The UP government has ushered in an era of positivity, says PM Modi
Policies are being formulated keeping in mind employment generation opportunities in Uttar Pradesh: PM Modi
Policy + Planning+ Performance lead to Performance and it is now Uttar Pradesh’s time to give a Super-Hit Performance: PM
MSME sector plays a major role in UP’s economy, we need to strengthen it further: PM Modi
One-District, One Production will be backed by Centre’s Skill India, Startup India and Stand up India initiatives: PM Modi
Uttar Pradesh will now shun red tape and roll out red carpet for investors: PM Modi
We announced development of 2 defence corridors in this year’s Budget, one of them will be in UP which will add momentum to growth in Bundelkhand region: PM
Not only job-centric, we are focusing on people-centric growth: PM Narendra Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲକ୍ଷ୍ନୌଠାରେ ଉତ୍ତର ପ୍ରଦେଶ ନିବେଶକ ଶିଖର ସମ୍ମିଳନୀ-2018 କୁ ଉଦ୍ଘାଟନ ପୂର୍ବକ ସମ୍ବୋଧିତ କରିଥିଲେ ।

ଯେତେବେଳେ ପରିବର୍ତ୍ତନ ଆସେ ତାହା ସମସ୍ତଙ୍କ ଦୃଷ୍ଟିଗୋଚର ହୁଏ ଏବଂ ଏହାର ପ୍ରଭାବ ବିଭିନ୍ନ ସ୍ତରରେ ଉପଲବ୍ଧ ହୋଇଥାଏ । ଉତ୍ତରପ୍ରଦେଶ ନିବେଶକ ଶିଖର ସମ୍ମିଳନୀ-2018 ଏହି ପରିବର୍ତ୍ତନର ଏକ ଜ୍ୱଳନ୍ତ ଉଦାହରଣ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।

ସେ କହିଥିଲେ ଯେ ଏତେ ବଡ ନିବେଶକ ସମ୍ମିଳନୀ ଆୟୋଜନ କରିଥିବାରୁ ଉତ୍ତରପ୍ରଦେଶ ସରକାର ଧନ୍ୟବାଦର ପାତ୍ର । ଏଭଳି ସମ୍ମିଳନୀ ଉତ୍ତରପ୍ରଦେଶକୁ ପୁଂଜି ନିବେଶ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ଦେବ ଏବଂ ଖୁବ୍ ଅଳ୍ପ ସମୟ ମଧ୍ୟରେ ଏହି ରାଜ୍ୟ ବିକାଶ ଓ ସମୃଦ୍ଧିର ମାର୍ଗରେ ଆଗୁସାର ହୋଇଥିବାରୁ ପ୍ରଧାନମନ୍ତ୍ରୀ ସାଧୁବାଦ ଜଣାଇଥିଲେ ।

ସେ କହିଥିଲେ ଉତ୍ତରପ୍ରଦେଶରେ ସମସ୍ତ ପ୍ରକାର ସମ୍ବଳ ଓ ସାମର୍ଥ୍ୟ ଭରପୂର ହୋଇ ରହିଛି । କୃଷି କ୍ଷେତ୍ରରେ ଏହି ରାଜ୍ୟର ଶକ୍ତି ଓ ସାମର୍ଥ୍ୟ ଅନନ୍ୟ । ରାଜ୍ୟରେ ଅନେକ ଦିନ ଧରି ଚାଲିଥିବା ନକାରାତ୍ମକ ବାତାବରଣକୁ ସକାରାତ୍ମକ ଓ ଆଶା ଓ ଆକାଂକ୍ଷାର ବାତାବରଣରେ ପରିଣତ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରିଥିଲେ । ବିଭିନ୍ନ ଉଦ୍ୟୋଗ କ୍ଷେତ୍ର ପାଇଁ ରାଜ୍ୟସରକାର ଏବେ ପୃଥକ ପୃଥକ ନୀତି ଗ୍ରହଣ କରୁଛନ୍ତି । କୃଷକ, ମହିଳା ଓ ଯୁବଗୋଷ୍ଠୀକୁ ଦିଆଯାଇଥିବା ପ୍ରତିଶୃତି ପୂରଣ କରିବା ଦିଗରେ ରାଜ୍ୟ ସରକାର ଅତ୍ୟନ୍ତ ଗୁରୁତ୍ୱର ସହ କାମ କରୁଛନ୍ତି ।

