“କାଶୀ ଜ୍ଞାନ, ଆଲୋଚନା, ତର୍କ, ସଂସ୍କୃତି ଓ ଆଧ୍ୟାତ୍ମିକତାର କେନ୍ଦ୍ର ଭାବେ ଶହ ଶହ ବର୍ଷ ଧରି ରହି ଆସିଛି”
“ସ୍ଥାୟୀ ଓ ନିରନ୍ତର ବିକାଶର ଲକ୍ଷ୍ୟ ଯେପରି ପଛରେ ନ ପଡେ ତାହା ଜନସାଧାରଣଙ୍କ ସମ୍ମିଳିତ ଦାୟିତ୍ୱ”
“ଶହେରୁ ଅଧିକ ଆକାଂକ୍ଷୀ ଜିଲ୍ଲାର ବିକାଶ କରି ଜନସାଧାରଣଙ୍କ ଜୀବନମାନର ଉନ୍ନତି ଆଣିବାକୁ ଆମେ ଉଦ୍ୟମ କରିଛୁ”
“ଜନସାଧାରଣଙ୍କୁ ସଶକ୍ତ କରିବା ସହ ତଥ୍ୟ ପହଞ୍ଚାଇବା ଓ ଅନ୍ତର୍ଭୁକ୍ତୀକରଣ ସୁନିଶ୍ଚିତ କରିବା ପାଇଁ ଯେଉଁଠି ପ୍ରଯୁକ୍ତି ବିଦ୍ୟା ବ୍ୟବହୃତ ହେଉଛି ଡିଜିଟାଇଜେସନ ସେଠାରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବ”
“ଭାରତରେ ଆମେ ନଦୀ, ଗଛ, ପର୍ବତ ଓ ପ୍ରକୃତିର ସମସ୍ତ ଉପାଦାନକୁ ସମ୍ମାନ ଦେଇଥାଉ”
“ଭାରତ କେବଳ ମହିଳା ସଶକ୍ତିକରଣରେ ସୀମିତ ନୁହଁ ଏହା ମହିଳା ନେତୃତ୍ୱାଧୀନ ବିକାଶ ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇଛି”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୨.୦୬.୨୦୨୩) ଭିଡିଓ ବାର୍ତ୍ତା ଜରିଆରେ ଜି-୨୦ ଉନ୍ନୟନ ମନ୍ତ୍ରୀମାନଙ୍କ ବୈଠକରେ ନିଜର ଅଭିଭାଷଣ ପ୍ରଦାନ କରିଛନ୍ତି ।

ସମବେତ ଅତିଥିଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଗଣତନ୍ତ୍ରର ଜନନୀ ତଥା ପ୍ରାଚୀନତମ ଜୀବନ୍ତ ନଗରୀ ବାରଣାସୀକୁ ସମସ୍ତଙ୍କୁ ସ୍ୱାଗତ କରିଥିଲେ । କାଶୀର ମହତ୍ୱ ସମ୍ପର୍କରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ କାଶୀ ଜ୍ଞାନ, ଆଲୋଚନା, ତର୍କ, ସଂସ୍କୃତି ଓ ଆଧ୍ୟାତ୍ମିକାର କେନ୍ଦ୍ରଭାବେ ଶହ ଶହ ବର୍ଷ ଧରି ରହି ଆସିଛି । ଏହା ମଧ୍ୟ ଭାରତୀୟ ବିବିଧ ଐତିହ୍ୟର ସଂଗମସ୍ଥଳ ହୋଇଥିବାରୁ ଦେଶର ସମସ୍ତ ପ୍ରାନ୍ତରୁ ଜନସାଧାରଣ ଏଠାରେ ଏକାଠି ହୋଇଥାନ୍ତି । ଜି-୨୦ ବିକାଶ କାର୍ଯ୍ୟକ୍ରମ ମଧ୍ୟ କାଶୀରେ ପହଞ୍ଚିଥିବାରୁ ଶ୍ରୀ ମୋଦୀ ସନ୍ତୋଷ ବ୍ୟକ୍ତ କରିଥିଲେ ।

