“କାଶୀ ଜ୍ଞାନ, ଆଲୋଚନା, ତର୍କ, ସଂସ୍କୃତି ଓ ଆଧ୍ୟାତ୍ମିକତାର କେନ୍ଦ୍ର ଭାବେ ଶହ ଶହ ବର୍ଷ ଧରି ରହି ଆସିଛି”
“ସ୍ଥାୟୀ ଓ ନିରନ୍ତର ବିକାଶର ଲକ୍ଷ୍ୟ ଯେପରି ପଛରେ ନ ପଡେ ତାହା ଜନସାଧାରଣଙ୍କ ସମ୍ମିଳିତ ଦାୟିତ୍ୱ”
“ଶହେରୁ ଅଧିକ ଆକାଂକ୍ଷୀ ଜିଲ୍ଲାର ବିକାଶ କରି ଜନସାଧାରଣଙ୍କ ଜୀବନମାନର ଉନ୍ନତି ଆଣିବାକୁ ଆମେ ଉଦ୍ୟମ କରିଛୁ”
“ଜନସାଧାରଣଙ୍କୁ ସଶକ୍ତ କରିବା ସହ ତଥ୍ୟ ପହଞ୍ଚାଇବା ଓ ଅନ୍ତର୍ଭୁକ୍ତୀକରଣ ସୁନିଶ୍ଚିତ କରିବା ପାଇଁ ଯେଉଁଠି ପ୍ରଯୁକ୍ତି ବିଦ୍ୟା ବ୍ୟବହୃତ ହେଉଛି ଡିଜିଟାଇଜେସନ ସେଠାରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବ”
“ଭାରତରେ ଆମେ ନଦୀ, ଗଛ, ପର୍ବତ ଓ ପ୍ରକୃତିର ସମସ୍ତ ଉପାଦାନକୁ ସମ୍ମାନ ଦେଇଥାଉ”
“ଭାରତ କେବଳ ମହିଳା ସଶକ୍ତିକରଣରେ ସୀମିତ ନୁହଁ ଏହା ମହିଳା ନେତୃତ୍ୱାଧୀନ ବିକାଶ ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇଛି”

ମାନ୍ୟଗଣ୍ୟ ମହିଳା ଏବଂ ଭଦ୍ରବ୍ୟକ୍ତିମାନେ

ଗଣତନ୍ତ୍ରର ଜନନୀଙ୍କର ସର୍ବ ପୁରାତନ ସହରକୁ ମୁଁ ପ୍ରତ୍ୟେକଙ୍କୁ ସ୍ୱାଗତ କରୁଛି । ଜି୨୦ ବିକାଶ ମନ୍ତ୍ରୀମାନଙ୍କ ବୈଠକ ପାଇଁ ଏହା ଏକ ଉପଯୁକ୍ତ ସ୍ଥାନ । ଶତାବ୍ଦୀ ଧରି କାଶୀ ଜ୍ଞାନ, ଆଲୋଚନା, ବିତର୍କ, ସଂସ୍କୃତି ଏବଂ ଆଧ୍ୟାତ୍ମିକତାର କେନ୍ଦ୍ର ହୋଇ ରହି ଆସିଛି । ଏଥିରେ ଭାରତର ବିବିଧ ଐତିହ୍ୟର ଆଭିମୁଖ୍ୟ ରହିଛି ଏବଂ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲୋକଙ୍କ ପାଇଁ ଏକ ସମ୍ମିଶ୍ରଣ ସ୍ଥାନ ଭାବରେ କାର୍ଯ୍ୟ କରିଥାଏ । ମୁଁ ଖୁସି ଯେ ଜି -୨୦ ବିକାଶ ଏଜେଣ୍ଡା କାଶୀରେ ମଧ୍ୟ ପହଞ୍ଚିଛି ।