ଉତ୍ତରପ୍ରଦେଶ ସରକାର ଏବେ “ଏକ ଜିଲା, ଏକ ଉତ୍ପାଦ” ସ୍କିମ ଆରମ୍ଭ କରିଛନ୍ତି ଯାହାକି ବିନିର୍ମାଣ କ୍ଷେତ୍ରକୁ ପରିବ୍ୟାପ୍ତ କରିବ । କେନ୍ଦ୍ର ସରକାରଙ୍କର ସ୍କିଲ ଇଣ୍ଡିଆ ମିଶନ୍, ଷ୍ଟାଣ୍ଡ ଅପ ଇଣ୍ଡିଆ, ଷ୍ଟାର୍ଟ ଅପ ଇଣ୍ଡିଆ ଏବଂ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ରାଜ୍ୟ ସରକାରଙ୍କ “ଏକ ଜିଲା, ଏକ ଉତ୍ପାଦ” ସ୍କିମ ପାଇଁ ବେଶ ସହାୟକ ଓ ଫଳପ୍ରଦ ହେବ ।

ସେ କହିଥିଲେ ଯେ କେନ୍ଦ୍ର ସରକାର କୃଷି କ୍ଷେତ୍ରରୁ ଉତ୍ପାଦିତ ସାମଗ୍ରୀ ଯେପରି ଶୀଘ୍ର ପଚିସଢି ନଷ୍ଟ ନହୁଏ ତାକୁ ଦୃଷ୍ଟିରେ ରଖି ଉତ୍ପାଦ ସଂରକ୍ଷଣ କାର୍ଯ୍ୟକ୍ରମ ସ୍ୱରୂପ ପ୍ରଧାନମନ୍ତ୍ରୀ କିଷାନ ସଂପଦା ସ୍କିମ ଆରମ୍ଭ କରିଛନ୍ତି । ଉତ୍ତରପ୍ରଦେଶରେ ବହୁଳ ଭାବେ ଆଖୁ ଚାଷ ହୋଇଥାଏ । ଏହା ଇଥାନଲ ଉତ୍ପାଦନ ଦିଗରେ ବିଶେଷଭାବେ ସହାୟକ ହେବ ।

ଉତ୍ତର ପ୍ରଦେଶରେ ପ୍ରତିରକ୍ଷା ଉତ୍ପାଦନ ଶିଳ୍ପ କରିଡର ନିର୍ମାଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ ସୂଚନା ଦେଇଥିଲେ । ଏ ପ୍ରକାର ଉଦ୍ୟୋଗ ବୁନ୍ଦେଲଖଣ୍ଡ ଅଂଚଳର ବିକାଶକୁ ତ୍ୱରାନ୍ୱିତ କରିବ । ଆସନ୍ତା ବର୍ଷ ପ୍ରୟାଗଠାରେ ଅନୁଷ୍ଠିତ ହେବାକୁ ଯାଉଥିବା କୁମ୍ଭ ମେଳା ବିଶ୍ୱର ସର୍ବବୃହତ ସାଂସ୍କୃତିକ ସଂଗମର ଅନ୍ୟତମ ମହତ୍ୱପୂର୍ଣ୍ଣ ଘଟଣାବଳୀ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
IndiaAI Mission-backed startup Avataar launches indigenous video AI model

Media Coverage

IndiaAI Mission-backed startup Avataar launches indigenous video AI model
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 13, 2026
June 13, 2026

Viksit Bharat Accelerating: Tech, Defense, Infra & Exports Power India's Global Leap Under the Leadership of PM Modi