Prime Minister inaugurates Vibrant Gujarat Global Summit 2017
India's strength lies in three Ds -Democracy, Demography and Dividend : PM
India has become the fastest growing major economy in the world: PM
Our govt is strongly committed to continue the reform of the Indian economy: PM
Our govt has placed highest priority to ease of doing business: PM
Our development needs are huge. Our development agenda is ambitious: PM

ଆପଣମାନଙ୍କୁ ସମସ୍ତଙ୍କୁ ଭାଇବ୍ରାଣ୍ଟ ଗୁଜରାଟ ଶିଖର ସମ୍ମିଳନୀକୁ ସ୍ଵାଗତ କରୁଛି । ଆପଣମାନଙ୍କୁ ସମସ୍ତଙ୍କୁ ମୁଁ ଏକ ସୁଖ, ସମୃଦ୍ଧି ଏବଂ ସଫଳତା ଭରା ଶୁଭକାମନା କରୁଛି । 2003 ମସିହାରେ ଅତି ପ୍ରିୟ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ସ୍ମୃତି ମୋ ମନକୁ ଆସୁଛି । ସେହି ଦିନଠାରୁ ଏହାର ଜୟଯାତ୍ରା ଅବ୍ୟାହତ ରହିଛି ।

ସମସ୍ତ ସହଯୋଗୀ ସଂଗଠନ ଓ ରାଷ୍ଟ୍ରଙ୍କ ପ୍ରତି ମୁଁ କୃତଜ୍ଞତା ଜ୍ଞାପନ କରୁଛି । ଏହି ତାଲିକାରେ ଜାପାନ, କାନାଡା, ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ, ନେଦରଲାଣ୍ଡ, ଅଷ୍ଟ୍ରେଲିଆ, ଡେନମାର୍କ, ଫ୍ରାନ୍ସ, ପୋଲାଣ୍ଡ, ସୁଇଡେନ, ସିଙ୍ଗାପୁର ଓ ସଂଯୁକ୍ତ ଆରବ ଅମିରତନ୍ତ୍ର(UAE) ଭଳି ରାଷ୍ଟ୍ରମାନେ ରହିଛନ୍ତି । ବିଶେଷ କରି ଭାଇବ୍ରାଣ୍ଟ ଗୁଜରାଟ କାର୍ଯ୍ୟକ୍ରମର ଅୟମାରମ୍ଭ ବେଳେ ଯେଉଁମାନେ ଏହାର ସହଭାଗୀ ହୋଇଥିଲେ ଯଥା – ଜାପାନ ଓ କାନାଡାକୁ ମୁଁ ବିଶେଷ ରୂପେ ଧନ୍ୟବାଦ ଜ୍ଞାପନ କରୁଛି ।

ଏହି କାର୍ଯ୍ୟକ୍ରମରେ ଅନେକ ସମ୍ମାନଜନକ ଓ ବିଶ୍ଵଶ୍ରେଣୀୟ ସଂଗଠନ ଓ ନେଟୱାର୍କ ସାମିଲ ହୋଇଛନ୍ତି । ଆପଣମାନଙ୍କ ସହଭାଗୀତା ପାଇଁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି । ବ୍ୟବସାୟିକ ନେତୃବର୍ଗ ଓ ଯୁବ ଉଦ୍ୟୋଗୀମାନଙ୍କ ଲାଗି ଆପଣମାନଙ୍କ ଉପସ୍ଥିତି ଏକ ଉଦ୍ଦୀପନାର ଉତ୍ସବ ଏବଂ ଏକାନ୍ତ କାମ୍ୟ । ଆପଣମାନଙ୍କ ସହଯୋଗ ବିନା ଏହି କାର୍ଯ୍ୟକ୍ରମ କଦାପି ଆଠଟି ସଫଳ ଦ୍ଵିବାର୍ଷିକ ସମ୍ମିଳନୀରେ ଆସି ପହଞ୍ଚି ପାରିନଥାନ୍ତା । ପ୍ରତ୍ୟେକଟି କାର୍ଯ୍ୟକ୍ରମ ପୂର୍ବ କାର୍ଯ୍ୟକ୍ରମଠାରୁ ଉନ୍ନତ ଓ ସଫଳ ହୋଇଆସିଛି ।

ବିଶେଷ କରି ଶେଷ ତିନୋଟି ସମ୍ମିଳନୀ ବେଶ ସଫଳ ଓ ବୃହତ । ପ୍ରାୟ 100 ରୁ ଉର୍ଦ୍ଧ ରାଷ୍ଟ୍ରର ରାଜନୈତିକ ଓ ବ୍ୟବସାୟିକ ନେତୃବର୍ଗଙ୍କ ଉପସ୍ଥିତି ଏବଂ ବିଶ୍ଵର ବହୁ ପ୍ରମୁଖ ସଂଗଠନର ପ୍ରତିନିଧିଙ୍କ ଆଗମନ ବାସ୍ତବିକ ଏହାକୁ ଏକ ବିଶ୍ଵ ପର୍ଯ୍ୟାୟର କାର୍ଯ୍ୟକ୍ରମରେ ପରିଣତ କରିଛି ।

ମୁଁ ନିବେଦନ କରିବି ଯେ ପ୍ରତ୍ୟେକ ପ୍ରତିନିଧି ପରସ୍ପର ସହ ମିଶି ଏହି ସମ୍ମିଳନୀର ସର୍ବୋତ୍ତମ ଫାଇଦା ହାସଲ କରନ୍ତୁ । ଆପଣମାନେ ବାଣିଜ୍ୟ ପ୍ରଦର୍ଶନୀ ଓ ମେଳା ପରିଦର୍ଶନ କରିପାରିବେ ଯେଉଁଠି ଶହ ଶହ କମ୍ପାନୀ ସେମାନଙ୍କର ଉତ୍ପାଦ ଓ ପଦ୍ଧତିର ପ୍ରଦର୍ଶନୀ ବାଢିଛନ୍ତି ।

ମହାତ୍ମାଗାନ୍ଧୀ ଓ ସର୍ଦ୍ଦାର ପଟେଲଙ୍କ ଭୂମି ଗୁଜରାଟ ଭାରତର ବ୍ୟବସାୟିକ ମାନସିକତାକୁ ମଧ୍ୟ ପ୍ରତିନିଧିତ୍ଵ କରେ । ଯୁଗଯୁଗ ଧରି ଏହା ବାଣିଜ୍ୟ ଓ ଉଦ୍ୟୋଗ କ୍ଷେତ୍ରରେ ନେତୃତ୍ଵ ପ୍ରଦାନ କରିଆସିଛି । ଶହ ଶହ ବର୍ଷ ପୂର୍ବେ, ସୁଯୋଗର ସନ୍ଧାନରେ ଏହାର ଲୋକମାନେ ସାତ ଦରିଆ ପାରିହୋଇ ଯାତ୍ରା କରୁଥିଲେ । ଆଜି ମଧ୍ୟ, ଏହି ରାଜ୍ୟର ଲୋକମାନେ ସର୍ବାଧିକ ସଂଖ୍ୟାରେ ବିଦେଶରେ ବସବାସ ଓ କାର୍ଯ୍ୟ କରୁଥିବାର ଗୌରବ ଦାବି କରନ୍ତି । ଏବଂ ସେମାନେ ଯେଉଁଠାକୁ ବି ଯାଇଛନ୍ତି, ସେମାନେ ସେଠାରେ ଏକ ମିନି ଗୁଜରାଟ ସୃଷ୍ଟି କରିଛନ୍ତି । ଆମେ ସେଇଥିପାଇଁ ଗର୍ବର ସହ କହିଥାଉ “ଜ୍ୟାଁ ଜ୍ୟାଁ ବସେ ଏକ ଗୁଜରାତି, ତ୍ୟାଁ ତ୍ୟାଁ ସଦାକାଳ ଗୁଜରାତ” ଅନ୍ୟ ଅର୍ଥରେ କହିଲେ ଜଣେ ଗୁଜରାଟୀ ଯେଉଁଠି ବି ବସବାସ କରେ, ସେଠାରେ ଗୁଜରାଟ ଚିରକାଳ ପ୍ରତିଷ୍ଠା ହୁଏ । ବର୍ତ୍ତମାନ ଗୁଜରାଟ ଗୁଡି ଉଡା ଉତ୍ସବ ପାଳନ କରୁଛି । ସେହି ଗୁଡି ଆମମାନଙ୍କୁ ଆହୁରି ଅଧିକରୁ ଅଧିକ ଉଚ୍ଚ ଗଗନରେ ଉଡିବାକୁ ପ୍ରେରଣା ଯୋଗାଉ ।

