“ବ୍ୟାଙ୍କଗୁଡିକର ଆର୍ଥିକ ସ୍ଥିତି ବର୍ତ୍ତମାନ ଏକ ଉନ୍ନତ ସ୍ଥିତିରେ ଅଛି କାରଣ ୨୦୧୪ ରୁ ଆମେ ଗୋଟିଏ ପରେ ଗୋଟିଏ ସମସ୍ୟା ଏବଂ ଆହ୍ୱାନର ସମାଧାନ ପାଇଁ ଉପାୟ ପାଇଲୁ”
“ଦେଶର ଅର୍ଥନୀତିରେ ନୂତନ ଶକ୍ତି ଯୋଗାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବା ଏବଂ ଭାରତକୁ ଆତ୍ମର୍ନିଭରଶୀଳ କରିବା ପାଇଁ ଭାରତୀୟ ବ୍ୟାଙ୍କଗୁଡ଼ିକ ଯଥେଷ୍ଟ ଶକ୍ତିଶାଳୀ ବୋଲି ସେ କହିଛନ୍ତି”
“ସମ୍ପଦ ସୃଷ୍ଟିକାରୀ ଏବଂ ନିଯୁକ୍ତି ସୃଷ୍ଟିକାରୀଙ୍କୁ ସମର୍ଥନ କରିବା ପାଇଁ ଏହା ଆପଣଙ୍କ ପାଇଁ ଏକ ସମୟ। ବର୍ତ୍ତମାନ ଭାରତର ବ୍ୟାଙ୍କଗୁଡ଼ିକ ସେମାନଙ୍କ ବାଲାନ୍ସ ସିଟ୍ ସହିତ ଦେଶର ସମ୍ପଦ ବଢାଇବା ପାଇଁ ସକ୍ରିୟ ଭାବରେ କାର୍ଯ୍ୟ କରିବା ଆବଶ୍ୟକ”
“ବ୍ୟାଙ୍କଗୁଡିକ ଏଭଳି ଅନୁଭବକୁ ଛାଡିବା ଜରୁରୀ ଯେ ସେମାନେ ଅନୁମୋଦନକାରୀ ଏବଂ ଗ୍ରାହକ ଆବେଦନକାରୀ କିମ୍ବା ସେମାନେ ଦାତା ଏବଂ ଗ୍ରାହକ ଗ୍ରହୀତା ଅଟନ୍ତି ଏବଂ ସହଭାଗୀତାର ମଡେଲ୍କୁ ଗ୍ରହଣ କରିବା ଆବଶ୍ୟକ”
“ଯେତେବେଳେ ଦେଶ ଆର୍ଥିକ ଅର୍ନ୍ତଭୁକ୍ତିକୁ ନେଇ ଏତେ ପରିଶ୍ରମ କରୁଛି, ସେତେବେଳେ ନାଗରିକମାନଙ୍କ ଉତ୍ପାଦନ କ୍ଷମତା ପାଇଁ ବାଟ ଖୋଲିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ”
“ସ୍ୱାଧୀନତାର "ଅମୃତ କାଳରେ ଭାରତୀୟ ବ୍ୟାଙ୍କିଙ୍ଗ କ୍ଷେତ୍ର ବଡ଼ ଚିନ୍ତାଧାରା ଏବଂ ଅଭିନବ ଉପାୟ ଅବଲମ୍ବନ କରିବେ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ମାଧ୍ୟମରେ "ବାଧାମୁକ୍ତ ଋଣ ପ୍ରବାହ ଏବଂ ଆର୍ଥିକ ବିକାଶ ପାଇଁ ସୁଯୋଗ ସ୍ଥାପନ” ଉପରେ ଆୟୋଜିତ ସମ୍ମିଳନୀର ଉଦ୍‍ଯାପନୀ ସମାରୋହକୁ ସମ୍ବୋଧିତ କରିଛନ୍ତି ।

ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଗତ ୬-୭ ବର୍ଷ ମଧ୍ୟରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ସରକାର ଆରମ୍ଭ କରିଥିବା ସଂସ୍କାର ଏହି କ୍ଷେତ୍ରକୁ ସବୁ ଦିଗରେ ସମର୍ଥନ କରିଛି, ଯେଉଁ କାରଣରୁ ଦେଶର ବ୍ୟାଙ୍କିଙ୍ଗ କ୍ଷେତ୍ର ଆଜି ଏକ ମଜବୁତ ସ୍ଥିତିରେ ଅଛି । ବ୍ୟାଙ୍କଗୁଡିକର ଆର୍ଥିକ ସ୍ଥିତି ବର୍ତ୍ତମାନ ବହୁତ ଉନ୍ନତ ଅବସ୍ଥାରେ ଥିବା ସେ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୨୦୧୪ ପରଠାରୁ ଗୋଟିଏ ପରେ ଗୋଟିଏ ସମସ୍ୟାର ସମାଧାନ ପାଇଁ ଉପାୟ ଖୋଜି ବାହାର କରାଯାଇଥିଲା । ଆମେ ଏନପିଏର ସମସ୍ୟାକୁ ସମାଧାନ କରିଛୁ, ବ୍ୟାଙ୍କଗୁଡ଼ିକ ପାଇଁ ପୁଞ୍ଜି ବ୍ୟବସ୍ଥା କରିଛୁ ଏବଂ ସେମାନଙ୍କର ଶକ୍ତି ବୃଦ୍ଧି କରିଛୁ । ଆମେ ଆଇବିସି ପରି ସଂସ୍କାର ଆଣିଛୁ, ଅନେକ ଆଇନରେ ସଂସ୍କାର ଆଣିଛୁ ଏବଂ ଋଣ ପୁନରୁଦ୍ଧାର ନ୍ୟାୟାଳୟକୁ ସଶକ୍ତ କରିଛୁ । କରୋନା ଅବଧି ସମୟରେ ପ୍ରତିକୂଳ ପରିସ୍ଥିତିରେ ଦେଶରେ ଏକ ଉତ୍ସର୍ଗୀକୃତ ଚାପଗ୍ରସ୍ତ ସମ୍ପତ୍ତି ପରିଚାଳନା ବ୍ୟବସ୍ଥା ମଧ୍ୟ ଗଠନ କରାଯାଇଥିଲା ବୋଲି ଶ୍ରୀ ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଆଜି କହିଛନ୍ତି, ଦେଶର ଅର୍ଥନୀତିକୁ ନୂତନ ଶକ୍ତି ଯୋଗାଇବାରେ ଏକ ବଡ଼ ଭୂମିକା ଗ୍ରହଣ କରିବା ଏବଂ ଭାରତକୁ ଆତ୍ମର୍ନିଭରଶୀଳ କରିବା ପାଇଁ ଭାରତୀୟ ବ୍ୟାଙ୍କଗୁଡ଼ିକ ଯଥେଷ୍ଟ ଶକ୍ତିଶାଳୀ । ମୁଁ ଏହି ପର୍ଯ୍ୟାୟକୁ ଭାରତର ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଏକ ପ୍ରମୁଖ ମାଇଲଖୁଣ୍ଟ ଭାବରେ ବିବେଚନା କରୁଛି । ସାମ୍ପ୍ରତିକ ବର୍ଷଗୁଡିକରେ ନିଆଯାଇଥିବା ପଦକ୍ଷେପଗୁଡିକ ବ୍ୟାଙ୍କଗୁଡିକ ପାଇଁ ଏକ ଶକ୍ତିଶାଳୀ ପୁଞ୍ଜି ଆଧାର ସୃଷ୍ଟି କରିଛି । ବ୍ୟାଙ୍କଗୁଡିକର ପର୍ଯ୍ୟାପ୍ତ ସାମର୍ଥ୍ୟ ଅଛି ଏବଂ ପଛୁଆ ଭାବେ ଏନ୍‍ପିଏ ଯୋଗାଣ ପାଇଁ କୌଣସି ବ୍ୟବସ୍ଥା ନାହିଁ କାରଣ ସରକାରୀ କ୍ଷେତ୍ର ବ୍ୟାଙ୍କଗୁଡିକରେ ଏନ୍‍ପିଏ ଗତ ପାଞ୍ଚ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରରେ ଅଛି । ଏହାଦ୍ୱାରା ଅନ୍ତର୍ଜାତୀୟ ଏଜେନ୍ସି ଦ୍ୱାରା ଭାରତୀୟ ବ୍ୟାଙ୍କଗୁଡିକ ପ୍ରତି ଦୃଷ୍ଟିକୋଣ ବଦଳି ପାରିଛି ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ମାଇଲଖୁଣ୍ଟ ବ୍ୟତୀତ ଏହି ପର୍ଯ୍ୟାୟ ଏକ ନୂତନ ଅୟାରମ୍ଭ ଏବଂ ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ସମ୍ପଦ ସୃଷ୍ଟିକାରୀ ଏବଂ ନିଯୁକ୍ତି ସୃଷ୍ଟିକାରୀଙ୍କୁ ସହାୟତା କରିବାକୁ କହିଛନ୍ତି । ଏହା ହେଉଛି ସମୟର ଆବଶ୍ୟକତା ଯେ ବର୍ତ୍ତମାନ ଭାରତର ବ୍ୟାଙ୍କଗୁଡ଼ିକ ସେମାନଙ୍କ ବାଲାନ୍ସ ସିଟ୍ ସହିତ ଦେଶର ସମ୍ପଦ ବଢାଇବା ପାଇଁ ସକ୍ରିୟ ଭାବରେ କାର୍ଯ୍ୟ କରିବା” ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଗ୍ରାହକଙ୍କୁ ସକ୍ରିୟ ଭାବରେ ସେବା ଯୋଗାଇବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଏବଂ ସେମାନଙ୍କର ଆବଶ୍ୟକତାକୁ ବିଶ୍ଲେଷଣ କରିବା ପରେ ଗ୍ରାହକ, କମ୍ପାନୀ ଏବଂ ଏମଏସଏମଇକୁ ଉପଯୁକ୍ତ ସେବା ପ୍ରଦାନ କରିବାକୁ ବ୍ୟାଙ୍କଗୁଡ଼ିକୁ କହିଛନ୍ତି । ପ୍ରଧାନମନ୍ତ୍ରୀ ବ୍ୟାଙ୍କଗୁଡିକୁ ଅନୁରୋଧ କରିଛନ୍ତି ଯେ ସେମାନେ ଅନୁମୋଦନକାରୀ ଏବଂ ଗ୍ରାହକ ଜଣେ ଆବେଦନକାରୀ, ସେମାନେ ପ୍ରଦାନକାରୀ ଏବଂ ଗ୍ରାହକ ଗ୍ରହିତା ଅଟନ୍ତି ମନୋଭାବରୁ ଦୂରେଇ ଯିବା ଉଚିତ୍‍ । ବ୍ୟାଙ୍କଗୁଡିକ ସହଭାଗୀତାର ମଡେଲ ଗ୍ରହଣ କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ଜନ ଧନ ଯୋଜନା କାର୍ଯ୍ୟକାରୀ କରିବାରେ ଉତ୍ସାହ ପାଇଁ ସେ ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମସ୍ତ ହିତାଧିକାରୀଙ୍କ ଅଭିବୃଦ୍ଧିକୁ ବ୍ୟାଙ୍କଗୁଡିକ ଅନୁଭବ କରିବା ଉଚିତ ଏବଂ ଅଭିବୃଦ୍ଧିର କାହାଣୀରେ ସକ୍ରିୟ ଭାବରେ ଜଡିତ ହେବା ଉଚିତ । ସେ ପିଏଲଆଇ ର ଏକ ଉଦାହରଣ ଦେଇ କହିଛନ୍ତି ଯେ ଯେଉଁଠାରେ ସରକାର ଭାରତୀୟ ଉତ୍ପାଦକମାନଙ୍କୁ ଉତ୍ପାଦନରେ ପ୍ରୋତ୍ସାହନ ଦେଇ ସମାନ କାର୍ଯ୍ୟ କରୁଛନ୍ତି । ପିଏଲ୍‍ଆଇ ସ୍କିମ୍ ଅଧୀନରେ ର୍ନିମାତାମାନେ ସେମାନଙ୍କର କ୍ଷମତା ବହୁଗୁଣିତ କରିବାକୁ ଏବଂ ନିଜକୁ ବିଶ୍ୱସ୍ତରୀୟ କମ୍ପାନୀରେ ପରିଣତ କରିବାକୁ ଉତ୍ସାହିତ ହୋଇଛନ୍ତି । ସମର୍ଥନ ଏବଂ ପାରଦର୍ଶୀତା ମାଧ୍ୟମରେ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକ୍ଷମ କରିବାରେ ବ୍ୟାଙ୍କଗୁଡିକ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶରେ ହୋଇଥିବା ବଡ଼ ପରିବର୍ତ୍ତନ ଏବଂ କାର୍ଯ୍ୟକାରୀ ହୋଇଥିବା ଯୋଜନା ଯୋଗୁଁ ଦେଶରେ ଏକ ବିଶାଳ ତଥ୍ୟ ଭଣ୍ଡାର ସୃଷ୍ଟି ହୋଇ ପାରିଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବ୍ୟାଙ୍କିଙ୍ଗ କ୍ଷେତ୍ର ଏହାର ଫାଇଦା ନେବା ଜରୁରୀ । ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ୱାମୀତ୍ୱ, ଏସ୍‍ଭିଏନିଧି ଭଳି ଫ୍ଲାଗସିପ୍ ଯୋଜନା ଦ୍ୱାରା ଥିବା ସୁଯୋଗଗୁଡ଼ିକୁ ତାଲିକାଭୁକ୍ତ କରିଥିଲେ ଏବଂ ବ୍ୟାଙ୍କଗୁଡିକୁ ଏହି ଯୋଜନାରେ ସାମିଲ ଏବଂ ସେମାନଙ୍କ ଭୂମିକା ଗ୍ରହଣ କରିବାକୁ କହିଥିଲେ ।

