ଆତ୍ମନିର୍ଭର ଭାରତ ଅଭିଯାନର ସଫଳତା ପାଇଁ ପ୍ରମୁଖ ଦାୟିତ୍ୱ ଭାରତୀୟ ଉଦ୍ୟୋଗ ଜଗତ ନିକଟରେ ରହିଛି : ପ୍ରଧାନମନ୍ତ୍ରୀ
ଏକଦା ବିଦେଶୀ ନିବେଶକୁ ନେଇ ଶଙ୍କାଗ୍ରସ୍ତ ଥିବା ଭାରତ ଏବେ ସବୁପ୍ରକାରର ନିବେଶକୁ ସ୍ୱାଗତ କରୁଛି : ପ୍ରଧାନମନ୍ତ୍ରୀ
ବର୍ତ୍ତମାନ ଭାରତ ନିର୍ମିତ ଉତ୍ପାଦ ପ୍ରତି ଦେଶବାସୀଙ୍କ ବିଶ୍ୱାସ ବୃଦ୍ଧି ପାଇଛି : ପ୍ରଧାନମନ୍ତ୍ରୀ
ଆମର ଉଦ୍ୟୋଗ ଜଗତ ପ୍ରତି ଦେଶର ବିଶ୍ୱାସ ଫଳରେ ବ୍ୟବସାୟିକ ସୁଗମତା ଏବଂ ସହଜ ଜୀବନ ଧାରଣରେ ସୁଧାର ଆସିଛି। କମ୍ପାନୀ ଆଇନରେ ହୋଇଥିବା ପରିବର୍ତ୍ତନ ଏହାର ଉଦାହରଣ : ପ୍ରଧାନମନ୍ତ୍ରୀ
ଆଜି ଦେଶରେ ଏପରି ସରକାର ଅଛି ଯାହା ରାଷ୍ଟ୍ରର ସ୍ୱାର୍ଥ ପାଇଁ ସବୁଠୁ ବଡ଼ ରିସ୍କ ନେବା ଲାଗି ପ୍ରସ୍ତୁତ, ପୂର୍ବ ସରକାରଙ୍କ ନିକଟରେ ରାଜନୈତିକ ରିସ୍କ ନେବାର ସାହସ ନଥିଲା : ପ୍ରଧାନମନ୍ତ୍ରୀ
ଏ ସରକାର ସବୁଠୁ କଷ୍ଟକର ସଂସ୍କାର କାର୍ଯ୍ୟକାରୀ କରିବା ଲାଗି ପ୍ରସ୍ତୁତ କାରଣ ଏ ସରକାର ପାଇଁ ସଂସ୍କାର ବାଧ୍ୟବାଧକତା ନୁହେଁ ପ୍ରତିବଦ୍ଧତାର ବିଷୟ : ପ୍ରଧାନମନ୍ତ୍ରୀ
ପୁରୁଣାକାଳିଆ ଟିକସ ବ୍ୟବସ୍ଥାର ଉଚ୍ଛେଦ ସରକାର ଓ ଉଦ୍ୟୋଗ ମଧ୍ୟରେ ବିଶ୍ୱାସକୁ ଦୃଢ଼ କରିବ : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ବାର୍ଷିକ ବୈଠକ 2021ରେ ଉଦବୋଧନ ଦେଇଛନ୍ତି। ଏହି ବୈଠକରେ ଉଦ୍ୟୋଗ ଜଗତର ଶୀର୍ଷ ନେତୃବୃନ୍ଦ ଅଂଶଗ୍ରହଣ କରି ପାଞ୍ଚ ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ଲକ୍ଷ୍ୟ ହାସଲ ପାଇଁ ବିଭିନ୍ନ କ୍ଷେତ୍ରରେ ସଂସ୍କାର ଆଣିବା ଦିଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ। ବୈଠକର ବିଷୟବସ୍ତୁ ‘India@75: Government and Business working together for AatmaNirbhar Bharat’ (ଇଣ୍ଡିଆ @ 75 : ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ଦିଗରେ ସରକାର ଏବଂ ବ୍ୟବସାୟ ଜଗତ ମିଳିତ ଭାବେ କାର୍ଯ୍ୟରତ) ଉପରେ ଆଲୋଚନା କରି ସେମାନେ ଭିତ୍ତିଭୂମି ଜନିତ ଆହ୍ୱାନର ମୁକାବିଲା କରିବା, ଉତ୍ପାଦନ କ୍ଷମତା ବୃଦ୍ଧି କରିବା, ଆର୍ଥିକ କ୍ଷେତ୍ରକୁ ଆହୁରି ସକ୍ରିୟ କରିବା, ପ୍ରଯୁକ୍ତି କ୍ଷେତ୍ରରେ ନେତୃତ୍ୱ ହାସଲ କରିବା ଲାଗି ଭାରତର ବୈଷୟିକ ସାମର୍ଥ୍ୟକୁ ଆହୁରି ବୃଦ୍ଧି କରିବା ସମେତ ବିଭିନ୍ନ ବିଷୟରେ ମତାମତ ଓ ପରାମର୍ଶ ଦେଇଥିଲେ।

ସମାବେଶରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସିଆଇଆଇର ଏହି ବୈଠକ ସ୍ୱାଧୀନତାର 75ତମ ଦିବସ ଅବ୍ୟବହିତ ପୂର୍ବରୁ ଆୟୋଜିତ ହେଉଥିବା ଆଜାଦୀ କା ଅମ୍ରିତ ମହୋତ୍ସବ ସମୟରେ ଅନୁଷ୍ଠିତ ହେଉଛି। ସେ କହିଥିଲେ ଯେ ଭାରତୀୟ ଉଦ୍ୟୋଗ ଜଗତ ପାଇଁ ନୂତନ ସଂକଳ୍ପ ଓ ନୂତନ ଲକ୍ଷ୍ୟ ନିର୍ଦ୍ଧାରଣ କରିବା ନିମନ୍ତେ ଏହାକ ଏକ ସୁବର୍ଣ୍ଣ ସୁଯୋଗ। ସେ ଆହୁରି କହିଥିଲେ ଯେ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ଦିଗରେ ଭାରତୀୟ ଉଦ୍ୟୋଗ ଜଗତର ଏକ ପ୍ରମୁଖ ଭୂମିକା ରହିଛି। ମହାମାରୀ ସମୟରେ ଉଦ୍ୟୋଗ ଜଗତର ସହନଶୀଳତା ପାଇଁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ପ୍ରଶଂସା କରିଥିଲେ।

