“ଆତ୍ମନିର୍ଭର ଭାରତ ଓ ମେକ୍ ଇନ୍ ଇଣ୍ଡିଆ ନିମନ୍ତେ ବଜେଟ୍‌ରେ ରହିଛି ଅନେକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା”
“ଜନସଂଖ୍ୟାରେ ଯୁବ ଓ ମେଧାବୀଙ୍କ ଉପସ୍ଥିତି, ଗଣତାନ୍ତ୍ରିକ ବ୍ୟବସ୍ଥା, ପ୍ରାକୃତିକ ସମ୍ପଦ ଆମକୁ ‘ମେକ୍ ଇନ୍ ଇଣ୍ଡିଆ” ପଥରେ ଆଗେଇ ନେବ”
“ଜାତୀୟ ସୁରକ୍ଷା ପ୍ରିଜିମରେ ଦେଖିଲେ ଆତ୍ମନିର୍ଭର ଭାରତ ଖୁବ୍ ଗୁରୁ୍‌ତ୍ୱପୂର୍ଣ୍ଣ”
“ବିଶ୍ୱ ଭାରତକୁ ଏକ ନିର୍ମାଣର ଶକ୍ତିକେନ୍ଦ୍ର ଭାବେ ଦେଖୁଛି”
“ନିଜ କମ୍ପାନୀ ଦେଶପାଇଁ ଯେଉଁ ସାମଗ୍ରୀ ନିର୍ମାଣ କରି ଗର୍ବିତ ତାହା ମଧ୍ୟ ଭାରତୀୟ ଗ୍ରାହକଙ୍କୁ ଗର୍ବିତ କରୁ”
“ତୁମକୁ ବୈଶ୍ୱିକମାନ ରକ୍ଷା କରିବାକୁ ହେବ ଓ ବିଶ୍ୱସ୍ତରରେ ପ୍ରତିଯୋଗିତା କରିବାକୁ ପଡିବ”

 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶିଳ୍ପ ପ୍ରୋତ୍ସାହନ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗ ପକ୍ଷରୁ ଆୟୋଜିତ ବଜେଟ ସମ୍ପର୍କିତ ୱେବିନାରରେ ନିଜର ଅଭିଭାଷଣ ପ୍ରଦାନ କରିଛନ୍ତି । ବଜେଟ୍ ପରର ଅଷ୍ଟମ ୱେବିନାରକୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିଛନ୍ତି । ୱେବିନାର ବିଷୟବସ୍ତୁ ହେଉଛି ‘ବିଶ୍ୱ ପାଇଁ ମେକ୍ ଇନ୍ ଇଣ୍ଡିଆ’ ।

ବଜେଟ୍‌ରେ ଆତ୍ମନିର୍ଭର ଭାରତ ଓ ମେକ୍ ଇନ୍ ଇଣ୍ଡିଆ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଭାରତ ଭଳି ଏକ ଦେଶ କେବଳ ବଜାର ହୋଇ ରହିଯିବ ଏକଥା କଦାପି ଗ୍ରହଣଯୋଗ୍ୟ ନୁହଁ ବୋଲି ସେ କହିଥିଲେ । ବୈଶ୍ୱିକ ମହାମାରୀ କାଳରେ ଯୋଗାଣ ବ୍ୟବସ୍ଥାରେ ବାଧାବିଘ୍ନ ତଥା ଅନ୍ୟାନ୍ୟ ଅସ୍ୱାଭାବିକ ପରିସ୍ଥିତି ଦୃଷ୍ଟିରୁ ମେକ୍ ଇନ୍ ଇଣ୍ଡିଆ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଏହାଛଡା ଜନ ସଂଖ୍ୟାରେ ଯୁବ ଓ ମେଧାବୀଙ୍କ ଉପସ୍ଥିତି, ଗଣତାନ୍ତ୍ରିକ ବ୍ୟବସ୍ଥା, ପ୍ରାକୃତିକ ସମ୍ପଦ ଦୃଷ୍ଟିରୁ ଏହା ଆମକୁ ମେକ୍ ଇନ ଇଣ୍ଡିଆ ପଥରେ  ସଂକଳ୍ପ ସହ ଆଗେଇ ନେବ । ସେ ମଧ୍ୟ ଲାଲକିଲ୍ଲା ପ୍ରାଚୀର ଉପରୁ ଶୂନ୍ୟ ତ୍ରୁଟି ଓ ଶୂନ  ପ୍ରତିକ୍ରିୟା ଯୁକ୍ତ ନିର୍ମାଣ ନେଇ ଯେଉଁ ଡାକରା ଦେଇଥିଲେ, ତାହାର ସ୍ମରଣ କରାଇ ଦେଇଥିଲେ ।