ଆର୍ଥିକ ଅର୍ନ୍ତଭୁକ୍ତିର ସାମଗ୍ରିକ ପ୍ରଭାବ ଉପରେ ଶ୍ରୀ ମୋଦୀ କହିଛନ୍ତି ଯେ ଯେତେବେଳେ ଆର୍ଥିକ ଅର୍ନ୍ତଭୁକ୍ତିକୁ ନେଇ ଦେଶ ଏତେ ପରିଶ୍ରମ କରୁଛି, ସେତେବେଳେ ନାଗରିକଙ୍କ ଉତ୍ପାଦନ କ୍ଷମତାର ବାଟ ଖୋଲିଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେ ବ୍ୟାଙ୍କିଙ୍ଗ କ୍ଷେତ୍ର ଦ୍ୱାରା ହୋଇଥିବା ଏକ ଅନୁସନ୍ଧାନର ଉଦାହରଣ ଦେଇ କହିଛନ୍ତି ଯେ ଯେଉଁ ରାଜ୍ୟରେ ଅଧିକ ଜନ ଧନ ଆକାଉଣ୍ଟ ଖୋଲାଯାଇଛି ସେଠାରେ ଅପରାଧ ହାର ହ୍ରାସ ପାଇଛି । ସେହିଭଳି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେଉଁ ପରିମାଣରେ କର୍ପୋରେଟ୍ ଏବଂ ଷ୍ଟାର୍ଟ ଅପ୍ ଆଜି ଆଗକୁ ଆସୁଛି ତାହା ଅପ୍ରତ୍ୟାଶିତ ଅଟେ । ଏଭଳି ପରିସ୍ଥିତିରେ ଭାରତର ଆକାଂକ୍ଷାକୁ ମଜବୁତ କରିବା, ପାଣ୍ଠି ଯୋଗାଇବା, ପୁଞ୍ଜି ବିନିଯୋଗ କରିବା ପାଇଁ ଉତ୍ତମ ସମୟ ଆଉ କ'ଣ ହୋଇପାରେ ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି ।

ଜାତୀୟ ଲକ୍ଷ୍ୟ ଏବଂ ପ୍ରତିଶ୍ରୁତି ସହିତ ନିଜକୁ ସଂଲଗ୍ନ କରି ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ଆଗକୁ ଯିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ମନ୍ତ୍ରଣାଳୟ ଏବଂ ବ୍ୟାଙ୍କଗୁଡ଼ିକୁ ଏକାଠି କରିବା ପାଇଁ ୱେବ୍ ଆଧାରିତ ପ୍ରୋଜେକ୍ଟ ଫଣ୍ଡ୍ ଟ୍ରାକରର ପ୍ରସ୍ତାବିତ ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ । ଯଦି ଏହାକୁ ଗତି ଶକ୍ତି ପୋର୍ଟାଲରେ ଯୋଡାଯାଏ ତେବେ ଏହା ଭଲ ହେବ ବୋଲି ସେ ମତ ଦେଇଛନ୍ତି । ସ୍ୱାଧୀନତାର "ଅମୃତ କାଳ”ରେ ଭାରତୀୟ ବ୍ୟାଙ୍କିଙ୍ଗ କ୍ଷେତ୍ର ବଡ଼ ଚିନ୍ତାଧାରା ଏବଂ ଅଭିନବ ଉପାୟ ଅବଲମ୍ବନ କରିବା ପାଇଁ ସେ ଆଶା ପ୍ରକାଶ କରିଛନ୍ତି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Make in India' radar programme to help Tejas track targets gets Rs 2,205 crore boost

Media Coverage

'Make in India' radar programme to help Tejas track targets gets Rs 2,205 crore boost
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 01, 2026
August 01, 2026

Aatmanirbhar Bharat Delivers: Indigenous Power, Farmer Prosperity & Blue Economy