India & Indonesia agree to prioritize defence and security cooperation.
India & Indonesia agree to build a strong economic & development partnership that strengthens the flow of ideas, trade, capital etc
Both countries agree to work closely in the fields of pharmaceuticals, IT & software, & skill development.
Agreement to speed up establishment of Chairs of Indian & Indonesian Studies in each other's universities.

ମହାମହିମ ରାଷ୍ଟ୍ରପତି ଯୋକୋ ୱିଡୋଡୋ,

ବିଶିଷ୍ଟ ପ୍ରତିନିଧି ବୃନ୍ଦ,

ଗଣମାଧ୍ୟମର ବନ୍ଧୁଗଣ,

ମୋର ବକ୍ତବ୍ୟ ପ୍ରାରମ୍ଭରେ ସମ୍ପ୍ରତି ଇଣ୍ଡୋନେସିଆର ଆଚେ ପ୍ରଦେଶରେ ସଂଘଟିତ ଭୂମିକମ୍ପରେ ପ୍ରାଣ ହରାଇଥିବା ଲୋକମାନଙ୍କ ପ୍ରତି ମୁଁ ଗଭୀର ଶୋକବ୍ୟକ୍ତ କରୁଛି ।

 

ବନ୍ଧୁଗଣ,

ରାଷ୍ଟ୍ରପତି ଯୋକୋ ୱିଡୋଡୋଙ୍କୁ ସ୍ଵାଗତ କରି ମୁଁ ନିଜକୁ ଗୌରବାନ୍ୱିତ ମନେ କରୁଛି । ତାଙ୍କର ଏହା ପ୍ରଥମ ଭାରତ ଗସ୍ତ । ୨୦୧୪ ନଭେମ୍ବର ମାସରେ ପ୍ରଥମେ ରାଷ୍ଟ୍ରପତି ୱିଡୋଡୋଙ୍କ ସହ ମୋର ସାକ୍ଷାତ ହୋଇଥିଲା  ଏବଂ ସେତେବେଳେ ଆମ ଦୁଇ ଦେଶର ସମ୍ପର୍କ କିଭଳି ଉଭୟ ରାଷ୍ଟ୍ର ଏବଂ ସମଗ୍ର କ୍ଷେତ୍ର ପ୍ରତି ସହାୟକ ହୋଇପାରିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲୁ ।

ମହାନୁଭବ,

ଆପଣ ଏକ ମହାନ ରାଷ୍ଟ୍ରର ନେତା । ବିଶ୍ଵର ସର୍ବବୃହତ ମୁସଲମାନ ରାଷ୍ଟ୍ର ଭାବେ ଇଣ୍ଡୋନେସିଆ ଗଣତନ୍ତ୍ର, ବିବିଧତା, ବହୁବାଦ ଏବଂ ସାମାଜିକ ସଂହତିର ପ୍ରତୀକ ରୂପେ ଦଣ୍ଡାୟମାନ । ଏହି ସବୁ ଗୁଣ ମଧ୍ୟ ଆମର ମୂଲ୍ୟବୋଧର ଅଂଶ ବିଶେଷ । ଇତିହାସ ପୃଷ୍ଠାରେ ବହୁ କାଳ ଧରି ଆମ ଦୁଇରାଷ୍ଟ୍ର ବାଣିଜ୍ୟ ଓ ସାଂସ୍କୃତିକ ସହଯୋଗ ସୂତ୍ରରେ ଘନିଷ୍ଠ ଭାବେ ବାନ୍ଧି ହୋଇରହିଛି । ଆମେ ଏପରି ଏକ ଭୌଗୋଳିକ ଭୂଖଣ୍ଡରେ ବଂଚିଛୁ ଯାହା ବିଶ୍ଵରେ ଘଟୁଥିବା ରାଜନୈତିକ, ଅର୍ଥନୈତିକ ତଥା ପ୍ରତିରକ୍ଷା ସମ୍ବନ୍ଧୀୟ ପରିବର୍ତ୍ତନର କେନ୍ଦ୍ରସ୍ଥଳୀ ଭାବେ ବିବେଚିତ । ଆପଣଙ୍କର ଭାରତ ଗସ୍ତ ଆମର ଗୁରୁତ୍ଵପୂର୍ଣ୍ଣ ସୁରକ୍ଷା ସମ୍ପର୍କକୁ ଅଧିକ ଶକ୍ତି ଓ ବେଗ ପ୍ରଦାନ କରିବାରେ ସହାୟକ ହେବ । ପୁନଶ୍ଚ ଆମର ସମନ୍ୱିତ କାର୍ଯ୍ୟାନୁଷ୍ଠାନ ଏସିଆ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି, ସମୃଦ୍ଧି ଓ ସ୍ଥିରତା ରକ୍ଷା ପାଇଁ ବଳ ଯୋଗାଇବ ।

