ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା 22 ତାରିଖ ଦିନ ଉତ୍ତରପ୍ରଦେଶର ବିନ୍ଧ୍ୟାଞ୍ଚଳ  ଅନ୍ତର୍ଗତ ସୋନଭଦ୍ର ଜିଲ୍ଲାର ମିର୍ଜାପୁରଠାରେ ଗ୍ରାମୀଣ ପାନୀୟ ଜଳ ଯୋଗାଣ ପ୍ରକଳ୍ପର  ଶିଳାନ୍ୟାସ କରିବେ । ଦିନ 11ଟା ବେଳେ ଭିଡିଓ କନଫରେନ୍ସ ଜରିଆରେ ଶିଳାନ୍ୟାସ ସମାରୋହ ପରେ ପରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ଜଳ ଓ ପରିମଳ କମିଟି, ପାଣି ସମିତି ସଦସ୍ୟଙ୍କ ସହ ମତ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଅବସରରେ ଉପସ୍ଥିତ ରହିବେ ।

ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେଲେ 2995ଟି ଗ୍ରାମର ଘରଗୁଡିକୁ ପାଇପ ଯୋଗେ ଜଳ ଯୋଗାଣ କରାଯିବ । ଏହିସବୁ ଜିଲ୍ଲାର ପ୍ରାୟ 42 ଲକ୍ଷ ଲୋକ ପ୍ରକଳ୍ପ ଯୋଗୁଁ ଉପକୃତ ହେବେ । ଜିଲ୍ଲା ଜଳ ଏବଂ ପରିମଳ କମିଟି / ପାଣି ସମିତିମାନ ଏହିସବୁ ଗ୍ରାମରେ ଗଠନ କରାଯାଇଛି । ସେମାନେ ପ୍ରକଳ୍ପର କାର୍ଯ୍ୟକାରିତା ଓ ରକ୍ଷଣାବେକ୍ଷଣର ଦାୟିତ୍ଵ ବହନ କରିବେ । ଏହି ପ୍ରକଳ୍ପ ପାଇଁ 5,555 କୋଟି 38 ଲକ୍ଷ ଟଙ୍କାର ଆକଳନ କରାଯାଇଛି । ଆଗାମୀ 24 ମାସ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ  ଶେଷ କରିବାକୁ ଯୋଜନା କରାଯାଇଛି ।    

ଜଳ ଜୀବନ ସମ୍ପର୍କରେ ସୂଚନା

ପ୍ରଧାନମନ୍ତ୍ରୀ 2019 ଅଗଷ୍ଟ 15 ତାରିଖ ଦିନ ଲାଲକିଲ୍ଲାରୁ ଜଳ ଜୀବନ ମିଶନ ସମ୍ପର୍କରେ ଘୋଷଣା କରିଥିଲେ । 2024 ସୁଦ୍ଧା ଦେଶର ପ୍ରତି ଗ୍ରାମର  ଘରଗୁଡିକୁ ପାଇପ ଯୋଗେ  ଜଳ ଯୋଗାଇ ଦେବା ଏହି ମିଶନର ଲକ୍ଷ୍ୟ ରହିଛି । ଏହି ମିଶନ ସମ୍ପର୍କରେ ଘୋଷଣା ହେବା ବେଳକୁ 18 କୋଟି 93 ଲକ୍ଷ ପରିବାର ମଧ୍ୟରୁ କେବଳ ଶତକଡା 17 ଭାଗ ଅର୍ଥାତ 3.23 କୋଟି ଘରକୁ ପାଇପ ଯୋଗେ ଜଳ ଯୋଗାଣ କରାଯାଉଥିଲା । ତେବେ ବର୍ତ୍ତମାନ ଆଗାମୀ 5 ବର୍ଷ ମଧ୍ୟରେ ଅବଶିଷ୍ଟ 15 କୋଟି 70 ଲକ୍ଷ ପରିବାରକୁ ପାଇପ ଯୋଗେ ଜଳ ଯୋଗାଇ ଦିଆଯିବ । କୋଭିଡ-19 ବୈଶ୍ଵିକ ମହାମାରୀ ସତ୍ଵେ ଗତ 15 ମାସ ମଧ୍ୟରେ 2 କୋଟି 63 ଲକ୍ଷ ପରିବାରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇଛି । ବର୍ତ୍ତମାନ 5 କୋଟି 86 ଲକ୍ଷ ଅର୍ଥାତ 30.67 ପ୍ରତିଶତ ଗ୍ରାମାଞ୍ଚଳ ପରିବାରଙ୍କ ନିକଟରେ ପାଇପ ଯୋଗେ ଜଳ ସଂଯୋଗ ରହିଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PLI 2.0: India bets big on making more of the smartphone at home

Media Coverage

PLI 2.0: India bets big on making more of the smartphone at home
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 29, 2026
May 29, 2026

Every Sector, Every Citizen: How PM Modi’s Vision is Transforming India Across All Fronts