ଚଳିତ ବର୍ଷ ରାଇସିନା ଆଲୋଚନାର ଉଦଘାଟନୀ ଉତ୍ସବରେ ଯୋଗଦେବାକୁ ରାଜି ହୋଇଥିବାରୁ ପ୍ରଧାନମନ୍ତ୍ରୀ ୟୁରୋପୀୟ କମିଶନର ସଭାପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ଦିନକ ପରେ ତାଙ୍କର ବକ୍ତବ୍ୟ ଶୁଣିବା ପାଇଁ ସେ ବହୁତ ଉତ୍ସାହିତ ଥିବା କହିଛନ୍ତି ।

ନେତାମାନେ ସହମତ ହୋଇଥିଲେ ଯେ ବୃହତ ତଥା ଚଳଚଞ୍ଚଳ ଗଣତାନ୍ତ୍ରିକ ସମାଜ ଭାବରେ ଭାରତ ଏବଂ ୟୁରୋପ ଅନେକ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ସମାନ ମୂଲ୍ୟବୋଧ ଏବଂ ସାଧାରଣତା ଦେଖାଇଛନ୍ତି ।

ସେମାନେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତି ଏବଂ ନିବେଶ ଚୁକ୍ତି ଉପରେ ଆଗାମୀ ବୁଝ।ମଣାପତ୍ର ସହିତ ଭାରତ-ଇୟୁ ରଣନୀତିକ ଭାଗିଦାରୀ ଅଗ୍ରଗତିର ସମୀକ୍ଷା କରିଥିଲେ । ଭାରତ-ଇୟୁ ସମ୍ପର୍କର ସମସ୍ତ ଦିଗ ଉପରେ ରାଜନୈତିକ ସ୍ତରର ତଦାରଖ କରିବା ଏବଂ ସହଯୋଗର ବିଭିନ୍ନ କ୍ଷେତ୍ର ମଧ୍ୟରେ ସମନ୍ୱୟ ରକ୍ଷାକୁ ନିଶ୍ଚିତ କରିବା ପାଇଁ ଏକ ଉଚ୍ଚ ସ୍ତରୀୟ ବାଣିଜ୍ୟ ଏବଂ ପ୍ରଯୁକ୍ତିବିଦ୍ୟା ଆୟୋଗ ଗଠନ କରିବାକୁ ସହମତି ପ୍ରକାଶ ପାଇଥିଲା । 

ସବୁଜ ହାଇଡ୍ରୋଜେନ ପରି କ୍ଷେତ୍ରରେ ଭାରତ ଏବଂ ୟୁଏଇ ମଧ୍ୟରେ ସହଯୋଗର ସମ୍ଭାବନାକୁ ନେଇ ଜଳବାୟୁ ସମ୍ବନ୍ଧୀୟ ପ୍ରସଙ୍ଗରେ ନେତାଙ୍କ ବିସ୍ତୃତ ଆଲୋଚନା ହୋଇଥିଲା । ସେମାନେ କୋଭିଡ-୧୯ ର ଅବିରତ ଆହ୍ୱାନ ଉପରେ ମଧ୍ୟ ଆଲୋଚନା କରିଥିଲେ ଏବଂ ବିଶ୍ୱର ସମସ୍ତ ଭାଗରେ ଟିକା ଏବଂ ଚିକିତ୍ସା ପାଇଁ ସମାନ ସୁବିଧା ସୁନିଶ୍ଚିତ କରିବାକୁ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଥିଲେ ।

ଏଥିସହ, ୟୁକ୍ରେନର ସ୍ଥିତି ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ବିକାଶ ସମେତ ବୈଠକରେ ବହୁ ବିଶ୍ୱସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India launches $1.5 billion maritime insurance pool, issues first covers

Media Coverage

India launches $1.5 billion maritime insurance pool, issues first covers
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 13, 2026
May 13, 2026

Leadership That Leads by Example: PM Modi's Push for Mindful Growth, Innovation & Infrastructure