“ଗୁରୁକୁଳ ଛାତ୍ରଛାତ୍ରୀମାନଙ୍କ ମନ ଓ ହୃଦୟରେ ଉତ୍ତମ ଭାବନା ଓ ମୂଲ୍ୟବୋଧ ଭରି ସାମଗ୍ରିକ ବିକାଶ କରିଥାଏ”
“ପ୍ରକୃତ ଜ୍ଞାନର ପ୍ରସାର ପୃଥିବୀରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ । ଭାରତ ଏହି ପ୍ରକଳ୍ପ ପ୍ରତି ନିଷ୍ଠାବାନ ରହିଛି”
“ଆଧ୍ୟାତ୍ମିକ କ୍ଷେତ୍ରରୁ ଆରମ୍ଭ କରି ଇସ୍ରୋ ଓ ବାର୍କରେ ବୈଜ୍ଞାନିକଙ୍କ ପର୍ଯ୍ୟନ୍ତ ଉତ୍ସଗୀକୃତ ଛାତ୍ରଛାତ୍ରୀଙ୍କ ଗୁରୁକୁଳ ପରମ୍ପରା ଦେଶର ସବୁ କ୍ଷେତ୍ରକୁ ପରିପୁଷ୍ଟ କରିଛି”
“ଆବିଷ୍କାର ଓ ଗବେଷଣା ଭାରତୀୟ ଜୀବନଶୈଳୀର ଅବିଛେଦ୍ୟ ଅଂଶ ହୋଇ ରହିଆସିଛି”
“ଆମର ଗୁରୁକୁଳ ମାନବତାକୁ ବିଜ୍ଞାନ, ଆଧ୍ୟାତ୍ମିକତା ଓ ଲିଙ୍ଗଗତ ସମାନତାର ମାର୍ଗ ଦେଖାଇଛି”
“ଦେଶର ଶିକ୍ଷା ଭିତ୍ତିଭୂମିର ସମ୍ପ୍ରସାରଣ ପାଇଁ ଅଦ୍ଭୁତପୂର୍ବ କାର୍ଯ୍ୟ ଚାଲିଛି”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୪-୧୨-୨୦୨୨) ଶ୍ରୀ ସ୍ୱାମୀ ନାରାୟଣ ଗୁରୁକୁଳ ରାଜକୋଟ ସଂସ୍ଥାନର ୭୫ତମ ଅମୃତ ମହୋତ୍ସବରେ ଆଭାସୀ ମାଧ୍ୟମରେ ତାଙ୍କର ଅଭିଭାଷଣ ପ୍ରଦାନ କରିଛନ୍ତି ।

ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ସ୍ୱାମୀ ନାରାୟଣ ଗୁରୁକୁଳ ରାଜକୋଟ ସଂସ୍ଥାନ ସହ ରହିଥିବା ସମସ୍ତଙ୍କୁ ୭୫ ବର୍ଷ ସମାପନ ଅବସରରେ ଅଭିନନ୍ଦନ ଜଣାଇଛନ୍ତି । ସେ ମଧ୍ୟ ଏହି ଯାତ୍ରାରେ ଅଦ୍ଭୁତପୂର୍ବ ଉଦ୍ୟମ ପାଇଁ ଶାସ୍ତ୍ରୀଜୀ ମହାରାଜ ଶ୍ରୀ ଧର୍ମଜୀବାନନ୍ଦଜୀ ସ୍ୱାମୀଙ୍କ ପ୍ରଶଂସା କରିଛନ୍ତି । ଜଣେ ଭଗବାନ ଶ୍ରୀ ସ୍ୱାମୀ ନାରାୟଣଙ୍କ ନାମ ସ୍ମରଣ କରି ନବଚେତନାର ଅଭିଜ୍ଞତା ଅର୍ଜନ କରିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଦେଶର ଅମୃତକାଳରେ ଏହି ଘଟଣା ଏକ ଅଦ୍ଭୁତ ସଂଯୋଗ ବୋଲଇ ପ୍ରଧାନମନ୍ତ୍ରୀ କହିଛନ୍ତି । ଇତିହାସରେ ଏହି ପ୍ରକାର ଅନେକ ସଂଯୋଗବଶତଃ ଭାରତୀୟ ପରମ୍ପରା ଅଧିକ ଶକ୍ତିଶାଳୀ ହୋଇଥିବା ସେ ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ ଏପରି ସଂଗମ କର୍ତ୍ତବ୍ୟ ଓ କଠିନ ପରିଶ୍ରମ, ସଂସ୍କୃତି ଓ ଉତ୍ସର୍ଗ, ଆଧ୍ୟାତ୍ମିକତା ଓ ଆଧୁନିକତା ଯୋଗୁ ସମ୍ଭବ ହୋଇଛି ବୋଲି କହିଥିଲେ । ଭାରତ ସ୍ୱାଧୀନ ହେବା ପରେ ପ୍ରାଚୀନ ଭାରତୀୟ ଶିକ୍ଷା ପଦ୍ଧତିର ପୁନରୁଦ୍ଧାର ଓ ଏହାର ଅବହେଳାକୁ ପ୍ରଧାନମନ୍ତ୍ରୀ ସମାଲୋଚନା କରିଥିଲେ । ଯେତେବେଳେ ପୂର୍ବ ସରକାରମାନେ ଏଥିରେ ବିଫଳ ହେଲେ । ଜାତୀୟ ଋଷି ଓ ଆଚାର୍ଯ୍ୟଗଣ ଏହାର ମଙ୍ଗ ଧରିଥିଲେ । “ସ୍ୱାମୀ ନାରାୟଣ ଗୁରୁକୁଳ ଏହି ‘ସୁଯୋଗ୍ୟ’ର ଏକ ଉଦାହରଣ” ବୋଲି ଶ୍ରୀ ମୋଦୀ କହିଥିଲେ । ସ୍ୱାଧୀନତା ସଂଗ୍ରାମ ଆଦର୍ଶର ମୁଳଦୂଆ ଉପରେ ପ୍ରତିଷ୍ଠାନ ବିକଶିତ ହୋଇଛି ।

“ପ୍ରକୃତ ଜ୍ଞାନର ପ୍ରସାର ହେଉଛି ସବୁଠାରୁ ଗୁରୁତ୍ୱପୂରର୍ଣ୍ଣ କାର୍ଯ୍ୟ ଓ ଏହା ବିଶ୍ୱରେ ଭାରତୀୟ ଜ୍ଞାନ ଓ ଶିକ୍ଷାର ନିଷ୍ଠା ଭାବେ ରହି ଭାରତୀୟ ସଭ୍ୟତାର ମୁଳଦୂଆ ସ୍ଥାପନ କରିଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଯଦିଓ ଗୁରୁକୁଳ ବିଦ୍ୟା ପ୍ରତିଷ୍ଠାନ ମାତ୍ର ସାତ ଜଣ ବିଦ୍ୟାର୍ଥୀଙ୍କୁ ନେଇ ରାଜକୋଟରେ ଆରମ୍ଭ ହୋଇଥିଲା ଆଜି ଏହାର ୪ଠଟି ଶାଖା ରହିଛି ଓ ସାରା ବିଶ୍ୱର ହଜାର ହଜାର ବିଦ୍ୟାର୍ଥୀ ଏଥିପ୍ରତି ଆକୃଷ୍ଟ ହେଉଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ସେ ଆହୁରି କହିଥିଲେ ଯେ ଗତ ୭୫ ବର୍ଷ ମଧ୍ୟରେ ଗୁରୁକୁଳ ବିଦ୍ୟାର୍ଥୀମାନଙ୍କ ମନ ଓ ହୃଦୟର ବିକାଶ କରିଛି, ଯାହା ଫଳରେ ସାମଗ୍ରିକ ଉନ୍ନତି ସେମାନଙ୍କର ହୋଇପାରିବ । “ଇସ୍ରୋ ଓ ବାର୍କରେ ବୈଜ୍ଞାନିକ ଓ ଆଧ୍ୟାତ୍ମିକତା କ୍ଷେତ୍ରରେ ଉତ୍ସର୍ଗୀକୃତ ବିଦ୍ୟାର୍ଥୀ ଠାରୁ ଆରମ୍ଭ କରି ଗୁରୁକୁଳ ଦେଶର ପ୍ରତି କ୍ଷେତ୍ରକୁ ପରିପୁଷ୍ଟ କରିଛି” ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ଗୁରୁକୁଳ ଉପରେ ଆଲୋକପାତ କରି କହିଥିଲେ ଯେ ଯେଉଁଠାରେ ଜଣେ ଗରୀବ ବିଦ୍ୟାର୍ଥୀ ଠାରୁ ମାତ୍ର ଟଙ୍କାଏ ଫିସ୍ ନିଆଯାଏ ସେଠାରେ ତାକୁ ଶିକ୍ଷାପ୍ରାପ୍ତି ଅନେକ ସହଜ ହୋଇଥାଏ ।

