ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତର ପ୍ରଦେଶର କାନପୁରଠାରେ ରାଷ୍ଟ୍ରୀୟ ଗଙ୍ଗା ପରିଷଦର ପ୍ରଥମ ବୈଠକରେ ଅଧ୍ୟକ୍ଷତା କରିଛନ୍ତି ।

ଗଙ୍ଗା ଓ ଏହାର ଉପନଦୀଗୁଡିକ ସହିତ ଗଙ୍ଗା ଅବବାହିକାର ପୁନରୁଦ୍ଧାର ଏବଂ ଏହାକୁ ପ୍ରଦୂଷଣ ମୁକ୍ତ କରିବାର ସମ୍ପୂର୍ଣ୍ଣ ଦାୟିତ୍ୱ ପରିଷଦ ଉପରେ ନ୍ୟସ୍ତ କରାଯାଇଛି । ପରିଷଦର ପ୍ରଥମ ବୈଠକର ଲକ୍ଷ୍ୟ ଥିଲା ସଂପୃକ୍ତ ରାଜ୍ୟ ତଥା କେନ୍ଦ୍ରୀୟ ମନ୍ତ୍ରଣାଳୟରେ ଏକ ଗଙ୍ଗା କୈନ୍ଦ୍ରୀକ ଦୃଷ୍ଟିକୋଣର ଗୁରୁତ୍ୱକୁ ଦୃଢ଼ିଭୂତ କରିବା ।

ଆଜିର ବୈଠକରେ ଜଳଶକ୍ତି, ପରିବେଶ, କୃଷି ଓ ଗ୍ରାମୀଣ ବିକାଶ, ସ୍ୱାସ୍ଥ୍ୟ, ସହରାଂଚଳ ବିକାଶ, ଶକ୍ତି, ପର୍ଯ୍ୟଟନ, ଜାହାଜ ଚଳାଚଳ ଆଦି ମନ୍ତ୍ରଣାଳୟର କେନ୍ଦ୍ରମନ୍ତ୍ରୀ, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ, ବିହାରର ଉପ-ମୁଖ୍ୟମନ୍ତ୍ରୀ, ନୀତି ଆୟୋଗର ଉପାଧ୍ୟକ୍ଷ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ପଶ୍ଚିମବଙ୍ଗରୁ କୌଣସି ପ୍ରତିନିଧି ଉପସ୍ଥିତ ନଥିବା ବେଳେ ବର୍ତ୍ତମାନ ଚାଲୁ ରହିଥିବା ନିର୍ବାଚନ ଓ ଆଚରଣ ବିଧି ସଂହିତା ହେତୁ ଝାଡଖଣ୍ଡରୁ କୌଣସି ପ୍ରତିନିଧି ଏଥିରେ ଅଂଶଗ୍ରହଣ କରିନଥିଲେ ।

