ବିଗତ ଦେଢଦଶନ୍ଧି ମଧ୍ୟରେ ବ୍ରିକ୍ସ ମଞ୍ଚକୁ ଅନେକ ସଫଳତା ମିଳିଛି : ପ୍ରଧାନମନ୍ତ୍ରୀ ମୋଦୀ
ଏବେ ଆମେ ବିଶ୍ୱର ଉତଥାନ ମୁଖୀ ଅର୍ଥନୀତି ସମୂହର ଏକ ପ୍ରଭାବଶାଳୀ ସ୍ୱର ପାଲଟିଛି: ବ୍ରିକ୍ସ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆ ବିକାଶ ବ୍ୟାଙ୍କ ବା ନ୍ୟୁ ଡେଭେଲପମେଣ୍ଟ ବ୍ୟାଙ୍କ, କଣ୍ଟିଜେନ୍ସି ରିଜର୍ଭ ବ୍ୟବସ୍ଥା, ଊର୍ଜ୍ଜା ଗବେଷଣା ସହଯୋଗ ମଂଚ ଭଳି କେତେକ ଦୃଢ ପ୍ରତିଷ୍ଠାନ ବ୍ରିକ୍ସ ତିଆରି କରିଛି : ପ୍ରଧାନମନ୍ତ୍ରୀ ମୋଦୀ
ଆମେ ଆମ ‘ବ୍ରିକ୍ସ  ଆତଙ୍କବାଦ ବିରୋଧୀ କ୍ରିୟାନୁଷ୍ଠାନ’ ଯୋଜନାକୁ ଅନୁମୋଦନ କରିଛୁ: ବ୍ରିକ୍ସ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ

ମହାମହିମ, ପ୍ରେସିଡେଣ୍ଟ ପୁଟିନ, ପ୍ରେସିଡେଣ୍ଟ ଜିନପିଙ୍ଗ୍‌, ପ୍ରେସିଡେଣ୍ଟ ରାମ୍ବୋସା, ପ୍ରେସିଡେଣ୍ଟ ବଲସୋନାରୋ ।

 ନମସ୍କାର,

ଏହି ବ୍ରିକ୍ସ ଶିଖର ସମ୍ମିଳନୀକୁ ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି । ବ୍ରିକ୍ସର ପଞ୍ଚଦଶ ପ୍ରତିଷ୍ଠା ଦିବସ ଅବସରରେ ଏହି ଶିଖର ସମ୍ମିଳନୀରେ ଅଧ୍ୟକ୍ଷତା କରିବା ମୋ ପାଇଁ ଏବଂ ଭାରତ ନିମନ୍ତେ ଗର୍ବ ଓ ଗୌରବର ବିଷୟ । ଆପଣମାନଙ୍କ ସହ ଏହି ଶୀର୍ଷ ବୈଠକରେ କଥାବାର୍ତ୍ତା ନିମନ୍ତେ ସବିଶେଷ କାର୍ଯ୍ୟସୂଚୀ (ଆଜେଣ୍ଡା) ପ୍ରସ୍ତୁତ ହୋଇଛି । ଆପଣମାନେ ଯଦି ସମସ୍ତେ ଏକମତ ହୁଅନ୍ତି ଆମେ ଏହି ଆଜେଣ୍ଡାକୁ ଅନୁମୋଦନ କରିପାରିବା । ଏହି ଆଜେଣ୍ଡା ଏବେ ଗୃହୀତ ହେଲା । ଧନ୍ୟବାଦ ।

ମହାମହିମଗଣ,

ଏବେ ଆଜେଣ୍ଡା ଗୃହୀତ ହୋଇଥିବାରୁ ଆମେ ନିଜ ନିଜର ପ୍ରାରମ୍ଭିକ ଉଦ୍‌ବୋଧନ ସଂକ୍ଷେପରେ ଦେଇପାରିବା। ପ୍ରଥମେ ମୋର ଉଦ୍‌ବୋଧନ ଉପସ୍ଥାପନ କରିବାକୁ ମୁଁ ଆପଣମାନଙ୍କୁ ଅନୁମତି ଲୋଡୁଛି । ଏହା ପରେ ଆପଣମାନଙ୍କୁ ସ୍ୱ ସ୍ୱ ଉଦ୍‌ବୋଧନ ଦେବାକୁ ମୁଁ ନିମନ୍ତ୍ରଣ କରିବି ।

