ହିମାଚଳ ପ୍ରଦେଶର ମଣ୍ଡିଠାରେ ଏଗାର ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଜଳବିଦ୍ୟୁତ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
“ଆଜିର ଜଳବିଦ୍ୟୁତ ପ୍ରକଳ୍ପ ପରିବେଶ ଅନୁକୂଳ ବିକାଶ ନିମନ୍ତେ ଭାରତ ଅଙ୍ଗୀକାରବଦ୍ଧତାର ସୂଚକ”
“୨୦୧୬ ମସିହାରେ ଭାରତ ଲକ୍ଷ୍ୟ ରଖିଥିଲା ଯେ ଆଗାମୀ ୨୦୩୦ମସିହା ସୁଦ୍ଧା ଦେଶ ଚାହିଦାର ଶତକଡା ୪୦ଭାଗ ବିଦ୍ୟୁତ ଶକ୍ତି ଅଣ-ଜୀବାଶ୍ମ ଶକ୍ତି ଉତ୍ସରୁ ଉତ୍ପାଦିତ ହେବ । ଚଳିତ ବର୍ଷ ନଭେମ୍ବର ମାସରେ ହିଁ ଭାରତ ଏହି ଲକ୍ଷ୍ୟ ହାସଲ କରିନେଇଛି”
“ପ୍ଲାଷ୍ଟିକ ସବୁଠାରେ ଖେଳିଯାଇଛି, ପ୍ଲାଷ୍ଟିକ ନଦୀକୁ ଯାଉଛି, ଆମକୁ ପ୍ଲାଷ୍ଟିକ ଦ୍ୱାରା ହେଉଥିବା କ୍ଷତିରୁ ହିମାଳଚକୁ ବଞ୍ଚାଇବାକୁ ପଡିବ”
“ଆଜି ଯଦି ଭାରତକୁ ବିଶ୍ୱର ଫାର୍ମାସୀ କୁହାଯାଏ,ତେବେ ଏହାର ପଛରେ ହିମାଚଳର ଶକ୍ତି ରହିଛି”
“କରୋନା ବୈଶ୍ୱିକ ମହାମାରୀ କାଳରେ ହିମାଚଳ ପ୍ରଦେଶ କେବଳ ଅନ୍ୟାନ୍ୟ ରାଜ୍ୟ ନୁହେଁ ବରଂ ଅନ୍ୟାନ୍ୟ ଦେଶକୁ ସାହାଯ୍ୟ କରିଛି”
“ବିଳମ୍ବିତ ଆଦର୍ଶ ଭାବନା ଯୋଗୁଁ ହିମାଚଳବାସୀଙ୍କୁ ଯୁଗ ଯୁଗ ଧରି ଅପେକ୍ଷା କରିବାକୁ ପଡିଲା । ସେଥିପାଇଁ ଏଠାରେ ପ୍ରକଳ୍ପଗୁଡିକୁ ବହୁ ବର୍ଷ ଧରି ବିଳମ୍ବିତ ହେଲା”
୧୫-୧୮ବର୍ଷ ମଧ୍ୟରେ ବୟସ ପିଲାମାନଙ୍କୁ ଟିକା ଦିଆଯିବା ସହ ସମୁଖ ଯୋଦ୍ଧା, ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟାନ୍ୟ ରୋଗ ଲକ୍ଷଣ ଥିବା ବରିଷ୍ଠ ନାଗରିକମାନଙ୍କୁ ପ୍ରତିଷେଧକ ଟିକା ଦିଆଯିବ