ଭାରତୀୟ ପରମ୍ପରାର ଜ୍ଞାନକୁ ସର୍ବୋଚ୍ଚ ଜୀବନ ଲକ୍ଷ୍ୟ ଭାବେ ବିବେଚନା କରାଯାଇଥିବା ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ବିଶ୍ୱର ଅନ୍ୟାନ୍ୟ ଭାଗ ସେମାନଙ୍କ ଶାସକ ବଂଶକୁ ନେଇ ପରିଚିତ ହୋଇଥାନ୍ତି, ଭାରତୀୟ ପରିଚୟ ଏହାର ଗୁରୁକୁଳ ସହିତ ଥାଏ । “ଆମର ଗୁରୁକୁଳଗୁଡ଼ିକ ନିରପେକ୍ଷତା, ସମନତା, ଯତ୍ନ ଓ ସେବା ମନୋଭାବର ପ୍ରତିନିଧିତ୍ୱ ଶହ ଶହ ବର୍ଷ କରିଆସିଛନ୍ତି” ବୋଲି ସେ କହିଥିଲେ । ନାଳନ୍ଦା ଓ ତକ୍ଷଶିଳା ଭାରତୀୟ ପ୍ରାଚୀନ ଗୌରବ ସହ ସମତୁଲ ବୋଲି ସେ ସ୍ମରଣ କରାଇ ଦେଇଥିଲେ ।

