ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର କଲବୁର୍ଗୀ ଏବଂ ତାମିଲନାଡ଼ୁର କାଞ୍ଚୀପୁରମଠାରେ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକର ଲୋକାର୍ପଣ କରିଛନ୍ତି ।

କର୍ଣ୍ଣାଟକର କଲବୁର୍ଗୀଠାରେ ପ୍ରଧାନମନ୍ତ୍ରୀ ଫଳକ ଉନ୍ମୋଚନ ଜରିଆରେ ବେଙ୍ଗାଲୁରୁ, ଇଏସଆଇ ହସପିଟାଲ ଓ ମେଡ଼ିକାଲ କଲେଜକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିଥିଲେ । ସେ ମଧ୍ୟ ବଟମ ଚିପି ହୁବଲୀଠାରେ କେଆଇଏମଏସର ସୁପର ସ୍ପେଶାଲଟି ବ୍ଲକ, ବାଙ୍ଗାଲୋର ଆୟକର ନ୍ୟାୟାଧିକରଣ ଅପିଲ ଟ୍ରିବ୍ୟୁନାଲ କୋଠା ଏବଂ ବାଙ୍ଗାଲୋର ବିଶ୍ୱବିଦ୍ୟାଳୟଠାରେ ଉତ୍ତର ପୂର୍ବାଂଚଳ ଛାତ୍ରୀଙ୍କ ପାଇଁ ଛାତ୍ରୀନିବାସର ଉଦଘାଟନ କରିଥିଲେ । ଫଳକ ଉନ୍ମୋଚନ ମାଧ୍ୟମରେ, ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାୟଚୁରଠାରୁ କଲବୁର୍ଗୀ ପର୍ଯ୍ୟନ୍ତ ବିପିସିଏଲ ଡିପୋର ରିସାଇଟମେଣ୍ଟ ପାଇଁ ଶିଳାନ୍ୟାସ କରାଯାଇଥିଲା ।

ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା : ଆୟୁଷ୍ମାନ ଭାରତର ହିତାଧିକାରୀମାନଙ୍କ ସହିତ ମତ ବିନିମୟ କରିଥିଲେ ।

ତାମିଲନାଡ଼ୁର କାଞ୍ଚୀପୁରମଠାରେ ପ୍ରଧାନମନ୍ତ୍ରୀ ବିଭିନ୍ନ ଜାତୀୟ ରାଜପଥ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଏଗୁଡ଼ିକ ମଧ୍ୟରେ ରହିଛି ବିକ୍ରୱଣ୍ଡିଠାରୁ ତାଞ୍ଜାଭୁର ପର୍ଯ୍ୟନ୍ତ ଜାତୀୟ ରାଜପଥ-45 ସି ର 4 ଲେନ କରାଯିବା ଏବଂ 4 ନମ୍ବର ଜାତୀୟ ରାଜପଥର କାରାଇପେଟ୍ଟାଇ-ୱଲଜପେଟ ଭାଗର 6 ଲେନ ବିଶିଷ୍ଟ କରାଯିବା ପ୍ରକଳ୍ପ । ସେ 5 ଏମଏମଟିପିଏ କ୍ଷମତା ସମ୍ପନ୍ନ ଏନ୍ନୋର ଏଲଏନଜି ଟର୍ମିନାଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ । ଏହି ଟର୍ମିନାଲ ତାମିଲନାଡ଼ୁ ଏବଂ ପଡ଼ୋଶୀ ରାଜ୍ୟଗୁଡ଼ିକରେ ଏଲଏନଜି ଚାହିଦା ପୂରଣ କରିବ । ସେ ମଧ୍ୟ ଏରୋଡ-କରୁର-ତିରୁଚିରାପଲ୍ଲୀ ଏବଂ ସାଲେମ-କରୁର-ଦିଣ୍ଡିଗୁଲ ରେଳ ପଥର ବିଦ୍ୟୁତକରଣ କାର୍ଯ୍ୟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ ।

ପ୍ରଧାନମନ୍ତ୍ରୀ ମଧ୍ୟ ଭିଡିଓ ଲିଙ୍କ ଜରିଆରେ ଚେନ୍ନାଇର ଡ. ଏମଜିଆର ଜାନକୀ କଳା ଓ ବିଜ୍ଞାନ ମହିଳା ମହାବିଦ୍ୟାଳୟଠାରେ ଡ. ଏମଜି ରାମଚନ୍ଦ୍ରନଙ୍କ ପ୍ରତିମୂର୍ତ୍ତିକୁ ଅନାବରଣ କରିଥିଲେ ।

ଆଜି ଶୁଭାରମ୍ଭ ହୋଇଥିବା ଉନ୍ନୟନ ପ୍ରକଳ୍ପଗୁଡ଼ିକ କର୍ଣ୍ଣାଟକ ଏବଂ ତାମିଲନାଡ଼ୁର ଜନସାଧାରଣଙ୍କୁ ବ୍ୟାପକ ଭାବେ ଲାଭାନ୍ୱିତ କରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Every voter had valid ID': Trump praises India polls, renews push for SAVE America Act

Media Coverage

'Every voter had valid ID': Trump praises India polls, renews push for SAVE America Act
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 18, 2026
August 18, 2026

PM Modi’s 12 Years of Structural Power: Manufacturing, FTAs, Airports & Uncompromising Security