“ଝିଅମାନଙ୍କ ବିବାହ ବୟସ ୨୧କୁ ବୃଦ୍ଧି କରାଯିବା ଦ୍ୱାରା ସେମାନେ ପାଠ ପଢିବା ପାଇଁ ପର୍ଯ୍ୟାପ୍ତ ସମୟ ପାଇବା ସହ ନିଜ ଭବିଷ୍ୟତ ବୃତ୍ତି ମଧ୍ୟ ନିର୍ଦ୍ଧାରଣ କରିବାରେ ସକ୍ଷମ ହେବେ”
“ଦେଶର ସୁରକ୍ଷା ବୃଦ୍ଧିରେ ଗତ ସାତବର୍ଷରେ ଆମ ସରକାର କରିଥିବା କାର୍ଯ୍ୟ, ସୈନିକ, ଭୂତପୂର୍ବ ସୈନିକମାନଙ୍କ ପାଇଁ ନିଆଯାଇଥିବା ନିଷ୍ପତ୍ତି ଯୋଗୁଁ ହିମାଚଳବାସୀ ବିଶେଷଭାବେ ଉପକୃତ ହୋଇଛନ୍ତି”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୭-୧୨-୨୧) ହିମାଚଳ ପ୍ରଦେଶର ମଣ୍ଡିଠାରେ ଦ୍ୱିତୀୟ ହିମାଚଳ ପ୍ରଦେଶ ବୈଶ୍ୱିକ ନିବେଶକ ଉତ୍ସବରେ ଅଧ୍ୟକ୍ଷତା କରିଛନ୍ତି । ପ୍ରାୟ ୨୮ହଜାର କୋଟି ଟଙ୍କା ପ୍ରକଳ୍ପ ଦ୍ୱାରା ଏହି ରାଜ୍ୟରେ ପୁଞ୍ଜିନିବେଶକୁ ବେଶ୍ ପ୍ରୋତ୍ସାହିତ ମିଳିବ । ସେ ମଧ୍ୟ ୧୧,୦୦୦ କୋଟି ଟଙ୍କାର ଜଳବିଦ୍ୟୁତ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି । କେତେକ ଜଳବିଦ୍ୟୁତ ପ୍ରକଳ୍ପ ରେଣୁକାଜୀ ନଦୀବନ୍ଧ ପ୍ରକଳ୍ପ, ଲୁହରୀ ପ୍ରଥମ ପର୍ଯ୍ୟାୟ ଜଳବିଦ୍ୟୁତ ଏବଂ ଧୌଲାସିଦ୍ଧ ଜଳ ବିଦ୍ୟୁତ ପ୍ରକଳ୍ପ  । ସେ ମଧ୍ୟ ସ୍ୱର କୁନ୍ଦୁ ଜଳବିଦ୍ୟୁତ ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ । ହିମାଚଳପ୍ରଦେଶ ରାଜ୍ୟପାଳ ଶ୍ରୀ ରାଜେନ୍ଦ୍ର ବିଶ୍ୱନାଥ୍ ଆର୍ଲେକର , ମୁଖ୍ୟମନ୍ତ୍ରୀ ଶ୍ରୀ ଜୟରାମ ଠାକୁର, କେନ୍ଦ୍ରମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ।

ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ହିମାଚଳ ପ୍ରଦେଶ ପାହାଡ ତାଙ୍କ ଜୀବନରେ ଏକ ମୁଖ୍ୟ ଭୂମିକା ନେଇଥିବା ଭାବାବେଗପୂର୍ଣ୍ଣ ସ୍ମୃତିଚାରଣ କରିଥିଲେ । ସେ ମଧ୍ୟ  ହିମାଚଳବାସୀଙ୍କୁ ସେମାନଙ୍କ ଚାରିବର୍ଷର ଡବଲ ଇଞ୍ଜିନ ସରକାର ପାଇଁ ଅଭିନନ୍ଦନ ଜଣାଇଥିଲେ । ଏହି ଚାରିବର୍ଷ ମଧ୍ୟରେ ରାଜ୍ୟ ବୈଶ୍ୱିକ ମହାମାରୀ ଆହ୍ୱାନର ମୁକାବିଲା କରିବା ସହ ବିକାଶର ମଧ୍ୟ ନୂତନ ଶିଖର ଛୁଇଁଛି । “ଜୟରାମ ଜୀ ଓ ତାଙ୍କ କର୍ତ୍ତବ୍ୟନିଷ୍ଠ ଦଳ ହିମାଚଳ ପ୍ରଦେଶ ଜନସାଧାରଣଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ କୌଣସି ଅବହେଳା କରିନାହାଁନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ଜନସାଧାରଣଙ୍କ ସ୍ୱଚ୍ଛନ୍ଦରେ ରହିବା ହେଉଛି ଗୋଟିଏ ପ୍ରାଥମିକତା ଓ ସେଥିପାଇଁ ବିଦ୍ୟୁତ ଶକ୍ତିର ଏକ ବିରାଟ ଭୂମିକା ରହିଛି । ଆଜିର ଜଳବିଦ୍ୟୁତ ପ୍ରକଳ୍ପ ପରିବେଶ ଅନୁକୂଳ ବିକାଶର ଅଙ୍ଗୀକାରବଦ୍ଧତାର ପ୍ରତିଫଳନ । “ଯେତେବେଳେ ଗିର୍ ନଦୀର ରେଣୁକାଜୀ ପ୍ରକଳ୍ପ କାର୍ଯ୍ୟକାରୀ ହେବ, ସେତେବେଳେ ବିଶାଳ ଅଞ୍ଚଳ ଏହାଦ୍ୱାରା ପ୍ରତ୍ୟକ୍ଷ ସୁବିଧା ପାଇବ । ପ୍ରକଳ୍ପରୁ ଯେତେ ଆୟ ହେବ, ତା’ର ଅଧିକାଂଶ ଭାଗ ଏଠାକାର ବିକାଶ ବାବଦକୁ ଖର୍ଚ୍ଚ ହେବ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ନବ ଭାରତରର ପରିବର୍ତ୍ତିତ କାର୍ଯ୍ୟଧାରା ବିଷୟ ଦୋହରାଇ ଥିଲେ । ଯେଉଁ ଗତିରେ ଭାରତ ତା’ର  ପରିବେଶଜନିତ ଲକ୍ଷ୍ୟ ପଥରେ ଅଗ୍ରସର ହେଉଛି, ତାହା ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୧୬ରେ ଭାରତ ଲକ୍ଷ୍ୟ ରଖିଥିଲା ଯେ ୨୦୩୦ ସୁଦ୍ଧା ଦେଶର ବିଦ୍ୟୁତ ଶକ୍ତି ଚାହିଦାର ଶତକଡା ୪୦ଭାଗ, ଅଣ ଜୀବାଶ୍ମ ଶକ୍ତି ଉତ୍ସରୁ ଉତ୍ପାଦିତ ହେବ । ଚଳିତବର୍ଷ ନଭେମ୍ବର ମାସରେ ହିଁ ଭାରତ ଏହି ଲକ୍ଷ୍ୟ ହାସଲ କରିସାରିଛି । ସମଗ୍ର ବିଶ୍ୱ ଆଜି ଭାରତକୁ ପ୍ରଶଂସା କରୁଛି ଏହାର ପରିବେଶର ସୁରକ୍ଷା କରି ପ୍ରଗତିକୁ ତ୍ୱରାନ୍ୱିତ କିପରି କରୁଛି ବୋଲି । ସୌରଶକ୍ତିରୁ ଜଳବିଦ୍ୟୁତ, ପବନ ଶକ୍ତିରୁ ସବୁଜ ଉଦଜାନ ଶକ୍ତି, ସମଗ୍ର ଦେଶ ନିରବଚ୍ଛିନ୍ନ ଭାବେ ଅକ୍ଷୟ ଶକ୍ତି ସମ୍ପଦର ସମ୍ପୂର୍ଣ୍ଣ ବିନିଯୋଗ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ଏକକ ବ୍ୟବହାର ଯୋଗ୍ୟ ପ୍ଳାଷ୍ଟିକ ଉପରେ ଆଲୋଚନା କରିଥିଲେ । ପ୍ଳାଷ୍ଟିକ ବ୍ୟବହାର ପାଇଁ ପାହାଡ ଗୁଡିକରେ ହେଉଥିବା କ୍ଷତି ନେଇ ସରକାର ସତର୍କ ଅଛନ୍ତି । ଏକକ ବ୍ୟବହାରକ୍ଷମ ପ୍ଲାଷ୍ଟିକ  ବିରୁ୍‌ଦ୍ଧରେ ଅଭିଯାନ ଜାରି ରହିଥିଲାବେଳେ, ସରକାର ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନା ଉପରେ ମଧ୍ୟ କାର୍ଯ୍ୟ କରୁଛନ୍ତି । ବ୍ୟବହାରରେ ପରିବର୍ତ୍ତନକୁ ନେଇ ଶ୍ରୀ ମୋଦି କହିଥିଲେ ଯେ “ପର୍ଯ୍ୟଟକମାନଙ୍କ ମଧ୍ୟ ହିମାଚଳକୁ ପରିଷ୍କାର ରଖିବା ନେଇ ଏକ ବଡ ଭୂମିକା ରହିଛି । ପ୍ଲାଷ୍ଟିକ ଚାରିଆଡେ ଖେଳିଯାଇଛି, ପ୍ଲାଷ୍ଟିକ ନଦୀରେ ମିଶୁଛି । ହିମାଚଳରେ ହେଉଥିବା କ୍ଷତି ଯେପରି ରୋକାଯାଇପାରିବ ତାହାକୁ ଆମ ସମସ୍ତଙ୍କୁ ଦେଖିବାକୁ ପଡିବ ।”

