“ଆଜି ସଂସଦୀୟ ଗଣତନ୍ତ୍ର ପାଇଁ ଗର୍ବର ଦିନ, ଗୌରବର ଦିନ । ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଆମ ନୂଆ ସଂସଦରେ ଏହି ଶପଥ ଗ୍ରହଣ କରାଯାଉଛି”
“ଆସନ୍ତାକାଲି ହେଉଛି ଜୁନ୍ ୨୫ ତାରିଖ । ୫୦ ବର୍ଷ ପୂର୍ବେ ଆଜିର ଦିନରେ ସମ୍ବିଧାନ ଉପରେ କଳା ଦାଗ ଲଗାଯାଇଥିଲା । ଆମେ ଚେଷ୍ଟା କରିବୁ ଯେ ଏଭଳି ଦାଗ ଯେପରି ଦେଶରେ ଆଉ କେବେ ନ ଲାଗେ”
“ସ୍ୱାଧୀନତା ପରେ ଦ୍ୱିତୀୟ ଥର ପାଇଁ କୌଣସି ସରକାର ଲଗାତାର ତୃତୀୟ ଥର ନିମନ୍ତେ ଦେଶର ସେବା କରିବାର ସୁଯୋଗ ପାଇଛନ୍ତି । ୬୦ ବର୍ଷ ପରେ ଏହି ସୁଯୋଗ ଆସିଛି” ;
“ଆମେ ବିଶ୍ୱାସ କରୁଛୁ ଯେ ସରକାର ଚଳାଇବା ପାଇଁ ସଂଖ୍ୟାଗରିଷ୍ଠତା ଆବଶ୍ୟକ , କିନ୍ତୁ ଦେଶ ଚଳାଇବା ପାଇଁ ସହମତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ”
“ମୁଁ ଦେଶବାସୀଙ୍କୁ ଆଶ୍ୱାସନା ଦେଉଛି ଯେ , ତୃତୀୟ ପାଳିରେ ଆମେ ତିନି ଗୁଣ ଅଧିକ ପରିଶ୍ରମ କରିବୁ ଏବଂ ତିନି ଗୁଣ ଫଳାଫଳ ହାସଲ କରିବୁ”
“ଦେଶକୁ ସ୍ଲୋଗାନ ଦରକାର ନାହିଁ, ସାମର୍ଥ୍ୟ ଦରକାର । ଦେଶକୁ ଏକ ଭଲ ବିରୋଧୀ ଦଳ, ଏକ ଦାୟିତ୍ୱବାନ ବିରୋଧୀ ଦଳର ଆବଶ୍ୟକତା ରହିଛି”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି ।

ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ନୂତନ ସଂସଦରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେଉଥିବାରୁ ଆଜିର ଏହି ଅବସରକୁ ସଂସଦୀୟ ଗଣତନ୍ତ୍ରରେ ଏକ ଗୌରବମୟ ଦିନ ବୋଲି କହି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ଆରମ୍ଭ କରିଥିଲେ । ଏହି ଗୁରୁତ୍ୱପୂର୍ଣ୍ଣ ଦିନରେ ମୁଁ ସମସ୍ତ ନବନିର୍ବାଚିତ ସାଂସଦଙ୍କୁ ହୃଦୟରୁ ସ୍ୱାଗତ କରୁଛି ଏବଂ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏହି ସଂସଦ ଗଠନକୁ ଭାରତର ସାଧାରଣ ଲୋକଙ୍କ ସଂକଳ୍ପ ପୂରଣ କରିବାର ଏକ ମାଧ୍ୟମ ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ , ନୂତନ ଉତ୍ସାହ ସହିତ ନୂତନ ଗତି ଏବଂ ଉଚ୍ଚତା ହାସଲ କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ । ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଲକ୍ଷ୍ୟକୁ ସାକାର କରିବା ପାଇଁ ଆଜି ଠାରୁ ୧୮ତମ ଲୋକସଭା ଆରମ୍ଭ ହେଉଛି । ବିଶ୍ୱର ସର୍ବବୃହତ ନିର୍ବାଚନର ଭବ୍ୟ ଆୟୋଜନ ୧୪୦ କୋଟି ନାଗରିକଙ୍କ ପାଇଁ ଗର୍ବର ବିଷୟ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । "୬୫ କୋଟିରୁ ଅଧିକ ଭୋଟର ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲେ" ବୋଲି  ପ୍ରଧାନମନ୍ତ୍ରୀ ପ୍ରସନ୍ନତାର ସହ କହିବା ସହିତ ଏହା ଉଲ୍ଲେଖ କରିଥିଲେ ଯେ ସ୍ୱାଧୀନତା ପରେ ଦ୍ୱିତୀୟ ଥର ପାଇଁ ଦେଶ ତୃତୀୟ ଥର ନିମନ୍ତେ କାର୍ଯ୍ୟ କରିବାକୁ କୌଣସି ସରକାରଙ୍କୁ ଜନାଦେଶ ଦେଇଛି । ୬୦ ବର୍ଷ ପରେ ଏହି ସୁଯୋଗ ଆସିଛି, ଯାହା ଏକ ଗୌରବର ବିଷୟ ବୋଲି ସେ କହିଛନ୍ତି ।