ଏ ଦିଗରେ ହୋଇଥିବା କାର୍ଯ୍ୟର ଅଗ୍ରଗତି ସମୀକ୍ଷା ଓ ଗଙ୍ଗା ନଦୀକୁ ସଫା କରିବାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ‘ସ୍ୱଚ୍ଛତା’, ‘ଅବିରଲତା (ନିରନ୍ତର ପ୍ରବାହ)’ ଏବଂ ‘ନିର୍ମଳତା’ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଉପ ମହାଦେଶରେ ମା ଗଙ୍ଗା ହେଉଛନ୍ତି ପବିତ୍ରତମ ନଦୀ ଏବଂ ଏହାର ପୁନରୁଦ୍ଧାର ସହଯୋଗୀ ସଂଘୀୟ ବ୍ୟବସ୍ଥାର ଏକ ଉଜ୍ଜ୍ୱଳତମ ଉଦାହରଣ ହେବ ବୋଲି ପ୍ରଧାନମନ୍ତ୍ରୀ ଦୃଷ୍ଟିପାତ କରିଥିଲେ । ସେ କହିଲେ ଯେ ଗଙ୍ଗା ନଦୀର ପୁନରୁଦ୍ଧାର କରିବା ହେଉଛି ଦେଶ ପାଇଁ ଦୀର୍ଘ ଦିନରୁ ପଡି ରହିଥିବା ଏକ ଆହ୍ୱାନ । ସେ ଦର୍ଶାଇଥିଲେ ଯେ ସରକାର 2014ରେ ‘ନମାମି ଗଙ୍ଗେ’ କାର୍ଯ୍ୟକ୍ରମ ଆରମ୍ଭ କରିବା ପରଠାରୁ ଅନେକ କିଛି ସଫଳତା ହାସଲ କରାଯାଇଛି । ପ୍ରଦୂଷଣ ଦୂର କରିବା, ଗଙ୍ଗାର ସଂରକ୍ଷଣ ଏବଂ ପୁନରୁଦ୍ଧାର ଆଦି ଲକ୍ଷ୍ୟରେ ବିଭିନ୍ନ ସରକାରୀ ପଦକ୍ଷେପ ଓ କାର୍ଯ୍ୟଧାରାକୁ ସମନ୍ୱିତ କରିବା ପାଇଁ ବ୍ୟାପକ ଭାବେ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାର ପ୍ରମୁଖ ସଫଳତା ମଧ୍ୟରେ ରହିଛି କାଗଜ କଳରୁ ବର୍ଜ୍ୟବସ୍ତୁ ନିର୍ଗମନ ଶୂନ୍ୟ ସ୍ତରକୁ ଆଣିବା ଏବଂ ଚମଡା କାରଖାନାରୁ ସୃଷ୍ଟି ପ୍ରଦୂଷଣ ହ୍ରାସ । ମାତ୍ର ଏ କ୍ଷେତ୍ରରେ ଅଧିକ କାର୍ଯ୍ୟ କରାଯିବାର ଆବଶ୍ୟକତା ରହିଛି ।

ନଦୀରେ ପ୍ରଚୁର ଓ ଅବିରାମ ଜଳ ପ୍ରବାହ ସୁନିଶ୍ଚିତ କରିବା ପାଇଁ ଗଙ୍ଗା ପ୍ରବାହିତ 5ଟି ରାଜ୍ୟକୁ 2015-20 ମଧ୍ୟରେ 20,000 କୋଟି ଟଙ୍କା ପ୍ରଦାନ କରିବା ନେଇ କେନ୍ଦ୍ର ସରକାର ପ୍ରଥମ ଥର ପାଇଁ ସଂକଳ୍ପ ନେଇଥିଲେ । ବିଶେଷ କରି ନୂତନ ବର୍ଜ୍ୟଜଳ ବିଶୁଦ୍ଧିକରଣ କାରଖାନା ନିର୍ମାଣ କରିବା ପାଇଁ ଏପର୍ଯ୍ୟନ୍ତ 7700 କୋଟି ଟଙ୍କା ଖର୍ଚ୍ଚ କରାଯାଇ ସାରିଛି ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ନିର୍ମଳ ଗଙ୍ଗା ପାଇଁ ଏକ ଉନ୍ନତ ଢ଼ାଂଚା ନିର୍ମାଣ କରିବା ନେଇ ଜନ ସାଧାରଣଙ୍କଠାରୁ ବିଶେଷ ସହଯୋଗର ଆବଶ୍ୟକତା ରହିଛି । ଜାତୀୟ ନଦୀ ଅବବାହିକାରେ ଅବସ୍ଥିତ ସହରଗୁଡିକରେ ଉତ୍ତମ ପ୍ରଚଳନର ପ୍ରସାର ଦ୍ୱାରା ବ୍ୟାପକ ସଚେତନତା ସୃଷ୍ଟି ମଧ୍ୟ ଜରୁରୀ । ଯୋଜନାର ଦ୍ରୁତ କାର୍ଯ୍ୟାନ୍ୱୟନ ପାଇଁ ଏକ ଫଳପ୍ରଦ ଢ଼ାଂଚା ସୃଷ୍ଟି କରିବା ପାଇଁ ସମସ୍ତ ଜିଲ୍ଲାଗୁଡିକରେ ଜିଲ୍ଲା ଗଙ୍ଗା କମିଟିର ସାମର୍ଥ୍ୟ ବୃଦ୍ଧି କରାଯିବା ଉଚିତ ।