“ଆବିଷ୍କାର ଓ ଗବେଷଣା ଭାରତୀୟ ଜୀବନଧାରାର ଅବିଚ୍ଛେଦ୍ୟ ଅଙ୍ଗ । ଆତ୍ମ-ଆବିଷ୍କାରରୁ ପ୍ରଭୁସତ୍ତା, ଆୟୁର୍ବେଦରୁ ଆଧ୍ୟାତ୍ମ ସମାଜ ବିଜ୍ଞାନରୁ ସୌର ବିଜ୍ଞାନ, ଗଣିତରୁ ଧାତୁ ବିଜ୍ଞାନ ଓ ଶୂନ୍ୟରୁ ଅସୀମ, ଗବେଷଣା ଓ ନୂତନ ଉପସଂହାର ପ୍ରତ୍ୟେକ କ୍ଷେଥ୍ରରେ ଟଣାଯାଇଛି । ଭାରତ ତିମିରାଚ୍ଛନ୍ନ ଯୁଗରେ ମାନବତାକୁ ଦେଖାଇଥିବା ଆଲୋକବର୍ତ୍ତିକା ବିଶ୍ୱର ଆଧୁନିକ ବିଜ୍ଞାନ ପାଇଁ ବାଟ କଢ଼ାଇଥିଲା” ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ଲିଙ୍ଗଗତ ସମାନତା ଓ ଭାରତୀୟ ଗୁରୁଗୁଳ ପଦ୍ଧତିର ସମ୍ବେଦନଶୀଳତା ଉପରେ ଆଲୋକପାତ କରିବା ସହ ‘କନ୍ୟା ଗୁରୁକୁଳ’ ଆରମ୍ଭ କରିଥିବାରୁ ସ୍ୱାମୀନାରାୟଣ ଗୁରୁକୁଳର ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ ଶିକ୍ଷା ପଦ୍ଧତି ଓ ଶିକ୍ଷାନୁଷ୍ଠାନଗୁଡ଼ିକର ଭାରତରେ ଉଜ୍ଜ୍ୱଳ ଭବିଷ୍ୟତର ଭୂମିକା ଉପରେ ଗୁରୁତ୍ୱ ଆରୋପ କରିବା ସହ ସ୍ୱାଧୀନତାର ଅମୃତ କାଳରେ ଦେଶ ଶିକ୍ଷାର ଭିତ୍ତିଭୂମି ଓ ନୀତିକୁ ପ୍ରତ୍ୟେକ କ୍ଷେତ୍ରରେ ଖୁବ୍ ଦ୍ରୁତ ଗତିରେ ସୁଦୃଢ଼ କରିବାକୁ ଯାଉଛି ବୋଲି କହିଥିଲେ । ଦେଶରେ ଆଇଆଇଟି, ଆଇଆଇଆଇଟିଏସ, ଆଇଆଇଏମଏସ ଓ ଏଆଇଏମଏସ ସଂଖ୍ୟା ଅନେକ ବୃଦ୍ଧି ପାଇଛି ଓ ୨୦୧୪ ମସିହା ପୂର୍ବାବସ୍ଥାକୁ ତୁଳନା କଲେ ଦେଶରେ ମେଡିକାଲ କଲେଜ ସଂଖ୍ୟା ଶତକଡ଼ା ୬୫ ଭାଗ ବୃଦ୍ଧି ପାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଆହୁରି କହିଥିଲେ ଯେ ଦେଶର ନୂତନ ଶିକ୍ଷାନୀତି ଭବିଷ୍ୟତକୁ ଲକ୍ଷ୍ୟ ରଖି ପ୍ରସ୍ତୁତ ହୋଇଛି । ଏହାଫଳରେ ନୂତନ ପିଢ଼ି ଏକ ନବୀନ ପଦ୍ଧତିରେ ଶିକ୍ଷା ଗ୍ରହଣ କରିବେ ଓ ତାହା ସେମାନଙ୍କୁ ଦେଶର ଆଦର୍ଶ ନାଗରିକ ଭାବେ ଗଢ଼ିତୋଳିବା । ଆଗାମୀ ୨୫ ବର୍ଷରେ ମୁନିଋଷିମାନଙ୍କ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । “ଆଜି ଭାରତରେ ସଂକଳ୍ପ ନୂତନ ଓ ସେଗୁଡ଼ିକ ସାକାର କରିବା ପାଇଁ ଉଦ୍ୟମ ହେଉଛି । ଆଜି ଭାରତ ଡିଜିଟାଲ ଇଣ୍ଡିଆ, ଆତ୍ମନିର୍ଭର ଭାରତ, ଭୋକାଲ ଫର ଲୋକାଲ, ପ୍ରତ୍ୟେକ ଜିଲ୍ଲାରେ ୭୫ଟି ଅମୃତ ସରୋବର ଓ ଏକ ଭାରତ ଶ୍ରେଷ୍ଠ ଭାରତ ଲକ୍ଷ୍ୟ ନେଇ ଆଗେଇ ଚାଲିଛି । 

