ବିଗତ ଦେଢଦଶନ୍ଧି ମଧ୍ୟରେ ବ୍ରିକ୍ସ ମଞ୍ଚକୁ ଅନେକ ସଫଳତା ମିଳିଛି : ପ୍ରଧାନମନ୍ତ୍ରୀ ମୋଦୀ
ଏବେ ଆମେ ବିଶ୍ୱର ଉତଥାନ ମୁଖୀ ଅର୍ଥନୀତି ସମୂହର ଏକ ପ୍ରଭାବଶାଳୀ ସ୍ୱର ପାଲଟିଛି: ବ୍ରିକ୍ସ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆ ବିକାଶ ବ୍ୟାଙ୍କ ବା ନ୍ୟୁ ଡେଭେଲପମେଣ୍ଟ ବ୍ୟାଙ୍କ, କଣ୍ଟିଜେନ୍ସି ରିଜର୍ଭ ବ୍ୟବସ୍ଥା, ଊର୍ଜ୍ଜା ଗବେଷଣା ସହଯୋଗ ମଂଚ ଭଳି କେତେକ ଦୃଢ ପ୍ରତିଷ୍ଠାନ ବ୍ରିକ୍ସ ତିଆରି କରିଛି : ପ୍ରଧାନମନ୍ତ୍ରୀ ମୋଦୀ
ଆମେ ଆମ ‘ବ୍ରିକ୍ସ  ଆତଙ୍କବାଦ ବିରୋଧୀ କ୍ରିୟାନୁଷ୍ଠାନ’ ଯୋଜନାକୁ ଅନୁମୋଦନ କରିଛୁ: ବ୍ରିକ୍ସ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରାୟ ୧୩ ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ ।

ଭାରତ ଦ୍ୱାରା ମନୋନୀତ ହୋଇଥିବା ଏହି ସମ୍ମିଳନୀର ବିଷୟବସ୍ତୁ ହେଲା, ବ୍ରିକ୍ସ @୧୫: ନିରନ୍ତରତା, ଏକୀକରଣ ଏବଂ ସହମତି ପାଇଁ ଆନ୍ତଃ- ବ୍ରିକ୍ସ ସହଯୋଗ

ଏହି ସମ୍ମିଳନୀରେ ଅନ୍ୟ ସମସ୍ତ ବ୍ରିକ୍ସ ନେତା - ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ, ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଚୀନ୍‍ର ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସାଇରିଲ ରାମାଫୋସାଙ୍କ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା ।

ଚଳିତ ବର୍ଷ ଭାରତର ଅଧ୍ୟକ୍ଷତା ସମୟରେ ବ୍ରିକ୍ସ ସହଯୋଗୀମାନଙ୍କଠାରୁ ମିଳିଥିବା ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି, ଯାହାକି ଅନେକ ନୂତନ ପଦକ୍ଷେପ ହାସଲ କରିବାକୁ ଅନୁମତି ଦେଇଛି । ଏଥିରେ ପ୍ରଥମ ବ୍ରିକ୍ସ ଡିଜିଟାଲ୍ ସ୍ୱାସ୍ଥ୍ୟ ସମ୍ମିଳନୀ ଅନ୍ତର୍ଭୁକ୍ତ; ବହୁପକ୍ଷୀୟ ସଂସ୍କାର ଉପରେ ପ୍ରଥମ ବ୍ରିକ୍ସ ମନ୍ତ୍ରୀ ମିଳିତ ବିବୃତ୍ତି; ଏକ ବ୍ରିକ୍ସ ଆତଙ୍କବାଦ ନିରୋଧ କାର୍ଯ୍ୟ ଯୋଜନା; ରିମୋଟ ସେନ୍ସିଂ ଉପଗ୍ରହ କ୍ଷେତ୍ରରେ ସହଯୋଗ ଉପରେ ଏକ ଚୁକ୍ତିନାମା; ଏକ ଭର୍ଚୁଆଲ୍ ବ୍ରିକ୍ସ ଟିକା ଗବେଷଣା ଏବଂ ବିକାଶ କେନ୍ଦ୍ର; ସବୁଜ ପର୍ଯ୍ୟଟନ ଇତ୍ୟାଦି ଉପରେ ବ୍ରିକ୍ସ ସହଯୋଗ ଆଦି ।

