ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ଜରିଆରେ ଗୁଜରାଟର ଏକଲ ବିଦ୍ୟାଳୟ ସଂଗଠନକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ‘ଏକଲ ସ୍କୁଲ ଅଭିଯାନକୁ ଆରମ୍ଭ କରିବା ଲାଗି ଏକଲ ବିଦ୍ୟାଳୟ ସଂଗଠନକୁ ଅଭିନନ୍ଦନ ଜଣାଇଥିଲେ । ଏହି ସଂଗଠନର ଉଦ୍ଦେଶ୍ୟ ହେଉଛି ଗ୍ରାମୀଣ ଓ ଜନଜାତି ଶିଶୁଙ୍କ ମଧ୍ୟରେ ଶିକ୍ଷାର ପ୍ରସାର କରିବା । 2.8 ମିଲିୟନରୁ ଅଧିକ ଗ୍ରାମୀଣ ଓ ଜନଜାତି ଶିଶୁଙ୍କୁ ଶିକ୍ଷା ଏବଂ ସଚେତନତା ପ୍ରଦାନ କରି ରାଷ୍ଟ୍ର ନିର୍ମାଣରେ ଯୋଗଦାନ ଦେଇଥିବା ସଂଗଠନର ସ୍ୱୟଂସେବକମାନଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଏପରି ଶିଶୁ ଭାରତ ଓ ନେପାଳର ଉପାନ୍ତ ଅଂଚଳରେ ରହିଥାନ୍ତି ।

ସାରା ଦେଶରେ ଏପରି 1 ଲକ୍ଷ ସ୍କୁଲ ଚଳାଇବା ଲାଗି ସଂଗଠନକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତ୍ସାହ, ସମର୍ପଣ ଓ ପ୍ରତିବଦ୍ଧତା ସହିତ କାମ କରିବା ଦ୍ୱାରା ଅସମ୍ଭବ ଲକ୍ଷ୍ୟ ମଧ୍ୟ ହାସଲ କରିହୁଏ । ସମାଜ ସେବା ପ୍ରତି ସଂକଳ୍ପବଦ୍ଧତା ଏବଂ ସାରା ଦେଶ ପାଇଁ ପ୍ରେରଣା ସାଜିବା ଲାଗି ଏହି ସଂଗଠନକୁ ଗାନ୍ଧୀ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯାଇଥିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶରେ ଉନ୍ନତ ଶିକ୍ଷା ଏବଂ ଦକ୍ଷତା ବିକାଶ ଲାଗି କେନ୍ଦ୍ର ସରକାର ମଧ୍ୟ ଅଧିକ ଉତ୍ସାହର ସହ କାମ କରୁଛନ୍ତି । ଅନୁସୂଚିତ ଜନଜାତିର ଶିଶୁଙ୍କ ପାଇଁ ଛାତ୍ରବୃତି, ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, ପୁଷ୍ଟିସାଧନ ଅଭିଯାନ, ମିଶନ ଇନ୍ଦ୍ରଧନୁଷ ଓ ଜନଜାତି ଉତ୍ସବ ଅବସରରେ ସ୍କୁଲ ଛୁଟି ଭଳି ଯୋଜନା ଫଳରେ ସ୍କୁଲ ଛାଡ଼ୁଥିବା ଶିଶୁଙ୍କ ସଂଖ୍ୟା ହ୍ରାସ ପାଇବା ସହିତ ଶିଶୁଙ୍କ ସାମଗ୍ରୀକ ବିକାଶକୁ ମଧ୍ୟ ପ୍ରୋତ୍ସାହନ ମିଳିଛି ।