 

ତୃତୀୟ ଥର ପାଇଁ ସରକାର ନିର୍ବାଚିତ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ନାଗରିକମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଏହା ସରକାରଙ୍କ ଉଦ୍ଦେଶ୍ୟ, ନୀତି ଏବଂ ଲୋକଙ୍କ ପ୍ରତି ସମର୍ପଣ ଉପରେ ମୋହର ବୋଲି କହିଛନ୍ତି । “ଗତ ୧୦ ବର୍ଷ ମଧ୍ୟରେ ଆମେ ଏକ ପରମ୍ପରା ସ୍ଥାପନ  କରିବାକୁ ଚେଷ୍ଟା କରିଛୁ କାରଣ ଆମେ ବିଶ୍ୱାସ କରୁ ଯେ ସରକାର  ଚଳାଇବା ପାଇଁ ସଂଖ୍ୟାଗରିଷ୍ଠତା ଆବଶ୍ୟକ କିନ୍ତୁ ଦେଶ ଚଳାଇବା ପାଇଁ ସହମତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ” ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ୧୪୦ କୋଟି ନାଗରିକଙ୍କ ଆଶା ଆକାଂକ୍ଷା ପୂରଣ ପାଇଁ ସମସ୍ତଙ୍କୁ ସାଙ୍ଗରେ ନେଇ ସହମତି ହାସଲ କରି ମାଆ ଭାରତୀଙ୍କ ସେବା କରିବା ସରକାରଙ୍କ ନିରନ୍ତର ପ୍ରୟାସ ବୋଲି ସେ କହିଛନ୍ତି ।

ଭାରତୀୟ ସମ୍ବିଧାନର ପରିସର ମଧ୍ୟରେ ସମସ୍ତଙ୍କୁ ସାଙ୍ଗରେ ନେଇ  ଚାଲିବା ଏବଂ  ନିଷ୍ପତ୍ତି ନେବାକୁ ତ୍ୱରାନ୍ୱିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ୧୮ତମ ଲୋକସଭାରେ ଯୁବ ସାଂସଦଙ୍କ ସଂଖ୍ୟାକୁ ନେଇ ଖୁସି ବ୍ୟକ୍ତ କରିଥିଲେ । ଭାରତୀୟ ପରମ୍ପରା  ଅନୁଯାୟୀ ୧୮ ନମ୍ବରର ମହତ୍ତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗୀତାରେ କର୍ମ, କର୍ତ୍ତବ୍ୟ ଏବଂ କରୁଣାର ବାର୍ତ୍ତା ପ୍ରଦାନ କରୁଥିବା ୧୮ଟି ଅଧ୍ୟାୟ ରହିଛି, ପୁରାଣ ଓ ଉପପୁରାଣ ସଂଖ୍ୟା ୧୮ ଏବଂ  ୧୮ର ମୂଳ ସଂଖ୍ୟା  ହେଉଛି ୯ , ଯାହା ପୂର୍ଣ୍ଣତାର ପ୍ରତୀକ ଏବଂ ଭାରତର ଆଇନଗତ ମତଦାନ ବୟସ ୧୮ ବର୍ଷ । ସେ କହିଥିଲେ, ଅଷ୍ଟାଦଶ ଲୋକ ସଭା ହେଉଛି ଭାରତର ଅମୃତ କାଳ । ଏହି ଲୋକସଭା ଗଠନ ମଧ୍ୟ ଏକ ଶୁଭ ସଙ୍କେତ ବୋଲି ଶ୍ରୀ ମୋଦୀ କହିଛନ୍ତି ।

