍ର ବିଶ୍ୱ ଭାରତକୁ ଆସୁଥିବା ବେଳେ, ଭାରତ ସମସ୍ତଙ୍କ ନିକଟରେ ପହଁଚିପାରୁଛି । ସେ ସ୍ୱାସ୍ଥ୍ୟ ବାତାବରଣରେ ସାଧାରଣଭାବେ ଦୀର୍ଘ ମିଆଦି ପୁଞ୍ଜିନିବେଶ ଓ ନିର୍ଦ୍ଦିଷ୍ଟଭାବେ ପାରମ୍ପାରିକ ଔଷଧ ଉପରେ ଗୁରୁତ୍ୱଆରୋପ କରିଥିଲେ । ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ ମହାନିର୍ଦ୍ଦେଶକ ତାଙ୍କ ବକ୍ତବ୍ୟ ଶେଷ କରିଥିଲେ । ସେ କହିଥିଲେ “ଏପରି ଗୁୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିବାରୁ ଆପଣଙ୍କୁ ଧନ୍ୟବାଦ । ମୋର ବିଶ୍ୱାସ ଯେ କେବଳ କେନ୍ଦ୍ର ନୁହେଁ ବରଂ ଆପଣଙ୍କ ଏକକ ନେତୃତ୍ୱ ପାରମ୍ପାରିକ ଔଷଧ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବ ।” ସେ ମଧ୍ୟ ପାରମ୍ପାରିକ ଔଷଧ ନିମନ୍ତେ ଅଙ୍ଗୀକାରବଦ୍ଧତା ପାଇଁ ମରିସସ୍ ପ୍ରଧାନମନ୍ତ୍ରୀ ଶ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥଙ୍କୁ ମଧ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । ସେ ମଧ୍ୟ ଆଜାଦୀ କା ଅମୃତ ମହୋତ୍ସବରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୭୫ବର୍ଷ ପୂରଣ କରିବା ଅଦଭୂତ ସଂଯୋଗ ବୋଲି କହିଥିଲେ ।

ଶ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥ ଭାରତ ଓ ଗୁଜରାଟରର  ପାରମ୍ପାରିକ ଔଷଧ କ୍ଷେତ୍ରରେ ଅବଦାନ ପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ସେ ମଧ୍ୟ ତାଙ୍କ ଦେଶରେ ଭାରତର ସ୍ୱାସ୍ଥ୍ୟଗତ ସହାୟତା ସମ୍ପର୍କରେ ଉଲ୍ଲେଖ କରିଥିଲେ । ଏକ ବଂଶାନୁକ୍ରମିକ ସମ୍ପର୍କ ଯୋଗୁଁ ତାଙ୍କ ଦେଶରେ  ମଧ୍ୟ ଆୟୁର୍ବେଦକୁ ଗୁରୁତ୍ୱ ଦିଆଯିବା କଥା ଶ୍ରୀ ଜଗନ୍ନାଥ କହିଥିଲେ ।

ସେ ମରିସସ୍‌ରେ ଆୟର୍ବେଦ ହସ୍‌ପିଟାଲ ପ୍ରତିଷ୍ଠା ସହ ପ୍ରଥମ ଲକଡାଉନ କାଳରେ ଭାରତ ଦାନ ଦେଇଥିବା ପାରମ୍ପାରିକ ଔଷଧପତ୍ର ନିମନ୍ତେ ଧନ୍ୟବାଦ ଜ୍ଞାପନ କରିଥିଲେ । “ଏହା ବନ୍ଧୁତ୍ୱ ଭାବର ଏକ ନିଦର୍ଶନ ଓ ସେଥିପାଇଁ ସେ ଭାରତ ସରକାର ଓ ବିଶେଷକରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନିକଟରେ କୃତଜ୍ଞ ବୋଲି ପ୍ରବିନ୍ଦ କୁମାର ଜଗନ୍ନାଥ କହିଥିଲେ ।

