ରାଜ୍ୟସଭା ଅଧ୍ୟକ୍ଷ ଏବଂ ଲୋକସଭା ବାଚସ୍ପତିଙ୍କ ମିଳିତ ପ୍ରୟାସ ଦ୍ୱାରା ଭାରତ ଗସ୍ତରେ ଆସିଥିବା ମାଳଦୀପର ଜନସାଧାରଣ ମଜଲିସର ବାଚସ୍ପତି ମି. ମହମ୍ମଦ ନଶୀଦ ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।

ବାଚସ୍ପତି ନଶୀଦଙ୍କୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଦୁଇ ସଂସଦ ମଧ୍ୟରେ କାର୍ଯ୍ୟଧାରା ଭାରତ-ମାଳଦୀପ ମଧ୍ୟରେ ଉନ୍ନତ ସମ୍ପର୍କର ଏକ ପ୍ରମୁଖ ଅଂଶବିଶେଷ । ସେ ଆତ୍ମବିଶ୍ୱାସ ପ୍ରକାଶ କରିଥିଲେ ଯେ ତାଙ୍କର ଏହି ଯାତ୍ରା ଫଳରେ ଉଭୟ ଦେଶ ମଧ୍ୟରେ ବନ୍ଧୁତ୍ୱ ଆହୁରି ଅଧିକ ମଜଭୁତ ହେବ ।

ଚଳିତ ବର୍ଷ ଜୁନରେ ମାଲେକୁ ତାଙ୍କ ଶେଷ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଜନସାଧାରଣ ମଜଲିସକୁ ସମ୍ବୋଧନ କରିଥିଲେ । ଏ ସମ୍ବନ୍ଧରେ ସ୍ମରଣ କରି ପ୍ରଧାନମନ୍ତ୍ରୀ ମାଳଦୀପରେ ଗଣତନ୍ତ୍ରକୁ ସୁଦୃଢ଼ କରିବା ନେଇ ବାଚସ୍ପତି ନଶୀଦଙ୍କ ପ୍ରୟାସର ଦୃଢ଼ ନେତୃତ୍ୱକୁ ପ୍ରଶଂସା କରିଥିଲେ । ଏକ ସ୍ଥିର, ସମୃଦ୍ଧ ଏବଂ ଶାନ୍ତିପୂର୍ଣ୍ଣ ମାଳଦୀପ ପାଇଁ ମାଳଦୀପ ସରକାରଙ୍କ ସହ ନିବିଡ ଭାବେ କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ପ୍ରଧାନମନ୍ତ୍ରୀ ଭାରତର ସଂକଳ୍ପବଦ୍ଧତାକୁ ଦୋହରାଇଥିଲେ, ଯାହାଫଳରେ କି ବନ୍ଧୁତ୍ୱପୂର୍ଣ୍ଣ ମାଳଦୀପର ଅଭିଳାଷ ପୂରଣ ହେବ ।

ଗତବର୍ଷ ମାଳଦୀପରେ ନୂତନ ସରକାର ଗଠନ ହେବା ପରଠାରୁ ଭାରତ-ମାଳଦୀପ ମଧ୍ୟରେ ଏକ ଦୃଢ଼ ସମ୍ପର୍କ ଗଠନ କରିବା ପାଇଁ ତାଙ୍କ ସମର୍ଥନ ଜାରି ରଖିଥିବାରୁ ବାଚସ୍ପତି ନଶୀଦ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ମାଳଦୀପର ଜନସାଧାରଣଙ୍କ ଉନ୍ନତି ଲାଗି ଗ୍ରହଣ କରାଯାଇଥିବା ବିକାଶମୂଳକ ସହଯୋଗ ପଦକ୍ଷେପ ପାଇଁ ସେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ମାଳଦୀପ ସରକାରଙ୍କ ‘ଭାରତ ପ୍ରଥମ’ ନୀତିକୁ ସେ ତାଙ୍କ ସମର୍ଥନ ଜାରି ରଖିବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଏବଂ ଦର୍ଶାଇଥିଲେ ଯେ ସଂସଦୀୟ ପ୍ରତିନିଧି ଦଳର ଗସ୍ତ ଫଳରେ ଦୁଇ ଦେଶ ମଧ୍ୟରେ ସହଯୋଗ ଏବଂ ବନ୍ଧୁତ୍ୱ ପୁନଶ୍ଚ ଦୃଢ଼ିଭୂତ ହେବ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Auckland's Sky Tower lights up in India's tricolour as PM Modi begins historic New Zealand visit

Media Coverage

Auckland's Sky Tower lights up in India's tricolour as PM Modi begins historic New Zealand visit
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 11, 2026
July 11, 2026

Record Exports, Record Investments, Record Pride: India’s Rise Under PM Modi is Multi-Dimensional