Once the people of India decide to do something, nothing is impossible: PM Modi
Banks were nationalised but that did not give the poor access to these banks. We changed that through Jan Dhan Yojana: PM
All round and inclusive development is essential. Even in the states with strong development indicators there would be areas which would need greater push for development: PM
Serving in less developed districts may not be glamorous but it will give an important platform to make a positive difference: PM Modi

ଆଞ୍ଚଳିକ ବୈଷମ୍ୟ ଦୂର କରିବା ଲାଗି 115 ଅତି ପଛୁଆ ଜିଲ୍ଲାର ବିକାଶ ଅନିବାର୍ଯ୍ୟ : ନରେନ୍ଦ୍ର ମୋଦୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅନଗ୍ରସର ଜିଲ୍ଲାଗୁଡ଼ିକର ଜିଲ୍ଲାପାଳ ଏବଂ ଜିଲ୍ଲାଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ନୂଆଦିଲ୍ଲୀର ଡ. ଆମ୍ବେଦକର ଆନ୍ତର୍ଜାତିକ କେନ୍ଦ୍ରଠାରେ ନୀତି ଆୟୋଗ ପକ୍ଷରୁ ଆୟୋଜିତ ସମ୍ମିଳନୀ ଅବସରରେ ଏହି ଆଲୋଚନା ହୋଇଥିଲା ।

2022 ସୁଦ୍ଧା ନୁଆ ଭାରତ ନିର୍ମାଣର ସ୍ୱପ୍ନକୁ ସାକାର କରିବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ନିର୍ଦ୍ଦିଷ୍ଟ ବିକାଶ ମାନଦଣ୍ଡରେ ପଛୁଆ ରହିଥିବା 115ଟି ଜିଲ୍ଲାର ଦ୍ରୁତ ବିକାଶ ଲାଗି କେନ୍ଦ୍ର ସରକାର ଏକ ବୃହତ୍ତ ନୀତିଗତ ପ୍ରୟାସ ଆରମ୍ଭ କରିଛନ୍ତି ।

6ଟି ଗ୍ରୁପରେ ଅଧିକାରୀମାନେ ପୁଷ୍ଟିସାଧନ, ଶିକ୍ଷା, ମୌଳିକ ଭିତ୍ତିଭୂମି, କୃଷି, ଜଳସମ୍ପଦ, ବାମପନ୍ଥୀ ଉଗ୍ରବାଦର ନିରାକରଣ ଓ ଆର୍ଥିକ ଅନ୍ତର୍ଭୂକ୍ତିକରଣ ଏବଂ ଦକ୍ଷତା ବିକାଶ ସମ୍ପର୍କରେ ରିପୋର୍ଟମାନ ଉପସ୍ଥାପନ କରିଥିଲେ ।

ଏହି ଅବସରରେ ଉପସ୍ଥିତ କେନ୍ଦ୍ରମନ୍ତ୍ରୀ ଏବଂ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହିତ ଜିଲ୍ଲାପାଳମାନଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଡ. ଆମ୍ବେଦକର ଆନ୍ତର୍ଜାତୀୟ କେନ୍ଦ୍ରରେ ଏହା ପ୍ରଥମ ସରକାରୀ କାର୍ଯ୍ୟକ୍ରମ ହୋଇଥିବାରୁ ଏହା ବିଶେଷ ଗୁରୁତ୍ୱ ବହନ କରୁଛି ।

ସେ କହିଥିଲେ ଯେ କେତେକ ଅଂଚଳ ତୁଳନାତ୍ମକ ଭାବେ ପଛୁଆ ରହିବା ସେହି ଅଂଚଳର ଲୋକମାନଙ୍କ ପ୍ରତି ଅନ୍ୟାୟ । ଏହି ପରିପ୍ରେକ୍ଷୀରେ, ସେ କହିଥିଲେ, 115ଟି ପଛୁଆ ଜିଲ୍ଲାର ବିକାଶ ପାଇଁ ପ୍ରୟାସ ଦ୍ୱାରା ଡ.ଆମ୍ବେଦକରଙ୍କ ସ୍ୱପ୍ନ ସାକାର ହୋଇପାରିବ । ସେ ସର୍ବଦା ବଂଚିତଙ୍କ ଉତ୍ଥାନ ପାଇଁ ପ୍ରୟାସ କରିଥିଲେ ।