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ବୈଶ୍ୱିକ ଆୟୁଷ ପୁଞ୍ଜିବିନିଯୋଗ ଓ ଅଭିନବୀକରଣ ଶିଖର ସମ୍ମିଳନୀଧାରଣା ତାଙ୍କର ବୈଶ୍ୱିକ ମହାମାରୀ କାଳରେ ଆସିଥିଲା । ଆୟୁଷ ସେତେବେଳେ ଜନସାଧାରଣଙ୍କୁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ସହାୟକ ହେବା ସହ ଆୟୁଷ ସାମଗ୍ରୀର ଚାହିଦା ମଧ୍ୟ ଆଶାତୀତ ଭାବେ ବୃଦ୍ଧି ପାଇଥିଲା । ବୈଶ୍ୱିକ ମହାମାରୀ ମୁକାବିଲା ଦିଗରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଧୁନିକ ଫାର୍ମା କମ୍ପାନୀ ଓ ଟିକା ଉତ୍ପାଦନକାରୀମାନେ ଠିକ୍ ସମୟରେ ପୁଞ୍ଜି ବିନିଯୋଗ ହେଲେ ସେମାନେ ଟିକା ଉତ୍ପାଦନ କ୍ଷେତ୍ରରେ ସଫଳତା ପାଇବେ ବୋଲି ଦୃଢୋକ୍ତି ପ୍ରକାଶ କଲେ । “କିଏ କେବେ ବି କଳ୍ପନା କରିଥିଲା କି ଆମେ ଏତେ ଶୀଘ୍ର କରୋନା ଟିକା ବାହାର କରିବାରେ ସମର୍ଥ ହେବୁ? ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ ।

ଆୟୁଷ କ୍ଷେତ୍ରରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ଦେଖିସାରିଛୁ ଯେ ଆୟୁଷ ଔଷଧ ବିକଳ୍ପ ଔଷଧ ଓ ପ୍ରସାଦନ ସାମଗ୍ରୀ ଉତ୍ପାଦନ ଅସ୍ୱାଭାବିକ ଭାବେ ବୃଦ୍ଧି ପାଇଛି । ୨୦୧୪ ମସିହାରେ ଆୟୁଷ କ୍ଷେତ୍ର ଯାହା ୩ବିଲିୟନ ଡଲାରରୁ ମଧ୍ୟ କମ୍ ଥିଲା ଆଜି ୧୮ ବିଲିୟନ ଡଲାରରୁ ଅଧିକ ବୃଦ୍ଧି ପାଇଛି ।  ଆୟୁଷ ମନ୍ତ୍ରଣାଳୟ ପାରମ୍ପାରିକ ଔଷଧ କ୍ଷେତ୍ରରେ ଷ୍ଟାର୍ଟଅପ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ପଦକ୍ଷେପ ନେଇଛି । କିଛି ଦିନ ତଳେ ସର୍ବ ଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନ ଦ୍ୱାରା ବିକଶିତ ଏକ ଉଷ୍ମାୟନ କେନ୍ଦ୍ର ମଧ୍ୟ ଉଦ୍‌ଘାଟିତ ହୋଇଛି ବୋଲି ଶ୍ରୀ ମୋଦି କହିଥିଲେ । ବର୍ତ୍ତମାନ ସମୟରେ ୨୦୨୨ ମସିହାରୁ ଏପର୍ଯ୍ୟନ୍ତ ୧୪ଟି ଭାରତୀୟ ଷ୍ଟାର୍ଟଅପ ୟୁନିକର୍ଣ୍ଣ କ୍ଲବରେ ଯୋଗଦେଇଛନ୍ତି । “ମୁଁ ନିଶ୍ଚିତ ଯେ ଖୁବ୍ ଶୀଘ୍ର ଆମ ଆୟୁଷ ଷ୍ଟାର୍ଟଅପ୍‌ରୁ ୟୁନିକର୍ଣ୍ଣର ଆବିର୍ଭାବ ହେବ” ।