ବନ୍ଧୁଗଣ,

ଆମର “ଏକ୍ଟ ଇଷ୍ଟ ନୀତି”ରେ ଇଣ୍ଡୋନେସିଆ ଏକ ଗୁରୁତ୍ଵପୂର୍ଣ୍ଣ ସହଭାଗୀ । ଦକ୍ଷିଣ ପୂର୍ବ ଏସିଆର ଏହା ସବୁଠାରୁ ବଡ ଆର୍ଥିକ ଶକ୍ତି । ଭାରତ ଏବେ ବିଶ୍ଵର ଅନ୍ୟତମ ଦ୍ରୁତ ପ୍ରଗତିଶୀଳ ବିଶାଳ ଅର୍ଥବ୍ୟବସ୍ଥାରେ ପରିଣତ ହୋଇଛି । ଦୁଇ ବିଶାଳ ଗଣତାନ୍ତ୍ରିକ ରାଷ୍ଟ୍ର ତଥା ଅଗ୍ରଣୀ ଅର୍ଥନୈତିକ ଶକ୍ତି ଭାବେ, ଆମର ପରସ୍ପର ସହ ଯଥେଷ୍ଟ ଆର୍ଥିକ ଏବଂ ପ୍ରତିରକ୍ଷା ସମ୍ପର୍କ ରହିଛି । ପୁନଶ୍ଚ ଆମର ସମାନ ଉଦବେଗ ଏବଂ ଚାଲେଞ୍ଜମାନ ମଧ୍ୟ ରହିଛି । ଆଜି ରାଷ୍ଟ୍ରପତିଙ୍କ ସହ ମୋର ଏ ସମ୍ବନ୍ଧରେ ବିସ୍ତୃତ ଆଲୋଚନା ହୋଇଛି ଯେଉଁଥିରେ ଅନେକ କ୍ଷେତ୍ରରେ ପୂର୍ଣ୍ଣ ସହଯୋଗ ଆଦାନପ୍ରଦାନ ସାମିଲ । ପ୍ରତିରକ୍ଷା ଓ ନିରାପତ୍ତା ସହଯୋଗ ପ୍ରତି ଆମେ ଗୁରୁତ୍ଵ ପ୍ରଦାନ କରିବା ସହ ଏ ଦିଗରେ ସହମତ ହୋଇଛୁ । ଦୁଇଟି ସାମୁଦ୍ରିକ ବାଣିଜ୍ୟ ତଥା ପ୍ରତିବେଶୀ ରାଷ୍ଟ୍ରଭାବେ ଆମର ସାମୁଦ୍ରିକ ପଥର ସୁରକ୍ଷା ଏବଂ ନିରାପତ୍ତା ନିମନ୍ତେ ପରସ୍ପରକୁ ସବୁପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇଦେବାକୁ ଆମେ ସହମତ ହୋଇଛୁ । ପୁନଶ୍ଚ, ବିପର୍ଯ୍ୟୟ ମୁକାବିଲା ତଥା ପର୍ଯ୍ୟାବରଣ ସୁରକ୍ଷା ଦିଗରେ ଦୁଇ ରାଷ୍ଟ୍ର ମଧ୍ୟରେ ସହଯୋଗ କାଏମ ରହିବ । ସାମୁଦ୍ରିକ ସହଯୋଗ ସମ୍ପର୍କୀତ ମିଳିତ ବିବୃତିରେ ଏହି ସବୁ କ୍ଷେତ୍ରରେ ଆମର ମିଳିତ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଛି । ଏତଦବ୍ୟତୀତ, ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନ, ସଂଗଠିତ ଅପରାଧ, ଚୋରା ନିଶାଦ୍ରବ୍ୟ କାରବାର ଓ ମାନବ ଚାଲାଣ ନିୟନ୍ତ୍ରଣ କ୍ଷେତ୍ରରେ ଆମେ ପରସ୍ପରକୁ ସବୁ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇଦେବାକୁ ସହମତ ହୋଇଛୁ ।