ମୋର ଅଧ୍ୟକ୍ଷତା କାଳରେ ଭାରତ ବ୍ରିକ୍ସର ସବୁ ଅଂଶୀଦାରଙ୍କ ଠାରୁ ପୂର୍ଣ୍ଣ ସହଯୋଗ ପାଇଛି । ଅନ୍ୟମାନେ ମଧ୍ୟ ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇଛନ୍ତି । ସେଥିପାଇଁ ଆପଣମାନଙ୍କ ନିକଟରେ ମୁଁ କୃତଜ୍ଞ । ବିଗତ ଦେଢଦଶନ୍ଧି ମଧ୍ୟରେ ବ୍ରିକ୍ସ ମଞ୍ଚକୁ ଅନେକ ସଫଳତା ମିଳିଛି । ଏବେ ଆମେ ବିଶ୍ୱର ଉତଥାନ ମୁଖୀ ଅର୍ଥନୀତି ସମୂହର ଏକ ପ୍ରଭାବଶାଳୀ ସ୍ୱର ପାଲଟିଛି । ଏହି ମହ ମଧ୍ୟ ବିକାଶଶୀଳ ରାଷ୍ଟ୍ରଗୁଡିକର ଅଗ୍ରାଧିକାରକୁ ବିଶ୍ୱ ଦରବାରରେ ଗୁରୁତ୍ୱର ସହ ଉପସ୍ଥାପିତ କରୁଛି ।

ନୂଆ ବିକାଶ ବ୍ୟାଙ୍କ ବା ନ୍ୟୁ ଡେଭେଲପମେଣ୍ଟ ବ୍ୟାଙ୍କ, କଣ୍ଟିଜେନ୍ସି ରିଜର୍ଭ ବ୍ୟବସ୍ଥା, ଊର୍ଜ୍ଜା ଗବେଷଣା ସହଯୋଗ ମଂଚ ଭଳି କେତେକ ଦୃଢ ପ୍ରତିଷ୍ଠାନ ବ୍ରିକ୍ସ ତିଆରି କରିଛି । ଏସବୁ ଅନୁଷ୍ଠାନ ଅତ୍ୟନ୍ତ ଶକ୍ତିଶାଳୀ । ଆମେ ଯାହା ସବୁ ହାସଲ କରିଛୁ ସେଥିରେ ଗର୍ବିତ ହେବାର ଯଥେଷ୍ଟ କାରଣ ରହିଛି । ତେବେ ଏ କ୍ଷେତ୍ରରେ ଅତ୍ୟଧିକ ଆତ୍ମସନ୍ତୋଷର ଅବକାଶ ନାହିଁ । ବ୍ରିକ୍ସ ଆସନ୍ତା ୧୫ବର୍ଷରେ କିପରି ଅଧିକ ସୁଦୃଢ ଓ ପ୍ରଭାବଶାଳୀ ହେବ, ସେ ଦିଗରେ ଆମକୁ ମିଳିମିଶି କାମ କରିବାକୁ ପଡିବ ।

