We are in favour of making ties with Spain even more productive in the coming years: PM
The discussions with President Mariano Rajoy will lead to enhancement of India-Spain bilateral ties: PM Modi
Vision of "New India" will be enhanced through the "New Momentum" in relations between India and Spain: PM Modi
Seven key agreements exchanged between India and Spain, covering subjects such as energy, security and civil aviation

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜଧାନୀ ମାଦ୍ରିଦଠାରେ ସ୍ପେନର ରାଷ୍ଟ୍ରପତି ମାରିଆନୋ ରାଜୟଙ୍କ ସହ ଦ୍ଵିପାଖିକ ଆଲୋଚନା କରିଛନ୍ତି ।

ଆଲୋଚନା କାଳରେ ତାଙ୍କ ପ୍ରାରମ୍ଭିକ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦୁଇ ଦେଶ ମଧ୍ୟରେ ସମ୍ବନ୍ଧକୁ ଆଗକୁ ବଢାଇବା କ୍ଷେତ୍ରରେ ଆଜିର ଆଲୋଚନା ବେଶ ଲାଭଦାୟକ ହେବ । ବର୍ତ୍ତମାନର ଆନ୍ତଃସଂଯୋଗ ଓ ପରସ୍ପର ନିର୍ଭରଶୀଳ ବିଶ୍ଵରେ ଭାରତ ଓ ସ୍ପେନ ଦୁହେଁ ଦୁହିଁଙ୍କ ସ୍ଵାର୍ଥ ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ପଡିବ । ସେହିପରି ବିଶ୍ଵର କଲ୍ୟାଣ ଦିଗରେ ମଧ୍ୟ ଦୁଇ ରାଷ୍ଟ୍ରକୁ ଅନେକ ପ୍ରସଙ୍ଗରେ ମିଳିତ ଭାବେ ପଦକ୍ଷେପ ନେବାକୁ ପଡିବ । ପ୍ରଧାନମନ୍ତ୍ରୀ ଏହି ଅବସରରେ ରାଷ୍ଟ୍ରପତି ରାଜୟଙ୍କୁ ଏକ ଦୂରଦର୍ଶୀ ନେତା ଭାବେ ବର୍ଣ୍ଣନା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଉଭୟ ଭାରତ ଓ ସ୍ପେନ ଆତଙ୍କବାଦର ଭୟାବହତାକୁ ଅଙ୍ଗେ ନିଭେଇଛନ୍ତି । ସନ୍ତ୍ରାସବାଦର ମୁକାବିଲା ଲାଗି ଦୁଇ ରାଷ୍ଟ୍ରକୁ ମିଳିତ ପଦକ୍ଷେପ ନେବାକୁ ପଡିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଉଭୟ ଭାରତ ଓ ସ୍ପେନ ବ୍ୟାପକ ଆର୍ଥିକ ସଂସ୍କାର ଲାଗି କାର୍ଯ୍ୟ କରୁଛନ୍ତି । ଏବେ ଭିତ୍ତିଭୂମି, ରେଳବାଇ ଏବଂ ସ୍ମାର୍ଟ ସିଟି ଭଳି ପ୍ରକଳ୍ପର ବିକାଶ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବାକୁ ସୁନ୍ଦର ସୁଯୋଗ ରହିଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ନିଉ ଇଣ୍ଡିଆର ପରିଦୃଶ୍ୟକୁ ଆହୁରି ଆଗକୁ ନେବା କ୍ଷେତ୍ରରେ ନିଉ ମୁମେଣ୍ଟମ ବା ନୂତନ ଗତି ସହାୟକ ହେବା ସହ ଭାରତ-ସ୍ପେନ ସମ୍ପର୍କକୁ ଦୃଢୀଭୂତ କରିବ ।