ଏହିସବୁ ସାମାଜିକ ପରିବର୍ତ୍ତନ ଓ ସମାଜ ସଂସ୍କାର ପ୍ରକଳ୍ପରେ ସବକା ପ୍ରୟାସ ଦେଶର କୋଟି କୋଟି ଜନସାଧାରଣଙ୍କ ଜୀବନରେ ପରିବର୍ତ୍ତନ ଆଣିବ । ପ୍ରଧାନମନ୍ତ୍ରୀ ଗୁରୁକୁଳର ବିଦ୍ୟାର୍ଥୀମାନଙ୍କୁ ଉତ୍ତର ପୂର୍ବାଞ୍ଚଳକୁ ଅନୁନ୍ୟ ୧୫ ଦିନ ଗସ୍ତରେ ଯାଇ ସେଠାକାର ଅଧିବାସୀଙ୍କ ସହ ମିଶି ଦେଶକୁ ଆହୁରି ମଜବୁତ କରିବାକୁ ନିବେଦନ କରିଥିଲେ । ସେ ମଧ୍ୟ ବେଟୀ ବଚାଓ ଓ ପରିବେଶ ସୁରକ୍ଷା ଭଳି ବିଷୟର ଅବତାରଣା କରି ଏକ ଭାରତ ଶ୍ରେଷ୍ଠ ଭାରତକୁ ମଜବୁତ କରିବା ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । “ମୁଁ ନିଶ୍ଚିତ ଯେ ସ୍ୱାମୀ ନାରାୟଣ ଗୁରୁକୁଳ ବିଦ୍ୟା ପ୍ରତିଷଠାନମ ଭଳି ଅନୁଷ୍ଠାନ ଭାରତର ସଂକଳ୍ପ ଯାତ୍ରାକୁ ଅଧିକ ମଜବୁତ କରିବ” ବୋଲି କହି ସେ ତାଙ୍କର ଅଭିଭାଷଣ ସମାପ୍ତି ଘଟାଇଥିଲେ ।

ପୃଷ୍ଠଭୂମୀ:

ଶ୍ରୀ ସ୍ୱାମୀ ନାରାୟଣ ଗୁରୁକୁଳ ରାଜକୋଟ ସଂସ୍ଥାନ ୧୯୪୮ ମସିହାରେ ଗୁରୁଦେବ ଶାସ୍ତ୍ରୀଜୀ ମହାରାଜ ଶ୍ରୀ ଧର୍ମାଜୀବାନନ୍ଦଜୀ ସ୍ୱାମୀଙ୍କ ଦ୍ୱାରା ରାଜକୋଟରେ ପ୍ରତିଷ୍ଠା କରାଯାଇଥିଲା । ଏହି ସଂସ୍ଥାନ ସମ୍ପ୍ରସାରିତ ହୋଇ ବର୍ତ୍ତମାନ ବିଶ୍ୱରେ ଏହାର ୪ଠଟି ଶାଖା ରଖିଛି । ଏହା ୨୫ ହଜାରରୁ ଊଦ୍ଧ୍ୱର୍ ବିଦ୍ୟାର୍ଥୀଙ୍କୁ ବିଦ୍ୟାଳୟ, ସ୍ନାତ୍ତକ ଓ ସ୍ନାତ୍ତକୋତ୍ତର ଶିକ୍ଷା ପ୍ରଦାନ କରିଆସୁଛି ।

 

 

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Modiji, Aap Ka Aura Hi Alag Hai’: Gen Z ‘Friends’ Click With PM At Vadodara Event

Media Coverage

‘Modiji, Aap Ka Aura Hi Alag Hai’: Gen Z ‘Friends’ Click With PM At Vadodara Event
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the value and transformative power of knowledge
September 09, 2026

The Prime Minister, Shri Narendra Modi, shared a Sanskrit Subhashitam highlighting that wisdom teaches the art of living in harmony with society. He said that knowledge imparts wisdom and prosperity, fills the heart with joy and enhances one’s dignity.

The Prime Minister shared a Sanskrit Subhashitam-

“उपदिशति लोकवृत्तं वितरति वित्तं विनोदयति चित्तम्।

उत्तम्भयति महत्त्वं विद्या हृद्या सुराजसेवेव॥”

The Subhashitam conveys that wisdom teaches the art of living in harmony with society. It grants knowledge and prosperity, fills the heart with joy, and raises one's dignity. Thus, wisdom is as precious as service to righteous governance, beloved by the heart, and a force that uplifts life.

The Prime Minister wrote on X;

“उपदिशति लोकवृत्तं वितरति वित्तं विनोदयति चित्तम्।

उत्तम्भयति महत्त्वं विद्या हृद्या सुराजसेवेव॥”