ପ୍ରଧାନମନ୍ତ୍ରୀ ଏହି ପରାମର୍ଶ ଦେଇଥିଲେ ଯେ 2022ରେ ସ୍ୱାଧୀନତାର 75 ବର୍ଷ ପାଳନ ଅବସରରେ ଏହି ସଂଗଠନକୁ ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଜନଜାତିଙ୍କ ଭୂମିକା ଉପରେ ଆଲୋକପାତ କରିବା ଲାଗି ସ୍ୱତନ୍ତ୍ର ନାଟକ, ସଂଗୀତ ପ୍ରତିଯୋଗିତା, ବିତର୍କ ଓ ଆଲୋଚନା ଆୟୋଜନ ନିମନ୍ତେ ନିଜ ପିଲାମାନଙ୍କୁ ପ୍ରୋତ୍ସାହନ ଦେବା ଉଚିତ । ଏହି ପ୍ରତିଯୋଗିତା ଚଳିତ ବର୍ଷ ଆରମ୍ଭ କରାଯାଇପାରିବ ଏବଂ 2022ରେ ଜାତୀୟ ସ୍ତରର ପ୍ରତିଯୋଗିତା ସହିତ ଏହା ଉଦଯାପିତ ହୋଇପାରିବ । ସେ ଏହା ମଧ୍ୟ କହିଥିଲେ ଯେ ଏକଲ ପରିବାର ପାରମ୍ପରିକ ଭାରତୀୟ କ୍ରୀଡ଼ା ମହୋତ୍ସବ ମଧ୍ୟ ଆୟୋଜନ କରିବା ଉଚିତ ।

ଘରୋଇ ଓ ପବ୍ଲିକ ସ୍କୁଲଗୁଡ଼ିକ ଯୋଡ଼ି ହେବା ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହାଦ୍ୱାରା ଗ୍ରାମୀଣ ପୃଷ୍ଠଭୂମିର ଛାତ୍ରଛାତ୍ରୀ ଓ ସହରୀ ପୃଷ୍ଠଭୂମିର ଛାତ୍ରଛାତ୍ରୀ ପରସ୍ପର ଠାରୁ ଅନେକ କିଛି ଶିଖିପାରିବେ । ଏହାଦ୍ୱାରା ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ବିଚାରକୁ ମଧ୍ୟ ପ୍ରୋତ୍ସାହନ ମିଳିବ । ଏକଲ ସଂଗଠନ ଦ୍ୱାରା ଇ-ଶିକ୍ଷା ଓ ଡିଜିଟାଲୀକରଣର ଉପଯୋଗକୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ବ୍ୟାପକ ଭାବେ ସମସ୍ତ ଏକକ ବିଦ୍ୟାଳୟଗୁଡ଼ିକର ପ୍ରଗତି ଅନୁଧ୍ୟାନ ଲାଗି ଏକଲ ବାସ୍ତବିକ ଡ୍ୟାଶବୋର୍ଡର ମଧ୍ୟ ଉପଯୋଗ କରାଯିବା ଉଚିତ ।