ବନ୍ଧୁଗଣ,

ମୁଁ ଯାହା ସଦାବେଳେ କହିଆସିଛି, ଭାରତର ସାମର୍ଥ୍ୟ ତିନୋଟି “D” ମଧ୍ୟରେ ନିହିତ । ତାହା ହେଲା, ଡେମୋକ୍ରାସି, ଡେମୋଗ୍ରାଫି ଏବଂ ଡିମାଣ୍ଡ ।

ସାମର୍ଥ୍ୟ ସବୁଠାରୁ ବଡ ଗଭୀରତାଟି ହେଲା ଡେମୋକ୍ରାସି (ଗଣତନ୍ତ୍ର) । କିଛି ଲୋକ କହନ୍ତି ଯେ ‘ଗଣତନ୍ତ୍ର’ କଦାପି ଏକ ସକ୍ରିୟ ଏବଂ ଫାଷ୍ଟଟ୍ରାକ (ତତ୍କାଳ) ଶାସନ ଦେଇପାରିବନାହିଁ । କିନ୍ତୁ ଗଲା ଅଢ଼େଇ ବର୍ଷ ଭିତରେ ମୁଁ ଦେଖିଛି ଯେ ଏକ ଗଣତାନ୍ତ୍ରିକ ବ୍ୟବସ୍ଥା ମଧ୍ୟରେ ବି ତତ୍କାଳ ସୁଫଳ ଉପଲବଧ ହେବା ସମ୍ଭବପର । ବିଗତ ଅଢ଼େଇ ବର୍ଷ ଭିତରେ ଆମେ ରାଜ୍ୟମାନଙ୍କ ମଧ୍ୟରେ ଏକ ସୁସ୍ଥ ପ୍ରତିଯୋଗିତାର ବାତାବରଣ ସୃଷ୍ଟି କରିପାରିଛୁ । ରାଜ୍ୟମାନଙ୍କୁ ସୁଶାସନର ମାପଦଣ୍ଡ ଅନୁସାରେ ମପାଯାଇପାରୁଛି । ଏହି ପ୍ରକ୍ରିୟାରେ ଆମକୁ ବିଶ୍ଵବ୍ୟାଙ୍କ ଯାହାଯ୍ୟ ସହଯୋଗ ଯୋଗାଇ ଦେଉଛି ।

“ଡେମୋଗ୍ରାଫି” – ଜନସଂଖ୍ୟାଗତ ସାମର୍ଥ୍ୟ ପ୍ରସଙ୍ଗରେ ମୁଁ କହିବାକୁ ଚାହେଁ ଯେ ଆମ ଦେଶ ହେଲା ଯୁବଶକ୍ତିରେ ଭରି ରହିଥିବା ଏକ ରାଷ୍ଟ୍ର । ଭାରତର ଶୃଙ୍ଖଳିତ, ସମର୍ପିତ ତଥା ସୁଶିକ୍ଷିତ ଯୁବଗୋଷ୍ଠୀ ବିଶ୍ଵବ୍ୟାପୀ ଏବଂ ଅତୁଳନୀୟ କର୍ମ ଶକ୍ତି ପ୍ରଦାନ କରିଆସିଛି । ଆମେ ହେଉଛୁ ବିଶ୍ଵର ଦ୍ଵିତୀୟ ବୃହତର ଇଂରାଜୀ କହୁଥିବା ରାଷ୍ଟ୍ର । ଆମର ଯୁବକମାନେ କେବଳ କର୍ମସଂସ୍ଥାନ ଖଣ୍ଡିଏ ପାଇବା ସକାଶେ ବ୍ୟଗ୍ର ନୁହନ୍ତି । ସେମାନେ ସବୁ ପ୍ରକାର ଆପଦ (Risk) ନେବା ଆରମ୍ଭ କରିଛନ୍ତି ଓ ନିଜେ ଉଦ୍ୟୋଗୀ ହେବାକୁ ପସନ୍ଦ କରୁଛନ୍ତି ।

“ଡିମାଣ୍ଡ” – ଚାହିଦା ଦୃଷ୍ଟିରୁ ଆମର କ୍ରମବର୍ଦ୍ଧିଷ୍ଣୁ ମଧ୍ୟମ ବର୍ଗ, ଦେଶ ଭିତରେ ଏକ ବିଶାଳ ଘରୋଇ ବଜାର ସୃଷ୍ଟି କରିଛନ୍ତି । ଭାରତୀୟ ଭୂଖଣ୍ଡକୁ ଘେରି ରହିଥିବା ସମୁଦ୍ର, ଆମକୁ ବିଶ୍ଵର ବହୁ ବଡ ବଡ ବଜାର ସହିତ ଯୋଡିଦିଏ ଯେଉଁଥିରେ ଆଫ୍ରିକା, ମଧ୍ୟପ୍ରାଚ୍ୟ ଏବଂ ୟୁରୋପ ଅନ୍ତର୍ଭୁକ୍ତ ।

“ଡାଇଭର୍ସିଟି” – ବିବିଧତା ଆମ ପରିବେଶ, ବୃକ୍ଷଲତା ଓ ଜୀବଜନ୍ତୁ ମଧ୍ୟ ସେହିଭଳି ଭାବେ ଅତୁଳନୀୟ । ଆମ ସଂସ୍କୃତିର ବୈଶିଷ୍ଟ୍ୟ, ସମୃଦ୍ଧି ଏବଂ ଏହାର ଜୀବନ୍ତ ପ୍ରତୀକ ଅନନ୍ୟ । ଆମର ଅନୁଷ୍ଠାନ ଓ ବିଜ୍ଞ ପଣ୍ଡିତମାନେ ବିଶ୍ଵବ୍ୟାପୀ ସ୍ଵୀକୃତ ଓ ଆଦୃତ । ଭାରତ ଏବେ ଗବେଷଣା ଓ ବିକାଶର ଏକ ପେଣ୍ଠସ୍ଥଳୀରେ ପରିଣତ ହୋଇଛି । ଆମେ ଏବେ ସର୍ବାଧିକ ବୈଜ୍ଞାନିକ ଓ ଇଂଜିନିୟର ସୃଷ୍ଟି କରିବାରେ ବିଶ୍ଵର ଦ୍ଵିତୀୟ ବୃହତ ରାଷ୍ଟ୍ରରେ ପରିଣତ ହୋଇଛୁ ।

ଆମର ମନୋରଂଜନ ଶିଳ୍ପ ବିଶ୍ଵବ୍ୟାପୀ ଉତ୍ତାଳ ତରଙ୍ଗ ସୃଷ୍ଟି କରିଛି । ଏସବୁ ଏକ ଉନ୍ନତ ଜୀବନଶୈଳୀକୁ ସୁନିଶ୍ଚିତ କରୁଛି । ଅନ୍ତତଃ ପକ୍ଷେ ତାହା ପୁଣି ସ୍ଵଳ୍ପ ମୂଲ୍ୟରେ ।

ବନ୍ଧୁଗଣ,

ଆମ ସରକାର ପ୍ରଥମତଃ ଏବଂ ପ୍ରଧାନତଃ ସ୍ଵଚ୍ଛ ଶାସନ ଏବଂ ପ୍ରଚଳିତ ଦୁର୍ନୀତିଗ୍ରସ୍ତ ଏବଂ ପ୍ରିୟାପ୍ରୀତି ତୋଷଣ ବ୍ୟବସ୍ଥାରେ ପୂର୍ଣ୍ଣଚ୍ଛେଦ ପକାଇବା ପ୍ରତିଶ୍ରୁତି ହିଁ ନିର୍ବାଚିତ ହୋଇଥିଲା । ଏଭଳି ନୀତି ଓ ଅର୍ଥବ୍ୟବସ୍ଥାରେ ଆମୂଳଚୂଳ ପରିବର୍ତ୍ତନ ଘଟାଇବା ହେଲା ଆମର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ । ଏ ଦିଗରେ ଆମେ ଅନେକ ଗୁଡିଏ ନିଷ୍ପତ୍ତି ଏବଂ ସିଦ୍ଧାନ୍ତ ଗ୍ରହଣ କରିଛୁ । ଆପଣମାନଙ୍କୁ ଏହାର କେତୋଟି ଉଦାହରଣ ଦେବାକୁ ଯାଇ କହିବି ଯେ, ନିମ୍ନୋକ୍ତ କ୍ଷେତ୍ରରେ ଏଭଳି ପରିବର୍ତ୍ତନ ଘଟାଯାଉଛି ।