ଜନଧନ ଯୋଜନା, ଶୌଚାଳୟ ନିର୍ମାଣ ଏବଂ ଗ୍ରାମାଂଚଳ ବିଦ୍ୟୁତିକରଣ ସମ୍ପର୍କରେ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦୃଢ଼ ସଂକଳ୍ପ ରହିଲେ ଆମ ଦେଶ ପାଇଁ କିଛି ବି ଅସମ୍ଭବ ନୁହେଁ । ମୃତ୍ତିକା ପରୀକ୍ଷଣ ଭଳି ସମ୍ପୂର୍ଣ୍ଣ ନୂଆ ପ୍ରୟାସର ସଫଳତା ସମ୍ପର୍କରେ ମଧ୍ୟ ସେ ଉଦାହରଣ ଦେଇଥିଲେ ।

ବର୍ତ୍ତମାନ ଭାରତରେ ଅପାର ସମ୍ଭାବନା, ବିଶାଳ ସାମର୍ଥ୍ୟ ଏବଂ ସୀମାହୀନ ସୁଯୋଗ ରହିଛି ବୋଲି ସେ ଜୋର ଦେଇଥିଲେ । ଏହି ପରିପ୍ରେକ୍ଷୀରେ, ପ୍ରଧାନମନ୍ତ୍ରୀ ସହଜ ବ୍ୟବସାୟ କାରବାର (ଇଜ ଅଫ ଡୁଇଂ ବିଜନେସ)ରେ ସୁଧାର ସମ୍ପର୍କରେ ଉଲ୍ଲେଖ କରିଥିଲେ । ଏହି ସଫଳତା ପାଇଁ ସେ ସରକାରୀ ଅଧିକାରୀ ଏବଂ ଟିମ ଇଣ୍ଡିଆକୁ ଶ୍ରେୟ ଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମାଧାନର ସୂତ୍ର କେବେହେଲେ ଉପରସ୍ତରରୁ ଥୋପାଯାଏ ନାହିଁ । ତେଣୁ କ୍ଷେତ୍ର ତଥା ପ୍ରଶାସନର ତୃଣମୂଳ ସ୍ତରରେ ରହିଥିବା ଲୋକମାନେ ସମାଧାନ ପାଇଁ ଯୋଗଦାନ କରିବା ଉଚିତ । ଏହି ପରୀପ୍ରେକ୍ଷୀରେ, ବର୍ତ୍ତମାନ ପିଢ଼ି ନିକଟରେ ରହିଥିବା ସ୍ପଷ୍ଟ ଚିନ୍ତାଧାରା ଏବଂ ଦୃଢ଼ ବିଶ୍ୱାସକୁ ସେ ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଂଚଳିକ ବୈଷମ୍ୟକୁ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ବଢ଼ିବାକୁ ଦିଆଯିବା ଉଚିତ ନୁହେଁ । ତେଣୁ ପଛୁଆ ଜିଲ୍ଲାଗୁଡ଼ିକର ବିକାଶ ଗୁରୁତ୍ୱପୂର୍ଣ୍ଣ । ସେ କହିଥିଲେ ଯେ ସଫଳତାର କାହାଣୀ ଏହି ଅଂଚଳରେ ନକାରାତ୍ମକ ଚିନ୍ତାଧାରା ଏବଂ ମନୋବୃତ୍ତିକୁ ବଦଳାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ । ତେଣୁ ପ୍ରଥମେ ଏହି ମନୋବୃତ୍ତିକୁ ନିରାଶାବାଦରୁ ଆଶାବାଦକୁ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଥିବା ସେ ବର୍ଣ୍ଣନା କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିକାଶ ପାଇଁ ଜନ ଆନ୍ଦୋଳନ ନିମନ୍ତେ ପ୍ରମୁଖ ଦଳରେ ରହିଥିବା ବୁଦ୍ଧିମତାଗୁଡ଼ିକର ସମ୍ମିଶ୍ରଣର ଆବଶ୍ୟକତା ରହିଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାସ୍ତରରେ ମାନସମନ୍ଥନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ସ୍ୱଚ୍ଛ ଭାରତ ଅଭିଯାନର ଉଦାହରଣ ଦେଇ ସେ କହିଥିଲେ ଯେ ଲୋକମାନଙ୍କ ସମ୍ପୃକ୍ତି ପାଇଁ ବ୍ୟବସ୍ଥିତ ପ୍ରକ୍ରିୟାର ଆବଶ୍ୟକତା ରହିଛି । ବିକାଶ ଲକ୍ଷ୍ୟର ଉପଲବ୍ଧୀରେ ସକାରାତ୍ମକ ବର୍ଣ୍ଣନା ଏବଂ ଆଶାବାଦ ସୃଷ୍ଟି କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅନଗ୍ରସର ଜିଲ୍ଲାଗୁଡ଼ିକରେ ଲୋକମାନଙ୍କ ଆଶାଆକାଂକ୍ଷାକୁ ହୃଦବୋଧ କରି ସେଗୁଡ଼ିକର ସମାଧାନ କରିବା ଆବଶ୍ୟକ । ସରକାରୀ ଯୋଜନା ସହିତ ଲୋକମାନଙ୍କ ଆଶାଆକାଂକ୍ଷାକୁ ଯୋଡ଼ିବା ଲାଗି ଜନସାଧାରଣଙ୍କ ସମ୍ପୃକ୍ତିର ଆବଶ୍ୟକତା ରହିଛି । ସେ କହିଥିଲେ ଯେ ବିକାଶ ଲକ୍ଷ୍ୟଗୁଡ଼ିକୁ ପହଁଚାଇବା ଜରିଆରେ 115ଟି ଅନଗ୍ରସର ଜିଲ୍ଲାର ଜିଲ୍ଲାପାଳଙ୍କ ନିକଟରେ ଦୀର୍ଘସ୍ଥାୟୀ ସନ୍ତୋଷ ପ୍ରାପ୍ତ କରିବାର ସୁଯୋଗ ରହିଛି । ସେ କହିଥିଲେ ଯେ ଜୀବନପଥରେ ଆସୁଥିବା ଆହ୍ୱାନର ମୁକାବିଲା କରିବା ଦ୍ୱାରା ଲକ୍ଷ୍ୟ ହାସଲ କରିବା ସମ୍ଭବ ହୋଇଥାଏ ଏବଂ ଏହି ଜିଲ୍ଲାପାଳମାନଙ୍କ ନିକଟରେ ସେହି ସୁଯୋଗ ରହିଛି । ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ 14 ଏପ୍ରିଲ ପୂର୍ବରୁ ତିନି ମାସ ମଧ୍ୟରେ ନିଷ୍ଠାପର ଉଦ୍ୟମ କରି ଆଖିଦୃଶିଆ ପରିଣାମ ହାସଲ ପାଇଁ ସେ ଆହ୍ୱାନ କରିଥିଲେ । ସେ କହିଥିଲେ, ଏପରି ଉତ୍ତମ ପ୍ରଦର୍ଶନ କରିଥିବା ଏକ ଜିଲ୍ଲାକୁ ଆସନ୍ତା ଏପ୍ରିଲରେ ସେ ଗସ୍ତ କରିବାକୁ ଚାହିଁବେ । ସେ କହିଥିଲେ ଯେ ଏହି 115ଟି ଜିଲ୍ଲା ବିକଶୀତ ନୂଆ ଭାରତର ମୂଳଦୁଆ ହୋଇପାରିବ ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Number of Indian women with digital access doubled since 2021: Survey

Media Coverage

Number of Indian women with digital access doubled since 2021: Survey
NM on the go

Nm on the go

Always be the first to hear from the PM. Get the App Now!
...
Prime Minister greets people of Goa on Goa Statehood Day
May 30, 2026

The Prime Minister, Shri Narendra Modi, today extended his greetings to the people of Goa on the occasion of Goa Statehood Day.

The Prime Minister said that Goa is widely known for its vibrant culture, rich heritage, natural beauty and warm-hearted people.

The Prime Minister noted that the occasion is an opportunity to remember with gratitude all those who worked tirelessly for the progress and identity of Goa.

The Prime Minister expressed hope that Goa will continue to prosper and play an important role in building a Viksit Bharat.

Shri Modi also prayed for the good health and prosperity of every Goan.

The Prime Minister wrote on X;

“Greetings to the people of Goa on the special occasion of Goa Statehood Day. Goa’s vibrant culture, rich heritage, natural beauty and warm-hearted people are widely known. This day is also an opportunity to remember with gratitude all those who worked tirelessly for its progress and identity. May Goa continue to prosper and play an important role in building a Viksit Bharat. Praying for the good health and prosperity of every Goan.”