 

ଜରୁରୀକାଳୀନ ଶାସନର ୫୦ ବର୍ଷ ପୂରଣ ହେବା ଅବସରରେ ଆସନ୍ତାକାଲି ଜୁନ୍ ୨୫ ତାରିଖକୁ ଦର୍ଶାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଭାରତୀୟ ଗଣତନ୍ତ୍ର ଉପରେ ଏକ କଳା ଦାଗ ।  ଗଣତନ୍ତ୍ରକୁ ଦମନ କରି ଭାରତୀୟ ସମ୍ବିଧାନକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରି ଦେଶକୁ ଜେଲରେ ପରିଣତ କରାଯାଇଥିବା ଦିନକୁ ଭାରତର ନୂଆ ପିଢ଼ି କେବେ ବି ଭୁଲିପାରିବେ ନାହିଁ ବୋଲି ଶ୍ରୀ ମୋଦୀ କହିଛନ୍ତି । ଭାରତର ଗଣତନ୍ତ୍ର ଏବଂ ଗଣତାନ୍ତ୍ରିକ ପରମ୍ପରାକୁ ସୁରକ୍ଷା ଦେବା ପାଇଁ ସଂକଳ୍ପ ନେବାକୁ ପ୍ରଧାନମନ୍ତ୍ରୀ ମୋଦୀ ନାଗରିକମାନଙ୍କୁ ଆହ୍ୱାନ ଦେଇଛନ୍ତି, ଯାହା ଦ୍ୱାରା ଏଭଳି ଘଟଣା ଆଉ କେବେ ନ ଘଟେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ , ଆମେ ଏକ ସ୍ଫୁର୍ତ୍ତିଶୀଳ  ଗଣତନ୍ତ୍ରର ସଂକଳ୍ପ ନେବୁ ଏବଂ ଭାରତର ସମ୍ବିଧାନ ଅନୁଯାୟୀ ସାଧାରଣ ଲୋକଙ୍କ ସ୍ୱପ୍ନପୂରଣ କରିବୁ ।

ଜନତା ତୃତୀୟ ଥର ପାଇଁ ସରକାରକୁ ନିର୍ବାଚିତ କରିଥିବାରୁ ସରକାରଙ୍କ ଦାୟିତ୍ୱ ତିନି ଗୁଣ ବୃଦ୍ଧି ପାଇଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସରକାର ପୂର୍ବ ତୁଳନାରେ ତିନି ଗୁଣ କଠିନ ପରିଶ୍ରମ କରିବେ , ଯାହା ତିନି ଗୁଣ ପରିଣାମ ଦେବ ବୋଲି ସେ ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ।

 

