Important to think and plan how do we improve lives  with the upcoming technology revolution: PM
As the government, we are also working to unlock the full potential of the IT and Telecom sector: PM
The digital potential of our nation is unparalleled, perhaps even in the history of mankind: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଇଣ୍ଡିଆ ମୋବାଇଲ କଂଗ୍ରେସ (ଆଇଏମ୍‌ସି) 2020ରେ ଉଦ୍‌ଘାଟନୀ ଅଭିଭାଷଣ ପ୍ରଦାନ କରିଛନ୍ତି । ଚଳିତବର୍ଷ ଆଇଏମ୍‌ସିର ବାର୍ତ୍ତା ହେଉଛି- ‘ଇନ୍‌କ୍ଳୁସିଭ ଇନୋଭେସନ- ସ୍ମାର୍ଟ, ସିକିଓର, ସସ୍‌ଟେନେବୁଲ’ । ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଗଠନ ଲକ୍ଷ୍ୟରେ ଯେଉଁ ଡିଜିଟାଲ ସମାବେଶୀତା, ନିରନ୍ତର ବିକାଶ, ଉଦ୍ୟମୀତା ଓ ନବସୃଜନର ଯେଉଁ ଲକ୍ଷ୍ୟ ରହିଛି ତାହାକୁ ପ୍ରୋତ୍ସାହିତ କରିବା ପାଇଁ ମୋବାଇଲ କଂଗ୍ରେସ ପକ୍ଷରୁ ଏହି ବାର୍ତ୍ତା ପ୍ରସ୍ତୁତ କରାଯାଇଛି । ଏହା ମଧ୍ୟ ଟେଲିକମ୍‌ କ୍ଷେତ୍ରରେ ବିଦେଶୀ ଓ ସ୍ଥାନୀୟ ପୁଞ୍ଜି ନିବେଶକୁ ଆକର୍ଷିତ କରିବା ସହ ଏ କ୍ଷେତ୍ରରେ ଗବେଷଣା ଓ ଉନ୍ନୟନକୁ ପ୍ରୋତ୍ସାହିତ କରିବାକୁ ଅଭିପ୍ରେତ ।

ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କହିଛନ୍ତି ଯେ ଭାରତକୁ ବିଶ୍ୱର ଟେଲିକମ୍‌ ଉପକରଣ, ଡିଜାଇନ, ଉନ୍ନୟନ ଓ ଉତ୍ପାଦନର ହବ୍‌ (କେନ୍ଦ୍ର)ରେ ପରିଣତ କରିବା ପାଇଁ ସମସ୍ତେ ମିଳିମିଶି କାମ କରିବାର ସମୟ ଆସିଛି । ଏହି ଅବସରରେ ସେ ଆହୁରି ସତର୍କ କରାଇ ଦେଇଛନ୍ତି ଯେ ଟେକ୍‌ନୋଲଜି ଶୀଘ୍ର ବଦଳୁ ଥିବାରୁ ଟେଲିଫୋନ ହ୍ୟାଣ୍ଡସେଟ ଓ ଗ୍ୟାଜେଟଗୁଡିକୁ ବାରମ୍ବାର ବଦଳାଇବାର ଏକ ସଂସ୍କୃତି ଦେଶରେ ସୃଷ୍ଟି ହୋଇଛି । ଏଭଳି ପରିସ୍ଥିତିରେ ଯେଉଁ ବିପୁଳ ଇଲେକ୍‌ଟ୍ରୋନିକ ଆବର୍ଜନା ସୃଷ୍ଟି ହେଉଛି ତାହାର ଉପଯୁକ୍ତ ପରିଚାଳନା ବ୍ୟବସ୍ଥା କରିବା ସହ ବର୍ଜ୍ୟ ସାମଗ୍ରୀର ପୁନଃବ୍ୟବହାର କରି ଏକ ନୂଆ ଅର୍ଥନୀତି (ସର୍କୁଲାର ଇକ୍‌ନୋମିକ) ସୃଷ୍ଟି କରିବା ନିମନ୍ତେ ବିଚାର ବିମର୍ଶ କରିବାକୁ ସେ ଟେଲିକମ୍‌ ଇଣ୍ଡଷ୍ଟ୍ରିର କାଣ୍ଡାରିମାନଙ୍କୁ ପରାମର୍ଶ ଦେଇ ଏକ ଟାସ୍କଫୋର୍ସ ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶରେ 5ଜି ସେବା ବ୍ୟବସ୍ଥାକୁ ଠିକ୍‌ ସମୟରେ ଆରମ୍ଭ କରିବାକୁ ପଡିବ ଏବଂ ଏଥିପାଇଁ ଆମକୁ ମିଳିତଭାବେ କାର୍ଯ୍ୟ କରିବାକୁ ହେବ । 5ଜି ସେବା କାର୍ଯ୍ୟକାରୀ କରି ଆମକୁ ଭବିଷ୍ୟତକୁ ଲମ୍ଫ ପ୍ରଦାନ କରିବାକୁ ପଡିବ । ଏହା ଫଳରେ କୋଟି କୋଟି ଭାରତୀୟ ସଶକ୍ତ ହୋଇପାରିବେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେଉଁ ନୂଆ ଟେକ୍ନୋଲଜି ବିପ୍ଳବ ଆସୁଛି ତାହା ଲୋକଙ୍କ ଜୀବନ ଧାରଣରେ କିପରି ଉନ୍ନତି ଆଣିପାରିବ ସେ ବିଷୟରେ ଭାବିବା ଓ ଯୋଜନା କରିବାର ଗୁରୁତ୍ୱପୂର୍ଣ୍ଣ । ଉତ୍ତମ ସ୍ୱାସ୍ଥ୍ୟସେବା, ଉତ୍ତମ ଶିକ୍ଷା ଓ ସୂଚନା ଏବଂ ଆମ ଚାଷୀମାନଙ୍କ ପାଇଁ ଉତ୍ତମ ସୁଯୋଗ ସୃଷ୍ଟି, କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଭଲ ବଜାର ସୁବିଧା ତିଆରି ଆଦି କେତେକ କ୍ଷେତ୍ରରେ ଏହି ଟେକ୍ନୋଲଜି ବିପ୍ଳବ ବିଶେଷ ସହାୟକ ହେବ । ସରକାର ଏଥିପାଇଁ କେତେକ ଲକ୍ଷ୍ୟ ନିର୍ଦ୍ଧାରଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନା ମହାମାରୀ ବେଳେ ବୈଷୟିକ ନବସୃଜନ ଯୋଗୁଁ ସାମଗ୍ରିକଭାବେ ଅଚଳ ବିଶ୍ୱ ତଥାପି ସଚଳ ରହିଥିଲା । ଟେଲିକମ୍‌ କ୍ଷେତ୍ରର ସଫଳତା ଯୋଗୁଁ ଏହା ସମ୍ଭବ ହୋଇଥିଲା । ଏଥିପାଇଁ ଏହି କ୍ଷେତ୍ରର ପ୍ରତିନିଧି ଓ କର୍ମଚାରୀମାନେ ପ୍ରଶଂସାରପାତ୍ର । ଟେଲି ସଂଯୋଗ ଯୋଗୁଁ ମହାମାରୀ ସମୟରେ ଗୋଟିଏ ସହରରେ ରହୁଥିବା ଜଣେ ପୁଅ ଅନ୍ୟ ସହରରେ ରହୁଥିବା ତା’ ମା’ ସହିତ ସଂପର୍କ ରକ୍ଷା କରିବାରେ ସଫଳ ହୋଇଥିଲା । ସ୍କୁଲକୁ ନ ଯାଇ ମଧ୍ୟ ଜଣେ ଛାତ୍ର ନିଜ ଶିକ୍ଷକଙ୍କଠାରୁ ପାଠ ପଢିବାର ସୁଯୋଗ ପାଇଛି । ଜଣେ ରୋଗୀ ନିଜ ଘରେ ଥାଇ ଡାକ୍ତରଙ୍କଠାରୁ ଚିକିତ୍ସା ପରାମର୍ଶ ପାଇବାରେ ସଫଳ ହୋଇଛି । ଅନ୍ୟ ଏକ ଭୌଗୋଳିକ ଅଞ୍ଚଳରେ ବସବାସ କରୁଥିବା ଜଣେ ବ୍ୟବସାୟୀ ସୁଦୂରରେ ଥିବା ନିଜର ଖାଉଟିଙ୍କ ସହ ସଂଯୋଜିତ ହୋଇପାରିଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ  ଅନେକ ଯୁବ ଇଂଜିନିୟରମାନଙ୍କ ପାଇଁ ଏକ ଉତ୍ପାଦକୁ ସ୍ୱତନ୍ତ୍ର କରିବାରେ କୋଡ୍‌ର ଭୂମିକା ଗୁରୁତ୍ୱପୂର୍ଣ୍ଣ ।  କେତେକ ଉଦ୍ୟୋଗୀଙ୍କ ମତରେ ଏହା କୋଡ୍‌ ନୁହେଁ, କନ୍‌ସେପ୍ଟ ବା ପରିକଳ୍ପନା; ଯାହା ଅଧିକ ମୂଲ୍ୟ ରଖେ । ତେବେ ନିବେଶକଙ୍କ ମତରେ ଗୋଟିଏ ସାମଗ୍ରୀର ବିପୁଳ ଉତ୍ପାଦନ ପାଇଁ ପୁଞ୍ଜିର ଆବଶ୍ୟକତା ସର୍ବାଗ୍ରେ । ତେବେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କ ମତରେ ଗୋଟିଏ ଉତ୍ପାଦ ବା ସାମଗ୍ରୀ ଉପରେ ଯୁବ ଇଂଜିନିୟରମାନଙ୍କର ପରିକଳ୍ପନା ଓ ମନୋଭାବ ସବୁଠୁ ଗୁରୁତ୍ୱପୂର୍ଣ୍ଣ । କେତେକ ସମୟରେ ଏହି ପରିକଳ୍ପନାରେ ଲାଭ ଓ ସ୍ୱାର୍ଥ ରହିଯାଏ; ଯାହା ଅସଲ ଉଦ୍ଦେଶ୍ୟକୁ ଭଣ୍ଡୁର କରେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୋବାଇଲ ଟେକ୍ନୋଲଜି ଯୋଗୁଁ ଆମେ କରୋନା ମହାମାରୀ ସମୟରେ ଲକ୍ଷ ଲକ୍ଷ ଭାରତୀୟଙ୍କୁ ଶହ ଶହ କୋଟି ଟଙ୍କାର ମୂଲ୍ୟର ସହାୟତା ଅତି ସୁବିଧାରେ ଯୋଗାଇ ଦେବାକୁ ସକ୍ଷମ ହୋଇଥିଲୁ । ଏହି ସମୟରେ ଶହ ଶହ କୋଟି ଟଙ୍କାର ସହାୟତା ରାଶି କ୍ୟାଶଲେସ୍‌ ବ୍ୟବସ୍ଥାରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଅଚିରେ ପହଞ୍ଚିପାରିଥିଲା । ଏହାଦ୍ୱାରା ହିତାଧିକାରୀଙ୍କୁ ସରକାର ପ୍ରଦାନ କରିଥିବା ଅର୍ଥ ବାଟମାରଣାରୁ ରକ୍ଷା ପାଇଥିଲା ଏବଂ ହିତାଧିକାରୀମାନେ ଆନୁଷ୍ଠାନିକ ଅର୍ଥ ବ୍ୟବସ୍ଥାରେ ସଂପୃକ୍ତ ହୋଇଥିଲେ । ଟୋଲ ବୁଥ୍‌ଗୁଡିକରେ ପ୍ରତ୍ୟକ୍ଷ ଅର୍ଥ କାରବାର କଣ୍ଟାକ୍ଟ ଲେସ୍‌ ବ୍ୟବସ୍ଥାରେ ସଂପନ୍ନ ହୋଇପାରୁଛି । ଏହା ଫଳରେ ନଗଦ କାରବାର ଯଥେଷ୍ଟ ହ୍ରାସ ପାଇଛି ।