ବନ୍ଧୁଗଣ,

ରାଷ୍ଟ୍ରପତି ଏବଂ ମୁଁ ଏକ ସୁଦୃଢ଼ ଆର୍ଥିକ ଓ ବିକାଶ ସହଭାଗୀତା ନିମନ୍ତେ ସହମତ ହୋଇଛୁ । ଏହାଦ୍ଵାରା ପରସ୍ପର ମଧ୍ୟରେ ଚିନ୍ତନ, ବାଣିଜ୍ୟ, ପୁଞ୍ଜି ଏବଂ ମାନବସମ୍ବଳ ସହଜ ଓ ସରଳ ଭାବେ ବିନିମୟ ହୋଇପାରିବ । ମୁଁ ରାଷ୍ଟ୍ରପତି ୱିଡୋଡୋଙ୍କ ସହ ସମ୍ପୂର୍ଣ୍ଣ ଏକମତ ଯେ ଭାରତୀୟ କମ୍ପାନୀମାନେ ଫାର୍ମାସିଉଟିକାଲ, ଆଇଟି ଏବଂ ସଫ୍ଟୱେୟାର ତଥା କୌଶଳ ବିକାଶ କ୍ଷେତ୍ରରେ ଇଣ୍ଡୋନେସିଆ ସହ ଘନିଷ୍ଠ ଭାବେ ହାତ ମିଳାଇ କାର୍ଯ୍ୟ କରିପାରିବେ । ଦୁଇ ବିକାଶଶୀଳ ରାଷ୍ଟ୍ର ଭାବେ ଆମେ ଭିତ୍ତିଭୂମି ବିକାଶ ଦିଗରେ ଅଗ୍ରସର ହେବାକୁ ସହମତ ହୋଇଛୁ । ଏ ଦିଗରେ ଉଭୟ ରାଷ୍ଟ୍ରରୁ ପୁଞ୍ଜି ପ୍ରବାହ ଆମର ଭିତ୍ତିଭୂମି ବିକାଶ ପରସ୍ପରର ଦକ୍ଷତା ଓ କାର୍ଯ୍ୟକ୍ରମକୁ ସୁଦୃଢ଼ କରିବ । ଏହି ପରିପ୍ରେକ୍ଷୀରେ CEOs ଫୋରମ ଅଗ୍ରଣୀ ଭୂମିକା ଗ୍ରହଣ କରିବା ଉଚିତ ଯଦ୍ଵାରା ଦୁଇ ରାଷ୍ଟ୍ରର ଶିଳ୍ପସଂସ୍ଥାମାନଙ୍କ ମଧ୍ୟରେ ବ୍ୟାପକ ଓ ଘନିଷ୍ଠ ସହଯୋଗ ନିମନ୍ତେ ନୂଆ ନୂଆ କ୍ଷେତ୍ର ଚିହ୍ନଟ କରାଯାଇପାରିବ । ଭାରତ-ଆସିଆନ ମୁକ୍ତ ବାଣିଜ୍ୟ ରାଜିନାମାକୁ ଯଥାଶୀଘ୍ର କାର୍ଯ୍ୟକାରୀ କରାଯିବ ନିମନ୍ତେ ଆମେ ସହମତ ହୋଇଛୁ । ପୁନଶ୍ଚ, ଏହି ପରିପ୍ରେକ୍ଷୀରେ କ୍ଷେତ୍ରୀୟ ଆର୍ଥିକ ସହଭାଗୀତା ରାଜିନାମାର ଚୂଡାନ୍ତକରଣ ଏ ଦିଗରେ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ହେବ ବୋଲି ଆମର ପୂର୍ଣ୍ଣ ବିଶ୍ଵାସ । ସେହିଭଳି ଦୁଇ ଦଶନ୍ଧି ଧରି ମହାକାଶ ଗବେଷଣା କ୍ଷେତ୍ରରେ ଆମ ମଧ୍ୟରେ ଥିବା ସମ୍ପର୍କକୁ ଅଧିକ ଘନିଷ୍ଠ କରିବା ଉପରେ ଆମେ ଗୁରୁତ୍ଵ ଆରୋପ କରୁଛୁ । ଆମ ଦ୍ୱିପାକ୍ଷିକ ସହଯୋଗୀତାକୁ ଅଧିକ କ୍ରିୟାଶୀଳ କରିବା ସକାଶେ ରାଷ୍ଟ୍ରପତି ୱିଡୋଡୋ ଏବଂ ମୁଁ ପୂର୍ବରୁ ଗଠିତ ମନ୍ତ୍ରୀସ୍ତରୀୟ ଗୋଷ୍ଠୀ ଯଥାଶୀଘ୍ର ବୈଠକରେ ମିଳିତ ହୋଇ ଦ୍ୱିପାକ୍ଷିକ ସହଯୋଗ କାର୍ଯ୍ୟକ୍ରମକୁ ଆଗକୁ ଆଗେଇ ନେବା ଦିଗରେ କାର୍ଯ୍ୟାରମ୍ଭ ନିମନ୍ତେ ନିର୍ଦ୍ଦେଶ ଦେଇଛୁ ।

