At every level of education, gross enrolment ratio of girls are higher than boys across the country: PM Modi
Lauding the University of Mysore, PM Modi says several Indian greats such as Bharat Ratna Dr. Sarvapalli Radhakrisnan has been provided new inspiration by this esteemed University
PM Modi says, today, in higher education, and in relation to innovation and technology, the participation of girls has increased
In last 5-6 years, we've continuously tried to help our students to go forward in the 21st century by changing our education system: PM Modi on NEP

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହୀଶୂର ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାବର୍ତ୍ତନ ସମାରୋହରେ ଆଜି ଉଦ୍‌ବୋଧନ ଦେଇଛନ୍ତି । ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଏହି ସମାବର୍ତ୍ତନ ସମାରୋହରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମହୀଶୂର ବିଶ୍ୱବିଦ୍ୟାଳୟ ପ୍ରାଚୀନ ଭାରତର ମହାନ୍‌ ଶିକ୍ଷା ବ୍ୟବସ୍ଥାର ଏକ ପ୍ରମୁଖ କେନ୍ଦ୍ର । ଏହା ଭବିଷ୍ୟତ ଭାରତର ଆଶା ଆକାଂକ୍ଷା ଓ ଦକ୍ଷତାର ପ୍ରତୀକଭାବେ ରାଜଶ୍ରୀ ନଲୱାଡି କୃଷ୍ଣରାଜ ୱାଡିୟାର ଏବଂ ମୋକ୍ଷଗୁଣ୍ଡମ୍‌ ବିଶ୍ୱେଶ୍ୱରାୟାଜୀଙ୍କ ଲକ୍ଷ୍ୟ ପୂରଣରେ ସଫଳ ହୋଇଛି । ଏହି ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ କରିଥିବା ଭାରତରତ୍ନ ଡ. ସର୍ବପଲ୍ଲୀ ରାଧାକୃଷ୍ଣନ୍‌ଙ୍କ ଭଳି ମହାନ୍‌ ଶିକ୍ଷାବିତଙ୍କ ସ୍ମୃତିଚାରଣ ଏହି ଅବସରରେ ପ୍ରଧାନମନ୍ତ୍ରୀ କରିଛନ୍ତି ।

ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜୀବନର ପ୍ରତ୍ୟେକ ସ୍ତରରେ ଶିକ୍ଷା ମାଧ୍ୟମରେ ସେମାନେ ଅର୍ଜନ କରିଥିବା ଜ୍ଞାନକୁ  ଉପଯୋଗ କରିବା ଉଚିତ । ବାସ୍ତବ ଜୀବନକୁ ଏକ ମହାନ୍‌ ବିଶ୍ୱବିଦ୍ୟାଳୟଭାବେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏଥିରେ ଜ୍ଞାନର ବିନିଯୋଗ ପାଇଁ ଅନେକ ପନ୍ଥା ଓ ଶିକ୍ଷା ମିଳିଥାଏ । ମହାନ୍‌ କନ୍ନଡ ଚିନ୍ତକ ତଥା ଲେଖକ ରାମସ୍ୱାମୀ ଆୟେଙ୍ଗାରଜୀଙ୍କ ଉକ୍ତି ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଜୀବନର ଜଟିଳ ମୁହୂର୍ତ୍ତରେ ଶିକ୍ଷା ଆଲୋକ ପ୍ରଦାନ କରିଥାଏ ।’