ନବନିର୍ବାଚିତ ସାଂସଦମାନଙ୍କ ଠାରୁ ଦେଶର ଉଚ୍ଚ ଆଶାକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସମସ୍ତ ସାଂସଦମାନଙ୍କୁ ଜନକଲ୍ୟାଣ ଏବଂ ଜନସେବା ପାଇଁ ଏହି ସୁଯୋଗର ଉପଯୋଗ କରିବାକୁ ଏବଂ ଜନସ୍ୱାର୍ଥ ପାଇଁ ସମସ୍ତ ସମ୍ଭବ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ ।  ବିରୋଧୀଙ୍କ ଭୂମିକାକୁ ସ୍ପର୍ଶ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଗଣତନ୍ତ୍ରର ମର୍ଯ୍ୟାଦା ବଜାୟ ରଖିବା ସହିତ ସେମାନେ ସେମାନଙ୍କ ଭୂମିକାକୁ ପୂର୍ଣ୍ଣରୂପେ ନିର୍ବାହ କରିବେ ବୋଲି ଦେଶବାସୀ ଆଶା ରଖିଛନ୍ତି । “ମୁଁ ଆଶା କରୁଛି ବିରୋଧୀ ମାନେ ଏହାକୁ ପୂରଣ କରିବେ’ ବୋଲି ସେ କହିଛନ୍ତି । ଲୋକମାନେ ସ୍ଲୋଗାନ ପରିବର୍ତ୍ତେ ସାମର୍ଥ୍ୟ ଚାହୁଁଛନ୍ତି ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିବା ସହ ସାଂସଦମାନେ ସାଧାରଣ ନାଗରିକଙ୍କ ସେହି ଆଶା ପୂରଣ କରିବାକୁ ଚେଷ୍ଟା କରିବେ ବୋଲି ବିଶ୍ୱାସ ବ୍ୟକ୍ତ କରିଥିଲେ ।

ଏକ ବିକଶିତ ଭାରତର ସଂକଳ୍ପକୁ ସାମୂହିକ ଭାବରେ ପୂରଣ କରିବା ଏବଂ ଲୋକଙ୍କ ବିଶ୍ୱାସକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ସମସ୍ତ ସାଂସଦଙ୍କ ଦାୟିତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଛନ୍ତି ଯେ ୨୫ କୋଟି ନାଗରିକ ଦାରିଦ୍ର‌୍ୟରୁ ବାହାରକୁ ଆସିବା ଏକ ନୂତନ ବିଶ୍ୱାସ ସୃଷ୍ଟି କରେ ଯେ ଭାରତ ଖୁବ୍ ଶୀଘ୍ର ସଫଳ ହୋଇପାରିବ ଏବଂ ଦାରିଦ୍ର‌୍ୟରୁ ମୁକ୍ତି ପାଇପାରିବ । ଆମ ଦେଶର ଲୋକ, ୧୪୦ କୋଟି ନାଗରିକ, କଠିନ ପରିଶ୍ରମ କରିବାରେ ପଛଘୁଞ୍ଚା ଦିଅନ୍ତି ନାହିଁ । ଆମେ ସେମାନଙ୍କୁ ଅଧିକରୁ ଅଧିକ ସୁଯୋଗ ପ୍ରଦାନ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଏହି ଗୃହ ସଂକଳ୍ପ ଗୃହରେ ପରିଣତ ହେବ ଏବଂ ଅଷ୍ଟାଦଶ ଲୋକସଭା ସାଧାରଣ ନାଗରିକଙ୍କ ସ୍ୱପ୍ନକୁ ସାକାର କରିବ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ସାଂସଦମାନଙ୍କୁ ଅଭିନନ୍ଦନ ଜଣାଇ ନିଜର ବକ୍ତବ୍ୟ ଶେଷ କରିଥିଲେ ଏବଂ ସେମାନଙ୍କର ନୂତନ ଦାୟିତ୍ୱକୁ ଅତ୍ୟନ୍ତ ନିଷ୍ଠାର ସହ ପାଳନ କରିବାକୁ ଅନୁରୋଧ କରିଥିଲେ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s Budget Driving AI, Semiconductors and IT Growth

Media Coverage

India’s Budget Driving AI, Semiconductors and IT Growth
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the King of Jordan
March 02, 2026

Prime Minister Narendra Modi spoke with His Majesty King Abdullah II, the King of Jordan.

The Prime Minister conveyed deep concern at the evolving situation in the region. He reaffirmed support for the peace, security, and well-being of the people of Jordan.

The Prime Minister also thanked His Majesty for taking care of the Indian community in Jordan in this difficult hour.

The Prime Minister shared on X;

"Spoke with His Majesty King Abdullah II, the King of Jordan. Conveyed our deep concern at the evolving situation in the region. We reaffirm our support for peace, security and the well-being of the people of Jordan. I thanked him for taking care of the Indian community in Jordan in this difficult hour."