“ଦକ୍ଷିଣ ଗୋଲାର୍ଦ୍ଧ ନିମନ୍ତେ ବିକାଶ ଏକ ମୁଖ୍ୟ ସମସ୍ୟା” ବୋଲି କହି ପ୍ରଧାନମନ୍ତ୍ରୀ କହିଥିଲେ ଯେ କୋଭିଡ ବୈଶ୍ୱିକ ମହାମାରୀ ଯୋଗୁଁ ଦକ୍ଷିଣ ଗୋଲାର୍ଦ୍ଧ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହେବା ସହ ଖାଦ୍ୟ, ଇନ୍ଧନ ଓ ସାର ସମସ୍ୟା ଏହାର ଭୂ-ରାଜନୈତିକ ଅସ୍ଥିରତା ପାଇଁ ଦାୟୀ । ଏପରି ପରିସ୍ଥିତିରେ ଆପଣମାନେ ମାନବତା ପାଇଁ ଯେଉଁ ନିଷ୍ପତ୍ତି ନେବେ ତାହା ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ମୋଦୀ କହିଥିଲେ । ଯେପରି ସ୍ଥାୟୀ ଓ ନିରନ୍ତର ବିକାଶ ଲକ୍ଷ୍ୟ ଯେପରି ପଛେଇ ନଯାଏ ତାହା ଦେଖିବା ହେଉଛି ସମସ୍ତଙ୍କର ଦାୟିତ୍ୱ ବୋଲି ଗୁୁରୁତ୍ୱା ଆରୋପ କରି ଶ୍ରୀ ମୋଦୀ ଦକ୍ଷିଣ ଗୋଲାର୍ଦ୍ଧ ବିଶ୍ୱକୁ ଏହା କାର୍ଯ୍ୟକାରୀ ଯୋଜନା ଉପରେ ଏକ କଡା ବାର୍ତ୍ତା ଦେବା ଜରୁରୀ ବୋଲି କହିଥିଲେ । 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ଥାୟୀ ଓ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ନିମନ୍ତେ ଆମର ଉଦ୍ୟମ ବିସ୍ତୃତ, ଅନ୍ତର୍ଭୁକ୍ତୀକରଣ, ଉତ୍ତମ, ସ୍ଥାୟୀ ଓ ନିରନ୍ତର ହେବା ସହ ଏ ବାବଦକୁ ପୁଞ୍ଜିନିବେଶ ବୃଦ୍ଧି ଓ ଅନେକ ଓଦେଶ ସମ୍ମୁଖୀନ ହେଉଥିବା ଋଣ ଭାର ନେଇ ମଧ୍ୟ ସମାଧାନର ପନ୍ଥା ବାହାର କରିବାକୁ ପଡିବ । ବହୁମୁଖୀ ଆର୍ଥିକ ସଂସ୍ଥାଗୁଡିକରେ ସଂସ୍କାର ଅଣାଯାଇ ଏହାର ସାମର୍ଥ ମାନଦଣ୍ଡକୁ ସମ୍ପ୍ରସାରଣ କରାଯିବା ଦରକାର । ଏହା ହେଲେ ଯାଇ ଯେଉଁମାନେ ଅତି ଆବଶ୍ୟକ ମନେ କରିବେ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ସୁନିଶ୍ଚିତ କରାଯାଇ ପାରିବ ବୋଲି ଶ୍ରୀ ମୋଦୀ କହିଥିଲେ । ଆମେ ଭାରତର ଶହେଟି ଆକାଂକ୍ଷିତ ଜିଲ୍ଲାରେ ବିକାଶକୁ ତ୍ୱରାନ୍ୱିତ କରି ଜନସାଧାରଣଙ୍କ ଜୀବନମାନର ଉନ୍ନତି ଆଣିବାରେ ଉଦ୍ୟମ କରିଛୁ । ଏହି ଆକାଂକ୍ଷିତ ଜିଲ୍ଲାଗୁଡିକ ବର୍ତ୍ତମାନ ଦେଶରେ ଅଭିବୃଦ୍ଧିର ବାର୍ତ୍ତାବହ ସାଜିଛନ୍ତି । ସେ ଜି-୨୦ ବିକାଶ ମନ୍ତ୍ରୀମାନଙ୍କୁ ଏହି ବିକାଶର ମଡେଲକୁ ଅନୁଧ୍ୟାନ କରିବାକୁ ଅନୁରୋଧ କରିଥିଲେ ।” ଆପଣମାନେ ୨୦୩୦ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିବାକୁ ଯାଉଥିବାରୁ ଏହି ମଡେଲ ଯୁକ୍ତିଯୁକ୍ତ ହୋଇପାରେ ବୋଲି ସେ କହିଥିଲେ । 