ଭାରତର ବିକାଶ ଓ ସାମର୍ଥ୍ୟ ପାଇଁ ରହିଥିବା ବିଶ୍ୱାସପୂର୍ଣ୍ଣ ପରିବେଶର ସମ୍ପୂର୍ଣ୍ଣ ଲାଭ ଉଠାଇବା ଲାଗି ସେ ଉଦ୍ୟୋଗ ଜଗତକୁ ପରାମର୍ଶ ଦେଇଥିଲେ। ବର୍ତ୍ତମାନର ସରକାରଙ୍କ ଦୃଷ୍ଟିକୋଣରେ ଆସିଥିବା ପରିବର୍ତ୍ତନ ଏବଂ ବର୍ତ୍ତମାନର ବ୍ୟବସ୍ଥାରେ କାର୍ଯ୍ୟ କରିବା କ୍ଷେତ୍ର‍ରେ ହୋଇଥିବା ପରିବର୍ତ୍ତନ ସମ୍ପର୍କରେ ଉଳ୍ଲେଖ କରି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ, ନୂତନ ଭାରତ ନୂତନ ବିଶ୍ୱ ସହ ସାଥୀ ହୋଇ ଚାଲିବା ଲାଗି ପ୍ରସ୍ତୁତ। ଏକଦା ବିଦେଶୀ ନିବେଶକୁ ନେଇ ଶଙ୍କାଗ୍ରସ୍ତ ଥିବା ଭାରତ ଏବେ ସବୁପ୍ରକାରର  ନିବେଶକୁ ସ୍ୱାଗତ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଅନୁରୂପ ଭାବେ, ପୂର୍ବରୁ ଥିବା ଟିକସ ନୀତି ନିବେଶକମାନଙ୍କ ମଧ୍ୟରେ ନିରାଶା ଉତ୍ପନ୍ନ କରୁଥିଲା। ହେଲେ ଏବେ ସେହି ଭାରତରେ ବିଶ୍ୱର ସବୁଠୁ ପ୍ରତିଦ୍ୱନ୍ଦ୍ୱିତାମୂଳକ କର୍ପୋରେଟ ଟିକସ ବ୍ୟବସ୍ଥା ଓ ଫେସଲେସ ଟିକସ ପ୍ରଣାଳୀ ରହିଛି। ଅତୀତର ନାଲିଫିତା ପ୍ରଶାସନ ବ୍ୟବସ୍ଥା ଆଉ ନାହିଁ। ଭାରତ ଏବେ ବ୍ୟବସାୟିକ ସୁଗମତା ସୂଚକାଙ୍କରେ ଅନେକ ସୋପାନ ଉନ୍ନତି କରି ସାରିଛି।  ସେହିପରି ଭାବେ ଅନେକ ଶ୍ରମ ଆଇନର ଜାଲକୁ ଏବେ 4ଟି ଶ୍ରମ ସଂହିତା ରୂପରେ ଯୁକ୍ତିସଂଗତ କରି ଦିଆଯାଇଛି। ପୂର୍ବରୁ କୃଷିକୁ କେବଳ ଜୀବିକାର ସାଧନ ବୋଲି ବିବେଚନା କରାଯାଉଥିଲା। ଏବେ ସଂସ୍କାର ମାଧ୍ୟମରେ ଏହି କ୍ଷେତ୍ରକୁ ବଜାର ସହିତ ଯୋଡ଼ାଯାଉଛି। ଏହାର ଫଳସ୍ୱରୂପ ଭାରତରେ ରେକର୍ଡ ଏଫଡିଆଇ ଏବଂ ଏଫପିଆଇ ହେଉଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଦେଶୀ ମୁଦ୍ରା ଭଣ୍ଡାର ମଧ୍ୟ ସର୍ବକାଳୀନ ଉଚ୍ଚତମ ସ୍ତରରେ ରହିଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏପରି ଏକ ସମୟ ଥିଲା ଯେତେବେଳେ ଯାହାକିଛି ବିଦେଶୀ, ତାହା ଉନ୍ନତ ବୋଲି ବିବେଚନା କରାଯାଉଥିଲା। ଏହି