ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜର୍ମାନ ରିପବ୍ଲିକର ଚାନସେଲର ମାନ୍ୟବର ଶ୍ରୀ ଓଲାଫ୍ ସ୍କୋଲଜ୍‌ଙ୍କ ସହିତ ଭାରତ-ଜର୍ମାନୀ ଆନ୍ତଃ ସରକାରୀ ପରାମର୍ଶ (ଆଇଜିସି) ର ମିଳିତ ଅଧିବେଶନରେ ସହ ଅଧ୍ୟକ୍ଷତା କରିଛନ୍ତି ।

ପ୍ରାରମ୍ଭିକ ମନ୍ତବ୍ୟରେ ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କର ମୁଖ୍ୟ ଦିଗକୁ ପ୍ରତିଫଳିତ କରିବା ସହିତ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ଅଂଶୀଦାର ଦୃଷ୍ଟିକୋଣକୁ ଗୁରୁତ୍ୱପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଭାରତ-ଜର୍ମାନୀ ସହଭାଗୀତା ବର୍ତ୍ତମାନର ଦୁନିଆରେ ଏକ ସଫଳତାର ଉଦାହରଣ ହୋଇପାରେ । ସେ ଭାରତର ଆତ୍ମନିର୍ଭର ଭାରତ ଅଭିଯାନରେ ଜର୍ମାନୀର ଅଂଶଗ୍ରହଣ ପାଇଁ ନିମନ୍ତ୍ରଣ କରିଥିଲେ ।



ଅଂଶଗ୍ରହଣକାରୀ ମନ୍ତ୍ରୀ ଏବଂ ଉଭୟ ପକ୍ଷର ଅଧିକାରୀମାନେ ଆଇଜିସିର ବିଭିନ୍ନ ଦିଗ ଉପରେ ସେମାନଙ୍କର ବିସ୍ତୃତ ରିପୋର୍ଟ ଉପସ୍ଥାପନ କରିଥିଲେ:

  • ବୈଦେଶିକ ବ୍ୟାପାର ଏବଂ ସୁରକ୍ଷା
  • ଅର୍ଥନୈତିକ, ଆର୍ଥିକ ନୀତି, ବୈଜ୍ଞାନିକ ଏବଂ ସାମାଜିକ ବିନିମୟ
  • ଜଳବାୟୁ, ପରିବେଶ, ସ୍ଥାୟୀ ବିକାଶ ଏବଂ ଶକ୍ତି

ଅର୍ଥମନ୍ତ୍ରୀ ଶ୍ରମତୀ ର୍ନିମଳା ସୀତାରମଣ; ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର; ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଏବଂ ଭୂ ବିଜ୍ଞାନ  ରାଷ୍ଟ୍ରମନ୍ତ୍ରୀ  ଡକ୍ଟର ଜିତେନ୍ଦ୍ର ସିଂହ; ଏବଂ ଡିପିଆଇଆଇଟି ସଚିବ ଶ୍ରୀ ଅନୁରାଗ ଜୈନ ଭାରତ ପକ୍ଷରୁ ଉପସ୍ଥାପନା କରିଥିଲେ ।

ସବୁଜ ଏବଂ ସ୍ଥାୟୀ ବିକାଶ ସହଭାଗିତା ପ୍ରତିଷ୍ଠା ପାଇଁ ମିଳିତ ଘୋଷଣାନାମା ଚିଠା (ଜେଡିଆଇ) ପ୍ରଧାନମନ୍ତ୍ରୀ ଏବଂ ଚାନସେଲର ସ୍କୋଲଜଙ୍କ ଦସ୍ତଖତ ସହିତ ସର୍ବଦଳୀୟ ଅଧିବେଶନ ସମାପ୍ତ ହୋଇଛି । ଏହି ସହଭାଗୀତା ଏସ୍‍ଡିଜିଏସ୍‍ ଏବଂ ଜଳବାୟୁ କାର୍ଯ୍ୟ ଉପରେ ଭାରତ-ଜର୍ମାନୀ ସହଯୋଗ ପାଇଁ ଏକ ସମ୍ପୂର୍ଣ୍ଣ-ସରକାରୀ ଆଭିମୁଖ୍ୟ ଧାର୍ଯ୍ୟ କରିଛି, ଯାହା ଅଧୀନରେ ୨୦୩୦ ପର୍ଯ୍ୟନ୍ତ ନୂତନ ତଥା  ଅତିରିକ୍ତ  ବିକାଶ ସହାୟତା ପାଇଁ ଜର୍ମାନୀ ଏକ ଅଗ୍ରୀମ ପ୍ରତିଶ୍ରୁତି ଭାବେ ୧୦ ବିଲିୟନ ୟୁରୋ ଦେବାକୁ ରାଜି ହୋଇଛି । ଏହି ଜେଡିଆଇ ମଧ୍ୟ ସହଭାଗୀତାକୁ ଉଚ୍ଚ ସ୍ତରୀୟ ସମନ୍ୱୟ ଏବଂ ରାଜନୈତିକ ଦିଗ ପ୍ରଦାନ କରିବାକୁ ଆଇଜିସି ମଧ୍ୟରେ ଏକ ମନ୍ତ୍ରୀସ୍ତରୀୟ ବ୍ୟବସ୍ଥା ସୃଷ୍ଟି କରିବ ।

ଆଇଜିସି ପରେ ଏକ ମିଳିତ ବିବୃତ୍ତି ଗ୍ରହଣ କରାଯାଇଥିଲା, ଯାହା ଏଠାରେ ଦେଖାଯାଇପାରେ

ଦ୍ୱିପାକ୍ଷିକ ମନ୍ତ୍ରୀସ୍ତରୀୟ ବୈଠକରେ ଅନେକ ଚୁକ୍ତିନାମା ହୋଇଥିଲା । ତାଲିକା ଏଠାରେ ଦେଖାଯାଇପାରେ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Defence ministry inks Rs 5,083 cr pact for acquisition of six Mk-III light helicopters and missiles

Media Coverage

Defence ministry inks Rs 5,083 cr pact for acquisition of six Mk-III light helicopters and missiles
NM on the go

Nm on the go

Always be the first to hear from the PM. Get the App Now!
...
Prime Minister thanks President Emmanuel Macron for Holi greetings
March 04, 2026

The Prime Minister, Shri Narendra Modi, today thanked the President of the French Republic, H.E. Emmanuel Macron, for his Holi greetings.

Responding to the X post of French President about Holi Greetings, Shri Modi posted on X;

“बहुत-बहुत धन्यवाद, मेरे मित्र!

होली के पावन अवसर पर आपको और फ्रांस के लोगों को ढेर सारी खुशियां और समृद्धि की हार्दिक शुभकामनाएं।”