– ପ୍ରିୟାପ୍ରୀତି ଶାସନ ପଦ୍ଧତିରୁ ବ୍ୟବସ୍ଥା ଭିତ୍ତିକ ଶାସନପଦ୍ଧତି

– ବିଶେଷାଧିକାର ଭିତ୍ତିକ ପ୍ରଶାସନଠାରୁ ନୀତିଭିତ୍ତିକ ପ୍ରଶାସନ

– ବାରମ୍ବାର ହସ୍ତକ୍ଷେପ ପରିବର୍ତ୍ତେ ପ୍ରଯୁକ୍ତିଭିତ୍ତିକ ହସ୍ତକ୍ଷେପ

– ଅସଂଗଠିତ ଅର୍ଥବ୍ୟବସ୍ଥାକୁ ସଂଗଠିତ ଅର୍ଥବ୍ୟବସ୍ଥା ଅଭିମୁଖେ

ଏପରି କରିବା ଦ୍ଵାରା ପ୍ରଯୁକ୍ତି ଏକ ବିଶେଷ ଭୂମିକା ଗ୍ରହଣ କରିଛି । ମୁଁ ବାରମ୍ବାର କହି ଆସିଛି ଯେ ଇ-ଗଭର୍ଣ୍ଣାନ୍ସ ହେଲା ସହଜ ଓ ସକ୍ରିୟ ଶାସନ । ମୁଁ ମଧ୍ୟ ନୀତି ଉପରେ ଆଧାରିତ ଶାସନ ପରିଚାଳନା ଉପରେ ଗୁରୁତ୍ଵ ଆରୋପ କରିଆସିଛି । ଅନଲାଇନ ପଦ୍ଧତି ସିଦ୍ଧାନ୍ତ ଗ୍ରହଣରେ ଗତି ଓ ସ୍ଵଚ୍ଛତା ସଂଯୋଗ କରିଥାଏ । ଏହି ଲକ୍ଷ୍ୟ ହାସଲ ସକାଶେ, ଆମେ ନୂଆ ନୂଆ ପ୍ରଯୁକ୍ତିକୁ ଗ୍ରହଣ ଓ କାର୍ଯ୍ୟାନ୍ଵୟନ କରିବା ଦିଗରେ ପ୍ରୟାସ କରୁଛୁ । ତାହା ସ୍ଵଚ୍ଛତା ଆଣିବାରେ ଏବଂ ବିଶେଷାଧିକାର ପ୍ରୟୋଗକୁ ବନ୍ଦ କରିବାରେ ସହାୟକ ହେବ । ମୋତେ ବିଶ୍ଵାସ କରନ୍ତୁ, ଆମେ ଏବେ ବିଶ୍ଵର ସବୁଠାରୁ ଅଧିକ ଡିଜିଟାଇଜଡ ଅର୍ଥବ୍ୟବସ୍ଥାର ଦ୍ଵାର ଦେଶରେ ପହଂଚିଛୁ । ଭାରତରେ ଏହି ପରିବର୍ତ୍ତନ ଆସିବାକୁ ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ଚାହିଁଥିଲେ । ମୁଁ ଗର୍ବର ସହ କହିବାକୁ ଚାହେଁ ଯେ ଆପଣମାନଙ୍କ ଆଖି ସାମ୍ନାରେ ତାହା ଘଟୁଛି । ଗତ ଅଢ଼େଇ ବର୍ଷ ଭିତରେ, ଭାରତର ସାମର୍ଥ୍ୟକୁ ସାକାର ଓ ପ୍ରତିପାଦନ କରିବା ଦିଗରେ ଆମେ ନିରନ୍ତର ପ୍ରୟାସ କରିଆସିଛୁ । ଅର୍ଥବ୍ୟବସ୍ଥାକୁ ଉଚିତ ମାର୍ଗରେ ପରିଚାଳିତ କରିବାକୁ ଉଦ୍ୟମ କରିଆସିଛୁ । ଏହାର ଫଳାଫଳ ବେଶ ଉତ୍ସାହଜନକ । ଗୁରୁତ୍ଵପୂର୍ଣ୍ଣ ମାକ୍ରୋଅର୍ଥନୈତିକ ସୂଚକାଙ୍କ ଯଥା – ଜିଡିପି ଅଭିବୃଦ୍ଧି, ମୁଦ୍ରାସ୍ଫୀତି, ଆର୍ଥିକ ନିଅଣ୍ଟ ପରିସ୍ଥିତି, ଚଳନ୍ତି ଜମା ନିଅଣ୍ଟ ତଥା ବିଦେଶୀ ପୁଞ୍ଜି ନିବେଶରେ ଅନୁଭୂତ ହୋଇଛି ।

ଭାରତ ଏବେ ବିଶ୍ଵର ଦ୍ରୁତବର୍ଦ୍ଧିଷ୍ଣୁ ଅର୍ଥବ୍ୟବସ୍ଥାରେ ପରିଣତ ହୋଇଛି । ବିଶ୍ଵବ୍ୟାପୀ ମାନ୍ଦାବସ୍ଥା ସତ୍ତ୍ୱେ, ଆମେ ଅତି ଚମତ୍କାର ଅଭିବୃଦ୍ଧି ହାସଲ କରିଛୁ । ଆଜି ଭାରତ ବିଶ୍ଵ ଅର୍ଥବ୍ୟବସ୍ଥାର ଏକ ଉଜ୍ଜଳତମ କ୍ଷେତ୍ରରେ ପରିଣତ ହୋଇଛି । ବିଶ୍ଵ ଅର୍ଥବ୍ୟବସ୍ଥାରେ ଆମକୁ ଅଭିବୃଦ୍ଧି ରୂପକ ଇଂଜିନର ଆଖ୍ୟା ଦିଆଯାଇଛି ।

ବିଶ୍ଵବ୍ୟାଙ୍କ, ଆଇଏମଏଫ ଏବଂ ଅନ୍ୟ ଅନୁଷ୍ଠାନମାନେ ଆଗାମୀ ଦିନରେ ଭାରତର ଅଭିବୃଦ୍ଧି ଅଧିକ ଉତ୍ତମ ହେବ ବୋଲି ଆକଳନ କରିଛନ୍ତି । 2014-15 ରେ ଭାରତର ବିଶ୍ଵ ଅର୍ଥନୈତିକ ବିକାଶକୁ 12.5 ପ୍ରତିଶତ ଅବଦାନ ରହିଛି । ବିଶ୍ଵ ଅର୍ଥବ୍ୟବସ୍ଥାର ବିକାଶକୁ ଏହାର ଅବଦାନରେ 68 ପ୍ରତିଶତ ବୃଦ୍ଧି ଘଟିଛି । ତାହା ପୁଣି ବିଶ୍ଵ ଅର୍ଥବ୍ୟବସ୍ଥାରେ ଏହାର ଅଂଶ ଅନୁସାରେ ।

ବ୍ୟବସାୟ ଲାଗି ଅନୁକୂଳ ବାତାବରଣ ସୃଷ୍ଟି ଏବଂ ନିବେଶକମାନଙ୍କୁ ଆକର୍ଷିତ କରିବା ହେଉଛି ମୋର ଅଗ୍ରାଧିକାର । ଆମର ଯୁବଶକ୍ତିମାନଙ୍କ ସକାଶେ ଏଭଳି ସୁଯୋଗ ସୃଷ୍ଟି କରିବାକୁ ହେବ । ଏଇ ମନୋଭାବ ନେଇ ଆମେ କେତେକ ଐତିହାସିକ ପଦକ୍ଷେପ କାର୍ଯ୍ୟାନ୍ଵୟନ କରିବାକୁ ଯାଉଛୁ । ସେଥି ମଧ୍ୟରେ ବସ୍ତୁ ଓ ସେବା କର ଆଇନ ଅନ୍ୟତମ ।