ଜାତୀୟ ସୁରକ୍ଷାର ପ୍ରିଜିମରୁ ଦେଖିଲେ ଆତ୍ମନିର୍ଭରତା ତଥାପି ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ  ଯେ ସମଗ୍ର ବିଶ୍ୱ ଭାରତକୁ ଏକ ନିର୍ମାଣର ଶକ୍ତି କେନ୍ଦ୍ରଭାବେ ଦେଖୁଛି । ସେ କହିଥିଲେ ନିର୍ମାଣ କ୍ଷେତ୍ର ଦେଶର ଜିଡିପିର ଶତକଡା ୧୫ଭାଗ ଓ ମେକ ଇନ୍ ଇଣ୍ଡିଆରେ ଏହାର ଅସୀମ ସମ୍ଭାବନା ରହିଛି ଓ ଦେଶକୁ ଏକ ମଜବୁତ ନିର୍ମାଣ ଭିତ୍ତିଭୂମି ପ୍ରଦାନ କରିବାକୁ ଆମେ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ।

ପ୍ରଧାନମନ୍ତ୍ରୀ ସେମି କଣ୍ଡକ୍ଟର ଓ ଇଲେକ୍‌ଟ୍ରିକ ଯାନବାହନର ଚାହିଦା ଓ ସୁଯୋଗର ଉଦାହରଣ ପ୍ରଦାନ କରି ବିଦେଶ ସହ ଏ ଦିଗରେ ସମକକ୍ଷ   ହେବାକୁ ନିର୍ମାଣକାରୀମାନଙ୍କୁ ଆହ୍ୱାନ ଜଣାଇଥିଲେ । ସେହିପରି ଇସ୍ପାତ ଓ ମେଡିକାଲ ଉପକରଣ କ୍ଷେତ୍ରରେ ଭାରତୀୟ ନିର୍ମାଣ ଉପରେ ଗୁରୁତ୍ୱ ଆରୋପ କରାଯିବା ଉଚିତ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ବଜାରରେ ଏକ ସାମଗ୍ରୀର ଉପଲବ୍ଧତା ଓ ଭାରତରେ ନିର୍ମିତ  ସାମଗ୍ରୀର ଉପଲବ୍ଧତା ପାର୍ଥବ୍ୟ ଉପରେ ଜୋର ଦେଇଥିଲେ । ସେ କ୍ଷୋଭ ପ୍ରକାଶ କରି କହିଥିଲେ ଯେ ଭାରତର ଅନେକ ପର୍ବପର୍ବାଣୀରେ ଥିôବା ସାମଗ୍ରୀ ଅଧିକ ଭାରତ  ଅପେକ୍ଷା ବିଦେଶାଗତ ଲକ୍ଷ୍ୟ କରାଯାଉଛି । ଦିପାବଳୀରେ ‘ଭୋକାଲ ପର ଲୋକାଲ’ରେ  ଅଧିକ ଦିୟା ପରିବର୍ତ୍ତେ ଅଧିକ ବାହାର ସାମଗ୍ରୀ ଦେଖିବାକୁ ମିଳୁଛି । ଘରୋଇ ନିର୍ମାଣକାରୀଙ୍କୁ ସେ ସେମାନଙ୍କ ବିପଣନରେ ଅଧିକ ଭୋକାଲ ଫର ଲୋକାଲ ଓ ଆତ୍ମନିର୍ଭର ଭାରତ ଛାପ ଅଧିକ ରଖିବା ଉପରେ ଗୁରୁତ୍ୱାଆରୋପ କରିଥିଲେ । “ତୁମ କମ୍ପାନୀ  ଯେଉଁ ସାମଗ୍ରୀ ନିର୍ମାଣ କରି ଗୌରବାନ୍ୱିତ ହୋଇଛି, ଏହା ଗ୍ରାହକମାନଙ୍କ ମନରେ ମଧ୍ୟ ସେହି ଗର୍ବ ଆଣୁ । ସେଥିପାଇଁ କେତେକ ସାଧାରଣ ଛାପ ମଧ୍ୟ ବିଚାରକୁ ନିଆଯାଇ ପାରିବ” ବୋଲି ସେ କହିଥିଲେ ।