ଔଷଧୀୟ ବୃକ୍ଷରାଜି ଆୟ ବୃଦ୍ଧି ଓ ଲୋକଙ୍କ ଜୀବନଜୀବିକାରେ ଏକ ଉତ୍ତମ  ମାଧ୍ୟମ ବୋଲି କହି ପ୍ରଧାନମନ୍ତ୍ରୀ ଯେଉଁ ଚାଷୀମାନେ ଔଷଧୀୟ ବୃକ୍ଷରାଜି ଚାଷ କରୁଛନ୍ତି ସେମାନଙ୍କୁ ସହଜରେ ବଜାର ସୁବିଧା ଉପଲବ୍ଧ କରାଇବା ନେଇ ହେଉଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ଏଥିପାଇଁ ସରକାର ଆଧୁନିକୀକରଣ ଓ ଅ।।ୟୁଷ  ଇ-ବଜାର ପାଇଁ ଲାଗିଛନ୍ତି ବୋଲି ସେ କହିଥିଲେ । ଭାରତ ଔଷଧୀୟ ଗୁଳ୍ମ ରାଜିର ଗନ୍ତାଘର ଓ ଏକ ଦୃଷ୍ଟିରୁ କହିଲେ ଏହା ଆମର ‘ସବୁଜ ସୁନା ସମତୁଲ’ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଆୟୁଷ କ୍ଷେତ୍ରରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ଦେଖିସାରିଛୁ ଯେ ଆୟୁଷ ଔଷଧ ବିକଳ୍ପ ଔଷଧ ଓ ପ୍ରସାଦନ ସାମଗ୍ରୀ ଉତ୍ପାଦନ ଅସ୍ୱାଭାବିକ ଭାବେ ବୃଦ୍ଧି ପାଇଛି । ୨୦୧୪ ମସିହାରେ ଆୟୁଷ କ୍ଷେତ୍ର ଯାହା ୩ବିଲିୟନ ଡଲାରରୁ ମଧ୍ୟ କମ୍ ଥିଲା ଆଜି ୧୮ ବିଲିୟନ ଡଲାରରୁ ଅଧିକ ବୃଦ୍ଧି ପାଇଛି ।  ଆୟୁଷ ମନ୍ତ୍ରଣାଳୟ ପାରମ୍ପାରିକ ଔଷଧ କ୍ଷେତ୍ରରେ ଷ୍ଟାର୍ଟଅପ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ପଦକ୍ଷେପ ନେଇଛି । କିଛି ଦିନ ତଳେ ସର୍ବ ଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନ ଦ୍ୱାରା ବିକଶିତ ଏକ ଉଷ୍ମାୟନ କେନ୍ଦ୍ର ମଧ୍ୟ ଉଦ୍‌ଘାଟିତ ହୋଇଛି ବୋଲି ଶ୍ରୀ ମୋଦି କହିଥିଲେ । ବର୍ତ୍ତମାନ ସମୟରେ ୨୦୨୨ ମସିହାରୁ ଏପର୍ଯ୍ୟନ୍ତ ୧୪ଟି ଭାରତୀୟ ଷ୍ଟାର୍ଟଅପ ୟୁନିକର୍ଣ୍ଣ କ୍ଲବରେ ଯୋଗଦେଇଛନ୍ତି । “ମୁଁ ନିଶ୍ଚିତ ଯେ ଖୁବ୍ ଶୀଘ୍ର ଆମ ଆୟୁଷ ଷ୍ଟାର୍ଟଅପ୍‌ରୁ ୟୁନିକର୍ଣ୍ଣର ଆବିର୍ଭାବ ହେବ” ।