କ୍ରମବର୍ଦ୍ଧିଷ୍ଣୁ ତଥ୍ୟ ଅମେଳ ଖାଉଥିବା ଉପରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉପଯୁକ୍ତ ନୀତି ନିର୍ଦ୍ଧାରଣ ନିମନ୍ତେ ଉଚ୍ଚ ଗୁଣାତ୍ମକ ତଥ୍ୟ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ସେହିପରି ଦକ୍ଷତାପୂର୍ଣ୍ଣ ସମ୍ବଳ, ଆବଣ୍ଟନ, ସର୍ବସାଧାରଣଙ୍କୁ ସେବା ପ୍ରଦାନ ନିମନ୍ତେ ମଧ୍ୟ ଏହା ଦରକାର । ଏହି ତଥ୍ୟ ଅମେଳକୁ ଦୂର କରିବା ପାଇଁ ପ୍ରଯୁକ୍ତିର ଗଣତାନ୍ତ୍ରିକ ପଦ୍ଧତି ଏକ ଗୁରୁତ୍ୱପୂର୍ଣ୍ଣ ଦିଗ । ଭାରତରେ ଜନସାଧାରଣଙ୍କୁ ସଶକ୍ତ, ତଥ୍ୟର ସହଜ ଲଭ୍ୟତା ଓ ଅନ୍ତର୍ଭୁକ୍ତୀକରଣ ସୁନିଶ୍ଚିତ କରିବା ପାଇଁ ଡିଜିଟାଇଜେସନ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଏହାର ଅଭିଜ୍ଞତା ଅଂଶୀଦାର ଦେଶମାନଙ୍କୁ ହସ୍ତାନ୍ତର କରିବାକୁ ରାଜି ଅଛି ଓ ବିକାଶମୁଖୀ ଦେଶଗୁଡିକରେ ବିକାଶ ଓ ତଥ୍ୟ ବିତରଣ ବଳରେ ଏହା ସମ୍ଭବ ହୋଇପାରିବ । 

ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଭାରତରେ ଆମେ ନଦୀ,ବୃକ୍ଷ, ପର୍ବତ ଓ ପ୍ରକୃତିର ସମସ୍ତ ଉପାଦାନକୁ ସମ୍ମାନ ଦେଇଥାଉଁ ।” ସେ ଭାରତର ପାରମ୍ପରିକ ଗ୍ରହ ସମର୍ଥନ ଜୀବନଶୈଳୀ ଉପରେ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀ ଗତବର୍ଷ ଜାତିସଂଘ ମହାସଚିବଙ୍କ ସହ ମିଶନ ଲାଇଫ ଶୁଭାରମ୍ଭର ସ୍ମତିଚାରଣ କରି ଏହି ସଂସ୍ଥା ଉଚ୍ଚସ୍ତରୀୟ ମୂଲ୍ୟବୋଧ ଭିତ୍ତିକ ନୀତି ବିକଶିତ କରୁଛି ବୋଲି କହିଥିଲେ । ଜଳବାୟୁ ନେଇ ପଦକ୍ଷେପ ନେବା ଦିଗରେ ଏହି ଅବଦାନ ଖୁବ୍ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଶ୍ରୀ ମୋଦୀ କହିଥିଲେ । 