ଦେବାଳିଆ ଆଇନ, ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲ ଏକ ନୂଆ ମଧ୍ୟସ୍ଥତା ଢ଼ାଂଚା ଏବଂ ଏକ ନୂତନ IPR ବ୍ୟବସ୍ଥା ପ୍ରବର୍ତ୍ତିତ ହୋଇଛି । ନୂଆ ଢ଼ାଂଚାର ବ୍ୟବସାୟିକ ବିଚାରାଳୟ ବି ପ୍ରତିଷ୍ଠା କରାଯାଇଛି । ଆମେ ଯେଉଁ ନୂଆ ଦିଗରେ ଅଗ୍ରସର ହେଉଛୁ ତନ୍ମଧ୍ୟରୁ ଏହା କେତେଗୋଟି ଉଦାହରଣ ମାତ୍ର । ଭାରତୀୟ ଅର୍ଥବ୍ୟବସ୍ଥାରେ ସଂସ୍କାର ଆଣିବା ଦିଗରେ ମୋ ସରକାର ତାର ପ୍ରତିବଦ୍ଧତା ଜାରି ରଖିବ ।

ବନ୍ଧୁଗଣ,

ଆମେ ବ୍ୟବସାୟ କରିବାର ସହଜ ବ୍ୟବସ୍ଥା (Ease of doing business) ଉପରେ ସର୍ବାଧିକ ଗୁରୁତ୍ଵ ଆରୋପ କରୁଛୁ । ପୁନଶ୍ଚ ସ୍ଵଚ୍ଛତା, ଟିକସ ଆଦାୟ ଏବଂ ଯାଂଚ ଲାଗି ଥିବା ବ୍ୟବସ୍ଥାକୁ ସୁସଂଗତ ଓ ବିଧିସମ୍ମତ କରାଉଛୁ । ବିଭିନ୍ନ ସେକ୍ଟରରେ କାର୍ଯ୍ୟାନ୍ଵୟନ ହେଉଥିବା ଶହଶହ ପର୍ଯ୍ୟାୟରେ ପ୍ରବର୍ତ୍ତନ ଧାରାକୁ ନିରୀକ୍ଷଣ କରୁଛୁ । ଏହାଦ୍ୱାରା ନିୟନ୍ତ୍ରଣ ବ୍ୟବସ୍ଥାରେ ଉନ୍ନତି ସାଧନ ହୋଇପାରିବ । ସୁଶାସନ ଦିଗରେ ଆମେ ଦେଇଥିବା ପ୍ରତିଶ୍ରୁତିର ଏହା ଅଂଶବିଶେଷ ।

ଆମର ଏହି ଉଦ୍ୟମର ସୁଫଳ “ଭାରତର ବିଶ୍ଵ ମାନ୍ୟତା”ର ବିଭିନ୍ନ ସୂଚକାଂକରେ ଜଳଜଳ ହୋଇ ଦୃଶ୍ୟମାନ । ଅନେକଗୁଡିଏ ବୈଶ୍ଵିକ ରିପୋର୍ଟ ଓ ଆକଳନରେ ଗତ ଦୁଇ ବର୍ଷ ମଧ୍ୟରେ ଆମ କାର୍ଯ୍ୟଧାରା ସୂଚାଇଛି ଯେ ଭାରତ ତାର ନୀତି କାର୍ଯ୍ୟଧାରାରେ ଢ଼େର ଉନ୍ନତି ଘଟାଇଛି । ଏବଂ ସେଇଥିପାଇଁ ତାର ଆର୍ଥିକ ସଫଳତା ହାସଲ ହୋଇପାରିଛି ।

ବିଶ୍ଵବ୍ୟାଙ୍କର ଡୁଇଂ ବିଜିନେସ ରିପୋର୍ଟରେ ଭାରତର ମାନ୍ୟତାରେ ଉଲ୍ଲେଖନୀୟ ପ୍ରଗତି ଘଟିପାରିଛି ।

UNCAD ପକ୍ଷରୁ ଜାରି କରାଯାଇଥିବା ବିଶ୍ଵ ନିବେଶ ରିପୋର୍ଟ 2016 ରେ 2016-18 ପାଇଁ ବିଶିଷ୍ଟ ସମ୍ଭାବ୍ୟ ଅର୍ଥବ୍ୟବସ୍ଥା ତାଲିକାରେ ଭାରତର ସ୍ଥାନ ତିନିରେ ରହିଛି ।

ବିଶ୍ଵ ଅର୍ଥନୈତିକ ଫୋରମ ପକ୍ଷରୁ ଜାରି “ବିଶ୍ଵ ପ୍ରତିଦ୍ଵନ୍ଦିତା ରିପୋର୍ଟ 2015-16” ଏବଂ 2016-17ରେ ଭାରତ 32 ଟି ସ୍ଥାନ ଉପରକୁ ଉଠିଛି ।

Wipo ଏବଂ ଅନ୍ୟ ଅନୁଷ୍ଠାନମାନଙ୍କ ପକ୍ଷରୁ ଜାରି “ବିଶ୍ଵ ଅଭିନବତ୍ଵ ସୂଚକାଂକ-2016” ରେ ଆମେ 16ଟି ସ୍ଥାନ ଉପରକୁ ଉଠିଛୁ । ବିଶ୍ଵବ୍ୟାଙ୍କ ପକ୍ଷରୁ ପ୍ରକାଶିତ “ଲଜିଷ୍ଟିକ୍ସ ପରଫାରମେନ୍ସ ଇଣ୍ଡେକ୍ସ, 2016”ରେ ଆମ ସ୍ଥିତି 19ଟି ସ୍ଥାନ ଉପରକୁ ଉଠିଛି ।

ଆପଣମାନେ ଲକ୍ଷ୍ୟ କରିପାରୁଥିବେ ଯେ ଆମେ ବୈଶ୍ୱିକ ଶ୍ରେଷ୍ଠ କାର୍ଯ୍ୟଧାରାର ନିକଟତର ହୋଇଚାଲିଛୁ । ଦିନକୁ ଦିନ ଆମେ ବିଶ୍ଵ ସହ ଅଧିକରୁ ଅଧିକ ଏକୀକୃତ ହେବାରେ ଲାଗିଛୁ । ଆମର ନୀତି ଓ କାର୍ଯ୍ୟଧାରାର ସକାରାତ୍ମକ ପ୍ରଭାବ ଆମର ମନୋବଳକୁ ଦୃଢ଼ କରିଛି । ତେଣୁ ଭାରତକୁ ବ୍ୟବସାୟ ବାଣିଜ୍ୟ କାରବାରର ସରଳତମ ସ୍ଥଳୀରେ ପରିଣତ କରିବା ସକାଶେ ବ୍ୟବସ୍ଥାକୁ ଆହୁରି ସରଳ କରିବା ଲାଗି ଏହା ଆମକୁ ଅଧିକ ପ୍ରେରଣା ଯୋଗାଉଛି ।

ପ୍ରତିଦିନ ଆମେ ଆମ ନୀତି ଓ କାର୍ଯ୍ୟଧାରାକୁ ଅଧିକରୁ ଅଧିକ ସୁସଂଗତ କରିଚାଲିଛୁ । ବ୍ୟବସାୟ ପ୍ରତିଷ୍ଠା ଓ ଅଭିବୃଦ୍ଧି ସକାଶେ ଏହା ଆହୁରି ସରଳ ହୋଇଛି ।
ଆମେ ଆମର ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ବ୍ୟବସ୍ଥାକୁ ନିୟନ୍ତ୍ରଣ ମୁକ୍ତ କରିଛୁ । ତାହା ପୁଣି ବିଭିନ୍ନ ସେକ୍ଟରରେ ଓ ଭିନ୍ନଭିନ୍ନ ମାର୍ଗରେ ଭାରତ ଏବେ ପ୍ରମୁଖ ମୁକ୍ତ ବଜାର ଅର୍ଥବ୍ୟବସ୍ଥା ମଧ୍ୟରୁ ଅନ୍ୟତମ ଭାବେ ମୁଣ୍ଡ ଟେକିଛି ।

ଏହି ବାତାବରଣକୁ ଉଭୟ ଘରୋଇ ଏବଂ ବିଦେଶୀ ନିବେଶକମାନେ ସ୍ଵୀକାର କରିଛନ୍ତି । ଦେଶରେ ଏବେ ଷ୍ଟାର୍ଟ ଅପର ଏକ ନୂଆ ଇକୋସିଷ୍ଟମ ସାକାର ହେବାକୁ ଯାଉଛି । ଯୁବଶକ୍ତିଙ୍କ ସାମର୍ଥ୍ୟକୁ ପ୍ରକଟ କରିବାରେ ଏଭଳି ଘଟଣା ବେଶ ଉତ୍ସାହଜନକ ।