ଔଷଧୀୟ ବୃକ୍ଷରାଜି ଆୟ ବୃଦ୍ଧି ଓ ଲୋକଙ୍କ ଜୀବନଜୀବିକାରେ ଏକ ଉତ୍ତମ  ମାଧ୍ୟମ ବୋଲି କହି ପ୍ରଧାନମନ୍ତ୍ରୀ ଯେଉଁ ଚାଷୀମାନେ ଔଷଧୀୟ ବୃକ୍ଷରାଜି ଚାଷ କରୁଛନ୍ତି ସେମାନଙ୍କୁ ସହଜରେ ବଜାର ସୁବିଧା ଉପଲବ୍ଧ କରାଇବା ନେଇ ହେଉଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ଏଥିପାଇଁ ସରକାର ଆଧୁନିକୀକରଣ ଓ ଅ।।ୟୁଷ  ଇ-ବଜାର ପାଇଁ ଲାଗିଛନ୍ତି ବୋଲି ସେ କହିଥିଲେ । ଭାରତ ଔଷଧୀୟ ଗୁଳ୍ମ ରାଜିର ଗନ୍ତାଘର ଓ ଏକ ଦୃଷ୍ଟିରୁ କହିଲେ ଏହା ଆମର ‘ସବୁଜ ସୁନା ସମତୁଲ’ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଆୟୁଷ ସାମଗ୍ରୀ ଅଧିକରୁ ଅଧିକ ଉପଲବ୍ଧ କରାଇବା ସହ ଅସ୍ୱାଭାବିକ ପଦକ୍ଷେପମାନ ନିଆଯାଇଛି । ଅନ୍ୟାନ୍ୟ ଦେଶଗୁଡିକ ସହ ଆୟୁଷ ଔଷଧର ସ୍ୱୀକୃତି ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ୫୦ରୁ ଅଧିକ ବୁଝାମଣାପତ୍ର ବିଭିନ୍ନ ଦେଶ ସହ ଗତ କିଛିବର୍ଷ ମଧ୍ୟରେ ସ୍ୱାକ୍ଷରିତ ହୋଇଛି । “ଭାରତୀୟ ମାନକ ବ୍ୟୁରୋ ସହ ମିଶି ଆମର ଆୟୁଷ ବିଶେଷଜ୍ଞଗଣ ଆଇଏସଓ ମାନ ବିକଶିତ କରୁଛନ୍ତି । ଏହା ୧୫୦ରୁ ଅଧିକ ଦେଶରେ ଆୟୁଷ କ୍ଷେତ୍ରରେ ବିଶାଳ ରପ୍ତାନୀ ବଜାର ସୃଷ୍ଟି କରିବ” ବୋଲି ସେ କହିଥିଲେ ।

ଶ୍ରୀ ମୋଦୀ ଆହୁରି କହିଥିଲେ ଯେ ଫାସାଇ(FSSAI) ଆୟୁଷ ଆହାର’ ନାମରେ ଏକ ନୂତନ ଶ୍ରେଣୀ ଗତ ସପ୍ତାହରେ ଘୋଷଣା କରିଛି । ଏହା ବହୁଳଭାବେ ଆୟୋଜକମାନଙ୍କୁ ଔଷଧୀୟ ପୌଷ୍ଟିକ ବିକଳ୍ପ ଯୋଗାଇବ । ସେହିପରି ଭାରତ ମଧ୍ୟ ଏକ ସ୍ୱତନ୍ତ୍ର ଆୟୁଷ ଚିହ୍ନ ତିଆରି କରିବାକୁ ଯାଉଛନ୍ତି । ଏହା ଭାରତରେ ତିଆରି ହେଉଥିବା ସର୍ବୋଚ୍ଚ ମାନର ଆୟୁଷ ସାମଗ୍ରୀ ପ୍ରତି ପ୍ରୟୋଗ କରାଯିବ । ଏହି ଆୟୁଷ ଛାପ ଆଧୁନିକ ବୈଷୟିକ ଜ୍ଞାନ ସଂଶ୍ଲିଷ୍ଟ ରହିବ । ସ୍ୱତନ୍ତ୍ର ଆୟୁଷ ଛାପ ସାରା ପୃଥିବୀରେ ଜନସାଧାରଣଙ୍କୁ ଆୟୁଷ ସାମଗ୍ରୀ ପ୍ରତି ବିଶ୍ୱାସ ଭାଜନ କରାଇବ” ବୋଲି ସେ କହିଥିଲେ ।