ଏହି ଅବସରରେ ଭାରତ-ସ୍ପେନ ମଧ୍ୟରେ ଶକ୍ତି, ସୁରକ୍ଷା ଓ ବେସାମରିକ ବିମାନ ଚଳାଚଳ ସେବା କ୍ଷେତ୍ର ଭଳି ବିଭିନ୍ନ ପ୍ରସଙ୍ଗରେ 7 ଟି ରାଜିନାମା ଆଦାନ ପ୍ରଦାନ ହୋଇଥିଲା ।

ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ସ୍ପେନର ସିଇଓମାନଙ୍କୁ ଭେଟିଥିଲେ । ଏହି ଉଦ୍ୟୋଗ ବୈଠକରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତରେ ପୁଞ୍ଜି ନିବେଶ ଲାଗି ସ୍ପେନର ଉଦ୍ୟୋଗପତିମାନଙ୍କ ସକାଶେ ବିଶାଳ ସୁଯୋଗ ରହିଛି ।


ବିଶେଷକରି ସଂରଚନା କ୍ଷେତ୍ର, ଅକ୍ଷୟ ଶକ୍ତିର ବିକାଶ, ଖାଦ୍ୟ ପ୍ରକ୍ରିୟାକରଣ, ମୋଟର ଗାଡି ନିର୍ମାଣ, ରସାୟନ ଓ ବୟନଶିଳ୍ପ ଭଳି ଉଦ୍ୟୋଗମାନଙ୍କରେ ପୁଞ୍ଜି ନିବେଶ କରିବାକୁ ସେ ଆହ୍ଵାନ ଦେଇଥିଲେ । ଭାରତରେ ସ୍ମାର୍ଟ ସିଟିର ବିକାଶ ଲାଗି ସ୍ପେନ ଅଧିକ ମାତ୍ରାରେ ପୁଞ୍ଜି ନିବେଶ କରିପାରିବ । ଏବେ ବସ୍ତୁ ଓ ସେବା କର (GST) ସମେତ ଅନେକ କ୍ଷେତ୍ରରେ ଭାରତ ଆର୍ଥିକ ସଂସ୍କାର ଆଣୁଛି ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଆଲୋକପାତ କରିଥିଲେ । ମେକ ଇନ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ, ଷ୍ଟାର୍ଟ ଅପ ଇଣ୍ଡିଆ ଭଳି କାର୍ଯ୍ୟକ୍ରମ ପ୍ରତି ବିଶ୍ଵର ବିଭିନ୍ନ ସ୍ଥାନରୁ ପୁଞ୍ଜି ନିବେଶ ଆକୃଷ୍ଟ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଆଜି ସ୍ପେନର ରାଜା ମହାମହିମ ଫେଲିପେ VI ଙ୍କୁ ସାକ୍ଷାତ କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ILO: 100 crore covered under social security

Media Coverage

ILO: 100 crore covered under social security
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam underlining the importance of dedication and determined effort in accomplishing every goal
July 17, 2026
Prime Minister expresses happiness on the launch of India's first hydrogen train

The Prime Minister, Shri Narendra Modi, shared a Sanskrit Subhashitam underlining the importance of dedication and determined effort in accomplishing every goal:

"प्रभूतं कार्यमल्पं वा यन्नरः कर्तुमिच्छति।

सर्वारम्भेण तत् कार्यं सिंहादेकं प्रचक्षते।।"

The Prime Minister also said that the dream of India receiving its first hydrogen train has become a reality, marking a significant milestone in the nation's efforts to build a clean, green and future-ready transport system. He congratulated everyone associated with this remarkable achievement.

The Prime Minister posted on X:

आज भारत को पहली हाइड्रोजन ट्रेन मिलने का सपना साकार होने जा रहा है। यह आत्मनिर्भर भारत और सतत विकास की दिशा में एक बहुत बड़ा दिन है। मैं इससे जुड़े सभी लोगों को बहुत बधाई देता हूं।

प्रभूतं कार्यमल्पं वा यन्नरः कर्तुमिच्छति।

सर्वारम्भेण तत् कार्यं सिंहादेकं प्रचक्षते।।