ମାନ୍ୟଗଣ,

ଗ୍ଲୋବାଲ୍ ସାଉଥ୍ ପାଇଁ ବିକାଶ ହେଉଛି ଏକ ମୂଳ ପ୍ରସଙ୍ଗ । ଗ୍ଲୋବାଲ୍ ସାଉଥ୍ ଦେଶଗୁଡିକ ବିଶ୍ୱର କୋଭିଡ୍ ମହାମାରୀ ଦ୍ୱାରା ସୃଷ୍ଟି ହୋଇଥିବା ବ୍ୟତିକ୍ରମ ଦ୍ୱାରା ଗୁରୁତର ଭାବରେ ପ୍ରଭାବିତ ହୋଇଥିଲେ । ଭୂ-ରାଜନୈତିକ ତିକ୍ତତା କାରଣରୁ ଖାଦ୍ୟ, ଇନ୍ଧନ ଏବଂ ସାର ସଙ୍କଟ ଆଉ ଏକ ସମସ୍ୟାରେ ପକାଇଛି । ଏପରି ପରିସ୍ଥିତିରେ, ଆପଣ କରୁଥିବା ନିଷ୍ପତ୍ତି ଗୁଡ଼ିକ ସମଗ୍ର ମାନବ ଜାତି ପାଇଁ ଗୁରୁତ୍ୱ ବହନ କରେ । ମୁଁ ଦୃଢ ଭାବରେ ବିଶ୍ୱାସ କରେ ଯେ ସ୍ଥାୟୀ ବିକାଶ ଲକ୍ଷ୍ୟକୁ ପଛରେ ନ ଛାଡିବା ଆମର ସାମୂହିକ ଦାୟିତ୍ୱ ଅଟେ । ଆମକୁ ନିଶ୍ଚିତ କରିବାକୁ ହେବ ଯେ କେହି ଯେଭଳି ପଛରେ ପଡି ନଯାଆନ୍ତି । ଏହି ଗୋଷ୍ଠୀ ପାଇଁ ବିଶ୍ୱକୁ ଏକ ଶକ୍ତିଶାଳୀ ବାର୍ତ୍ତା ପଠାଇବା ଏକାନ୍ତ ଆବଶ୍ୟକ ଯେ ଏହା ହାସଲ କରିବା ପାଇଁ ଆମର ଏକ କାର୍ଯ୍ୟ ଯୋଜନା ଅଛି ।

ମାନ୍ୟଗଣ,

ଆମର ପ୍ରୟାସ ବ୍ୟାପକ, ଅନ୍ତର୍ଭୂକ୍ତ, ସ୍ୱଚ୍ଛ ଏବଂ ସ୍ଥାୟୀ ହେବା ଆବଶ୍ୟକ । ଏସଡିଜି ଗୁଡ଼ିକୁ ପୂରଣ କରିବାରେ ଆମେ ପୁଞ୍ଜି ବିନିଯୋଗ ବୃଦ୍ଧି କରିବା ଏବଂ ଅନେକ ଦେଶ ସମ୍ମୁଖୀନ ହେଉଥିବା ଋଣ ବିପଦର ସମାଧାନ ପାଇଁ ପନ୍ଥା ଖୋଜିବା ଉଚିତ୍‍ । ଯୋଗ୍ୟତା ମାନଦଣ୍ଡକୁ ବିସ୍ତାର କରିବା ପାଇଁ ବହୁପକ୍ଷୀୟ ଆର୍ଥିକ ସଂସ୍ଥାଗୁଡ଼ିକର ସଂସ୍କାର ଆଣିବା ଉଚିତ, ସୁନିଶ୍ଚିତ କରନ୍ତୁ ଯେ ଆବଶ୍ୟକତା ଥିବା ଲୋକଙ୍କ ପାଇଁ ହିଁ ଅର୍ଥ ଉପଲବ୍ଧ ହେବ । ଭାରତରେ, ଆମେ ଶହେରୁ ଅଧିକ ଆଙ୍କାକ୍ଷୀ ଜିଲ୍ଲାରେ ଲୋକଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ଉଦ୍ୟମ କରିଛୁ, ଯାହା ପଛୁଆ ଅଞ୍ଚଳ ଭାବେ ପରିଚିତ ଥିଲା । ଆମର ଅଭିଜ୍ଞତା ଦର୍ଶାଏ ଯେ ସେମାନେ ବର୍ତ୍ତମାନ ଦେଶରେ ଅଭିବୃଦ୍ଧିର ଅନୁକ୍ରମଣିକା ଭାବରେ ଉଭା ହୋଇଛନ୍ତି । ମୁଁ ବିକାଶର ଏହି ମଡେଲ ଅଧ୍ୟୟନ କରିବାକୁ ଜି୨୦ ବିକାଶ ମନ୍ତ୍ରୀମାନଙ୍କୁ ଅନୁରୋଧ କରୁଛି । ଆପଣ ଏଜେଣ୍ଡା ୨୦୩୦ କୁ ତ୍ୱରାନ୍ୱିତ କରିବା ଦିଗରେ କାର୍ଯ୍ୟ କରୁଥିବାରୁ ଏହା ପ୍ରାସଙ୍ଗିକ ହୋଇପାରେ ।

