‘‘ଚଳିତ ବର୍ଷର ବଜେଟ ଏକବିଂଶ ଶତାବ୍ଦୀରେ ଭାରତର ବିକାଶ ପାଇଁ ‘ଗତିଶକ୍ତି’ ନିର୍ଦ୍ଧାରଣ କରିଛି’’
‘‘ଭିତ୍ତିଭୂମି ଆଧାରିତ ବିକାଶର ଏହି ଗତି ଆମ ଅର୍ଥବ୍ୟବସ୍ଥାର ଶକ୍ତିରେ ଅସାଧାରଣ ବୃଦ୍ଧି ଘଟାଇବ’’
‘‘୨୦୧୩-୧୪ ବର୍ଷରେ, ଭାରତ ସରକାରଙ୍କ ପ୍ରତ୍ୟକ୍ଷ ପୁଞ୍ଜି ବ୍ୟୟ ପ୍ରାୟ ୧.୭୫ ଲକ୍ଷ କୋଟି ଟଙ୍କା ଥିଲା, ଯାହାକି ୨୦୨୨-୨୩ ବର୍ଷରେ ସାଢ଼େ ସାତ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି’’
‘‘ପିଏମ ଗତି-ଶକ୍ତି ଦ୍ଵାରା ଭିତ୍ତିଭୂମି ଯୋଜନା, କାର୍ଯ୍ୟକାରିତା ଏବଂ ନିରୀକ୍ଷଣକୁ ନୂଆ ଗତି ମିଳିବ। ଏହା ମଧ୍ୟ ପ୍ରକଳ୍ପ ନିର୍ମାଣର ସମୟ ଏବଂ ଖର୍ଚ୍ଚ କମାଇବ’’
‘‘ପିଏମ ଗତି-ଶକ୍ତି ଜାତୀୟ ମାଷ୍ଟର ପ୍ଲାନରେ, ୪୦୦ରୁ ଅଧିକ ଡାଟା ଲେୟାର୍ସ ଏବେ ଉପଲବ୍ଧ ରହିଛି’’
‘‘୬ଟି ମନ୍ତ୍ରଣାଳୟର ୨୪ଟି ଡିଜିଟାଲ ସିଷ୍ଟମକୁ ୟୁଏଲଆଇପି ମାଧ୍ୟମରେ ଏକୀକୃତ କରାଯାଇଛି । ଏହା ଏକ ଜାତୀୟ ସିଙ୍ଗଲ ୱିଣ୍ଡୋ ଲଜିଷ୍ଟିକ୍ସ ପୋର୍ଟାଲ ତିଆରି କରିବ ଯାହାକି ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବାରେ ସହାୟକ ହେବ’’
‘‘ପିଏମ ଗତି-ଶକ୍ତି ଦ୍ୱାରା ଆମ ରପ୍ତାନି କ୍ଷେତ୍ରକୁ ମଧ୍ୟ ବିଶେଷ ସହାୟତା ମିଳିପାରିବ, ଆମର ଏମଏସଏମଇମାନେ ମଧ୍ୟ ବିଶ୍ୱସ୍ତରରେ ପ୍ରତିଦ୍ୱନ୍ଦ୍ୱୀ ହୋଇପାରିବେ’’
‘‘ଭିତ୍ତିଭୂମି ଯୋଜନା ପ୍ରସ୍ତୁତି ଠାରୁ ଆରମ୍ଭ କରି ବିକାଶ ଓ ଉପଯୋଗିତା ସ୍ତର ପର୍ଯ୍ୟନ୍ତ ପିଏମ ଗତି-ଶକ୍ତି ଭିତ୍ତିଭୂମି ସୃଷ୍ଟି କ୍ଷେତ୍ରରେ ବାସ୍ତବ ସରକାରୀ-ଘରୋଇ ଭାଗିଦାରୀ ସୁନିଶ୍ଚିତ କରିବ’’