ସେ କହିଛନ୍ତି ଏକବିଂଶ ଶତାବ୍ଦୀର ଆବଶ୍ୟକତା ପୂରଣ ପାଇଁ ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ନିରନ୍ତର ଉଦ୍ୟମ ଅବ୍ୟାହତ ରହିଛି । ଏବେ ଭିତ୍ତିଭୂମି ସୃଷ୍ଟି ଏବଂ ଢାଞ୍ଚାଗତ ସଂସ୍କାର ଉପରେ ଶିକ୍ଷା ବ୍ୟବସ୍ଥାରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଉଛି । ଭାରତକୁ ବିଶ୍ୱର ଉଚ୍ଚଶିକ୍ଷାର ଏକ  କେନ୍ଦ୍ରରେ ପରିଣତ କରିବା ପାଇଁ ପ୍ରୟାସ ଚାଲିଛି । ଏହା ଫଳରେ ଆମ ଯୁବକ ଯୁବତୀମାନଙ୍କୁ ଉପଯୁକ୍ତ ପ୍ରତିଯୋଗିତା ପାଇଁ ଅଧିକ ଦକ୍ଷ ଓ ସକ୍ଷମ କରିବାକୁ ଉଦ୍ୟମ କରାଯାଉଛି । ଶିକ୍ଷା କ୍ଷେତ୍ରରେ ଉଭୟ ଗୁଣାତ୍ମକ ଓ ପରିମାଣାତ୍ମକ ସଂସ୍କାର ଆଣିବା ପାଇଁ ସରକାର ଚେଷ୍ଟିତ ଅଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି  ଯେ ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ 2014 ସୁଦ୍ଧା ଦେଶରେ ମାତ୍ର 16ଟି ଆଇଆଇଟି ଥିଲା । ଗତ 6 ବର୍ଷ ମଧ୍ୟରେ ହାରହାରି ପ୍ରତିବର୍ଷ ଦେଶରେ ଗୋଟିଏ ଗୋଟିଏ ନୂଆ ଆଇଆଇଟି ପ୍ରତିଷ୍ଠା କରାଯାଉଛି । ସେଥିମଧ୍ୟରୁ କର୍ଣ୍ଣାଟକର ଧାରୱାଡ ଅନ୍ୟତମ । ସେ ଆହୁରି କହିଥିଲେ ଯେ 2014 ବେଳକୁ ଦେଶରେ 9ଟି ଆଇଆଇଆଇଟି, 13ଟି ଆଇଆଇଏମ୍‌ ଓ 7ଟି ଏମ୍ସ ଥିଲା । 2014ରୁ 5 ବର୍ଷ ମଧ୍ୟରେ ଦେଶରେ 16ଟି ଆଇଆଇଆଇଟି, 7ଟି ଆଇଆଇଏମ୍‌, 8ଟି ଏମ୍ସ ପ୍ରତିଷ୍ଠା କରାଯାଇଛି କିମ୍ବା ନିର୍ମାଣାଧୀ ଅବସ୍ଥାରେ ରହିଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ 5-6 ବର୍ଷ ମଧ୍ୟରେ ଉଚ୍ଚଶିକ୍ଷାରେ କରାଯାଇଥିବା ଉଦ୍ୟମ କେବଳ ନୂଆ ନୂଆ ଉଚ୍ଚତର ଶିକ୍ଷାନୁଷ୍ଠାନ ଖୋଲିବାରେ ସୀମିତ ରହିନାହିଁ । ଏହି ସମୟ ମଧ୍ୟରେ ଏହିସବୁ ଅନୁଷ୍ଠାନର ପରିଚାଳନାରେ ସଂସ୍କାର କରାଯାଇ ଲିଙ୍ଗଗତ ସମତାରକ୍ଷା ଓ ସାମାଜିକ ସମାବେଶିତାକୁ ସୁନିଶ୍ଚିତ କରାଯାଇଛି । ଏହିସବୁ ପ୍ରତିଷ୍ଠାନକୁ ଅଧିକ ସ୍ୱୟଂଶାସନ ପ୍ରଦାନ ସହ ନିଜର ଆବଶ୍ୟକତା ଅନୁସାରେ ସେମାନେ ଯେପରି ସ୍ୱଚ୍ଛନ୍ଦରେ କାର୍ଯ୍ୟ କରିପାରିବେ ସେଥିପାଇଁ ସମସ୍ତ ବିଷୟ ନିଶ୍ଚିତ କରାଯାଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରଥମ ଆଇଆଇଏମ୍‌ ନିୟମ ମାଧ୍ୟମରେ ଦେଶର ସବୁ ଆଇଆଇଏମ୍‌କୁ ଅଧିକ କ୍ଷମତା ପ୍ରଦାନ କରାଯାଇଛି । ଜାତୀୟ ମେଡିକାଲ ଆୟୋଗ ସୃଷ୍ଟି କରାଯିବା ସହ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ଅଧିକ ସ୍ୱଚ୍ଛତା ଆଣିବା ପାଇଁ ପ୍ରୟାସ ହୋଇଛି । ହୋମିଓପ୍ୟାଥି ଓ ଅନ୍ୟାନ୍ୟ ଭାରତୀୟ ଚିକିତ୍ସା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଦୁଇଟି ଆଇନ ମଧ୍ୟ ପ୍ରସ୍ତୁତ କରାଯାଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶରେ ଶିକ୍ଷାର ପ୍ରତ୍ୟେକ ସ୍ତରରେ ଝିଅମାନଙ୍କର ମୋଟ ନାମଲେଖା ଅନୁପାତ ବଢିଛି ଏବଂ ଏହି ହାର ପୁଅମାନଙ୍କ ତୁଳନାରେ ଅଧିକ । ଏହା ଆନନ୍ଦର ବିଷୟ । ଏହି ସଫଳତାରେ ପ୍ରଧାନମନ୍ତ୍ରୀ ସନ୍ତୋଷବ୍ୟକ୍ତ କରିଛନ୍ତି ।