ଗଙ୍ଗା ପୁନରୁଦ୍ଧାର ପ୍ରକଳ୍ପକୁ ଅନୁଦାନ ପ୍ରଦାନ କରିବା ପାଇଁ ବ୍ୟକ୍ତିବିଶେଷ, ପ୍ରବାସୀ ଭାରତୀୟ, କର୍ପୋରେଟ କ୍ଷେତ୍ର ଆଦିଙ୍କଠାରୁ ଅନୁଦାନ ଗ୍ରହଣ କରିବା ପାଇଁ ସରକାର ସ୍ୱଚ୍ଛ ଗଙ୍ଗା ପାଣ୍ଠି (ସିଜିଏଫ) ପ୍ରତିଷ୍ଠା କରିଛନ୍ତି । ମାନ୍ୟବର ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ସିଜିଏଫକୁ 16.53 କୋଟି ଟଙ୍କା ଦାନ କରିଛନ୍ତି । 2014 ମସିହାଠାରୁ ସେ ପାଇଥିବା ଉପହାରଗୁଡିକର ନିଲାମ ଏବଂ ସିଓଲ ଶାନ୍ତି ପୁରସ୍କାର ବାବଦରେ ପାଇଥିବା ଅର୍ଥରାଶିକୁ ସେ ଏହି ଅନୁଦାନ ପାଣ୍ଠିକୁ ପ୍ରଦାନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ବ୍ୟାପକ ଚିନ୍ତାଧାରାର ପ୍ରକ୍ରିୟା ପାଇଁ ଆହ୍ୱାନ ଦେଇଛନ୍ତି ଯାହାଦ୍ୱାରା  ‘ନମାମି ଗଙ୍ଗେ’ ‘ଅର୍ଥ ଗଙ୍ଗା’ କିମ୍ବା ଗଙ୍ଗା ସମ୍ପର୍କିତ ଅର୍ଥନୈତିକ କାର୍ଯ୍ୟଧାରା କେନ୍ଦ୍ରୀଭୂତ ଏକ ସ୍ଥାୟୀ ବିକାଶ ମଡେଲରେ ପରିବର୍ତ୍ତିତ ହେବ । ଏହି ପ୍ରକ୍ରିୟାର ଅଂଶବିଶେଷ ଭାବେ ଶୂନ୍ୟ ବଜେଟ ଚାଷ, ଫଳ ଚାଷ, ଗଙ୍ଗା କୂଳରେ ନର୍ସରୀ ସୃଷ୍ଟି ସହ ସ୍ଥାୟୀ କୃଷି କାର୍ଯ୍ୟ କରିବା ପାଇଁ କୃଷକ ମାନଙ୍କୁ ଉତ୍ସାହିତ କରାଯିବା ଉଚିତ । ଏହି କାର୍ଯ୍ୟକ୍ରମ ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କ ସଙ୍ଗଠନକୁ ପ୍ରାଥମିକତା ଦିଆଯାଇପାରେ । ଏହି କାର୍ଯ୍ୟକ୍ରମ ସହିତ ଜଳ କ୍ରୀଡା, କ୍ୟାମ୍ପ କ୍ଷେତ୍ରର ବିକାଶ, ସାଇକେଲ ଚାଳନା ଓ ପାଦ ଚଲା ରାସ୍ତା ଆଦି ଭିତ୍ତିଭୂମିର ବିକାଶ ଦ୍ୱାରା ନଦୀ ଅବବାହିକାରେ ଧାର୍ମିକ ଏବଂ ଦୁଃସାହାସିକ ପର୍ଯ୍ୟଟନର ସମ୍ଭାବନା ବୃଦ୍ଧି ପାଇବ । ଇକୋ-ପର୍ଯ୍ୟଟନ, ଗଙ୍ଗା ବନ୍ୟଜୀବ ସଂରକ୍ଷଣ ଓ କ୍ରୁଜ ପର୍ଯ୍ୟଟନରୁ  ଆୟକୁ ଗଙ୍ଗାର ସ୍ୱଚ୍ଛତା କାର୍ଯ୍ୟ ପାଇଁ ସ୍ଥାୟୀ ଆୟ ଭାବେ ବ୍ୟବହାର କରାଯାଇ ପାରିବ ।