ଗତିଶକ୍ତି ଭିଜନ ଏବଂ କେନ୍ଦ୍ର ବଜେଟ୍‌ ୨୦୨୨ ସହିତ ଏହାର ଏକୀକରଣ ଉପରେ ଆୟୋଜିତ ଏକ ୱେବିନାରକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀ ଛଅଟି ବଜେଟ୍‌ ପରବର୍ତ୍ତୀ ୱେବିନାରରେ ଉଦବୋଧନ ଦେଇସାରିଲେଣି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଚଳିତ ବର୍ଷର ବଜେଟ୍‌ ଏକବିଂଶ ଶତାବ୍ଦୀରେ ଭାରତର ବିକାଶ ପାଇଁ ‘ଗତିଶକ୍ତି’ ନିର୍ଦ୍ଧାରଣ କରିଛି । ଭିତ୍ତିଭୂମି ଆଧାରିତ ବିକାଶର ଏହି ଗତି ଆମ ଅର୍ଥବ୍ୟବସ୍ଥାର ଶକ୍ତିରେ ଅସାଧାରଣ ବୃଦ୍ଧି ଘଟାଇବ । ଏହା ଅନେକ ନୂତନ ନିଯୁକ୍ତି ଅବସର ସୃଷ୍ଟି କରିବ ।

ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାର ପାରମ୍ପରିକ ମାର୍ଗରେ ଅଂଶୀଦାରମାନଙ୍କ ମଧ୍ୟରେ ସମନ୍ୱୟର ଅଭାବ ରହୁଥିବା ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ବିଭିନ୍ନ ସମ୍ପୃକ୍ତ ବିଭାଗ ନିକଟରେ ସ୍ପଷ୍ଟ ସୂଚନା ନଥିବା କାରଣରୁ ଏପରି ହୋଇଥାଏ ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପିଏମ ଗତିଶକ୍ତି ଯୋଜନା କାରଣରୁ ଏଣିକି ସମସ୍ତେ ସମ୍ପୂର୍ଣ୍ଣ ସୂଚନା ସହିତ ସେମାନଙ୍କର ଯୋଜନା ପ୍ରସ୍ତୁତ କରିପାରିବେ । ଏହା ମଧ୍ୟ ଦେଶର ସମ୍ବଳଗୁଡ଼ିକର ସର୍ବୋତ୍ତମ ଉପଯୋଗ ଦିଗରେ ଆଗେଇ ନେବ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ, ସରକାର ଏବେ ବ୍ୟାପକ ଭାବେ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଆଗେଇ ନେଉଛନ୍ତି ଯାହାଫଳରେ ପିଏମ ଗତିଶକ୍ତି ଭଳି ଯୋଜନାର ଆବଶ୍ୟକତା ରହିଛି। ‘‘୨୦୧୩-୧୪ ବର୍ଷରେ, ଭାରତ ସରକାରଙ୍କ ପ୍ରତ୍ୟକ୍ଷ ପୁଞ୍ଜି ବ୍ୟୟ ପ୍ରାୟ ଅଢ଼େଇ ଲକ୍ଷ କୋଟି ଟଙ୍କା ଥିଲା, ଯାହାକି ୨୦୨୨-୨୩ ବର୍ଷରେ ସାଢ଼େ ସାତ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି’’, ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ସେ ଆହୁରି କହିଥିଲେ ଯେ, ‘‘ପିଏମ ଗତି-ଶକ୍ତି ଯୋଜନା ଦ୍ଵାରା ଭିତ୍ତିଭୂମି ଯୋଜନା, କାର୍ଯ୍ୟକାରିତା ଏବଂ ନିରୀକ୍ଷଣକୁ ନୂଆ ଗତି ମିଳିବ। ଏହା ମଧ୍ୟ ପ୍ରକଳ୍ପ ନିର୍ମାଣର ସମୟ ଏବଂ ଖର୍ଚ୍ଚ କମାଇବ ।’’

ଶ୍ରୀ ମୋଦୀ କହିଥିଲେ ଯେ, ସହଯୋଗୀ ସଂଘୀୟ ବ୍ୟବସ୍ଥାର ସିଦ୍ଧାନ୍ତକୁ ସୁଦୃଢ଼ କରିବା ସହିତ, ଆମ ସରକାର ଚଳିତ ବର୍ଷର ବଜେଟରେ ରାଜ୍ୟମାନଙ୍କ ପାଇଁ ଏକ ଲକ୍ଷ କୋଟି ଟଙ୍କାର ସହାୟତା ପାଇଁ ବ୍ୟବସ୍ଥା କରିଛନ୍ତି । ରାଜ୍ୟ ସରକାରମାନେ ଏହି ଅର୍ଥକୁ ବହୁମୁଖି ଭିତ୍ତିଭୂମି ଏବଂ ଅନ୍ୟ ଗଠନମୂଳକ ସମ୍ପତ୍ତିରେ ବିନିଯୋଗ କରିପାରିବେ । ସେ ଉଲ୍ଲେଖ କରିଥିଲେ ଯେ, ଅପହଞ୍ଚ ପାର୍ବତ୍ୟାଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ଆଣିବା ଉଦ୍ଦେଶ୍ୟରେ ଜାତୀୟ ରୋପୱେ ବିକାଶ କାର୍ଯ୍ୟକ୍ରମ ଏବଂ ଉତ୍ତର ପୂର୍ବାଞ୍ଚଳ ପାଇଁ ପ୍ରଧାନମନ୍ତ୍ରୀଙ୍କ ବିକାଶ ଯୋଜନା (ପିଏମ-ଡିଭାଇନ) କାର୍ଯ୍ୟକାରୀ କରାଯାଇଛି । ପ୍ରଧାନମନ୍ତ୍ରୀ ପିଏଲଆଇ ଯୋଜନା ବିଷୟରେ ଉଲ୍ଲେଖ କରି ଦେଶର ଭିତ୍ତିଭୂମି କ୍ଷେତ୍ରରେ ନିବେଶ କରିବା ଲାଗି ଘରୋଇ କ୍ଷେତ୍ରକୁ ଆହ୍ୱାନ କରିଥିଲେ ।

ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ, ପିଏମ ଗତି-ଶକ୍ତି ଜାତୀୟ ମାଷ୍ଟର ପ୍ଲାନରେ, ୪୦୦ରୁ ଅଧିକ ଡାଟା ଲେୟାର୍ସ ଏବେ ଉପଲବ୍ଧ ରହିଛି । କେବଳ ବର୍ତ୍ତମାନର ଓ ପ୍ରସ୍ତାବିତ ଭିତ୍ତିଭୂମି ସମ୍ପର୍କରେ ସୂଚନା ନୁହେଁ ବରଂ ଜଙ୍ଗଲ ଜମି ଓ ଶିଳ୍ପାଞ୍ଚଳର ସୂଚନା ମଧ୍ୟ ଏଥିରେ ଉପଲବ୍ଧ ରହିଥିବା ପ୍ରଧାନମନ୍ତ୍ରୀ କହିଥିଲେ । ସେ ପରାମର୍ଶ ଦେଇ କହିଥିଲେ ଯେ, ଘରୋଇ କ୍ଷେତ୍ର ସେମାନଙ୍କର ଯୋଜନାରେ ଏହାର ଅଧିକରୁ ଅଧିକ ଉପଯୋଗ କରିବା ଉଚିତ୍‌ ଏବଂ ଜାତୀୟ ମାଷ୍ଟର ପ୍ଲାନ୍ ସଂକ୍ରାନ୍ତରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୂଚନା ଏବେ ଗୋଟିଏ ପ୍ଲାଟଫର୍ମରେ ଉପଲବ୍ଧ ରହିଛି । ଏହି କାରଣରୁ ପ୍ରକଳ୍ପଗୁଡ଼ିକର ଏକୀକରଣ ସମ୍ଭବ ହୋଇପାରିବ ଏବଂ ଡିପିଆର ସ୍ତରରେ ହିଁ ବିଭିନ୍ନ ପ୍ରକାର ମଞ୍ଜୁରି ମିଳିପାରିବ । ଏହା ଅନୁପାଳନ ବୋଝ ହ୍ରାସ କରିବାରେ ସହାୟକ ହେବ ବୋଲି କହିଥିଲେ । ପିଏମ ଗତି-ଶକ୍ତି ମାଷ୍ଟର ପ୍ଲାନର ଆଧାରକୁ ନିଜର ପ୍ରକଳ୍ପ ଏବଂ ଅର୍ଥନୈତିକ ଜୋନରେ ଉପଯୋଗ କରିବା ଲାଗି ପ୍ରଧାନମନ୍ତ୍ରୀ ରାଜ୍ୟମାନଙ୍କୁ କହିଥିଲେ ।

ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ ଯେ, ଭାରତରେ ଏବେ ବି ଲଜିଷ୍ଟିକ ଖର୍ଚ୍ଚ ଜିଡିପିର ୧୩ରୁ ୧୪ ପ୍ରତିଶତ ହେବ ବୋଲି ବିବେଚନା କରାଯାଉଛି । ଏହା ଅନ୍ୟ ରାଷ୍ଟ୍ରମାନଙ୍କ ଠାରୁ ଅଧିକ । ଭିତ୍ତିଭୂମି ଦକ୍ଷତାରେ ସୁଧାର ଆଣିବାରେ ପିଏମ ଗତି-ଶକ୍ତିର ଏକ  ପ୍ରମୁଖ ଭୂମିକା ରହିଛି ।  ଏହି ବଜେଟରେ ରହିଥିବା ୟୁନିଫାଏଡ ଲଜିଷ୍ଟିକ ଇଣ୍ଟରଫେସ ପ୍ଲାଟଫର୍ମ – ୟୁଏଲଆଇପି ବ୍ୟବସ୍ଥା ବିଷୟରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । ଏହାକୁ ବିଭିନ୍ନ ସରକାରୀ ବିଭାଗ ଦ୍ୱାରା ସେମାନଙ୍କର ଆବଶ୍ୟକତା ଅନୁଯାୟୀ ଗ୍ରହଣ କରାଯାଉଛି, ଯାହା ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବାରେ ସହାୟକ ହେଉଛି ବୋଲି ସେ କହିଥିଲେ।

