Steps are being taken to double farmers' income by 2022: PM
Our efforts are on modernizing the agriculture sector by incorporating latest technology: PM Modi
Govt is focussing on promoting agricultural technology-based startups: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟରେ ଗାନ୍ଧୀନଗର ଠାରେ ଆରମ୍ଭ ହୋଇଥିବା ତୃତୀୟ ବିଶ୍ୱ ଆଳୁ ସମ୍ମିଳନୀକୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧିତ କରିଛନ୍ତି । ପୂର୍ବରୁ 1999 ଓ 2008ରେ ଦୁଇଟି ବିଶ୍ୱ ଆଳୁ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ଆଳୁ ସମ୍ମିଳନୀ ଭାରତୀୟ ଆଳୁ ସଂଘ (ଆଇପିଏ) ପକ୍ଷରୁ ନୂଆଦିଲ୍ଲୀସ୍ଥିତ ଭାରତୀୟ କୃଷି ଗବେଷଣା ପରିଷଦ ଏବଂ ଶିମଲାର ଆଇସିଏଆର-କେନ୍ଦ୍ରୀୟ ଆଳୁ ଗବେଷଣା ସଂସ୍ଥାନ ଏବଂ ଅନ୍ତର୍ଜାତୀୟ ଆଳୁ କେନ୍ଦ୍ର (ସିଆଇପି), ଲିମା, ପେରୁ ସହଯୋଗରେ ଆୟୋଜନ କରାଯାଉଛି ।

ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ବୈଜ୍ଞାନିକ, ଆଳୁ ଚାଷୀ ଓ ଅନ୍ୟ ଅଂଶୀଦାରମାନେ ବିଶ୍ୱ ଆଳୁ ସମ୍ମିଳନୀରେ ଏକତ୍ରିତ ହୋଇଛନ୍ତି । ସେମାନେ ଆସନ୍ତା କିଛିଦିନ ପର୍ଯ୍ୟନ୍ତ ଖାଦ୍ୟ ଓ ପୁଷ୍ଟିସାଧନ ସଂକ୍ରାନ୍ତ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା କରିବେ ।

ଏହି ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ତୃତୀୟ ଆଳୁ ସମ୍ମିଳନୀର ବିଶେଷତ୍ୱ ହେଲା, ଏକ ସମୟରେ ଆଳୁ ସମ୍ମିଳନୀ, କୃଷି ପ୍ରଦର୍ଶନୀ ଏବଂ ଆଳୁ କୃଷି ଦିବସ ଆୟୋଜନ କରାଯାଇଛି । ସେ ମଧ୍ୟ କହିଥିଲେ ଯେ କୃଷି ଦିନରେ 6 ହଜାରରୁ ଊର୍ଦ୍ଧ୍ଵ କୃଷକ କ୍ଷେତ୍ର ପ୍ରଦର୍ଶନ କରିବା ପ୍ରଶଂସନୀୟ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶର ଅଗ୍ରଣୀ ଆଳୁ ଉତ୍ପାଦନକାରୀ ଓ ଉତ୍ପାଦକତା ଥିବା ରାଜ୍ୟ ଗୁଜରାଟରେ ତୃତୀୟ ଆଳୁ ସମ୍ମିଳନୀ ଆୟୋଜନ କରାଯିବା ଗୁରୁତ୍ୱପୂର୍ଣ୍ଣ । ସେ କହିଥିଲେ ଯେ ଗତ 11 ବର୍ଷ ମଧ୍ୟରେ ଦେଶରେ ଆଳୁ ଚାଷ କ୍ଷେତ୍ର 20% ବୃଦ୍ଧି ପାଇଥିବା ବେଳେ  ଗୁଜରାଟରେ ଏହା 170% ବୃଦ୍ଧି ହୋଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବ୍ୟାପକ ନୀତିଗତ ପ୍ରୟାସ ଓ ନିର୍ଣ୍ଣୟ ଫଳରେ ଗୁଜରାଟରେ ଜଳ ସିଂଚନ ଏବଂ ବୁନ୍ଦା ଜଳସେଚନ ଭଳି ଆଧୁନିକ କୃଷି ପ୍ରଣାଳୀର ଅବଲମ୍ବନ କରାଯାଉଛି । ଉନ୍ନତ ଶୀତଳ ଭଣ୍ଡାର ସୁବିଧା ଓ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ସହ ସଂଯୋଗ ଫଳରେ ଆଳୁ ଉତ୍ପାଦନ ବୃଦ୍ଧି ପାଇଛି । ସେ କହିଥିଲେ, ଗୁଜରାଟରେ ଆଜି ବୃହତ ଆଳୁ ପ୍ରକ୍ରିୟାକରଣ କମ୍ପାନୀଗୁଡ଼ିକ ରହିଛନ୍ତି ଏବଂ ଅଧିକାଂଶ ଆଳୁ ରପ୍ତାନିକାରୀ ଗୁଜରାଟରେ ହିଁ ଅଛନ୍ତି । ଏସବୁ ଫଳରେ ଏହି ରାଜ୍ୟ ଦେଶର ପ୍ରମୁଖ ଆଳୁ କେନ୍ଦ୍ର ଭାବେ ଉଭା ହୋଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ସରକାର 2022 ସୁଦ୍ଧା କୃଷକଙ୍କ ଆୟ ଦ୍ୱିଗୁଣିତ କରିବାର ଲକ୍ଷ୍ୟ ଦିଗରେ ବ୍ୟାପକ ପଦକ୍ଷେପ ନେଉଛନ୍ତି । ସେ ଉଲ୍ଲେଖ କରିଥିଲେ ଯେ କୃଷକମାନଙ୍କ ପରିଶ୍ରମ ଏବଂ ସରକାରଙ୍କ ନୀତି ମିଶିଯିବା ଫଳରେ ଭାରତ ବିଭିନ୍ନ ଶସ୍ୟ ଏବଂ ଖାଦ୍ୟ ସାମଗ୍ରୀ ଉତ୍ପାଦନରେ ବିଶ୍ୱର ଶୀର୍ଷ 3ଟି ରାଷ୍ଟ୍ର ମଧ୍ୟରେ ସ୍ଥାନ ପାଇପାରିଛି । ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗକୁ ପ୍ରୋତ୍ସାହନ ଦେବା ଲାଗି ତାଙ୍କ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଏହି କ୍ଷେତ୍ର ପାଇଁ ଶତପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫଡିଆଇ)କୁ ମଞ୍ଜୁରି ମିଳିବା ସହ ପ୍ରଧାନମନ୍ତ୍ରୀ କିଶାନ ସମ୍ପଦା ଯୋଜନା ଜରିଆରେ ମୂଲ୍ୟ ସମ୍ବର୍ଦ୍ଧନ ଓ ମୂଲ୍ୟ ଶୃଙ୍ଖଳା ବିକାଶ ଲାଗି ସହାୟତା ଯୋଗାଇ ଦିଆଯାଇଛି ।