ସେ କହିଛନ୍ତି ଯେ ନୂଆ ଜାତୀୟ ଶିକ୍ଷା ନୀତି ସମଗ୍ର ଶିକ୍ଷା ବ୍ୟବସ୍ଥାରେ ମୌଳିକ ପରିବର୍ତ୍ତନ ଆଣିବାକୁ ଯଥେଷ୍ଟ ପ୍ରୋତ୍ସାହନ ଯୋଗାଇବ ।

ସେ କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତି ବହୁମୁଖୀ ଏବଂ ବିବିଧ ଆବଶ୍ୟକତା ପୂରଣ ପାଇଁ ଉଦ୍ଦିଷ୍ଟ । ଆମ ଯୁବ ସମାଜକୁ ନମନୀୟ ଓ ସହଜରେ ଆପଣାଇ ହେଉଥିବା ଶିକ୍ଷା ସୁବିଧା ପ୍ରଦାନ କରି ଉପଯୁକ୍ତ ପ୍ରତିଯୋଗିତା ନିମନ୍ତେ ଯୋଗ୍ୟ କରିବା ଏହାର ଲକ୍ଷ୍ୟ । ଏହାଛଡା ଦକ୍ଷତା ଅର୍ଜନ,  ପୁନଃ ଦକ୍ଷତା ଲାଭ ଓ ଦକ୍ଷତାର ନିରନ୍ତର ବିକାଶ ବର୍ତ୍ତମାନ ସମୟର ବଡ ଆବଶ୍ୟକତା । ଏ ସମସ୍ତ ବିଷୟ ଉପରେ ନୂଆ ଶିକ୍ଷାନୀତି ଅଗ୍ରାଧିକାର ଦେଇଛି ।

ମହୀଶୂର ବିଶ୍ୱବିଦ୍ୟାଳୟ ଦେଶର ଅନ୍ୟତମ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ହୋଇଥିବାରୁ ଏହା ନୂଆ ସମୟର ଆବଶ୍ୟକତାକୁ ଦେଖି ନବସୃଜନ ଉପରେ ଗୁରୁତ୍ୱ ଦେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି । ଇନ୍‌କ୍ୟୁବେସନ ସେଣ୍ଟର, ଟେକ୍ନୋଲଜି ବିକାଶ କେନ୍ଦ୍ର, ଉଦ୍ୟୋଗ ଓ ଶିକ୍ଷାବିତ୍‌ ସଂପର୍କ ରକ୍ଷା ଏବଂ ଆନ୍ତଃବିଷୟକ ଗବେଷଣା ଆଦି କ୍ଷେତ୍ରରେ ଏହି ବିଶ୍ୱବିଦ୍ୟାଳୟ ଗୁରୁତ୍ୱ ଦେବାକୁ ସେ ମତ ଦେଇଛନ୍ତି ।  ଏହାଛଡା ସ୍ଥାନୀୟ ସଂସ୍କୃତି, କଳା, ବୈଶ୍ୱିକ ତଥା ସମସାମୟିକ ପ୍ରସଙ୍ଗ ଓ ଅନ୍ୟାନ୍ୟ ସାମାଜିକ ବିଷୟ ଉପରେ ଏହି ବିଶ୍ୱବିଦ୍ୟାଳୟ ଗବେଷଣାକୁ ପ୍ରୋତ୍ସାହିତ କରିବାକୁ ସେ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି । ଏହି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଜ ନିଜର ବ୍ୟକ୍ତିଗତ ଦକ୍ଷତା ଓ ସାମର୍ଥ୍ୟ ବଳରେ ଉତ୍କର୍ଷ ହାସଲ କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି ।

