Prime Minister Modi felicitates 18 children with National Bravery Awards

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର 18ଜଣ କୃତି ପିଲାଙ୍କୁ ଜାତୀୟ ସାହାସିକତା ପୁରସ୍କାର ପ୍ରଦାନ କରିଛନ୍ତି । ସେଥିମଧ୍ୟରେ 3ଟି ମରଣୋତ୍ତର ପୁରସ୍କାର ରହିଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ସାହାସି ପିଲାମାନଙ୍କ ସହ ବେଶ କିଛି ସମୟ ଧରି ମତ ବିନିମୟ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସେମାନଙ୍କର ସାହାସିକ କାର୍ଯ୍ୟ ସମାଜରେ ବହୁ ଆଲୋଚିତ ହେବା ସହ ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରିଛି । ସେମାନେ ଅନ୍ୟ ପିଲାମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ଏବଂ ସବୁ ପିଲାଙ୍କ ମଧ୍ୟରେ ଆତ୍ମବିଶ୍ଵାସର ଭାବନା ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସାହାସିକତା ପୁରସ୍କାର ପାଇଥିବା ପିଲାଙ୍କ ମଧ୍ୟରୁ ଅଧିକାଂଶ ଗ୍ରାମାଞ୍ଚଳର ଏବଂ ସାମାନ୍ୟ ପରିବାରର ପୃଷ୍ଠଭୂମିରୁ ଜନ୍ମ ନେଇଛନ୍ତି । ବୋଧହୁଏ ସେମାନଙ୍କ ପରିବାରର ଦୈନନ୍ଦିନ ଜୀବନ ସଂଗ୍ରାମ ଏହି ପିଲାମାନଙ୍କୁ ସାହାସି ହେବାରେ ଏବଂ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାର ରାହା ଦେଖାଇଛି ।

ସବୁ ପୁରସ୍କାର ବିଜେତା ପିଲା, ଅଭିଭାବକ ଏବଂ ସେମାନଙ୍କ ଶିକ୍ଷକଙ୍କୁ ପ୍ରଧାନମନ୍ତ୍ରୀ ଏହି ଅବସରରେ ଅଭିନନ୍ଦନ ଜଣାଇଥିଲେ । ସେହିଭଳି ପିଲାମାନଙ୍କର ସାହାସିକ କାର୍ଯ୍ୟ ଲୋକଲୋଚନାକୁ ଆଣିବାରେ ପ୍ରୟାସ କରିଥିବା ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନକୁ ମଧ୍ୟ ପ୍ରଧାନମନ୍ତ୍ରୀ ସାଧୁବାଦ ଜଣାଇଥିଲେ ।

ଏହି ପୁରସ୍କାର ପାଇ ସମାଜରେ ସୀକୃତ ହୋଇଥିବା ପିଲାମାନଙ୍କଠାରୁ ଆହୁରି ଅନେକ କିଛି ଆଶା କରାଯାଉଛି । ଭବିଷ୍ୟତରେ ଆହୁରି ଉତ୍ତମ କାର୍ଯ୍ୟ କରିବେ ବୋଲି ଆଶା ରହିଛି । ପୁରସ୍କାର ବିଜେତାମାନଙ୍କୁ ସେମାନଙ୍କର ଅଦମ୍ୟ ସାହାସ ପାଇଁ ପ୍ରଧାନମନ୍ତ୍ରୀ ପୁଣି ଥରେ ପ୍ରଶଂସା କରିଥିଲେ ।

ଏହି ଅବସରରେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଶ୍ରୀମତୀ ମେନକା ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ । 

 

 

 

Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
PM Modi asked eight-year-old Ananya,

Media Coverage

PM Modi asked eight-year-old Ananya, "Who am I?" The girl smiled and replied, "Modi ji."
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ନଭେମ୍ବର 9, 2025
November 09, 2025

Citizens Appreciate Precision Governance: Welfare, Water, and Words in Local Tongues PM Modi’s Inclusive Revolution