ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଶ୍ରୀ ମୋହନଲାଲଙ୍କୁ ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯିବା ନିମନ୍ତେ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ଶ୍ରୀ ମୋହନଲାଲ ଉତ୍କର୍ଷତା ଏବଂ ବହୁମୁଖୀ ପ୍ରତିଭାର ପ୍ରତିମୂର୍ତ୍ତି । ବିଗତ ଅନେକ ଦଶନ୍ଧି ଧରି ସମୃଦ୍ଧ କାର୍ଯ୍ୟ ସହିତ, ସେ ମାଲାୟଲମ ସିନେମା ଓ ଥିଏଟରର ଜଣେ ପ୍ରମୁଖ ସ୍ତମ୍ଭ ଭାବରେ ଠିଆ ହୋଇଛନ୍ତି ଏବଂ କେରଳର ସଂସ୍କୃତି ପ୍ରତି ଗଭୀର ଆସ୍ଥା ପ୍ରକଟ କରିଛନ୍ତି । ସେ ତେଲୁଗୁ, ତାମିଲ, କନ୍ନଡ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି । ବିଭିନ୍ନ ମାଧ୍ୟମରେ ତାଙ୍କର ସିନେମା ଏବଂ ନାଟ୍ୟ ପ୍ରତିଭା ପ୍ରକୃତରେ ପ୍ରେରଣାଦାୟକ ।”
ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;
“ଶ୍ରୀ ମୋହନଲାଲ ଉତ୍କର୍ଷତା ଏବଂ ବହୁମୁଖୀ ପ୍ରତିଭାର ପ୍ରତୀକ । ଗତ ଅନେକ ଦଶନ୍ଧି ଧରି ତାଙ୍କର ସମୃଦ୍ଧ କାର୍ଯ୍ୟ ସହିତ, ସେ ମାଲାୟଲମ ସିନେମା ଓ ଥିଏଟରର ଜଣେ ପ୍ରମୁଖ ସ୍ତମ୍ଭ ଭାବରେ ଠିଆ ହୋଇଛନ୍ତି । ଏହାଛଡା ସେ କେରଳର ସଂସ୍କୃତି ପ୍ରତି ଗଭୀର ଆସ୍ଥା ପ୍ରକଟ କରିଛନ୍ତି। ସେ ତେଲୁଗୁ, ତାମିଲ, କନ୍ନଡ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି । ବିଭିନ୍ନ ମାଧ୍ୟମରେ ତାଙ୍କର ସିନେମା ଏବଂ ନାଟ୍ୟ ପ୍ରତିଭା ପ୍ରକୃତରେ ପ୍ରେରଣାଦାୟକ।
ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ ହେବା ପାଇଁ ତାଙ୍କୁ ଅଭିନନ୍ଦନ । ତାଙ୍କର ସଫଳତା ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ ।”
@Mohanlal
Shri Mohanlal Ji epitomises excellence and versatility. With a rich body of work spanning decades, he stands as a leading light of Malayalam cinema, theatre and is deeply passionate about the culture of Kerala. He has also delivered remarkable performances in Telugu, Tamil,… https://t.co/4MWI1oFJsJ pic.twitter.com/P0DkKg1FWL
— Narendra Modi (@narendramodi) September 20, 2025
ശ്രീ മോഹൻലാൽ ജി പ്രതിഭയുടെയും അഭിനയ വൈവിധ്യത്തിന്റെയും പ്രതീകമാണ്. പതിറ്റാണ്ടുകൾ നീണ്ട സവിശേഷമായ കലാസപര്യയിലൂടെ, മലയാള സിനിമയിലും നാടകത്തിലും പ്രമുഖ വ്യക്തിത്വമായി നിലകൊള്ളുന്ന അദ്ദേഹത്തിന്, കേരള സംസ്കാരത്തിൽ തീവ്രമായ അഭിനിവേശമുണ്ട്.തെലുങ്ക്, തമിഴ്, കന്നഡ, ഹിന്ദി സിനിമകളിലും… https://t.co/4MWI1oFJsJ pic.twitter.com/MJp4z96RlV
— Narendra Modi (@narendramodi) September 20, 2025