 

 

 

 

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s Defence Exports Explode: ₹40,000 Crore Milestone Signals a New Manufacturing Era

Media Coverage

India’s Defence Exports Explode: ₹40,000 Crore Milestone Signals a New Manufacturing Era
NM on the go

Nm on the go

Always be the first to hear from the PM. Get the App Now!
...
Text of PM’s remarks during inauguration of Swaminarayan Hindu Temple in Paris
September 06, 2026

पूज्य महंत स्वामी, फ्रांस सरकार के सम्मानित प्रतिनिधिगण, उपस्थित अतिथिगण, इंडियन कम्युनिटी के मेरे साथी, देश दुनिया से जुड़े सभी हरि भक्त, देवियों और सज्जनों, जय स्वामीनारायण!

आज फ्रांस की राजधानी पेरिस में भव्य स्वामीनारायण मंदिर का लोकार्पण हो रहा है। यह लोकार्पण भारत और फ्रांस के सांस्कृतिक संबंधों का नया युग स्तंभ है। पूज्य संत जनों और सनातन परंपरा के श्रेष्ठ जनों के आशीर्वाद के साथ आज इस लोकार्पण का मंच ‘वसुधैव कुटुम्बकम’ के भाव का मंच बन गया है। भगवान स्वामीनारायण की कृपा और हमारे संतों का स्नेह, संतों का आशीर्वाद, मेरा सौभाग्य है कि मुझे ऐसे पुण्य अवसरों से जुड़ने का अवसर हमेशा मिलता रहता है। आज भी मैं भले ही पेरिस में आप सबके बीच उपस्थित नहीं हूं, लेकिन मन से और हृदय से, मैं स्वयं को आपके बीच ही अनुभव कर रहा हूं।

साथियों,

आज इस अवसर पर मैं परम पूज्य प्रमुख स्वामी जी महाराज का भी श्रद्धापूर्वक स्मरण करता हूं। प्राचीन काल में भारत का जो सांस्कृतिक आध्यात्मिक वैभव था, उन्होंने उसके पुनर्जागरण का एक अभियान शुरू किया था। आज उसका प्रकाश यूरोप समेत पूरी दुनिया में फैल रहा है। 2024 में अबू धाबी में भव्य मंदिर का लोकार्पण हुआ था। आज वहां हजारों लोग दर्शन करने जाते हैं और अब यहां पेरिस में स्वामीनारायण मंदिर का निर्माण सृजन की यह निरंतरता, यह संतों की संकल्प शक्ति का ही प्रमाण है। मैं पुनीत कार्य के लिए पूज्य महंत स्वामी का आभार प्रकट करता हूं, मैं उनके चरणों में प्रणाम करता हूं। मैं BAPS स्वामीनारायण संस्था को और करोड़ों हरि भक्तों को इस अवसर पर हृदय की गहराई से बधाई देता हूं।

साथियों,

BAPS के माध्यम से जब अलग-अलग देश में मंदिरों की प्राण प्रतिष्ठा होती है, तो वहां भारत के प्राचीन विचार और मानवीय मूल्य भी साथ-साथ ही जाते हैं और भारत का विचार कहता है ‘समानं मनः सह चित्तमेषाम्’ अर्थात हमारे मन समान हो, हमारे हृदय साथ जुड़े। इसलिए आज जब फ्रांस में इतना भव्य मंदिर बनकर तैयार हुआ है, यह फ्रांस की विविधता को तो समृद्ध करेगा ही, इससे भारत और फ्रांस के सांस्कृतिक संबंधों को भी ऊर्जा मिलेगी।