ମାନସିକତାର ପରିଣାମ କ’ଣ ହେଲା, ତାହା ଆପଣଙ୍କ ଭଳି ଉଦ୍ୟୋଗ ଜଗତର ବିଶିଷ୍ଟ ବ୍ୟକ୍ତିମାନେ ଭଲ ଭାବେ ଜାଣନ୍ତି। ସ୍ଥିତି ଏତେ ଖରାପ ହୋଇଯାଇଥିଲା ଯେ ଆମର ନିଜ ବ୍ରାଣ୍ଡ ମଧ୍ୟ, ଯାହାକୁ ଆମେ ଅନେକ ପରିଶ୍ରମ କରି ଛିଡ଼ା କରିଥିଲୁ, ସେଗୁଡ଼ିକୁ ବିଦେଶୀ ନାମରେ ହିଁ ପ୍ରଚାରିତ କରାଯାଉଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ସ୍ଥିତି ଦ୍ରୁତ ଗତିରେ ବଦଳୁଛି। ଆଜି ଦେଶବାସୀଙ୍କ ଭାବନା ଭାରତରେ ନିର୍ମିତ ଉତ୍ପାଦ ସହିତ ରହିଛି। ସେ କହିଥିଲେ ଯେ କମ୍ପାନୀ ଭାରତୀୟ ହେବା ଜରୁରି ନୁହେଁ, କିନ୍ତୁ ଆଜି ପ୍ରତ୍ୟେକ ଭାରତୀୟ, ଭାରତରେ ନିର୍ମିତ ଉତ୍ପାଦକୁ ହିଁ ଆପଣାଇବାକୁ ଚାହୁଁଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଯେତେବେଳେ ଭାରତୀୟ ଯୁବପିଢ଼ି ମୈଦାନକୁ ଓହ୍ଲାଉଛନ୍ତି, ସେମାନଙ୍କ ମନରେ ପୂର୍ବ ଭଳି ଦ୍ୱନ୍ଦ୍ୱ ରହୁନାହିଁ। ସେମାନେ କଠିନ ପରିଶ୍ରମ କରିବା, ସାହସିକ ପଦକ୍ଷେପ ଗ୍ରହଣ କରିବା ଏବଂ ପରିଣାମ ହାସଲ କରିବାକୁ ଚାହୁଁଛନ୍ତି। ବର୍ତ୍ତମାନ ଦେଶର ଯୁବପିଢ଼ି ଏହା ଅନୁଭବ କଲେଣି ଯେ ସେମାନେ ଯେଉଁଠି ଅଛନ୍ତି, ସେମାନେ ତାହାର ହକଦାର ଅଟନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଭାରତର ଷ୍ଟାର୍ଟଅପରେ ଏପରି ଆତ୍ମବିଶ୍ୱାସ ଆଜି ଦେଖିବାକୁ ମିଳୁଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଛଅ ବର୍ଷ ପୂର୍ବରୁ ଭାରତରେ ତିନି ଚାରିଟି ୟୁନିକର୍ଣ୍ଣ ଥିଲା, କିନ୍ତୁ ଆଜି ଏଗୁଡ଼ିକର ସଂଖ୍ୟା 60 ହୋଇଯାଇଛି। ଏଗୁଡ଼ିକ ମଧ୍ୟରୁ 21ଟି ୟୁନିକର୍ଣ୍ଣ ଭାରତରେ ପ୍ରତ୍ୟେକ ସ୍ତରରେ ହେଉଥିବା ପରିବର୍ତ୍ତନକୁ ଦର୍ଶାଉଛନ୍ତି। ସେହିସବୁ ଷ୍ଟାର୍ଟଅପଗୁଡ଼ିକ ପାଇଁ ନିବେଶକମାନଙ୍କର ଅଭୂତପୂର୍ଣ୍ଣ ସମର୍ଥନ ମିଳୁଛି ଏବଂ ଭାରତ ପାଖରେ ବିକାଶର ଅସାଧାରଣ ସୁଯୋଗ ରହିଛି ବୋଲି ଏହା ସଙ୍କେତ ଦେଉଛି।