ସ୍ଥାନୀୟ ପ୍ରସ୍ତୁତ ସାମଗ୍ରୀ ନିମନ୍ତେ ନୂତନ ଲକ୍ଷ୍ୟସ୍ଥଳ ଖୋଜିବା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ନିଜ ସାମଗ୍ରୀକୁ ଉନ୍ନୀତ  କରିବା ପାଇଁ ସେ ଗବେଷଣା ଓ ବିକାଶ ଉପରେ ଗୁରୁତ୍ୱ ଦେବାକୁ ଘରୋଇ  କ୍ଷେତ୍ରକୁ ଉତ୍ସାହିତ କରିଥିଲେ । ୨୦୨୩ ଆନ୍ତର୍ଜାତିକ ମିଲେଟବର୍ଷ ଘୋଷିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ବିଶ୍ୱରେ ମିଲେଟ/ଡାଲିଜାତୀୟ ଶସ୍ୟର ଚାହିଦା ବୃଦ୍ଧି ପାଉଛି । ବିଶ୍ୱ ବଜାରକୁ ଅନୁଧ୍ୟାନ କରି ଆମେ ଆମର କାରଖାନାଗୁଡିକୁ ଅଧିକ ଉତ୍ପାଦନ ଓ ପରିବହନ ପାଇଁ ପ୍ରସ୍ତୁତ କରିବା ଦରକାର  ।

ଖଣି, କୋଇଲା ଓ ପ୍ରତିରକ୍ଷା କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି ହେଉଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇ ଏଥିପାଇଁ ନୂତନ ରଣନୀତି ପ୍ରସ୍ତୁତ କରିବାକୁ ଆହ୍ୱାନ ଦେଇଥିଲେ । “ଆପଣମାନଙ୍କୁ ବୈଶ୍ୱିକ ମାନ ରକ୍ଷା କରିବା ସହ ବିଶ୍ୱରେ ପ୍ରତିଯୋଗିତା କରିବାକୁ ପଡିବ ବୋଲି ସେ କହିଥିଲେ ।

ଋଣ ସୁବିଧା ଓ ବୈଷୟିକ ଜ୍ଞାନ ଉନ୍ନୀତ କରି ବଜେଟ୍ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ବହୁ ଗୁରୁତ୍ୱ ଦେଇଛି । ଏମ୍‌ଏସ୍‌ଏମ୍‌ଇ ନିମନ୍ତେ ସରକାର ମଧ୍ୟ ଛଅହଜାର କୋଟି ଟଙ୍କାର ଏକ ଆରଏଏମ୍‌ପି କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି । ବଜେଟ୍‌ରେ ମଧ୍ୟ ବୃହତ ଶିଳ୍ପ, ଚାଷୀ ଓ ଏମଏସ୍‌ଏମଇ ନିମନ୍ତେ ନୂତନ ଲଜିଷ୍ଟିକ ସାମଗ୍ରୀ ବିକଶିତ କରିବା ଉପରେ ଆଲୋକପାତ କରାଯାଇଛି । ଛୋଟଛୋଟ ଉଦ୍ୟୋଗ ଓ ଦୂରଦୂରାନ୍ତରେ ଯୋଗାଯୋଗ ସମସ୍ୟା ଡାକ ଓ ରେଳବାଇର ସମନ୍ୱିତ ବ୍ୟବସ୍ଥା ଯୋଗୁଁ ସମାଧାନ ହୋଇପାରିବ  । ଉତ୍ତର-ପୂର୍ବାଂଚଳ ନିମନ୍ତେ ଘୋଷିତ ପିଏମ୍  ଊରଙ୍ଖଓଘଋ ମଡେଲ ଦ୍ୱାରା ଆଞ୍ଚଳିକ ନିର୍ମାଣ ବାତାବରଣ ମଧ୍ୟ ମଜବୁତ କରାଯାଇପାରିବ । ସେହିପରି ସ୍ୱତନ୍ତ୍ର ଆର୍ଥିକ ଅଞ୍ଚଳ ଆଇନରେ ସଂସ୍କାର ଯୋଗୁଁ ରପ୍ତାନୀ ମଧ୍ୟ ବୃଦ୍ଧି ପାଇବ ।