ପ୍ରତ୍ୟେକ ବିଭାଗରେ ଲଜିଷ୍ଟିକ୍ସ ଡିଭିଜନ ଏବଂ ଉନ୍ନତ ସମନ୍ୱୟ ଜରିଆରେ ଲଜିଷ୍ଟିକ୍ସ ଦକ୍ଷତା ପାଇଁ କ୍ଷମତାପ୍ରାପ୍ତ ସଚିବ ଗୋଷ୍ଠୀ ଗଠନ ଭଳି ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ପିଏମ ଗତି-ଶକ୍ତି ଦ୍ୱାରା ଆମ ରପ୍ତାନି କ୍ଷେତ୍ରକୁ ମଧ୍ୟ ବିଶେଷ ସହାୟତା ମିଳିପାରିବ, ଆମର ଏମଏସଏମଇମାନେ ମଧ୍ୟ ବିଶ୍ୱସ୍ତରରେ ପ୍ରତିଦ୍ୱନ୍ଦ୍ୱୀ ହୋଇପାରିବେ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭିତ୍ତିଭୂମି ଯୋଜନା ପ୍ରସ୍ତୁତି ଠାରୁ ଆରମ୍ଭ କରି ବିକାଶ ଓ ଉପଯୋଗିତା ସ୍ତର ପର୍ଯ୍ୟନ୍ତ ପିଏମ ଗତି-ଶକ୍ତି ଭିତ୍ତିଭୂମି ସୃଷ୍ଟି କ୍ଷେତ୍ରରେ ବାସ୍ତବ ସରକାରୀ-ଘରୋଇ ଭାଗିଦାରୀ ସୁନିଶ୍ଚିତ କରିବ । ସରକାରୀ ବ୍ୟବସ୍ଥା ସହିତ ସହଭାଗିତା ସ୍ଥାପନ କରି ଘରୋଇ କ୍ଷେତ୍ର କିଭଳି ଉନ୍ନତ ପରିଣାମ ପ୍ରାପ୍ତ କରିପାରିବ ତାହା ଉପରେ ମଧ୍ୟ ଏହି ୱେବିନାରରେ ବିଚାରମନ୍ଥନ କରାଯିବା ଆବଶ୍ୟକ ବୋଲି ଶ୍ରୀ ମୋଦୀ କହିଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways clears ₹755-crore project to build third line between Champa and Korba

Media Coverage

Indian Railways clears ₹755-crore project to build third line between Champa and Korba
NM on the go

Nm on the go

Always be the first to hear from the PM. Get the App Now!
...
Prime Minister hails India-UK Comprehensive Economic and Trade Agreement as a historic milestone for bilateral relations
June 17, 2026

The Prime Minister, Shri Narendra Modi, has expressed delight that the India-UK Comprehensive Economic and Trade Agreement will enter into force on 15 July 2026.

The Prime Minister said that the agreement will significantly boost bilateral trade and investment.

Shri Modi stated that the agreement will unlock numerous opportunities for Indian farmers, workers, MSMEs, startups and innovators and contribute meaningfully to the realisation of Viksit Bharat 2047.

The Prime Minister noted that both he and UK Prime Minister Keir Starmer, who are in Evian for the G7 Summit, are very happy with the significant momentum being added to India-UK economic ties.

The Prime Minister wrote on X;

“A historic milestone for India-UK relations.

Delighted to note that the India-UK Comprehensive Economic and Trade Agreement will enter into force on 15th July 2026.

This agreement will significantly boost our bilateral trade and investment.

It will also unlock numerous opportunities for Indian farmers, workers, MSMEs, startups and innovators and contribute meaningfully to the realisation of Viksit Bharat 2047.

Both PM Starmer and I, who are in Evian for the G7 Summit, are naturally very happy with the significant momentum being added to our economic ties.

@Keir_Starmer”