ସ୍ଥାୟୀ ଓ ନିରନ୍ତର ବିକାଶ ଦିଗରେ ମହିଳା ସଶକ୍ତିକରଣ ଓ ଲିଙ୍ଗଗତ ସମାନତା ଉପରେ ଗୁରୁତ୍ୱ ଆରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ କେବଳ ମହିଳା ସଶକ୍ତିକରଣ ମଧ୍ୟରେ ସୀମିତ ନୁହେଁ, ଏହା ମହିଳା ନେତୃତ୍ୱାଧୀନ ବିକାଶକୁ ସମ୍ପ୍ରସାରିତ ହୋଇଛି । ମହିଳାମାନେ ବିକାଶର ସୂଚୀ ତିଆରି କରୁଛନ୍ତି ଓ ସେମାନେ ମଧ୍ୟ ଅଭିବୃଦ୍ଧି ଓ ପରିବର୍ତ୍ତନର ପ୍ରତିନିଧି ଭାବେ କାର୍ଯ୍ୟ କରୁଛନ୍ତି । ମହିଳା ନେତୃତ୍ୱାଧୀନ ବିକାଶର ଏକ କାର୍ଯ୍ୟ ଖସଡା ପ୍ରସ୍ତୁତ କରିବା ନେଇ ସେ ସମସ୍ତଙ୍କୁ ନିବେଦନ କରିଥିଲେ । 

ଉଦ୍‌ବୋଧନର ପରିସମାପ୍ତି ଘଟାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ କାଶୀର ଉତ୍ସାହ ଅନନ୍ତକାଳ ଧରି ଭାରତୀୟ ପରମ୍ପରାକୁ ଶକ୍ତି ପ୍ରଦାନ କରି ଆସିଛି । ପ୍ରଧାନମନ୍ତ୍ରୀ ପ୍ରତିନିଧିଗଣ ସବୁ ସମୟ ବୈଠକଖାନାରେ ନ ରହି କାଶୀରର ଉତ୍ସାହକୁ ଆବିଷ୍କାର କରିବା ସହ ଅଭିଜ୍ଞତା ଅର୍ଜନ କରିବାକୁ ଉତ୍ସାହିତ କରିଥିଲେ । “ମୋର ଦୃଢ ବିଶ୍ୱାସ ଯେ ଗଙ୍ଗା ଆରତୀ ଅଭିଜ୍ଞତା ସହ ସାରନାଥ ଗସ୍ତ, ଆପଣମାନଙ୍କୁ ଆକାଂକ୍ଷିତ ଫଳପ୍ରାପ୍ତି ପାଇଁ ଉତ୍ସାହିତ କରିବ ।” ଦକ୍ଷିଣ ଗୋଲାର୍ଦ୍ଧର ଆକାଂକ୍ଷା ପୂରଣ ସହ ଏଜେଣ୍ଡା ୨୦୩୦ର ସଫଳତାପୂର୍ବକ ଆଲୋଚନା ପାଇଁ ଶ୍ରୀ ମୋଦୀ ଶୁଭେଚ୍ଛା ଜଣାଇଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nandan Nilekani to S Somnath: Meet the experts on Centre's exam reform task-force

Media Coverage

Nandan Nilekani to S Somnath: Meet the experts on Centre's exam reform task-force
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Shilpa Kanchugarakoppalu Shyla on winning Bronze in Women’s Shot Put F57 at Commonwealth Games 2026
July 28, 2026

The Prime Minister, Shri Narendra Modi, has congratulated Shilpa Kanchugarakoppalu Shyla on winning the Bronze medal in the Women’s Shot Put F57 Final at the Glasgow Commonwealth Games 2026.

The Prime Minister said that Shilpa’s personal best throw made the achievement even more remarkable.

Shri Modi congratulated her on the accomplishment.

The Prime Minister wrote on X;

“A brilliant performance by Shilpa Kanchugarakoppalu Shyla at the Commonwealth Games 2026!

Congratulations to Shilpa for having won the Bronze Medal in the Women's Shot Put F57 Final and that too with a personal best throw. This is indeed a remarkable accomplishment.

#CWG2026”