କୋଭିଡ ପରବର୍ତ୍ତୀ ବିଶ୍ୱ ପୁନରୁଦ୍ଧାରରେ ବ୍ରିକ୍ସ ଦେଶଗୁଡିକ ପ୍ରମୁଖ ଭୂମିକା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ‘ପୂର୍ବାବସ୍ଥାକୁ ଫେରିବା, ଅଭିନବତା, ବିଶ୍ୱାସନୀୟତା ଏବଂ ନିରନ୍ତର' ଉଦ୍ଦେଶ୍ୟରେ ବ୍ରିକ୍ସ ସହଯୋଗକୁ ବୃଦ୍ଧି କରିବାକୁ ଆହ୍ୱାନ ଦେଇଛନ୍ତି ।

ଏହି ବିଷୟବସ୍ତୁ ଉପରେ ବିସ୍ତୃତ ଭାବରେ ପ୍ରଧାନମନ୍ତ୍ରୀ ଟୀକାକରଣର ଗତି ଏବଂ ଉପଲବ୍ଧତାକୁ ବଢାଇ ପୂର୍ବାବସ୍ଥାକୁ ଫେରିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା, ବିକଶିତ ଦେଶ ବାହାରେ ଔଷଧ ଏବଂ ଟିକା ଉତ୍ପାଦନ କ୍ଷମତାରେ ବିବିଧତା ଆଣି ‘ସ୍ଥିରତା' ସୃଷ୍ଟି କରିବା, ଡିଜିଟାଲ୍ ଉପକରଣ ବ୍ୟବହାର କରି ସୃଜନଶୀଳ ଭାବରେ ‘ଅଭିନବତା' ବୃଦ୍ଧି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଜନସାଧାରଣଙ୍କ ମଙ୍ଗଳ ପାଇଁ, ସେମାନଙ୍କର ‘ବିଶ୍ୱସନୀୟତା' ବୃଦ୍ଧି ପାଇଁ ବହୁପକ୍ଷୀୟ ଅନୁଷ୍ଠାନଗୁଡିକର ସଂସ୍କାର ସୁନିଶ୍ଚିତ କରିବା ଏବଂ ପରିବେଶ ଏବଂ ଜଳବାୟୁ ପ୍ରସଙ୍ଗରେ ବ୍ରିକ୍ସ ଦେଶଗୁଡିକ ଏକ ମତ ସ୍ପଷ୍ଟ କରି ‘ସ୍ଥାୟୀ' ବିକାଶକୁ ପ୍ରୋତ୍ସାହିତ କରିବା ।

ନେତାମାନେ  ଆଫଗାନିସ୍ତାନରେ  ସାମ୍ପ୍ରତିକ ସ୍ଥିତି  ସମେତ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଥିଲେ । ଆତଙ୍କବାଦ ଏବଂ ଉଗ୍ରବାଦ ବୃଦ୍ଧି ହେତୁ ସୃଷ୍ଟି ହୋଇଥିବା ବିପଦକୁ ନେଇ ମତଭେଦ ଦେଖାଦେଇଥିଲା ଏବଂ ଆତଙ୍କବାଦ ମୁକାବିଲା ଉପରେ ବ୍ରିକ୍ସ କାର୍ଯ୍ୟ ଯୋଜନାର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବାକୁ ସମସ୍ତ ବ୍ରିକ୍ସ ସହଯୋଗୀମାନେ ସହମତ ହୋଇଥିଲେ ।

ଶିଖର ସମ୍ମିଳନୀ ଶେଷ ହେବା ପରେ ନେତାମାନେ ‘ନୂଆଦିଲ୍ଲୀ ଘୋଷଣାନାମା' ଗ୍ରହଣ କରିଥିଲେ ।

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jumbo Indian contingent comprising 768 athletes, support staff and officials for Asian Games

Media Coverage

Jumbo Indian contingent comprising 768 athletes, support staff and officials for Asian Games
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 4, 2026
September 04, 2026

Make in India, Power India, Play for India: Multi-Sector Momentum Under PM Modi’s Leadership