ଆମର ଉଦ୍ୟୋଗ ଜଗତ ପ୍ରତି ଦେଶର ବିଶ୍ୱାସ ରହିଛି। ଏହାର ପରିଣାମ ଫଳରେ ବ୍ୟବସାୟିକ ସୁଗମତା ବା ଇଜ ଅଫ ଡୁଇଂ ବିଜନେସ ଏବଂ ସହଜ ଜୀବନ ଧାରଣ ବା ଇଜ ଅଫ ଲିଭିଂରେ ସୁଧାର ଆସିଛି। କମ୍ପାନୀ ଆଇନରେ କରାଯାଇଥିବା ପରିବର୍ତ୍ତନ ଏହାକୁ ପ୍ରମାଣିତ କରୁଛି।

ପ୍ରଧାନମନ୍ତ୍ରୀ ଏଥିପ୍ରତି ଜୋର ଦେଇ କହିଥିଲେ ଯେ ସରକାର କଠିନ ସଂସ୍କାର ଆଣିବା ଲାଗି ସକ୍ଷମ କାରଣ ଏ ସରକାରଙ୍କ ପାଇଁ କାରଣ ଏ ସରକାରଙ୍କ ପାଇଁ ସଂସ୍କାର ବାଧ୍ୟବାଧକତା ନୁହେଁ ପ୍ରତିବଦ୍ଧତାର ବିଷୟ। ସେ ସଂସଦ ଅଧିବେଶନ ସମୟରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ବିଷୟରେ ଉଲ୍ଲେଖ କରିଥିଲେ। ଏଥିରେ ଫ୍ୟାକ୍ଟରିଂ ନିୟାମକ ସଂଶୋଧନ ବିଲ ରହିଛି ଏହାଦ୍ୱାରା କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ସହଜରେ ଋଣ ମିଳିବାରେ ସହାୟତା ମିଳିପାରିବ। ଅନ୍ୟପକ୍ଷରେ ଜମା ବୀମା ଓ ଋଣ ଗ୍ୟାରେଂଟି ନିଗମ ସଂଶୋଧନ ବିଲ କ୍ଷୁଦ୍ର ଜମାକାରୀଙ୍କ ହିତକୁ ସୁରକ୍ଷିତ ରଖିବ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏପରି ଉପାୟ ଫଳରେ ସରକାରଙ୍କ ପ୍ରୟାସକୁ ପ୍ରୋତ୍ସାହନ ମିଳିପାରିବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଅତୀତର ତ୍ରୁଟିକୁ ସୁଧାରି ପୁରୁଣାକାଳିଆ ଟିକସ ବ୍ୟବସ୍ଥାକୁ ସମାପ୍ତ କରିଛନ୍ତି। ଉଦ୍ୟୋଗ ଜଗତ ନିକଟରୁ ମିଳିଥିବା ପ୍ରଶଂସାକୁ ଦେଖିଲେ ଏହି ପଦକ୍ଷେପ ସରକାର ଓ ଉଦ୍ୟୋଗ ଜଗତ ମଧ୍ୟରେ ବିଶ୍ୱାସକୁ ସୁଦୃଢ଼ କରିବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଦେଶରେ ଏପରି ଏକ ସରକାର ଅଛି ଯାହା ରାଷ୍ଟ୍ର ହିତରେ ସବୁଠୁ ବଡ଼ ରିସ୍କ ନେବାକୁ ମଧ୍ୟ ପ୍ରସ୍ତୁତ। ସେ ଏଥିପ୍ରତି ଜୋର ଦେଇ କହିଥିଲେ ଯେ ଜିଏସଟି ଏତେ ବର୍ଷ ଧରି ଅଟକି ରହିଥିଲା କାରଣ ପୂର୍ବର ସରକାର ରାଜନୈତିକ ରିସ୍କ ନେବାର ସାହସ ଜୁଟାଇ ପାରୁନଥିଲା। ସେ କହିଥିଲେ ଯେ ଆମେ କେବଳ ଜିଏସଟି ଲାଗୁ କରିନାହୁଁ ବରଂ ଆଜି ଆମେ ରେକର୍ଡ ପରିମାଣର ଜିଏସଟି ସଂଗ୍ରହ ମଧ୍ୟ ସମସ୍ତେ ଦେଖିପାରୁଛନ୍ତି।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's Economy Grows 7.7% in FY26, 7.8% in Q4; Beats Estimates Despite Global Turmoil

Media Coverage

India's Economy Grows 7.7% in FY26, 7.8% in Q4; Beats Estimates Despite Global Turmoil
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Praggnanandhaa on his remarkable feat
June 06, 2026

Prime Minister Shri Narendra Modi today congratulated Praggnanandhaa for his remarkable feat. The Prime Minister noted that this is indeed an incredible milestone that highlights his continued excellence. Shri Modi also extended his best wishes to him for his future endeavours.

The Prime Minister posted on X:
"Congratulations to Praggnanandhaa for this remarkable feat!

This is indeed an incredible milestone that highlights his continued excellence.
My best wishes to him for his future endeavours.

@rpraggnachess"