 ଭାରତ ବ୍ରିକ୍ସର ଏହି ଆଗାମୀ ୧୫ବର୍ଷର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ନିଜ ଅଧ୍ୟକ୍ଷତା କାଳରେ  କାମ କରୁଛି ଓ ବିଚାର ରଖିଛି । ‘BRICS@15:’  ବିଚାର ହେଲା ବ୍ରିକ୍ସର ସହଯୋଗକୁ  ଏକ ସୂତ୍ର ଭିତ୍ତିରେ ବଳବତ୍ତର ରଖିବା । ଏଥିରେ ସହଯୋଗ (କୋପରେସନ୍‌) ନିରନ୍ତରଣ (କଣ୍ଟିନ୍ୟୁଇଟି), ସୁଦୃଢୀକରଣ (କନସଲିଡେସନ) ଓ ମତୈକ୍ୟ(କନ୍‌ସେନ୍‌ସସ୍‌) ଗୁରୁତ୍ୱ ପାଇଛି । ଏହି ଚାରି ‘ସି’ ବ୍ରିକ୍ସ ଅଂଶୀଦାରର ମୌଳିକ ନୀତି ହେବ ।

ଚଳିତବର୍ଷ, କୋଭିଡର ଆହ୍ୱାନ ସତ୍ୱେ ୧୫୦ରୁ ଅଧିକ ବ୍ରିକ୍ସ ବୈଠକ ଓ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ସେଥିମଧ୍ୟରୁ ୨୦ରୁ ଅଧିକ ମନ୍ତ୍ରୀସ୍ତରୀୟ ଥିଲା । ପାରମ୍ପରିକ କ୍ଷେତ୍ରରେ ସହଯୋଗ ବୃଦ୍ଧି ସହିତ ଆମେ ବ୍ରିକ୍ସର କାର୍ଯ୍ୟସୂଚୀକୁ ଅଧିକ ସମ୍ପ୍ରସାରିତ କରିବାକୁ ଉଦ୍ୟମ କରିଛୁ । ଏହି ପ୍ରସଙ୍ଗରେ ବ୍ରିକ୍ସକୁ ବିଭିନ୍ନ କ୍ଷେତ୍ରରେ ପ୍ରଥମ ହେବାର ସଫଳତା ମିଳିଛି । ଏଇ ନିକଟରେ ପ୍ରଥମ ବ୍ରିକ୍ସ ଡିଜିଟାଲ ସମିଟ୍ ଆୟୋଜିତ ହୋଇଥିଲା ।  ଟେକ୍ନୋଲୋଜି ସହାୟତାରେ ଲୋକଙ୍କୁ ସ୍ୱାସ୍ଥ୍ୟସେବା ସୁବିଧା ପହଞ୍ଚାଇବା ଥିଲା ଏହାର ମୁଖ୍ୟ ବିଷୟ । ଏହା ଥିଲା ଏକ ଅଭିନବ ଓ ପ୍ରଥମ ପ୍ର୍ରୟାସ । ନିଭେମ୍ବରରେ ଆମ ଜଳ ସମ୍ପଦ ମନ୍ତ୍ରୀମାନେ ବ୍ରିକ୍ସ ମଞ୍ଚରେ ପ୍ରଥମ ଥର ବୈଠକରେ ଏକତ୍ର ହେବେ । ସେହିଭଳି ବହୁପାକ୍ଷିକ ବ୍ୟବସ୍ଥାକୁ ସଂସ୍କାରିତ ଓ ସୁଦୃଢ କରିବାକୁ ବ୍ରିକ୍ସ ମଧ୍ୟ ଏକ ସମ୍ମିଳିତ ଆଭିମୁଖ୍ୟ ଓ ନୀତି ଗ୍ରହଣ କରିଛି ଯାହା ଏ ଧରଣର ପ୍ରଥମ ।