ଗତ ଅଢ଼େଇ ବର୍ଷ ମଧ୍ୟରେ ମୋଟ FDI ପ୍ରବାହ 130 ବିଲିଅନ ଡଲାର ଛୁଇଁଛି । ବିଗତ ଦୁଇ ଆର୍ଥିକ ବର୍ଷ ଭିତରେ ମୋଟ FDI ଇକ୍ଵିଟି ମାତ୍ରାରେ 60 ପ୍ରତିଶତ ଅଭିବୃଦ୍ଧି ଘଟିଛି ଯାହାକି ଗତ ଦୁଇ ଆର୍ଥିକ ବର୍ଷ ତୁଳନାରେ ଖୁବ ଉତ୍ସାହଜନକ । ବସ୍ତୁତଃ, ଗତ ଦୁଇ ବର୍ଷର FDIର ପ୍ରବେଶ ଏ ପର୍ଯ୍ୟନ୍ତ ହାସଲ ସାଫଲ୍ୟ ମଧ୍ୟରେ ସର୍ବାଧିକ ।

ସେହିଭଳି ଗତ ଦୁଇ ବର୍ଷ ମଧ୍ୟରେ FDI ଆସୁଥିବା ରାଷ୍ଟ୍ରଙ୍କ ସଂଖ୍ୟାରେ ଏବଂ ସେସବୁ ଯେଉଁ କ୍ଷେତ୍ରରେ ବିନିଯୋଗ ହେଉଛି ତାର ସଂଖ୍ୟା ମଧ୍ୟ ବୃଦ୍ଧି ପାଇ ଚାଲିଛି । ତେଣୁ ଭାରତ ଏବେ ଏସିଆ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ପୁଞ୍ଜିନିବେଶର ସର୍ବବୃହତ ରାଷ୍ଟ୍ରରେ ପରିଣତ ହୋଇଛି । FDI ପ୍ରବେଶ ଦୃଷ୍ଟିରୁ ଭାରତ ବିଶ୍ଵର ଶ୍ରେଷ୍ଠ ଦଶଟି ରାଷ୍ଟ୍ର ମଧ୍ୟରେ ସ୍ଥାନ ବଜାୟ ରଖିବାର ଧାରା ଅବ୍ୟାହତ ରଖିଛି ।

କିନ୍ତୁ ଏ ଗାଥାର ଏଭଳି ପରିସମାପ୍ତି ଘଟିନାହିଁ । ନିବେଶରୁ ଲାଭ ଦେବାରେ ମଧ୍ୟ ଭାରତ ସବୁ ରାଷ୍ଟ୍ରଙ୍କୁ ପଛରେ ପକାଇ ଦେଇଛି । 2015 ରେ ଭାରତ ତାର “ବେସଲାଇନ ପ୍ରଫିଟେବିଲିଟି ଇଣ୍ଡେକ୍ସ” ଲାଭାଂଶ ସୂଚକାଂକ ଆଧାରରେ ପ୍ରଥମ ସ୍ଥାନ ଅଧିକାର କରିଛି ।

ବନ୍ଧୁଗଣ!

“ମେକ ଇନ ଇଣ୍ଡିଆ”, ଅଧୁନା ଭାରତ ପାଇଁ ସବୁଠାରୁ ବଡ ବ୍ରାଣ୍ଡ ହୋଇଛି । ଭାରତକୁ ବିଶ୍ଵ ଉତ୍ପାଦନ, ଡିଜାଇନ ଏବଂ ଅଭିନବତ୍ଵ ମାନଚିତ୍ରରେ କେନ୍ଦ୍ରବିନ୍ଦୁରେ ପରିଣତ କରିବା ହେଲା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ବନ୍ଧୁଗଣ, ମୁଁ ଅନୁଭବ କରୁଛି, ବିଶ୍ଵର ଯେଉଁ ଯେଉଁ ସ୍ଥାନକୁ ମୁଁ ଯାଇଛି, ମୁଁ ଯଦି 5-ଥର ମେକ ଇନ ଇଣ୍ଡିଆ ଉଚ୍ଚାରଣ କରୁଥିଲି, ତେବେ ଆତିଥ୍ୟ ପ୍ରଦାନକାରୀ ରାଷ୍ଟ୍ରର ନେତା ପଚାଶବାର ମେକ ଇନ ଇଣ୍ଡିଆ ବୋଲି ଉଚ୍ଚାରଣ କରୁଥିଲେ । ଏକ ପ୍ରକାର କହିବାକୁ ଗଲେ “ମେକ ଇନ ଇଣ୍ଡିଆ” ଭାରତକୁ ଦୁନିଆ ଦୃଷ୍ଟିରେ ନିବେଶର ଲକ୍ଷ୍ୟସ୍ଥଳରେ ପରିଣତ କରାଇ ଦେଇଛି । ଭାରତରେ ରାଜ୍ୟମାନଙ୍କର ଉଦ୍ୟମ, କେନ୍ଦ୍ର ସରକାରଙ୍କ ସହଯୋଗ ଏହି ସଂଯୁକ୍ତ ପ୍ରୟାସ ମେକ ଇନ ଇଣ୍ଡିଆ ଲାଗି ଅନେକ ଦ୍ଵାର ଏକ ସଂଗେ ଉନ୍ମୁକ୍ତ କରିଦେଇଛି ।

ଏହି ସୁଯୋଗର ଲାଭ ଦେଶର ରାଜ୍ୟମାନଙ୍କ ମଧ୍ୟରେ ପ୍ରତିଯୋଗୀତା ଭାବନା ସୃଷ୍ଟି କରିଛି । ଏଥିପାଇଁ ସୁସ୍ଥ ପ୍ରତିଯୋଗିତା ହେଉ ଏବଂ ତାହା ବି ସୁଶାସନ ଓ ସୁସ୍ଥ ବାତାବରଣ ଆଧାରରେ ପ୍ରତିଯୋଗିତା ପୂର୍ବରୁ ବି ହେଉଥିଲା ।

15 ବର୍ଷ ପୂର୍ବେ ଗୋଟିଏ ରାଜ୍ୟ ଅନ୍ୟ ରାଜ୍ୟଠାରୁ ଅଧିକ ବସ୍ତୁ ଦେଇଦେଇଥିଲା । ଦ୍ଵିତୀୟ ରାଜ୍ୟ ତୃତୀୟ ରାଜ୍ୟଠାରୁ ଅଧିକ ଦେଉଥିଲା, ନେବାର ପ୍ରତିଦ୍ୱନ୍ଦିତା ହେଉଥିଲା । ସୁଶାସନକୁ ଏବେ ସଶକ୍ତ କରାଯାଇଛି । ଉପଯୁକ୍ତ କର୍ମ ବାତାବରଣ ସୃଷ୍ଟି ହୋଇଛି । ଯେଉଁ ଯେଉଁ ସ୍ଥାନରେ ନିୟାମକକୁ ସୁସଂଗତ କରାଯାଇଛି, ବ୍ୟବସାୟିକ ବାତାବରଣକୁ ସହାୟକ କରାଯାଇଛି । ସେଠାକୁ ଏବେ ବାହାର ଦୁନିଆର ଲୋକମାନେ ଆସି ନିବେଶ କରୁଛନ୍ତି । ଏବେ ଆଉ ମେକ ଇନ ଇଣ୍ଡିଆ ସମ୍ପର୍କରେ ବାହାରେ କାହାକୁ ବୁଝାଇବାକୁ ପଡୁନି । ସେ ସ୍ଥିତି ସେ ସମୟ ବିତିସାରିଛି । ଏବଂ ମୁଁ ଗୁଜରାଟ ସରକାରଙ୍କୁ ଅଭିନନ୍ଦନ ଜଣାଉଛି । ସେମାନେ ତାଙ୍କର ପ୍ରଗତିଶୀଳ ନୀତି ଆଧାରରେ ସୁଶାସନକୁ ବଳ ଦେଇଛନ୍ତି ଏବଂ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶକୁ ଆକର୍ଷଣ କରିବାରେ ଢ଼େର ସଫଳତା ପାଇଛନ୍ତି । ଗୁଜରାଟ ସରକାରଙ୍କ ପୁରା ଟିମକୁ ମୁଁ ଅନେକ ଅନେକ ଧନ୍ୟବାଦ ଦେଉଛି ।