ଦେଶବ୍ୟାପୀ ଆୟୁଷ ସାମଗ୍ରୀ ଉପରେ ଗବେଷଣା ଓ ପ୍ରସ୍ତୁତି ତଥା ଏହାର ଚାହିଦା ବୃଦ୍ଧି ପାଇଁ ସରକାର ଆୟୁଷ ଉଦ୍ୟାନର ଏକ ନେଟୱାର୍କି ସୃଷ୍ଟି ପାଇଁ ଚେଷ୍ଟା କରୁଥିବା ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ଏହି ଆୟୁଷ ଉଦ୍ୟାନ ଦେଶରେ ଆୟୁଷ ସାମଗ୍ରୀ ନିର୍ମାଣରେ ଏକ ଦିଗ୍‌ଦର୍ଶନ ଦେବ ବୋଲି ଶ୍ରୀ ମୋଦି କହିଥିଲେ । 

ପାରମ୍ପାରିକ ଔଷଧର ଦକ୍ଷତା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ କେରଳ ପର୍ଯ୍ୟଟନରେ ପାରମ୍ପାରିକ ଔଷଧର ଚାହିଦା ବୃଦ୍ଧି ପାଉଛି । “ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ ଏହି ଦକ୍ଷତା ରହିଛି  । ଏହି ଦଶନ୍ଧିରେ ହିଲ୍ ଇଣ୍ଡିଆ ବା ଭାରତରେ ଆରୋଗ୍ୟ ଛାପ ପ୍ରତିଫଳିତ ହେବ ବୋଲି କହିଥିଲେ । ଆୟୁର୍ବେଦ,  ୟୁନାନୀ ଓ ସିଦ୍ଧରେ ପର୍ଯ୍ୟବଶିତ ସୁଧାର କେନ୍ଦ୍ରଗୁଡିକ ଖୁବ ଲୋକପ୍ରିୟ ହୋଇପାରିବ ବୋଲି ସେ କହିଥିଲେ । ସେହି କ୍ଷେତ୍ରକୁ ଅଧିକ ପ୍ରୋତ୍ସାହନ ଦେବା ପାଇଁ  ସରକାର ବିଦେଶୀ ନାଗରିକମାନଙ୍କ ନିମନ୍ତେ ପଦକ୍ଷେପ ନେଇଛନ୍ତି । ଖୁବ୍ ଶୀଘ୍ର ଭାରତ ଆୟୁଷ ଶ୍ରେଣୀ ଭିସା ପ୍ରବର୍ତ୍ତନ କରିବାକୁ ଯାଉଛି । ନା ଭାରତରେ ଆୟୁଷ ଥେରାପି ପାଇଁ ପର୍ଯ୍ୟଟନର ପର୍ଯ୍ୟାପ୍ତ ସୁଯୋଗ ଦେବ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କେନିଆ ପୂର୍ବତନ ପ୍ରଧାନମନ୍ତ୍ରୀ ରାଲିଆ ଓଡିଙ୍ଗାଙ୍କ କନ୍ୟା ରୋଜମେରି ଓଡିଙ୍ଗା କ୍ଷେତ୍ରରେ ଆୟୁର୍ବେଦ ଚିକିତ୍ସା ଯୋଗୁଁ  କିପରି ତାଙ୍କର ଦୃଷ୍ଟିଶକ୍ତି ଫେରି ପାଇଥିଲେ ତାହାର ବର୍ଣ୍ଣନା କରିଥିଲେ । ରୋଜମେରି ଓଡିଙ୍ଗା ସେଠାରେ ଉପସ୍ଥିତ ଥିବାରୁ ତାଙ୍କୁ ବିପୁଳ କରତାଳି ସହ ଉତ୍ସସିତ  ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଏକବିଂଶ ଶତାବ୍ଦୀରେ ଆମେ ଆମ ଅଭିଜ୍ଞତା ସମଗ୍ର ବିଶ୍ୱ ସହ ସାମିଲ କରିବୁ । ଆମର ଐତିହ୍ୟ ସମଗ୍ର ମାନବତା ପାଇଁ ଏକ ତତ୍ୱ ହୋଇ ରହିବ ବୋଲି ସେ କହିଥିଲେ । ଆୟୁର୍ବେଦର ଲୋକପ୍ରିୟତା ଏହାର ‘ଓପନ ସୋର୍ସ ମଡେଲ’ ଯୋଗୁଁ ସମ୍ଭବ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହାକୁ ଆଇଟି ସେକ୍ଟର ଓପନ ସୋର୍ସ ମୁଭମେଂଟ ସହ ତୁଳନା କରି ଆୟୁର୍ବେଦର ପରମ୍ପରା ଦିନକୁ ଦିନ ସୁଦୃଢ ହେବାରେ ଲାଗିଛି ବୋଲି କହିଥିଲେ । ଆମର ପୂର୍ବଜମାନଙ୍କ ଦ୍ୱାରା ଉତ୍ସାହିତ ହୋଇ ଏ ଦିଗରେ କାର୍ଯ୍ୟ କରିବା ଉଚିତ । ଅମୃତକାଳର ଆଗାମୀ ୨୫ବର୍ଷ ପାରମ୍ପାରିକ ଔଷଧର ସୁବର୍ଣ୍ଣଯୁଗ ହେବ ବୋଲି ଶ୍ରୀ ମୋଦୀ ଆଶା ପୋଷଣ କରିଥିଲେ ।