ମାନ୍ୟଗଣ,

ଆପଣଙ୍କ ପୂର୍ବରୁ ବଢୁଥିବା ଡାଟା ବିଭାଜନ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଅର୍ଥପୂର୍ଣ୍ଣ ନୀତି ପ୍ରସ୍ତୁତ, ଦକ୍ଷ ଅର୍ଥ ଆବଣ୍ଟନ ଏବଂ ପ୍ରଭାବଶାଳୀ ଜନସେବା ବିତରଣ ପାଇଁ ଉଚ୍ଚ-ଗୁଣାତ୍ମକ ତଥ୍ୟ ଗୁରୁତ୍ୱପୂର୍ଣ୍ଣ । ଡାଟା ବିଭାଜନକୁ ଦୂର କରିବାରେ ସହାୟତା ପାଇଁ ଜ୍ଞାନକୌଶଳର ଗଣତାନ୍ତ୍ରିକରଣ ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ । ଭାରତରେ ଡିଜିଟାଇଜେସନ୍ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛି । ଲୋକଙ୍କୁ ସଶକ୍ତ କରିବା, ତଥ୍ୟକୁ ଉପଲବ୍ଧ କରାଇବା ଏବଂ ଅନ୍ତର୍ଭୂକ୍ତିକୁ ସୁନିଶ୍ଚିତ କରିବା ପାଇଁ ଜ୍ଞାନକୌଶଳ ଏକ ଉପକରଣ ଭାବରେ ବ୍ୟବହୃତ ହେଉଛି । ସହଯୋଗୀ ଦେଶମାନଙ୍କ ସହ ଭାରତ ନିଜର ଅଭିଜ୍ଞତା ସେୟାର କରିବାକୁ ଇଚ୍ଛୁକ । ମୁଁ ଆଶା କରୁଛି ଯେ ଆପଣଙ୍କର ଆଲୋଚନାଗୁଡିକ ବିକାଶ ପାଇଁ ତଥ୍ୟ ଏବଂ ବିକାଶଶୀଳ ଦେଶମାନଙ୍କରେ ବିତରଣ ପାଇଁ ତଥ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଦୃଷ୍ଟାନ୍ତମୂଳକ କାର୍ଯ୍ୟରେ ପରିଣତ ହେବ ।

ମାନ୍ୟଗଣ,

ଭାରତରେ, ନଦୀ, ଗଛ, ପର୍ବତ ଏବଂ ପ୍ରକୃତିର ସମସ୍ତ ଉପାଦାନ ଗୁଡିକୁ ଆମେ ଅତ୍ୟଧିକ ସମ୍ମାନ କରିଥାଉ । ପାରମ୍ପାରିକ ଭାରତୀୟ ଚିନ୍ତାଧାରା ଏକ ପୃଥିବୀ ଅନୁକୂଳ ଜୀବନଶୈଳୀକୁ ପ୍ରୋତ୍ସାହିତ କରେ । ଗତ ବର୍ଷ ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲଙ୍କ ସହ ମୁଁ ମିଶନ୍ ଲାଇପ୍‍ - ଜୀବନଶୈଳୀ ଆରମ୍ଭ କରିଥିଲି । ମୁଁ ଖୁସି ଯେ ଏହି ଗୋଷ୍ଠି ଲାଇଫ୍‍ ଉପରେ ଉଚ୍ଚ ସ୍ତରୀୟ ନୀତିର ଏକ ସେଟ୍ ବିକାଶ କରିବା ପାଇଁ କାର୍ଯ୍ୟ କରୁଛି । ଜଳବାୟୁ କାର୍ଯ୍ୟଯୋଜନାରେ ଏହା ଏକ ମହତ୍ୱପୂର୍ଣ୍ଣ ଅବଦାନ ହେବ ।