ହିମାଚଳ ପ୍ରଦେଶର ଔଷଧପତ୍ର ପ୍ରସ୍ତୁତି କ୍ଷେତ୍ରରେ ହୋଇଥିବା ଅଭିବୃଦ୍ଧି ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।  “ଆଜି ଯଦି ଭାରତକୁ ବିଶ୍ୱର ଫାର୍ମାସୀ କୁହାଯାଏ , ତେବେ ଏହା ପଛରେ ହିମାଚଳ ପ୍ରଦେଶର ପ୍ରଚ୍ଛନ୍ନ ଶକ୍ତି ରହିଛି । ହିମାଚଳ ପ୍ରଦେଶ କେବଳ ଅନ୍ୟ ରାଜ୍ୟଗୁଡିକୁ ସାହାଯ୍ୟ କରିନାହିଁ, ବରଂ କରୋନା ବୈଶ୍ୱିକ ମହାମାରୀ କାଳରେ ଏହା ଅନ୍ୟାନ୍ୟ ଦେଶଗୁଡିକୁ ମଧ୍ୟ ସାହାଯ୍ୟ କରିଛି ।

ରାଜ୍ୟ ବିଶାଳ ଦକ୍ଷତାର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ହିମାଚଳ ଅନ୍ୟ ରାଜ୍ୟ ତୁଳନାରେ ଟିକାକରଣରେ ସର୍ବାଗ୍ରେ ରହି ତା’ର ସମସ୍ତ ସମର୍ଥ ଜନସଂଖ୍ୟାର ଟିକାକରଣ କରିପାରିଛି । ଏଠି ଯେଉଁମାନେ ସରକାରରେ ଅଛନ୍ତି ସେମାନେ ରାଜନୀତିକ ସ୍ୱାର୍ଥପରତାରେ ବୁଡି ନ ଯାଇ ହିମାଚଳରେ ପ୍ରତ୍ୟେକ ନାଗରିକ କିପରି ଟିକା ନେବେ ସେଥିପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେଇଛନ୍ତି ।”

ପ୍ରଧାନମନ୍ତ୍ରୀ ନିକଟରେ ଝିଅମାନଙ୍କ ବିବାହ ବୟସର ପରିବର୍ତ୍ତନ ନିଷ୍ପତ୍ତି ସମ୍ପର୍କରେ ତାଙ୍କର ଉକ୍ତି ଦୋହରାଇଥିଲେ । “ ଆମେ ନିଷ୍ପତ୍ତି ନେଲୁ ଯେ ଝିଅମାନଙ୍କ ବିବାହ ଯୋଗ୍ୟ ବୟସ ପୁଅମାନଙ୍କ ଭଳି ହେବା ଦରକାର । ସେଥିପାଇଁ ଆମେ ଝିଅମାନଙ୍କ ବିବାହ ବୟସ ୨୧କୁ ବୃଦ୍ଧି କଲୁ, ଯାହା ଦ୍ୱାରା ସେମାନେ ପାଠପଢି ସେମାନଙ୍କ ବୃତ୍ତି ଚୟନ ପାଇଁ ଯଥେଷ୍ଟ ସମୟ ପାଇବେ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ନିକଟରେ ନୂତନ ଟିକାକରଣ ଶ୍ରେଣୀ ଉପରେ କହିଥିଲେ । ସେ କହିଥିଲେ ଯେ ସରକାର ସମସ୍ତ ସମ୍ବେଦନଶୀଳତା ଓ ସାବଧାନତାର ସହ ସମସ୍ତ ଆବଶ୍ୟକତାକୁ ନେଇ କାର୍ଯ୍ୟ କରୁଛନ୍ତି । ଏଣିକି ଜାନୁୟାରୀ ତିନିତାରିଖଠାରୁ ସରକାର ୧୫ରୁ ୧୮ବର୍ଷ ପିଲାମାନଙ୍କୁ ଟିକା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମ ସ୍ୱାସ୍ଥ୍ୟକ୍ଷେତ୍ରରେ ନିୟୋଜିତ ବ୍ୟକ୍ତି, ସମ୍ମୁଖ ଯୋଦ୍ଧା, ଗତ ଦୁଇବର୍ଷ ଧରି କରୋନା ବିରୁଦ୍ଧ ସଂଗ୍ରାମରେ ଦେଶର ଶକ୍ତିଭାବେ ଉଭା ହୋଇଛନ୍ତି । ଜାନୁୟାରୀ ୧୦ ତାରିଖଠାରୁ ସେମାନଙ୍କୁ ପ୍ରତିଷେଧକ ମାତ୍ରା ଦିଆ ହେବା ଆରମ୍ଭ ହେବ । ୬୦ବର୍ଷରୁ ଅଧିକ ବୟସର ବ୍ୟକ୍ତି ଯେଉଁମାନେ ଗୁରୁତର ରୋଗରେ ପୀଡିତ ସେମାନଙ୍କୁ ଡାକ୍ତରଙ୍କ ପରାମର୍ଶକ୍ରମେ ପ୍ରତିଷେଧକ ମାତ୍ରା ଦିଆଯାଇପାରିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ସବ୍‌କା ସାଥ୍‌, ସବକା ବିକାଶ, ସବ୍‌କା ବିଶ୍ୱାସ ଓ ସବ୍‌କା ପ୍ରୟାସ ମନ୍ତ୍ରକୁ ପାଥେୟ କରି କାର୍ଯ୍ୟ କରିବାକୁ ଅଙ୍ଗୀକାରବଦ୍ଧ । “ପ୍ରତ୍ୟେକ ଦେଶର ବିଭିନ୍ନ ଆଦର୍ଶବାଦ ଅଛି, ମାତ୍ର ଆଜି ଆମ ଦେଶର ଲୋକେ ସ୍ପଷ୍ଟଭାବେ ଦୁଇଟି ଆଦର୍ଶବାଦ ଦେଖୁଛନ୍ତି । ଗୋଟିଏ ଆଦର୍ଶ ବିଳମ୍ବର ହେଉଥିବାବେଳେ ଅନ୍ୟଟି ବିକାଶର । ଯେଉଁମାନଙ୍କ ବିଳମ୍ବ ଆଦର୍ଶ ଅଛି, ସେମାନେ ପାହାଡର ବିକାଶ ନେଇ କେବେ ବି ଚିନ୍ତିନ ନୁହଁନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହି ବିଳମ୍ବ ଆଦର୍ଶ ଯୋଗୁଁ ହିମାଚଳ ଲୋକଙ୍କୁ ଅନେକ ଦିନ ଅଟଳ ଟନେଲ ପାଇଁ