ଚଳିତ ମାସ ପ୍ରାରମ୍ଭରେ ଦେଶର 6କୋଟି କୃଷକଙ୍କ ବ୍ୟାଙ୍କ ଆକାଉଂଟକୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ବ୍ୟବସ୍ଥା ଜରିଆରେ ସିଧାସଳଖ 12 ହଜାର କୋଟି ଟଙ୍କା ସ୍ଥାନାନ୍ତର କରାଯାଇ ଏକ ନୂଆ ରେକର୍ଡ ପ୍ରତିଷ୍ଠା କରାଯାଇଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । କୃଷକ ଓ ଉପଭୋକ୍ତାଙ୍କ ମଧ୍ୟରେ ବିଭିନ୍ନ ସ୍ତର ଓ ମଧ୍ୟସ୍ଥଙ୍କ ସଂଖ୍ୟା ହ୍ରାସ କରିବା ତାଙ୍କ ସରକାରର ପ୍ରାଥମିକତା ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ସରକାର କୃଷି ପ୍ରଯୁକ୍ତି ଆଧାରିତ ଷ୍ଟାର୍ଟଅପଗୁଡ଼ିକ ଉପରେ ଜୋର ଦେଉଛନ୍ତି, ଫଳରେ କୃଷକମାନଙ୍କ ଡାଟାବେସ ଓ ସ୍ମାର୍ଟ ତଥା ସଠିକ କୃଷି ଲାଗି ଆବଶ୍ୟକ ଜରୁରି କୃଷି ଭଣ୍ଡାରଗୁଡ଼ିକର ଉପଯୋଗ କରାଯାଇପାରିବ ।

ଆଧୁନିକ ଜୈବପ୍ରଯୁକ୍ତି, ଆର୍ଟିଫିସିଆଲ ଇଂଟେଲିଜେନ୍ସ, ବ୍ଲକ ଚେନ, ଡ୍ରୋନ ପ୍ରଯୁକ୍ତି ଆଦି ଜରିଆରେ କୃଷି କ୍ଷେତ୍ରରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ଯୋଗାଇ ଦେବା ଲାଗି ବୈଜ୍ଞାନିକମାନଙ୍କୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ । ସେ କହିଥିଲେ ଯେ କେହି ଯେପରି ଭୋକିଲା କିମ୍ବା ପୁଷ୍ଟିହୀନ ରହିନଯାଆନ୍ତି ତାହା ସୁନିଶ୍ଚିତ କରିବା ବୈଜ୍ଞାନିକ ସମୁଦାୟ ଓ ନୀତି ନିର୍ମାତାମାନଙ୍କ ଦାୟିତ୍ୱ ।