ନିକଟରେ ମେକ ଇନ ଇଣ୍ଡିଆ ତାର ଦ୍ଵିତୀୟ ବର୍ଷ ପୂର୍ତ୍ତି ପାଳନ କରିଛି । ମୁଁ ଖୁସିର ସହ ଜଣାଇବାକୁ ଚାହେଁ ଯେ ଆମେ ଏବେ ବିଶ୍ଵର ଷଷ୍ଠ ବୃହତ ଉତ୍ପାଦକ ରାଷ୍ଟ୍ରର ମାନ୍ୟତା ହାସଲ କରିଛି । ପୂର୍ବରୁ ଆମ ସ୍ଥାନ ନବମରେ ଥିଲା । ଏଥିରେ ଉନ୍ନତି ଘଟିଛି । ଆମର ଗ୍ରସ ଭେଲ୍ୟୁ ଏଡେଡ (GVA) ଉତ୍ପାଦନ କ୍ଷେତ୍ରରେ 2015-16 ବର୍ଷରେ ନଅ ପ୍ରତିଶତ ଉନ୍ନତି ହାସଲ କରିଛି । ବିଗତ ତିନି ବର୍ଷ ମଧ୍ୟରେ ଏହି କ୍ଷେତ୍ରରେ ପାଂଚରୁ ଛଅ ପ୍ରତିଶତ ଅଭିବୃଦ୍ଧି ତୁଳନାରେ ଏହା ବେଶ ଉତ୍ସାହଜନକ ।

ଏସବୁ ସଫଳତା ଆମକୁ ଆମ କର୍ମନିଯୁକ୍ତି ବଜାରକୁ ସଂପ୍ରଚାରିତ କରିବାରେ ସହାୟକ ହୋଇଛି । ଆମ ଲୋକମାନଙ୍କ କ୍ରୟଶକ୍ତିକୁ ବି ବଢ଼ାଇଛି । କିନ୍ତୁ ଆମର ଆସଲ ସାମର୍ଥ୍ୟ ତା’ ଠାରୁ ଢ଼େର ବେଶୀ ।

ମୁଁ ଆପଣମାନଙ୍କୁ ଏହାର କେଇଟି ଉଦାହରଣ ଦେଉଛି । ଆଗାମୀ ଦଶବର୍ଷ ଭିତରେ ଭାରତର ଖାଦ୍ୟ ପ୍ରକ୍ରିୟାକରଣ ଶିକ୍ଷା କ୍ଷେତ୍ରରେ ପ୍ରାୟ ପାଂଚଗୁଣ ଅଭିବୃଦ୍ଧି ଘଟିବାର ଆଶା କରାଯାଉଛି । ସେହିଭଳି ଭାରତ “Low vehicle penetration” ଭାରତକୁ ବିଶ୍ଵର ସବୁଠାରୁ ଆକର୍ଷଣୀୟ ଅଟୋ ବଜାରରେ ପରିଣତ କରିଛି ।

ସରକାରୀ ସ୍ତରରେ ଆମକୁ ଏକଥା ସୁନିଶ୍ଚିତ କରିବାକୁ ପଡିବ ଯେ ଆମ ବିକାଶର ଧାରା ସମାବେଶୀ ଏବଂ ତାହା ଉଭୟ ଗ୍ରାମୀଣ ଓ ସହରାଂଚଳ ଗୋଷ୍ଠୀଙ୍କୁ ଗ୍ରହଣ କରିଛି ।

ଭାରତ ଏପରି ଏକ ଦେଶ, ଯେଉଁଠି ଆମେ ଉଭୟ ଗ୍ରାମାଂଚଳ ଓ ସହରାଂଚଳ ମଧ୍ୟରେ ସନ୍ତୁଳିତ ବିକାଶ କରିବାକୁ ଚାହୁଁ, ଆମ ବିକାଶର ଲାଭ ଗାଁ ଓ ସହରବାସୀଙ୍କୁ ସମାନ ରୂପେ ମିଳିବା ଆବଶ୍ୟକ ଏବଂ ସେଇଥିପାଇଁ ଆମ ଯୋଜନାର ପ୍ରାଥମିକତାରେ ଗାଁକୁ ସେତିକି ମାହାତ୍ମ୍ୟ ଦିଆଯାଇଛି । ପ୍ରତ୍ୟେକ ବିକାଶ ଯୋଜନାର ଚୂଡାନ୍ତ ସୁଫଳ ଗାଁର ଗରିବ ଲୋକମାନଙ୍କ ନିକଟରେ ପହଂଚିବା ଆବଶ୍ୟକ । ଆମେ ଏହାକୁ ପ୍ରାଧାନ୍ୟ ଦେଇଥିବାରୁ ଆମର ସବୁ ନୀତି ଓ କାର୍ଯ୍ୟକ୍ରମର କେନ୍ଦ୍ରରେ ଏଇ କଥାକୁ ଆମେ ମହତ୍ତ୍ଵ ପ୍ରଦାନ କରିଛୁ ।

ଆମେ ଏଇଭଳି ଏକ ଭାରତ ଗଠନ ସକାଶେ ସଂକଳ୍ପବଦ୍ଧ ଯେଉଁଠି ଥିବ : –

– ଉତ୍ତମ କର୍ମନିଯୁକ୍ତି ସୁଯୋଗ

– ଉତ୍ତମ ଆୟ

– ଉତ୍ତମ କ୍ରୟ ଶକ୍ତି

– ଉତ୍ତମ ମାନର ଜୀବନଶୈଳୀ ଏବଂ

– ଉତ୍ତମ ଜୀବନ ଧାରଣ ମାନ

ବନ୍ଧୁଗଣ !

ଆମ ବିକାଶର ଆବଶ୍ୟକତା ମଧ୍ୟ ପର୍ଯ୍ୟାପ୍ତ । ଆମ ବିକାଶ ଯୋଜନା ବେଶ ମହତ୍ତ୍ଵାକାଂକ୍ଷୀ ଉଦାହରଣ ସ୍ଵରୂପ:

– ପ୍ରତ୍ୟେକ ନାଗରିକଙ୍କ ମୁଣ୍ଡ ଉପରେ ଆମେ ଛାତ ନିର୍ମାଣ କରିବାକୁ ଚାହୁଁ । ପ୍ରତ୍ୟେକ ଗରିବ ଲୋକଙ୍କ ନିକଟରେ ବାସଗୃହ ଉପଲବ୍ଧ ହେବା ଜରୁରୀ ଏବଂ 2022 ମସିହା ସୁଦ୍ଧା ହେବା ଆବଶ୍ୟକ । ଏଇ ସ୍ଵପ୍ନକୁ ସାଙ୍ଗରେ ନେଇ ଆମେ ଅଗ୍ରସର ହେଉଛୁ ।

– ଆମେ ପ୍ରତ୍ୟେକ ହାତକୁ କର୍ମସଂସ୍ଥାନ ବ୍ୟବସ୍ଥା ପାଇଁ ସଂକଳ୍ପବଦ୍ଧ । 35 ବର୍ଷରୁ କମ ଆୟୁର 80 କୋଟି ଯୁବ ନାଗରିକଙ୍କୁ ନେଇ ଆମେ ଚାଲୁଛୁ । ଏହା ଏକ ପ୍ରକାର ଯୁବ ଭାରତ । 80 କୋଟି ଯୁବଶକ୍ତି, ତାହା ପୁଣି 35 ବର୍ଷର ଆୟୁସୀମା ମଧ୍ୟରେ । ସେମାନଙ୍କ ହାତରେ କୌଶଳ ମିଳିବା ଦରକାର, କାର୍ଯ୍ୟ କରିବାର ଅବସର ମିଳିବା ଦରକାର । ତା ହେଲେ ଯାଇ ଆମେ ଏକ ନୂଆ ଭାରତ ଠିଆ କରିବାକୁ ସକ୍ଷମ ହେବା । ଭାରତର ଯୁବଶକ୍ତିଙ୍କ ଉପରେ ମୋର ଏ ବିଶ୍ଵାସ ରହିଛି । ଆମ ସମସ୍ତଙ୍କର ଏ ଦାୟିତ୍ଵ ଯେ ଏଭଳି ଅବସର ଆମେ ସମସ୍ତଙ୍କୁ ପ୍ରଦାନ କରିବା ଏବଂ ଆମେ ଏଭଳି ସୁଯୋଗ ଦେବାର ଭରପୂର ସମ୍ଭାବନା ମହଜୁଦ ରହିଛି ।