 ପ୍ରଧାନମନ୍ତ୍ରୀ ଅଭିଭାଷଣ ଏକ ବ୍ୟକ୍ତିଗତ ଓ ମଜାଳିଆ ଟିପ୍ପଣୀ ସହ ଶେଷ ହୋଇଥିଲା । ଡକ୍ଟର ଟେଡ୍ରସ ଘାବ୍ରିୟେସସ୍‌ଙ୍କ ଭାରତ ଓ ଏହାର ଶିକ୍ଷକମାନଙ୍କ ପ୍ରତି ଅନୁରାଗ ଏବଂ ତାଙ୍କର ଗୁଜରାଟ ପ୍ରତି ସ୍ନେହକୁ ଦେଖି ଶ୍ରୀ ମୋଦୀ ତାଙ୍କୁ ଗୁଜରାଟୀରେ ‘ତୁଳସୀ ଭାଇ’ ବୋଲି ନାମକରଣ କରିଥିଲେ । ଭାରତୀୟ ପରମ୍ପରାରେ ତୁଳସୀର ମହତ୍ୱ ଓ ସ୍ଥିତି ସମ୍ପର୍କରେ କହି ପ୍ରଧାନମନ୍ତ୍ରୀଙ୍କୁ ଉଲ୍ଲସିତ ‌ଥିବା ହୁ’ର ମହାନିର୍ଦ୍ଦେଶକ ଓ ସେଠାରେ ଉପସ୍ଥିତ ମରିସସ୍‌ର ପ୍ରଧାନମନ୍ତ୍ରୀ ଶ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
FTAs boost global demand for Indian talent, expand mobility options

Media Coverage

FTAs boost global demand for Indian talent, expand mobility options
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam highlighting the true resolve of a representative
April 29, 2026

Prime Minister Shri Narendra Modi shared a Sanskrit Subhashitam today highlighting the true resolve of a representative.

The Prime Minister remarked that as vigilant citizens of the country, it is our duty to ensure record voting to make democracy even stronger.

The Prime Minister wrote on X:

"देश के एक सजग नागरिक के रूप में हमारा कर्तव्य है कि हम लोकतंत्र को और अधिक सशक्त बनाने के लिए रिकॉर्ड मतदान सुनिश्चित करें। इस तरह हम न केवल भारतवर्ष के नवनिर्माण में अपनी सक्रिय भागीदारी निभा सकते हैं, बल्कि एक समर्थ और समृद्ध राष्ट्र की नींव को और मजबूत कर सकते हैं।

राज्ञो हि व्रतमुत्थानं यज्ञः कार्यानुशासनम्।

दक्षिणा वृत्तिसाम्यं च दीक्षितस्याभिषेचनम्॥"

From the perspective of the welfare of the people, continuously uplifting them, faithfully performing duties as a sacred responsibility, ensuring fair judgment, giving generously, treating everyone with equality, and keeping oneself pure, disciplined and dedicated with a consecrated spirit, this is the true resolve of a representative.