ନମାମି ଗଙ୍ଗେ ଏବଂ ଅର୍ଥ ଗଙ୍ଗେ ଅଧୀନରେ ଚାଲିଥିବା ବିଭିନ୍ନ ଯୋଜନା ଏବଂ ପଦକ୍ଷେପ ଅନ୍ତର୍ଗତ ଚାଲିଥିବା କାର୍ଯ୍ୟର ପରିଚାଳନା ପାଇଁ ଡିଜିଟାଲ ଡ୍ୟାସବୋର୍ଡ ପ୍ରତିଷ୍ଠା କରିବା ପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି, ଯେଉଁଥିରେ ନୀତି ଆୟୋଗ ଏବଂ ଜଳଶକ୍ତି ମନ୍ତ୍ରଣାଳୟ ଦ୍ୱାରା ଗ୍ରାମ ଏବଂ ସହରାଂଚଳ ଗୁଡ଼ିକର ତଥ୍ୟକୁ ଦୈନଦିନ ଭିତିରେ ପରିଚାଳନା କରାଯିବ । ପ୍ରଧାନମନ୍ତ୍ରୀ ମଧ୍ୟ କହିଲେ ଯେ ଆକାଂକ୍ଷୀ ଜିଲ୍ଲାମାନଙ୍କ ଭଳି, ନମାମି ଗଙ୍ଗେ ଯୋଜନା ଅନ୍ତର୍ଗତ ପରିଚାଳନା କାର୍ଯ୍ୟ ପାଇଁ ଗଙ୍ଗା ସୀମାରେ ଥିବା ସମସ୍ତ ଜିଲ୍ଲା ଗୁଡ଼ିକୁ କେନ୍ଦ୍ରୀଭୂତ ଅଂଚଳରେ ପରିଣତ କରାଯିବା ଉଚିତ ।

ଏହି ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ଦିବଙ୍ଗତ ସ୍ୱାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ଆଜାଦଙ୍କୁ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ଚନ୍ଦ୍ରଶେଖର ଆଜାଦ କୃଷି ବିଶ୍ୱବିଦ୍ୟାଳୟଠାରେ ‘ନମାମି ଗଙ୍ଗେ’ ପ୍ରକଳ୍ପକୁ ନେଇ ଏକ ପ୍ରଦର୍ଶନୀ ବୁଲି ଦେଖିଥିଲେ । ପରେ ପ୍ରଧାନମନ୍ତ୍ରୀ ଅଟଳ ଘାଟ ଯାଇଥିଲେ ଏବଂ ଶିଶାମାଉ ନାଳର ସମ୍ପୂର୍ଣ୍ଣ ସଫେଇ କାର୍ଯ୍ୟକୁ ତଦାରଖ କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi escorted by fighter jets in Indonesia, welcomed by president Subianto at airport

Media Coverage

PM Modi escorted by fighter jets in Indonesia, welcomed by president Subianto at airport
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the virtues of humility and selfless service
July 07, 2026

The Prime Minister, Shri Narendra Modi said that the true beauty of prosperity lies in humility and selfless service. He noted that success is meaningful only when it is guided by the spirit of public welfare and the well-being of society.

The Prime Minister shared a Sanskrit Subhashitam-

“भवन्ति नम्रास्तरवः फलोद्गमैर्नवाम्बुभि-र्दूर-विलम्बिनो घनाः। अनुद्धताः सत्पुरुषाः समृद्धिभिः स्वभाव एवैष परोपकारिणाम्॥”

The Subhashitam conveys that just as trees laden with fruit and clouds heavy with rain bend towards the earth, so do benevolent and noble souls remain humble even after attaining wealth and fame. Instead of pride, they devote their lives to the upliftment of society.

The Prime Minister wrote on X;

“समृद्धि की शोभा विनम्रता और परोपकार में निहित है। सफलता वही सार्थक है, जिसमें लोककल्याण की भावना सर्वोपरि हो।

भवन्ति नम्रास्तरवः फलोद्गमैर्नवाम्बुभि-र्दूर-विलम्बिनो घनाः।


अनुद्धताः सत्पुरुषाः समृद्धिभिः स्वभाव एवैष परोपकारिणाम्॥”