– ଆମେ ସ୍ଵଚ୍ଛ ଶକ୍ତି ଉତ୍ପାଦନ କରିବାକୁ ଚାହୁଁ

– ଆମେ ସଡକ ଓ ରେଳପଥ ଦ୍ରୁତ ଗତିରେ ନିର୍ମାଣ କରିବାକୁ ଚାହୁଁ।

– ସବୁଜ ଉପାୟରେ ଆମେ ଖଣିଖନନ କରିବାକୁ ଚାହୁଁ

– ଆମେ ସହରାଂଚଳରେ ସୁଦୃଢ଼ ସୁବିଧାସୁଯୋଗ ସୃଷ୍ଟି କରିବାକୁ ଚାହୁଁ

– ଆମ ଜୀବନ ଧାରଣର ମାନ ଅଧିକରୁ ଅଧିକ ଉନ୍ନତ ହେବା ଆମେ ଚାହୁଁ

ଆମେ ଆଗାମୀ ପିଢ଼ିର ଭିତ୍ତିଭୂମି ଆଡକୁ ଅଗ୍ରସର ହେବାକୁ ଉଦ୍ୟମ କରୁଛୁ । ଏହା ପୁଣି ପ୍ରମୁଖ ଏବଂ ସାମାଜିକ କ୍ଷେତ୍ରରେ – ଉଭୟ ଗ୍ରାମାଂଚଳ ଓ ସହରାଂଚଳରେ । ସେଥିମଧ୍ୟରେ ମାଲ ପରିବହନ କରିଡର, ହାଇସ୍ପିଡ ଓ ମେଟ୍ରୋ ରେଳ ପ୍ରକଳ୍ପ, ଲଜିଷ୍ଟିକ୍ସ ପାର୍କ, ସ୍ମାର୍ଟ ସିଟି, ଉପକୂଳ ଜୋନ, ଆଂଚଳିକ ବିମାନବନ୍ଦର, ଜଳ, ପରିମଳ ଓ ଶକ୍ତି ପ୍ରକଳ୍ପ କାର୍ଯ୍ୟକ୍ରମ ସାମିଲ । ଆମର ମୁଣ୍ଡପିଛା ବିଜୁଳି ବ୍ୟବହାର ମାତ୍ରା ବୃଦ୍ଧି ପାଇବା ଉଚିତ । ଆମେ ଏସବୁ କଲେ ସୁଦ୍ଧା, ଆମକୁ ଅକ୍ଷୟ ଶକ୍ତି ଉତ୍ପାଦନ କରିବାକୁ ହେବ ।

ପର୍ଯ୍ୟଟନ କ୍ଷେତ୍ରକୁ ଆମେ ବିରାଟ ଆକାରରେ ସଂପ୍ରସାରଣ କରିବାକୁ ଚାହୁଁ ଏବଂ ସେଥିପାଇଁ ପର୍ଯ୍ୟଟନ ଭିତ୍ତିଭୂମି କ୍ଷେତ୍ରର ଆବଶ୍ୟକତା ରହିଛି ।

ମୁଁ ଯେତେବେଳେ ଅକ୍ଷୟ ଶକ୍ତି କଥା କହୁଛି, 175 ଗିଗାୱାଟ ଅକ୍ଷୟଶକ୍ତି ଉତ୍ପାଦନ ଲକ୍ଷ୍ୟ ହାସଲ କଥା କହୁଛି । ଗୋଟିଏ ସମୟ ଥିଲା, ଆମେ ମେଗାୱାଟ କଥା ଆଲୋଚନା କଲାବେଳେ ବି ଡରୁଥିଲେ । ଆଜି ଦେଶ ଗିଗାୱାଟର ସ୍ଵପ୍ନ ଦେଖୁଛି । ଏହା ବହୁତ ବଡ ପରିବର୍ତ୍ତନ । 175 ଗିଗାୱାଟ ଅକ୍ଷୟ ଶକ୍ତି ଯେଉଁଥିରେ ସୌରଶକ୍ତି, ବାୟୁଶକ୍ତି, ଆଣବିକ ଶକ୍ତି ସାମିଲ । ବିଶ୍ଵ ଯେତେବେଳେ ଉତ୍ତାପନ ସମସ୍ୟାକୁ ନେଇ ଚିନ୍ତିତ, ସେତେବେଳେ ବିଶ୍ଵକୁ ସୁରକ୍ଷା ଦେବାର ସ୍ଵପ୍ନ ବି ଆମେ ଦେଖୁଛୁ ଏବଂ 175 ଗିଗାୱାଟ ଅକ୍ଷୟ ଶକ୍ତି ଉତ୍ପାଦନ କରି ବିଶ୍ଵ ଉତାପନ ରୋକିବା ଦିଗରେ ଭାରତ ତାର ପ୍ରାଥମିକ ଭୂମିକା ଗ୍ରହଣ କରିବାକୁ କୃତସଂକଳ୍ପ । ତେଣୁ ମୁଁ ସମଗ୍ର ବିଶ୍ଵକୁ ଆମନ୍ତ୍ରଣ ଜଣାଉଛି ଯେ ଆପଣମାନେ ଆଗେଇ ଆସି 175 ଗିଗାୱାଟ ଅକ୍ଷୟ ଶକ୍ତି ଉତ୍ପାଦନ ଦିଗରେ ପୁଞ୍ଜି ନିବେଶ କରିବାକୁ ଆଗକୁ ପାଦବଢ଼ାନ୍ତୁ । ଏଥିପାଇଁ ଆକାଶ ହିଁ ସୀମା । ଏ ଦିଗରେ ଆମର ନୀତି ଖୁବ ପ୍ରଗତିଶୀଳ ଏବଂ ମୋର ସମ୍ପୂର୍ଣ୍ଣ ବିଶ୍ଵାସ ଯେ ମାନବ କଲ୍ୟାଣ ଲାଗି ଏ କାର୍ଯ୍ୟ ଦୃଷ୍ଟିକୋଣ ବଦଳାଇଦେବାର ଏକ ବିରଳ ସୁଯୋଗ । ଆମେ ପ୍ରକୃତିକୁ ନଷ୍ଟଭ୍ରଷ୍ଟ କରିବାର ଦୁଇ ଶହ ବର୍ଷ ବିତେଇ ସାରିଛୁ । ତେଣୁ ଏବେ ଆମର ଦାୟିତ୍ଵ ହେଉଛି ଆଗାମୀ ଶତାଦ୍ଦୀମାନଙ୍କରେ ଆମ ଚିନ୍ତାଧାରାରୁ ପ୍ରକୃତିକୁ ଲୁଟିବାର ଧାରଣା ଦୂରେଇ ଦେଇ ପୁଣିଥରେ ପ୍ରକୃତିକୁ ସୁଦୃଢ଼ କରିବା ।
ଏବେ କେବଳ ମୌଳିକ ଆବଶ୍ୟକତାକୁ ନେଇ ଚାଲିବାର ଅବସର । ଏଇ କଥାକୁ ନେଇ ଯଦି ଆମେ ଚାଲିବା, ତେବେ ବିଶ୍ଵରେ ବଡ ପରିବର୍ତ୍ତନ ଆଣିବାର ସମ୍ଭାବନାରେ ଆମର ବିଶେଷ ଭୂମିକା ରହିପାରିବ ।

ଭାରତରେ ନୂଆସଡ଼କ ଓ ନୂତନ ରେଳପଥ ନିର୍ମାଣ କାର୍ଯ୍ୟ ଅନେକ ଗୁଣରେ ବୃଦ୍ଧି ପାଇଛି । ଭାରତ ବିଶ୍ଵର ସର୍ବବୃହତ ନିର୍ମାଣ ବଜାର ଭାବେ ମୁଣ୍ଡ ଟେକିବାକୁ ଯାଉଛି । କାରଣ ଦେଶରେ ନିୟୁତ ନିୟୁତ ଗୃହନିର୍ମାଣ କରାଯିବାର ଅଛି । ଏସବୁ କାର୍ଯ୍ୟ ଆମ ନିବେଶକ ଗୋଷ୍ଠୀଙ୍କୁ ପଯ୍ୟାପ୍ତ ସୁଯୋଗପ୍ରଦାନ କରିବ । ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ସୁଯୋଗ ପ୍ରଦାନ କରିବ । ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ଆମ ସହ ଏକାଧିକ କ୍ଷେତ୍ରରେ କାର୍ଯ୍ୟ କରିବାର ସୁଯୋଗ ପାଇବେ । ସେଥିମଧ୍ୟରେ ରହିଛି :