साथियों,

बीते वर्षों में भारत और फ्रांस के संबंध नई ऊंचाइयों तक पहुंचे हैं। मेरे मित्र, प्रेसिडेंट मैक्रों के साथ मिलकर दोनों देश एक Special Global Strategic Partnership बना रहे हैं। Technology, AI और Defence से लेकर Space और Climate Action तक हम एक नई गति और नई ऊर्जा के साथ मिलकर के आगे बढ़ रहे हैं। हम 2026 को India-France Year of Innovation के रूप में भी सेलिब्रेट कर रहे हैं। भारत-फ्रांस की ये Strategic Partnership इसलिए भी खास है, क्योंकि ये हमारे पुराने सांस्कृतिक-राजनैतिक सम्बन्धों की मजबूत बुनियाद पर टिकी है। इतिहास गवाह है, फ्रांस में भारतीय सैनिकों के बलिदान का इतिहास आज भी मन-मंदिर में जीवित है। भाषा से जुड़े विषयों में रुचि रखने वाले लोग यह भी जानते हैं कि फ्रेंच स्कॉलर्स ने संस्कृत को लोकप्रिय बनाने में कितनी अहम भूमिका निभाई है। रामकृष्ण परमहंस और स्वामी विवेकानंद पर रोमाँ रोलाँ की की लेखनी हमारी सोसाइटीज़ को और करीब लाई है। पेरिस से पुडुचेरी के अरबिंदो आश्रम तक 'The mother' की spiritual journey, उसने कितने ही भारतीय और फ्रेंच साधकों को inspire किया है।

साथियों,

दशकों पहले श्रील प्रभुपाद स्वामी भी फ्रांस आए थे। इस्कॉन के जरिए भारत फ्रांस के बीच आध्यात्मिक सम्बन्धों का नया अध्याय उन्होंने शुरू किया था। आज योग भी भारत-फ्रांस के people to people कनेक्ट का एक माध्यम बन चुका है। 'इंटरनेशनल योगा डे' पर एफिल टॉवर के सामने से आने वाली तस्वीरें फ्रांस में योग की लोकप्रियता का उदाहरण बनती हैं और अब BAPS के इस भव्य मंदिर के जरिए, हमारे उन सांस्कृतिक सम्बन्धों में एक नया अध्याय जुड़ रहा है।

साथियों,

इन दिनों, भारत फ्रांस Joint Ventures की संभावनाओं पर बातें होती हैं। स्वामीनारायण मंदिर ने इस संभावना में भी एक नया आयाम जोड़ा है। यह मंदिर 'मेड इन इंडिया' है और 'बिल्ट इन फ्रांस' है। इसके काफी पत्थरों को भारत में तराशा गया है। भारत की प्राचीन प्रतिभा यहाँ फ्रांस में आधुनिक इंजीनियरिंग से आकर जुड़ चुकी है। पेरिस में इस भव्य मंदिर ने आकार लिया है। इसलिए, मैं आशा करता हूँ, यह मंदिर सदियों तक भारत और फ्रांस के बीच सहयोग और संभावनाओं का भी प्रतीक बनकर उभरेगा।

साथियों,

स्वामीनारायण मंदिर हमेशा से भक्ति के साथ-साथ सेवा का माध्यम भी रहे हैं। मुझे बताया गया है, यह मंदिर भी सेवा प्रकल्पों का वैसा ही केंद्र बनेगा। मुझे विश्वास है कि यहाँ से भारतीय संस्कृति के जो स्वर निकलेंगे, उनका लाभ पूरे यूरोप में लोगों को मिलेगा। भविष्य में मुझे जब भी समय मिलेगा, मैं इस मंदिर में दर्शन करने का प्रयास अवश्य करूंगा। इन्हीं शब्दों के साथ, एक बार फिर आज के इस लोकार्पण समारोह में सम्मिलित सभी अतिथिगणों को, सभी परिवारों को, सभी हरि भक्तों को और पूरी Indian Diaspora को मेरी ओर से इस शुभारंभ पर्व की ढेरों शुभकामनाएं!

बहुत-बहुत धन्यवाद!

मर्सी बोकू!

जय स्वामीनारायण!