ଅପେକ୍ଷା କରିବାକୁ ପଡିଲା । ରେଣୁକାଜୀ ପ୍ରକଳ୍ପ ମଧ୍ୟ ତିନି ଦଶନ୍ଧି ବିଳମ୍ବିତ  ହେଲା । ସରକାରଙ୍କ ଅଙ୍ଗୀକାରବଦ୍ଧତା କେବଳ ବିକାଶ । ଅଟଳ ଟନେଲ  କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହ ଚଣ୍ଡିଗଡରୁ ମନାଲୀ ଓ ସିମଲାକୁ ସଡକ ମଧ୍ୟ  ପ୍ରଶସ୍ତ କରା ହେଲା ବୋଲି ସେ କହିଥିଲେ ।

ହିମାଚଳରେ ବହୁ ପ୍ରତିରକ୍ଷା କର୍ମଚାରୀ ଅଛନ୍ତି । ପ୍ରତିରକ୍ଷା କର୍ମଚାରୀ ଓ ପୁରୁଣା ସଦସ୍ୟଙ୍କ ନିମନ୍ତେ ଅନେକ ପଦକ୍ଷେପ ନିଆ ହୋଇଥିବା ପ୍ରଧାନମନ୍ତ୍ରୀ କହିଥିଲେ । ହିମାଚଳ ପ୍ରଦେଶର ପ୍ରତ୍ୟେକ ଘରେ ଦେଶରକ୍ଷା କରିଥିବା ବୀର ପୁଅଝିଅମାନେ ଅଛନ୍ତି । ଗତ ସାତବର୍ଷରେ ଦେଶର ସୁରକ୍ଷା ବୃଦ୍ଧି ପାଇଁ ଆମ ସରକାରା କରିଥିବା କାର୍ଯ୍ୟ, ସୈନିକ ଓ ଭୂତପୂର୍ବ ସୈନିକମାନଙ୍କ ପାଇଁ ନିଆଯାଉଥିବା ନିଷ୍ପତ୍ତି ଯୋଗୁଁ  ହିମାଚଳବାସୀ  ବିଶେଷ ଉପକୃତ ହୋଇଛନ୍ତି ବୋଲି ସେ କହିଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
The entrepreneurs building a self-reliant India

Media Coverage

The entrepreneurs building a self-reliant India
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlights the qualities of an ideal and truly excellent individual
July 22, 2026

Prime Minister Shri Narendra Modi shared a Sanskrit Subhashitam today, highlighting the qualities of an ideal and truly excellent individual in fulfilling personal, social, and national duties.

The Prime Minister wrote on X;


"परकार्येषु युक्तात्मा स्वकार्ये क्षिप्रसाधनम्।

सुहृत्कार्येषु निर्वृत्ती राजकार्येषु विक्रमः ।। "

The person who devotes themselves wholeheartedly to the tasks of others, completes their own personal duties with speed and efficiency, carries out tasks for friends selflessly, and demonstrates their full valor and courage in fulfilling national duties, only such a person is truly excellent.