ଆମେ ଆମ ‘ବ୍ରିକ୍ସ  ଆତଙ୍କବାଦ ବିରୋଧୀ କ୍ରିୟାନୁଷ୍ଠାନ’ ଯୋଜନାକୁ ଅନୁମୋଦନ କରିଛୁ । ମହାକାଶ କ୍ଷେତ୍ରରେ ମିଳିତ ସହଯୋଗରେ କାମ କରିବାକୁ ବ୍ରିକ୍ସ ନିଷ୍ପତ୍ତି ନେଇ ଦୂରସମ୍ବେଦୀ ଉପଗ୍ରହଗୁଡିକ ମଧ୍ୟ ସମନ୍ୱୟ ରକ୍ଷା କରିବାକୁ ରାଜି ହୋଇଛି । ଏହା ଏକ ନୂଆ ପ୍ରୟାସ । ବାଣିଜ୍ୟ କ୍ଷେତ୍ରରେ ସହଯୋଗ ଓ ନିବିଡତା ବୁଦ୍ଧି ପାଇଁ ବ୍ରିକ୍ସ ସଭ୍ୟ ରାଷ୍ଟ୍ରଙ୍କ ବହିଃ ଶୁଳ୍କ ବିଭାଗ ମଧ୍ୟରେ ସହଯୋଗ ପ୍ରତିଷ୍ଠା କରିପାରିଛି । ଏହାଫଳରେ ବାଣିଜ୍ୟ କାରବାର ସହଜ ହେବ । ଏକ ଆଭାସୀ ବ୍ରିକ୍ସ ଟିକାଦାନ ଗବେଷଣା ଓ ବିକାଶ କେନ୍ଦ୍ର ପ୍ରତିଷ୍ଠା ପାଇଁ ମଧ୍ୟ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି । ପରିବେଶ ଅନୁକୂଳ ପର୍ଯ୍ୟଟନ(ଗ୍ରୀନ ଟୁରିଜିମ୍‌) କୁ ପ୍ରୋତ୍ସାହିତ କରିବାକୁ ବ୍ରିକ୍ସ ଯେଉଁ ମେ କରିଛି ତାହା ମଧ୍ୟ ଏକ ନୂଆ ପ୍ର୍ରୟାସ ।

ମହାମହିମଗଣ !

ଏ ସମସ୍ତ ନୂଆ ପ୍ରୟାସ ଦ୍ୱାରା ଆମର ନାଗରିକମାନେ କେବଳ ଉପକୃତ ହେବେ ନାହିଁ ; ଏହା ମଧ୍ୟ ବ୍ରିକ୍ସକୁ ଆଗାମୀ ଦିନରେ ଏକ ଉତ୍ତମ ଅନୁଷ୍ଠାନଭାବେ ପ୍ରାସଙ୍ଗିକ ରଖିବାରେ ସହାୟକ ହେବ । ଆଜିର ବୈଠକ ଆଗାମୀ ଦିନରେ ବ୍ରିକ୍ସକୁ ଅଧିକ ଉପଯୋଗୀ କରିବାରେ ଆମକୁ ଉପଯୁକ୍ତ ଦିଗ୍‌ଦର୍ଶନ ଦେବାରେ ସହାୟକ ହେବ ବୋଲି ମୋର ଆଶା ଓ ବିଶ୍ୱାସ ।

ଆମେ ମଧ୍ୟ ଏହି ବୈଠକ ଅବସରରେ ଗୁରୁତ୍ୱପୂର୍ଣ୍ଣ ବୈଶ୍ୱିକ ଓ ଆଞ୍ଚଳିକ ପ୍ରସଙ୍ଗ ଉପରେ ଆଲୋଚନା କରିବା । ନିଜ ନିଜର ପ୍ରାରମ୍ଭିକ ଉଦ୍‌ବୋଧନ ଦେବାକୁ ମୁଁ ଏବେ ଆପଣମାନଙ୍କୁ ନିମନ୍ତ୍ରଣ ଜଣାଉଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's Q4 GDP growth seen at 7.3%; CNBC-TV18 poll pegs FY26 at 7.5%

Media Coverage

India's Q4 GDP growth seen at 7.3%; CNBC-TV18 poll pegs FY26 at 7.5%
NM on the go

Nm on the go

Always be the first to hear from the PM. Get the App Now!
...
Share your ideas and suggestions for 'Mann Ki Baat' now!
June 05, 2026

Prime Minister Narendra Modi will share 'Mann Ki Baat' on Sunday, June 28th. If you have innovative ideas and suggestions, here is an opportunity to directly share it with the PM. Some of the suggestions would be referred by the Prime Minister during his address.

Share your inputs in the comments section below.