ମାନ୍ୟଗଣ,

ଲିଙ୍ଗଗତ ସମାନତା ଏବଂ ମହିଳା ସଶକ୍ତିକରଣ ଏସଡିଜି ହାସଲ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ । ଭାରତରେ, ଆମେ ମହିଳା ସଶକ୍ତିକରଣରେ ସୀମିତ ନୁହେଁ । ଆମର ବିକାଶ ହେଉଛି ମହିଳା ନେତୃତ୍ୱାଧିନ । ମହିଳାମାନେ ବିକାଶ ପାଇଁ ଏଜେଣ୍ଡା ସ୍ଥିର କରୁଛନ୍ତି ଏବଂ ଅଭିବୃଦ୍ଧି ଏବଂ ପରିବର୍ତ୍ତନର ବାର୍ତ୍ତାବହ ମଧ୍ୟ ଅଟନ୍ତି । ମୁଁ ଆପଣଙ୍କୁ ଅନୁରୋଧ କରୁଛି ମହିଳା ନେତୃତ୍ୱାଧୀନ ବିକାଶ ପାଇଁ ଏକ ଗେମ ଚେଞ୍ଜିଂ କାର୍ଯ୍ୟ ଯୋଜନା ଗ୍ରହଣ କରନ୍ତୁ ।

ମାନ୍ୟଗଣ,

ଭାରତର ଅପରିବର୍ତ୍ତନୀୟ ପରମ୍ପରା ଦ୍ୱାରା କାଶୀର ଆବେଗ ଶକ୍ତି ପ୍ରାପ୍ତ । ମୁଁ ଆଶା କରୁଛି ଆପଣ ସମସ୍ତ ସମୟ ବୈଠକ ଗୃହରେ ବିତାଇବେ ନାହିଁ । ମୁଁ ଆପଣଙ୍କୁ କାଶୀର ଆବେଗକୁ ଅନୁସନ୍ଧାନ କରିବାକୁ ଏବଂ ଅନୁଭବ କରିବାକୁ ବାହାରକୁ ଯିବାକୁ ଉତ୍ସାହିତ କରୁଛି । ଏବଂ, ମୁଁ ଏହା କେବଳ କହୁ ନାହିଁ କାରଣ କାଶୀ ମୋର ର୍ନିବାଚନମଣ୍ଡଳୀ! ମୁଁ ନିଶ୍ଚିତ ଯେ ଗଙ୍ଗା ଆରତୀକୁ ଅନୁଭବ କରିବା ଏବଂ ସାରନାଥ ପରିଦର୍ଶନ କରିବା ଆପଣମାନଙ୍କର ଇଚ୍ଛାକୃତ ଫଳାଫଳ ହାସଲ କରିବାକୁ ପ୍ରେରଣା ଯୋଗାଇବ । ଏଜେଣ୍ଡା ୨୦୩୦ କୁ ପ୍ରୋତ୍ସାହିତ କରିବା ଏବଂ ଗ୍ଲୋବାଲ୍ ସାଉଥ୍ ର ଆକାଂକ୍ଷା ପୂରଣ କରିବା ପାଇଁ ମୁଁ ଆପଣ ସମସ୍ତଙ୍କ ବିଚାରରେ ସଫଳତା କାମନା କରୁଛି । ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
iPhone exports hit record ₹2 trillion in final year of smartphone PLI

Media Coverage

iPhone exports hit record ₹2 trillion in final year of smartphone PLI
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam highlighting how enthusiasm and positive energy lead to success
April 30, 2026

Prime Minister Shri Narendra Modi today shared a Sanskrit Subhashitam highlighting that enthusiasm and positive energy inspire a person to remain consistently active in their actions.

The Prime Minister noted that this unwavering enthusiasm leads all those efforts to success which a person resolves to accomplish.

The Prime Minister posted on X:

"कर्मशील और ऊर्जावान देशवासी ही राष्ट्र की सबसे बड़ी शक्ति हैं, जिनके परिश्रम से विकास की नई राहें तय होती हैं। इनके प्रयासों से देश समृद्धि, आत्मनिर्भरता और उन्नति के शिखर को छूता है।

अनिर्वेदो हि सततं सर्वार्थेषु प्रवर्तकः।

करोति सफलं जन्तोः कर्म यच्च करोति सः॥"
Enthusiasm and positive energy inspire a person to remain consistently active in their actions. This unwavering enthusiasm leads all those efforts to success which a person resolves to accomplish.