ଶ୍ରୀ ମୋଦୀ ମଧ୍ୟ ସଂସ୍କାରର ପ୍ରଭାବ ଉପରେ  ବର୍ଣ୍ଣନା କରିଥିଲେ । ବୃହତ ଇଲେକ୍‌ଟ୍ରୋନିକ୍ସ ନିର୍ମାଣ କ୍ଷେତ୍ରରେ ଏକ ଲକ୍ଷ କୋଟି ଟଙ୍କାର ଉତ୍ପାଦନ ଡିସେମ୍ବର ୨୦୨୧ ସୁଦ୍ଧା ହୋଇପାରିଛି । ଆହୁରି ଅନେକ ପିଏଲଆଇ ଯୋଜନା ବହୁତ ଗୁରୁତ୍ୱପୂର୍ଣ୍ଣ  ତ୍ୱରାନ୍ୱିତ ପଥରେ ରହିଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୫ହଜାର ଲାଇସେନ୍ସ ମୂଳ ଦଲିଲ ଅନୁପାଳନ ଶେଷ କରି ସ୍ୱୟଂ ନବୀକରଣ ଯୋଗୁଁ ଅନୁପାଳନୀୟ ସମସ୍ୟା ଆଶାତୀତ  ହ୍ରାସ ପାଇଛି ।  ନିୟନ୍ତ୍ରଣ କ୍ଷେତ୍ରରେ ଡିଜିଟାଇସେନ ଯୋଗୁ ସ୍ୱଚ୍ଛତା ଓ ଦ୍ରୁତଗତି କାର୍ଯ୍ୟ ବୃଦ୍ଧି ପାଇଛି । “ସାଧାରଣ କମ୍ପାନୀ ଫର୍ମଠାରୁ  ଆରମ୍ଭ କରି ପ୍ରତ୍ୟେକସ୍ତରରେ ଆପଣ ଏବେ ଆମର ସହଯୋଗ ପାଇପାରୁଛନ୍ତି” ବୋଲି ସେ କହିଛନ୍ତି ।

 ପ୍ରଧାନମନ୍ତ୍ରୀ ପ୍ରମୁଖ ନିର୍ମାଣକର୍ତ୍ତାମାନଙ୍କୁ କ୍ରମବର୍ଦ୍ଧିଷ୍ଣୁ ବିଦେଶୀ ନିର୍ଭରଶୀଳତା ହ୍ରାସ ପାଇଁ କିଛି ପନ୍ଥା ନିର୍ଦ୍ଧାରଣ କରିବାକୁ ଆହ୍ୱାନ ଦେଇଥିଲେ । ଏହି ୱେବିନାର ଗୁଡିକ ନୀତି ତ୍ୱରାନ୍ୱିତ କରିବା ତଥା ବଜେଟ ପ୍ରଣୀତ ବ୍ୟବସ୍ଥାରେ ସୁଫଳ ନିମନ୍ତେ ନିଶ୍ଚୟ ପଥ ପ୍ରଦର୍ଶନ କରିବ  ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India a ‘front-runner’ market, plans to deepen AI and manufacturing presence: Ericsson CEO

Media Coverage

India a ‘front-runner’ market, plans to deepen AI and manufacturing presence: Ericsson CEO
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with Amir of Qatar
March 03, 2026

The Prime Minister, Shri Narendra Modi spoke with H.H. Sheikh Tamim bin Hamad Al Thani, the Amir of Qatar.

During the conversation, the Prime Minister conveyed that India stands firmly in solidarity with Qatar and strongly condemns any violation of its sovereignty and territorial integrity.

The two leaders emphasized the urgent need to restore peace and stability in the region through dialogue and diplomacy.

The Prime Minister also conveyed his appreciation for the continued support and care extended by the Qatari leadership to the Indian community in Qatar during this challenging time.

The Prime Minister wrote on X;

“Spoke with my brother, H.H. Sheikh Tamim bin Hamad Al Thani, the Amir of Qatar. We stand firmly in solidarity with Qatar and strongly condemn any violation of its sovereignty and territorial integrity. We emphasized the urgent need to restore peace and stability in the region through dialogue and diplomacy. I also conveyed my appreciation for his continued support and care for the Indian community in Qatar during this challenging time.

@TamimBinHamad”