ସୂଚନାଯୋଗ୍ୟ ଯେ ତୃତୀୟ ବିଶ୍ୱ ଆଳୁ ସମ୍ମିଳନୀ ସମସ୍ତ ଅଂଶୀଦାରମାନଙ୍କୁ ଗୋଟିଏ ମଂଚ ପ୍ରଧାନ କରିବ । ଫଳରେ ସେମାନେ ସମସ୍ତ ପ୍ରସଙ୍ଗରେ ଆଲୋଚନା କରିବା ସହ ଭବିଷ୍ୟତ ଲାଗି ଯୋଜନା ପ୍ରସ୍ତୁତ କରିପାରିବେ । ଏହି କାର୍ଯ୍ୟକ୍ରମର ତିନୋଟି ପ୍ରମୁଖ ଅଂଶ ରହିଛି- (1) ଆଳୁ ସମ୍ମିଳନୀ (2) କୃଷି ରପ୍ତାନି ଏବଂ (3)ଆଳୁ କୃଷିର ଦିନ ।

ଆଳୁ ସମ୍ମିଳନୀ ତିନି ଦିନ ପର୍ଯ୍ୟନ୍ତ ଚାଲିବ । ଏହାର 10ଟି ବିଷୟବସ୍ତୁ ରହିବ । 10ଟି ମଧ୍ୟରୁ 8ଟି ବିଷୟବସ୍ତୁ ବ୍ୟବହାରିକ ଏବଂ ପ୍ରୟୋଗାତ୍ମକ ଗବେଷଣା ଉପରେ ଆଧାରିତ ହେବ । ଅବଶିଷ୍ଟ ଦୁଇଟି ବିଷୟବସ୍ତୁ ମଧ୍ୟରେ ଆଳୁ ବ୍ୟବସାୟ, ମୂଲ୍ୟ ଶୃଙ୍ଖଳା ପରିଚାଳନା ଓ ନୀତିଗତ ବସ୍ତୁ ଉପରେ ବିଶେଷ ଗୁରୁତ୍ୱାରୋପ କରାଯିବ ।

ଏହି ଏଗ୍ରି-ଏକ୍ସପୋର ଆୟୋଜନ 28ରୁ 30 ଜାନୁଆରୀ, 2020 ସମୟରେ କରାଯିବ । ଏଥିରେ ଆଳୁ ଆଧାରିତ ଉଦ୍ୟୋଗ ଏବଂ ବ୍ୟବସାୟର ସ୍ଥିତି, ପ୍ରକ୍ରିୟାକରଣ, ଆଳୁ ବିହନ ଉତ୍ପାଦନ, ଜୈବ ପ୍ରଯୁକ୍ତି, ପ୍ରଯୁକ୍ତି ହସ୍ତାନ୍ତରରେ ସରକାରୀ-ଘରୋଇ ଭାଗିଦାରୀ ତଥା କୃଷକଙ୍କ ସମ୍ବନ୍ଧୀୟ ଉତ୍ପାଦକୁ ପ୍ରଦର୍ଶିତ କରାଯିବ ।

ଆଳୁ କୃଷି ଦିନର ଆୟୋଜନ 31 ଜାନୁଆରୀ, 2020ରେ ଆୟୋଜନ କରାଯିବ । ଏଥିରେ ଆଳୁଚାଷରେ ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ, ଆଳୁ କିସମ ଓ ନବୀନତମ ଜ୍ଞାନକୌଶଳ ପ୍ରଦର୍ଶନ ସାମିଲ ରହିଛି ।

ଆଳୁ ଚାରାରୋପଣ ସାମଗ୍ରୀ, ଯୋଗାଣ ଶୃଙ୍ଖଳାରେ ଅଭାବ, ଫସଲ ଅମଳଜନିତ କ୍ଷତି, ପ୍ରକ୍ରିୟାକରଣକୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା, ରପ୍ତାନି ଓ ବିବିଧ ଉପଯୋଗ ତଥା ଆବଶ୍ୟକ ନୀତିଗତ ସହାୟତା-ଅର୍ଥାତ ଦୂରସ୍ଥାନକୁ ପରିବହନ ଏବଂ ରପ୍ତାନି ପ୍ରୋତ୍ସାହନ ଲାଗି ଉତ୍ପାଦନ ଓ ପ୍ରମାଣିକ ବିହନର ପ୍ରୟୋଗ ଆଦି ପ୍ରମୁଖ ପ୍ରସଙ୍ଗରେ ଆଲୋଚନା କରାଯିବ ।

 

 

 

 

 

 

 

 

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Why Abrogation Of Article 370 Was A Strategic Necessity For India

Media Coverage

Why Abrogation Of Article 370 Was A Strategic Necessity For India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 05, 2026
August 05, 2026

Viksit Bharat in Action: Inclusive, Green, and Globally Competitive Under PM Modi