ଭାରତରେ ମୋବାଇଲ ଉତ୍ପାଦନ ଘେନି ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ମୋବାଇଲ ଉଦ୍ୟୋଗ ପାଇଁ ଭାରତ ଏବେ ବିଶ୍ୱର ଅନ୍ୟତମ ଆକର୍ଷଣୀୟ ଲକ୍ଷ୍ୟସ୍ଥଳୀରେ ପରିଣତ ହୋଇଛି । ମୋବାଇଲ ଉଦ୍ୟୋଗ ପାଇଁ ସରକାର ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ବା ପିଏଲ୍‌ଆଇ ନୀତି ଲାଗୁ କରିଛନ୍ତି । ଦେଶରେ ଟେଲିକମ୍‌ ସାମଗ୍ରୀ ଉତ୍ପାଦନ ବଢାଇବା ଲକ୍ଷ୍ୟରେ ସରକାର ଏହା କରିଛନ୍ତି । ଆସନ୍ତା 3 ବର୍ଷ ମଧ୍ୟରେ ଦେଶର ସବୁ ଗାଁକୁ ହାଇସ୍ପିଡ୍‌ ଫାଇବର ଅପ୍‌ଟିକ୍‌ ସଂଯୋଗ ଯୋଗାଇ ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି  । ଏଥିପାଇଁ ଦେଶର ଆକାଂକ୍ଷୀ ଜିଲା, ମାଓପ୍ରବଣ ଜିଲା ସମୂହ, ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଓ ଲାକ୍ଷାଦ୍ୱୀପ ଆଦିକୁ ଗୁରୁତ୍ୱ ଦିଆଯାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଫିକ୍ସଡ ବ୍ରଡବ୍ୟାଣ୍ଡ ଲାଇନ ସଂଯୋଗ ଏବଂ ପବ୍ଳିକ ୱାଇଫାଇ ହଟସ୍ପଟକୁ ଅଧିକ ବ୍ୟାପକ ଓ ସୁନିଶ୍ଚିତ କରାଯିବ ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's EV market to grow 12-fold to 30.4 mn units by 2032 under high-growth scenario: Report

Media Coverage

India's EV market to grow 12-fold to 30.4 mn units by 2032 under high-growth scenario: Report
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to Thiru K. Kamaraj Ji on his birth anniversary
July 15, 2026

Prime Minister Shri Narendra Modi today, paid homage to Thiru K. Kamaraj Ji on his birth anniversary, remembering him as a stalwart of India's freedom movement and an exceptional public figure who dedicated his life to nation-building. Shri Modi said that Thiru K. Kamaraj Ji's unwavering commitment to education, inclusive development and the welfare of the underprivileged continues to inspire generations.

Shri Modi posted on X;

Remembering Thiru K. Kamaraj Ji on his birth anniversary. A stalwart of India’s freedom movement and an exceptional public figure, he dedicated his life to nation-building. His unwavering commitment to areas like education, inclusive development and the welfare of the underprivileged continues to guide generations.