PM Modi meets ITBP personnel and Army Jawans at Sumdo in Himachal Pradesh

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସୈନିକମାନଙ୍କ ସହିତ ଦୀପାବଳି ପାଳନ କରିବା ପାଇଁ ହିମାଚଳ ପ୍ରଦେଶର କିନ୍ନୌର ଜିଲ୍ଲାର ଭାରତ-ଚୀନ ସୀମା ନିକଟ ସୁମଡୋ ଅଞ୍ଚଳ ଗସ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ITBPର ଯବାନ ଏବଂ ଭାରତୀୟ ସେନାଙ୍କ ସହିତ ମତବିନିମୟ କରିବା ସଙ୍ଗେ ସଙ୍ଗେ ସେମାନଙ୍କୁ ମିଠା ବାଣ୍ଟିଥିଲେ ।

ସୈନିକମାନଙ୍କୁ ସମ୍ବୋଧିତ କରି ସେ କହିଥିଲେ ଯେ, 2001 ରୁ ପ୍ରତିବର୍ଷ ଦୀପାବଳିରେ ପ୍ରତ୍ୟକ୍ଷ ଭାବେ ସେ ସଶସ୍ତ୍ର ବଳ କର୍ମଚାରୀଙ୍କ ନିକଟକୁ ଗସ୍ତ କରି ଆସୁଛନ୍ତି ।

“ସନ୍ଦେଶ2ସୋଲଜର୍ସ” ଅଭିଯାନରେ ସୈନିକମାନଙ୍କୁ ବାର୍ତ୍ତା ପଠାଇବା ପାଇଁ ସେ ନିବେଦନ କରିଥିଲେ । ଏହାକୁ ଦେଶର ଅଧିକାଂଶ ଉତ୍ସାହୀ ଜନତା ସାଦରେ ଗ୍ରହଣ କରି ଆମର ବୀର ଯବାନମାନଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ମାନ ପ୍ରେରଣ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପାଇଁ ଏକ ପାହ୍ୟା ଏକ ପେନସନ ଯୋଜନା ଲାଗୁ କରିବାକୁ ଦେଇଥିବା ପ୍ରତିଶୃତିକୁ କାର୍ଯ୍ୟକାରୀ କରିବାରେ ସକ୍ଷମ ହୋଇଥିବାରୁ ସେ ଅତ୍ୟନ୍ତ ଆନନ୍ଦିତ । ଏହି ଅବସରରେ ସେନାଧ୍ୟକ୍ଷ ଜେନେରାଲ ଦଳବୀର ସିଂହ ଉପସ୍ଥିତ ଥିଲେ ।

ସୁମଡୋରୁ ପ୍ରତ୍ୟାବର୍ତ୍ତନ କରିବା ସମୟରେ ପ୍ରଧାନମନ୍ତ୍ରୀ ନିକଟସ୍ଥ ଚାଙ୍ଗୋ ଗ୍ରାମରେ କିଛି କ୍ଷଣ ବିତାଇଥିଲେ । ସେଠାରେ ସେ ଗ୍ରାମବାସୀଙ୍କୁ ଦୀପାବଳିର ଅଭିନନ୍ଦନ ଜଣାଇବା ସହିତ ଛୋଟ ଛୋଟ ପିଲାମାନଙ୍କୁ ମିଠା ବାଣ୍ଟିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's new FTA playbook looks beyond trade and tariffs to investment ties

Media Coverage

India's new FTA playbook looks beyond trade and tariffs to investment ties
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜାନୁୟାରୀ 14, 2026
January 14, 2026

Viksit Bharat Rising: Economic Boom, Tech Dominance, and Cultural Renaissance in 2025 Under the Leadership of PM Modi