– ହାର୍ଡୱେର ଠାରୁ ସଫ୍ଟୱେର ପର୍ଯ୍ୟନ୍ତ

– ସଫ୍ଟ ସ୍କିଲ ଠାରୁ ବୈଜ୍ଞାନିକ ଚିନ୍ତାଧାରା ପର୍ଯ୍ୟନ୍ତ

– ପ୍ରତିରକ୍ଷା ବ୍ୟବସ୍ଥାଠାରୁ ସାଇବର ସୁରକ୍ଷା ଯାଏ,

– ଚିକିତ୍ସା ବିଜ୍ଞାନଠାରୁ ପର୍ଯ୍ୟଟନ ପର୍ଯ୍ୟନ୍ତ

ମୁଁ ଏକଥା କହିବାର ଦୁଃସାହସ କରୁଛି, କେବଳ ଭାରତ ଏପରି ସୁଯୋଗ ପ୍ରଦାନ କରେ ଯାହା ଏ ସମଗ୍ର ମହାଦେଶର ସୁଯୋଗ ସହ ପ୍ରତିଯୋଗିତା କରିପାରେ । ଆଜି ଏହା ଏକ ସମ୍ପୂର୍ଣ୍ଣ ଶତାଦ୍ଦୀର ଅବସର ଯୋଗାଇଦେଉଛି ଏବଂ ତାହା ପୁଣି ଆମେ ଏକ ସ୍ଵଛ, ସବୁଜ ଓ ଦୀର୍ଘକାଳୀନ ଉପାୟରେ ପ୍ରଦାନ କରୁଛୁ । ଆମେ ପରିବେଶର ସମ୍ପୂର୍ଣ୍ଣ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ପ୍ରକୃତି ପ୍ରତି ଆମର ଥିବା ସମସ୍ତ ଦାୟିତ୍ଵ ଘେନି ସଚେତନ । କାରଣ ଭାରତ ଯୁଗଯୁଗ ଧରି ଏଇ ଚିନ୍ତାଧାରାରେ ହିଁ ବିଶ୍ଵାସୀ ।

ତେଣୁ ଆପଣମାନଙ୍କୁ ସମସ୍ତଙ୍କୁ ଭାରତକୁ ସ୍ଵାଗତ:

– ଏହା ହେଲା ପରମ୍ପରା ଓ ସ୍ଥିରତାର ଭୂମି

– ଏହା ହେଲା ସମ୍ବେଦନ ଓ ଉଚ୍ଚାଟର ଭୂମି

– ଏହା ହେଲା ପରୀକ୍ଷଣ ଓ ଉଦ୍ୟୋଗର ଭୂମି

– ଏହା ହେଲା ଶୁଭାରମ୍ଭ ଓ ସୁଯୋଗର ଭୂମି

ପୁଣି ଥରେ , ମୁଁ ଆପଣମାନଙ୍କୁ ସ୍ଵାଗତ କରୁଛି ଓ ଏବଂ ଏଥିରେ ଭାଗୀଦାର ହେବାପାଇଁ ଆମନ୍ତ୍ରଣ ଜଣାଉଛି –

– ଆଜିର ଭାରତ

– ଏବଂ ଆଗାମୀ କାଲିର ଭାରତ

ମୁଁ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛି ଯେ ଯେତେବେଳେ ଆବଶ୍ୟକ ପଡିବ ଆପଣଙ୍କ ହାତ ଧରିବା ସକାଶେ ମୁଁ ଉପଲବ୍ଧ ହେବି ।

ଆପଣମାନଙ୍କୁ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Cabinet approves Rs 10,000 crore for ATF price stabilization fund

Media Coverage

Cabinet approves Rs 10,000 crore for ATF price stabilization fund
NM on the go

Nm on the go

Always be the first to hear from the PM. Get the App Now!
...
PM to visit Surat and Daman on 5th June
June 04, 2026
PM to inaugurate, dedicate to the nation and lay the foundation stone of various development projects worth around ₹18,800 Crore in Surat
PM to dedicate key packages of the 8-Lane Access-Controlled Vadodara-Mumbai Expressway to the nation
PM to lay foundation stone for four-laning of critical sections on NH-56; project to enhance connectivity across tribal regions and boost access to the Statue of Unity
PM to inaugurate, dedicate to the nation and lay the foundation stone of development projects worth around ₹2,970 Crore in Daman
PM to dedicate New Terminal Building of NAMO Airport in Daman
PM to lay foundation stones of port projects worth ₹885 Crore for the UT of Lakshadweep

Prime Minister Shri Narendra Modi will visit Gujarat and Daman on 5th June, 2026. At around 2:30 PM, Prime Minister will visit Hazira in Surat district and review ongoing industrial operations and infrastructure projects. At around 4:15 PM, Prime Minister will inaugurate, dedicate to the nation and lay the foundation stone of various development projects worth around ₹18,800 crore in Surat. He will also address the gathering on the occasion.

Prime Minister will then travel to Daman, where at around 6:15 PM, he will inaugurate the New Terminal Building of NAMO Airport in Daman. This will be followed by the dedication of NAMO Hospital in Daman to the nation. Thereafter, at around 7:15 PM, Prime Minister will inaugurate, dedicate and lay the foundation stone of various development projects worth around ₹2,970 crores in Daman. He will also lay the foundation stone of four important projects for the Union Territory of Lakshadweep worth around ₹885 crore. He will also address the gathering on the occasion.

PM in Surat

Prime Minister will inaugurate, dedicate to the nation and lay the foundation stone of multiple development projects worth over ₹18,800 crore in Surat across the road, power and industrial sectors.

Prime Minister will dedicate Packages VI and VII of the Vadodara-Mumbai Expressway to the nation, enhancing high-speed transportation, logistics efficiency and economic connectivity between Gujarat and Maharashtra. Prime Minister will lay the foundation stone for key infrastructure projects which includes the four-laning of critical sections on NH-56 to enhance connectivity across tribal regions and boost access to the Statue of Unity.

Prime Minister will also inaugurate a 200 bedded ESIC Hospital in Surat, providing modern secondary healthcare across key specialties, backed by a central laboratory and essential ancillary services. It also features 24/7 emergency and trauma care to ensure the timely management of occupational injuries and medical emergencies. Prime Minister will inaugurate critical utility and industrial infrastructure projects, including the Transmission Network Expansion in Gujarat to enhance power evacuation capacity under the Inter-State Transmission System. Prime Minister will also inaugurate several important initiatives of Government of Gujarat, including modern power distribution upgrades under the Revamped Reforms-Based Distribution Sector Scheme in Valsad, advanced effluent disposal and treatment infrastructure at Dahej Petroleum, Chemicals and Petrochemical Investment Region (PCPIR) and Sarigam Gujarat Industrial Development Corporation (GIDC), and essential layout utilities at the Jambusar Bulk Drug Park.

PM in Daman

Prime Minister will inaugurate, dedicate to the nation and lay the foundation stone of development projects worth around ₹2,970 crore in Daman. These projects span various sectors including healthcare, civil aviation, tourism, infrastructure, connectivity and public welfare and are expected to provide a major boost to the overall development of the Union Territory of Dadra and Nagar Haveli and Daman and Diu.

Prime Minister will inaugurate and dedicate projects worth around ₹1,340 crore, including the New Terminal Building of NAMO Airport and NAMO Hospital, among others in Daman. The new airport terminal will significantly enhance regional air connectivity and facilitate economic growth in the region. NAMO Hospital, the district hospital in Daman district, has been developed to cater to nearly 1,500 OPD patients per day and will strengthen access to quality healthcare services for the people.

Prime Minister will also lay the foundation stone of projects worth around ₹1,630 crore. Major projects include the Iconic Bridge, the Daman Convention Centre and the NIFT Campus at Daman, among others. These projects are expected to strengthen modern infrastructure, boost tourism, promote investment, generate employment opportunities and improve the quality of life of the people.

Prime Minister will also lay the foundation stone of important projects for the Union Territory of Lakshadweep worth around ₹885 crore. These projects include Development of Port Facilities on the Eastern and Western Sides of both Kalpeni Island and Kadmat Island. The development of these multipurpose jetties will facilitate year-round berthing of large passenger vessels, including cruise vessels of up to 300 metres in length. The projects will enable safe and efficient passenger and cargo handling and provide integrated facilities for fish handling, fuel distribution, ice supply and boat repair. These initiatives will strengthen maritime connectivity, support the livelihoods of local fishermen, promote tourism and contribute to the socio-economic development of the islands.