ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସିଡନୀ ଠାରେ ଅଷ୍ଟ୍ରେଲୀୟ ବରିଷ୍ଠ କମ୍ପାନୀର ସିଇଓ ମାନଙ୍କ ସହିତ ଏକ ବ୍ୟବସାୟିକ ଗୋଲ୍ ଟେବୁଲ ବୈଠକକୁ ସମ୍ବୋଧିତ କରିଛନ୍ତି ।

ଏହି ବୈଠକରେ ଇସ୍ପାତ, ବ୍ୟାଙ୍କିଂ, ଶକ୍ତି, ଖଣି ଏବଂ ସୂଚନା ପ୍ରଯୁକ୍ତି ସହିତ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଗ୍ରଣୀ କମ୍ପାନୀ ଗୁଡିକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ । ଅଷ୍ଟ୍ରେଲିଆର କେତେକ ଅଗ୍ରଣୀ ବିଶ୍ୱ ବିଦ୍ୟାଳୟର କୁଳପତିମାନେ ମଧ୍ୟ ଗୋଲ୍ ଟେବୁଲ ବୈଠକରେ ଭାଗ ନେଇଥିଲେ ।

ବ୍ୟବସାୟକୁ ସହଜ କରିବା ତଥା ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଆରମ୍ଭ କରିଥିବା ଅନେକ ଅର୍ଥନୈତିକ ସଂସ୍କାର ଏବଂ ପଦକ୍ଷେପ ଗୁଡିକ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଏଥିରେ ଭିତ୍ତିଭୂମି ସଂଯୋଗୀକରଣ ପ୍ରକଳ୍ପଗୁଡ଼ିକ ନିମନ୍ତେ ସମନ୍ୱିତ ଆଭିମୁଖ୍ୟ ପାଇଁ ମିଶନ୍ ଗତି ଶକ୍ତି ; ଜନ ଧନ - ଆଧାର - ମୋବାଇଲ୍ ତ୍ରିଶକ୍ତି ; ଜାତୀୟ ଶିକ୍ଷା ନୀତି; ହାଇଡ୍ରୋଜେନ୍ ମିଶନ୍ ୨୦୫୦ ; ପିଏଲ୍‌ଆଇ ଯୋଜନା ; ମହାକାଶ ଏବଂ ଭୂ – ସ୍ଥାନିକ କ୍ଷେତ୍ରର ଡୋମେନ୍‌ରେ ଘରୋଇ ନିବେଶକୁ ଉନ୍ମୁକ୍ତ କରିବା; ଚିକିତ୍ସା ଉପକରଣ ଉତ୍ପାଦନର ନୂତନ ନୀତି; ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା ଯୋଜନା ଇତ୍ୟାଦି ଅନ୍ତର୍ଭୂକ୍ତ କରାଯାଇଛି ।;

ଡିଜିଟାଲ ଭିତ୍ତିଭୂମି ସଂରଚନା , ସୂଚନା ପ୍ରଯୁକ୍ତି, ଫିନଟେକ୍‌, ଟେଲିକମ୍‌, ସେମିକଣ୍ଡକ୍ଟର, ମହାକାଶ,  ସବୁଜ ହାଇଡ୍ରୋଜେନ ସହିତ ନବୀକରଣୀୟ ଶକ୍ତି, ଶିକ୍ଷା, ଔଷଧ, ସ୍ୱାସ୍ଥ୍ୟସେବା ସହିତ ମେଡିକାଲ୍ ଉପକରଣ ଉତ୍ପାଦନ, ମହତ୍ତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ସହିତ ଖନନ, ବୟନ, କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ  ସମେତ ଭିତ୍ତିଭୂମି ଉପରେ ଭାରତ ଦ୍ୱାରା ପ୍ରଦାନ କରାଯାଇଥିବା ନିବେଶ ସୁଯୋଗର ଲାଭ ଉଠାଇବାକୁ ପ୍ରଧାନମନ୍ତ୍ରୀ ଆମନ୍ତ୍ରଣ କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସିଇଓ ମାନଙ୍କୁ ସେମାନଙ୍କ ଭାରତୀୟ ପ୍ରତିପକ୍ଷଙ୍କ ସହ ପାରସ୍ପରିକ ଲାଭଦାୟକ ସହଭାଗିତା ଗଠନ କରିବାକୁ ଉତ୍ସାହିତ କରିଥିଲେ ।

ଗୋଲ୍ ଟେବୁଲ୍ ବୈଠକରେ ଅଂଶଗ୍ରହଣ କରିଥିବା ସିଇଓ ମାନଙ୍କ ତାଲିତା ନିମ୍ନରେ ପ୍ରଦାନ କରାଯାଇଛି :

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
IndiaAI Mission-backed startup Avataar launches indigenous video AI model

Media Coverage

IndiaAI Mission-backed startup Avataar launches indigenous video AI model
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 13, 2026
June 13, 2026

Viksit Bharat Accelerating: Tech, Defense, Infra & Exports Power India's Global Leap Under the Leadership of PM Modi