ସେ ଦର୍ଶକମାନଙ୍କୁ ମନେ ପକାଇ ଦେଇଥିଲେ ଯେ ଆଜିର ଦିନ ହେଉଛି ଡ. ବାବା ସାହେବ ଆମ୍ବେଦକରଙ୍କ ପୂଣ୍ୟତିଥି । ସଂଯୋଗ ଦୃଷ୍ଟିରୁ ଏକଲ ସଂଗଠନ ପୁଅ-ଝିଅଙ୍କୁ ସମାନ ଶିକ୍ଷା ପ୍ରଦାନ କରିବା ଲାଗି ବାବାସାହେବଙ୍କ ସ୍ୱପ୍ନକୁ ସାକାର କରିବାରେ ସଫଳତା ହାସଲ କରିଛି ।
ଏହି ପରିବାରର ଚାରି ଦଶନ୍ଧିର ଦୀର୍ଘ ଯାତ୍ରା କାଳରେ ସଂଗଠନ ପୋଷଣ ବାଟିକା ମାଧ୍ୟମରେ ପୋଷଣକୁ ପ୍ରୋତ୍ସାହନ ଦେବା, କୃଷି କ୍ଷେତ୍ରରେ ଜୈବିକ ସାର ଉପଯୋଗ କରିବା ଲାଗି ପ୍ରଶିକ୍ଷଣ ଦେବା, ଜଡ଼ିବୁଟି ଚିକିତ୍ସାଗୁଣର ଉପଯୋଗ କରିବା ଲାଗି, ଦକ୍ଷତା ବିକାଶ, ନିଯୁକ୍ତି ଲାଗି ତାଲିମ ଓ ସାମାଜିକ ସଚେତନତା ସୃଷ୍ଟି ମାଧ୍ୟମରେ ‘ଶିକ୍ଷାର ପଞ୍ଚତନ୍ତ୍ର ମଡେଲ’ ଦ୍ୱାରା ଚିନ୍ତାଧାରାକୁ ଉଲ୍ଲେଖନୀୟ ପ୍ରୋତ୍ସାହନ ଦେଇଛି । ସେ କହିଥିଲେ ଯେ ଶିକ୍ଷା, ପୋଲିସ ବ୍ୟବସ୍ଥା, ଉଦ୍ୟୋଗ ଏବଂ ସେନାର ବିଭିନ୍ନ କ୍ଷେତ୍ରରେ ଏକଲ ବିଦ୍ୟାଳୟରୁ ଉତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀ ରାଷ୍ଟ୍ରର ସେବା କରିବା ବାସ୍ତବରେ ଅତ୍ୟନ୍ତ ସନ୍ତୋଷଜନକ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶ ସ୍ୱାଧୀନତାର 75 ବର୍ଷ ପୂରଣ ହେବା ଅବସରରେ ଏକଲ ସଂଗଠନର ସଫଳତା ଫଳରେ ଗାନ୍ଧୀଜୀଙ୍କ ଗ୍ରାମ୍ୟ ସ୍ୱରାଜ ଆଦର୍ଶ, ବାବାସାହେବଙ୍କ ସାମାଜିକ ନ୍ୟାୟ, ଦୀନଦୟାଲ ଉପାଧ୍ୟାୟଙ୍କ ଅନ୍ତ୍ୟୋଦୟ ଏବଂ ସ୍ୱାମୀ ବିବେକାନନ୍ଦଙ୍କ ସମୃଦ୍ଧ ଭାରତ ସ୍ୱପ୍ନକୁ ସାକାର କରିବାରେ ସହାୟତା ମିଳିପାରିବ ।

ଏକଲ ବିଦ୍ୟାଳୟ ସମ୍ପର୍କରେ

ଏକଲ ବିଦ୍ୟାଳୟ ଗ୍ରାମୀଣ ଓ ଜନଜାତି ଭାରତ ତଥା ନେପାଳର ସମନ୍ୱିତ ଓ ସାମଗ୍ରୀକ ବିକାଶ ଲାଗି ଆରମ୍ଭ କରାଯାଇଥିବା ଏକ ଆନ୍ଦୋଳନ । ଏହି ଆନ୍ଦୋଳନର ପ୍ରମୁଖ ଗତିବିଧି ସାରା ଭାରତରେ ଏକ-ଶିକ୍ଷକ ସ୍କୁଲ (ଯାହା ଏକଲ ବିଦ୍ୟାଳୟ ଭାବେ ପରିଚିତ) ପରିଚାଳନା କରାଯାଇଥାଏ । ଏପରି ସ୍କୁଲ ପ୍ରତ୍ୟେକ ଶିଶୁଙ୍କୁ ଶିକ୍ଷା ଉପଲବ୍ଧ କରାଇବା ଲାଗି ଉପାନ୍ତ ଗ୍ରାମୀଣ ଓ ଜନଜାତି ଗ୍ରାମରେ ପରିଚାଳନା କରାଯାଏ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jo khelega woh khilega, always cheer for Bharat: PM Modi meets India's CWG medallists

Media Coverage

Jo khelega woh khilega, always cheer for Bharat: PM Modi meets India's CWG medallists
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 10, 2026
August 10, 2026

History, Heritage & High Growth: Why India’s Youth Feel Unstoppable Under PM Modi’s Leadership