ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଟୋକିଓରେ ଅନୁଷ୍ଠିତ ୨୫ତମ ଗ୍ରୀଷ୍ମକାଳୀନ ବଧିର ଅଲିମ୍ପିକ୍ସ ୨୦୨୫ରେ ଅସାଧାରଣ ପ୍ରଦର୍ଶନ ପାଇଁ ଭାରତର ବଧିର ଖେଳାଳିମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ।

୯ଟି ସ୍ୱର୍ଣ୍ଣ ସମେତ ୨୦ଟି ପଦକର ଐତିହାସିକ ସର୍ବଶ୍ରେଷ୍ଠ ପଦକ ତାଲିକା ସହିତ, ଆମର ଖେଳାଳିମାନେ ପୁଣି ଥରେ ପ୍ରମାଣ କରିଛନ୍ତି ଯେ, ଦୃଢ଼ ସଂକଳ୍ପ ଏବଂ ସମର୍ପଣ ଦ୍ୱାରା ଉତ୍କୃଷ୍ଟ ଫଳାଫଳ ହାସଲ କରାଯାଇପାରେ ।

ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ଖେଳାଳି, ପ୍ରଶିକ୍ଷକ ଏବଂ ସହାୟକ କର୍ମଚାରୀଙ୍କୁ ସେମାନଙ୍କର ନିରନ୍ତର ପ୍ରୟାସ ଏବଂ ପ୍ରତିବଦ୍ଧତା ପାଇଁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ସମଗ୍ର ଦେଶ ସେମାନଙ୍କର ସଫଳତା ପାଇଁ ଗର୍ବିତ, ଯେଉଁମାନେ ବିଶ୍ୱ ସ୍ତରରେ ଭାରତକୁ ଗୌରବାନ୍ୱିତ କରିଛନ୍ତି ।

ଶ୍ରୀ ମୋଦୀ ଏକ୍ସର ଏକ ପୋଷ୍ଟରେ ଲେଖିଛନ୍ତି;

“ଟୋକିଓରେ ଅନୁଷ୍ଠିତ ୨୫ତମ ଗ୍ରୀଷ୍ମକାଳୀନ ବଧିର ଅଲିମ୍ପିକ୍ସ ୨୦୨୫ରେ ଅସାଧାରଣ ପ୍ରଦର୍ଶନ ପାଇଁ ଆମର ବଧିର ଖେଳାଳିମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ୯ଟି ସ୍ୱର୍ଣ୍ଣ ସମେତ ୨୦ଟି ପଦକର ଐତିହାସିକ ସର୍ବଶ୍ରେଷ୍ଠ ପଦକ ତାଲିକା ସହିତ, ଆମର ଖେଳାଳୀମାନେ ପୁଣି ଥରେ ପ୍ରମାଣ କରିଛନ୍ତି ଯେ, ଦୃଢ଼ ନିଷ୍ପତ୍ତି ଏବଂ ସମର୍ପଣ ଦ୍ୱାରା ଉତ୍କୃଷ୍ଟ ଫଳାଫଳ ହାସଲ କରାଯାଇପାରେ । ପ୍ରତ୍ୟେକ ଖେଳାଳି, ପ୍ରଶିକ୍ଷକ ଏବଂ ସହାୟକ କର୍ମଚାରୀଙ୍କୁ ଅଭିନନ୍ଦନ । ସମଗ୍ର ଦେଶ ଆପଣମାନଙ୍କ ପାଇଁ ଗର୍ବିତ!”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'We'll provide AI skill training to 1 crore youth': PM Modi's big announcement on Independence Day 2026

Media Coverage

'We'll provide AI skill training to 1 crore youth': PM Modi's big announcement on Independence Day 2026
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 15, 2026
August 15, 2026

Azadi Ka Amrit Mahotsav Continues: PM Modi’s Independence Day Vision Unites Growth, Youth Power & National Pride