ବନ୍ଧୁଗଣ,

ଆମ ଦୁଇ ରାଷ୍ଟ୍ର ମଧ୍ୟରେ ଇତିହାସର ବନ୍ଧନ ଏବଂ ଦୃଢ଼ ସାଂସ୍କୃତିକ ସମ୍ପର୍କ ଆମ ସମାନ ଐତିହ୍ୟକୁ ପ୍ରତିପାଦିତ କରେ । ତେଣୁ ଆମର ଐତିହାସିକ ସମ୍ପର୍କ ଉପରେ ଅଧିକ ଗବେଷଣା କରାଯିବା ଉପରେ ରାଷ୍ଟ୍ରପତି ଓ ମୁଁ ଗୁରୁତ୍ଵ ଆରୋପ କରୁଛି । ଏବଂ ଏହି ପରିପ୍ରେକ୍ଷୀରେ ଆମେ ଉଭୟ ରାଷ୍ଟ୍ରର ବିଶ୍ଵବିଦ୍ୟାଳୟମାନଙ୍କରେ ଭାରତୀୟ ଏବଂ ଇଣ୍ଡୋନେସୀୟ ଅଧ୍ୟୟନ ଚେୟାର ସ୍ଥାପନ ପ୍ରକ୍ରିୟାକୁ ତ୍ଵରାନ୍ୱିତ କରିବାକୁ ସହମତ ହୋଇଛୁ । ସେହିପରି ଆମେ ଆମର ଛାତ୍ରବୃତ୍ତି ଏବଂ ତାଲିମ କାର୍ଯ୍ୟକ୍ରମ ସଂପ୍ରସାରଣ ନିମନ୍ତେ ରାଜି ହୋଇଛୁ । ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପନ ଏବଂ ଦୁଇ ରାଷ୍ଟ୍ରର ଲୋକଙ୍କ ମଧ୍ୟରେ ସହଯୋଗ ସ୍ଥାପନର ଗୁରୁତ୍ଵ ବିଷୟରେ ସଭିଏଁ ଅବଗତ ଅଛନ୍ତି ଏବଂ ଏହି ମର୍ମରେ, ଗରୁଡ ଇଣ୍ଡୋନେସିଆ ମୁମ୍ବାଇ ସହ ସିଧାସଳଖ ବିମାନସେବା ଆରମ୍ଭ କରିବା ନିଷ୍ପତ୍ତିକୁ ଆମେ ସ୍ଵାଗତ କରୁଛୁ ।

ମହାନୁଭବ,

ଆପଣଙ୍କ ଭାରତ ଗସ୍ତ ପାଇଁ ମୁଁ ପୁଣି ଥରେ ଆପଣଙ୍କୁ ଧନ୍ୟବାଦ ଜଣାଉଛି । ଆମର ଦ୍ୱିପାକ୍ଷିକ କଥାବାର୍ତ୍ତାକୁ ଏକ ନୂଆ ଶୀର୍ଷରେ ପହଂଚାଇବା ନିମନ୍ତେ ଆପଣଙ୍କ ଉଦ୍ଦେଶ୍ୟ ସହ ମୁଁ ସମ୍ପୂର୍ଣ୍ଣ ଏକମତ । ଏବଂ ମୁଁ ଦୃଢ଼ନିଶ୍ଚିତ ଯେ ଆମର ଆଜିର ଆଲୋଚନା ଏବଂ ସ୍ଵାକ୍ଷରିତ ରାଜିନାମା ଭବିଷ୍ୟତ ପାଇଁ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବ । ଏ ଦିଗରେ ଦିଗଦର୍ଶନ ଦେବା ତଥା ଆମର ଗୁରୁତ୍ଵପୂର୍ଣ୍ଣ ପ୍ରତିରକ୍ଷା ସମ୍ପର୍କ ଆଗକୁ ବଢାଇ ନେବାରେ ସହାୟକ ହେବ । ମୋର ବକ୍ତବ୍ୟ ଶେଷ କରିବା ପୂର୍ବରୁ ଇଣ୍ଡୋନେସିଆରେ ଆମର ସମସ୍ତ ବନ୍ଧୁଙ୍କୁ ମୁଁ ଧନ୍ୟବାଦ ଜଣାଇବାକୁ ଚାହେଁ ।

ଆପଣମାନଙ୍କୁ ଅଶେଷ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Move from endless war to end of war': PM Modi to Russian President Putin

Media Coverage

Move from endless war to end of war': PM Modi to Russian President Putin
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates the nation on achieving 7.8% GDP growth; highlights surging economic confidence
September 01, 2026

Prime Minister Shri Narendra Modi today congratulated the nation on achieving a Gross Domestic Product (GDP) growth rate of 7.8% in the first quarter of the financial year. Sharing a video message, the Prime Minister highlighted the strong economic numbers, emphasizing that these figures reflect a surging economic confidence.

In a post on X, the Prime Minister shared:

"7.8% growth.

Strong numbers.

Even stronger confidence."