ମହାମହିମ, ମୋର ବନ୍ଧୁ, ରାଷ୍ଟ୍ରପତି ପୁଟିନ,
ଉଭୟ ଦେଶର ପ୍ରତିନିଧି,
ଗଣମାଧ୍ୟମର ବନ୍ଧୁଗଣ,
ନମସ୍କାର!
"ଦୋବରି ଦେନ"!

ଆଜି ଭାରତ - ରୁଷ ୨୩ତମ ଶିଖର ସମ୍ମିଳନୀରେ ରାଷ୍ଟ୍ରପତି ପୁଟିନଙ୍କୁ ସ୍ୱାଗତ କରି ମୁଁ ବହୁତ ଖୁସି ଅନୁଭବ କରୁଛି। ଆମର ଦ୍ୱିପାକ୍ଷିକ ସମ୍ପର୍କ ଅନେକ ଐତିହାସିକ ମାଇଲଖୁଣ୍ଟ ଦେଇ ଗତି କରୁଥିବା ସମୟରେ ସେ ଭାରତ ଗସ୍ତରେ ଆସିଛନ୍ତି। ଠିକ୍ ୨୫ ବର୍ଷ ପୂର୍ବେ, ରାଷ୍ଟ୍ରପତି ପୁଟିନ ଆମର ରଣନୈତିକ ସହଭାଗୀତାର ମୂଳଦୁଆ ସ୍ଥାପନ କରିଥିଲେ। ୧୫ ବର୍ଷ ପୂର୍ବେ, ୨୦୧୦ ମସିହାରେ, ଆମର ସହଭାଗୀତାକୁ "ସ୍ୱତନ୍ତ୍ର ଏବଂ ବିଶେଷାଧିକାର ପ୍ରାପ୍ତ ରଣନୀତିକ ଭାଗିଦାରୀ"ର ମାନ୍ୟତା ମିଳିଥିଲା।
ଗତ ଅଢ଼େଇ ଦଶନ୍ଧି ଧରି, ସେ ତାଙ୍କର ନେତୃତ୍ୱ ଏବଂ ଦୃଷ୍ଟିକୋଣ ସହିତ ଏହି ସମ୍ପର୍କକୁ ସର୍ବଦା ପରିପୁଷ୍ଟ କରିଛନ୍ତି। ତାଙ୍କ ନେତୃତ୍ୱ ସମସ୍ତ ପ୍ରକାର ପରିସ୍ଥିତିରେ ଆମର ସମ୍ପର୍କକୁ ନୂତନ ଉଚ୍ଚତାରେ ପହଞ୍ଚାଇଛି। ଭାରତ ପ୍ରତି ଏହି ଗଭୀର ବନ୍ଧୁତା ଏବଂ ଅଟଳ ପ୍ରତିବଦ୍ଧତା ପାଇଁ ମୁଁ ମୋର ବନ୍ଧୁ ରାଷ୍ଟ୍ରପତି ପୁଟିନଙ୍କୁ ମୋର ହୃଦୟରୁ କୃତଜ୍ଞତା ଜଣାଉଛି।
ବନ୍ଧୁଗଣ,
ଗତ ଆଠ ଦଶନ୍ଧି ଧରି ବିଶ୍ୱ ଅନେକ ଉତ୍ଥାନ-ପତନ ଦେଖିଛି। ମାନବତାକୁ ଅନେକ ଆହ୍ୱାନ ଏବଂ ସଙ୍କଟର ସାମନା  କରିବାକୁ ପଡିଛି। ଏସବୁ ମଧ୍ୟରେ, ଭାରତ ଏବଂ ରୁଷ ମଧ୍ୟରେ ବନ୍ଧୁତା ଏକ ଧୃବ ତାରା ପରି ଅଟଳ ହୋଇ ରହିଛି। ପାରସ୍ପରିକ ସମ୍ମାନ ଏବଂ ଗଭୀର ବିଶ୍ୱାସ ଉପରେ ଗଠିତ ଏହି ସମ୍ପର୍କ ସର୍ବଦା ସମୟର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି। ଆଜି, ଆମେ ଏହି ଭିତ୍ତିଭୂମିକୁ ଆହୁରି ମଜବୁତ କରିବା ପାଇଁ ସହଯୋଗର ସମସ୍ତ ଦିଗ ଉପରେ ଆଲୋଚନା କରିଛୁ। ଆର୍ଥିକ ସହଯୋଗକୁ ନୂତନ ଉଚ୍ଚତାକୁ ନେବା ହେଉଛି ଆମର ମିଳିତ ପ୍ରାଥମିକତା। ଏହାକୁ ହାସଲ କରିବା ପାଇଁ, ଆମେ ୨୦୩୦ ପର୍ଯ୍ୟନ୍ତ ଏକ ଆର୍ଥିକ ସହଯୋଗ କାର୍ଯ୍ୟକ୍ରମ ଉପରେ ସହମତ ହୋଇଛୁ। ଏହା ଆମର ବାଣିଜ୍ୟ ଏବଂ ନିବେଶକୁ ବିବିଧ, ସନ୍ତୁଳିତ ଏବଂ ସ୍ଥାୟୀ କରିବ, ଏବଂ ଆମର ସହଯୋଗ କ୍ଷେତ୍ରରେ ନୂତନ ପରିମାଣ ମଧ୍ୟ ଯୋଡ଼ିବ।
ଆଜି, ରାଷ୍ଟ୍ରପତି ପୁଟିନ ଏବଂ ମୁଁ ଭାରତ - ରୁଷ ବ୍ୟବସାୟ ଫୋରମରେ ଯୋଗ ଦେବୁ। ମୁଁ ବିଶ୍ୱାସ କରୁଛି ଯେ, ଏହି ଫୋରମ ଆମର ବ୍ୟାବସାୟିକ ସମ୍ପର୍କକୁ ନୂତନ ଶକ୍ତି ପ୍ରଦାନ କରିବ। ଏହା ରପ୍ତାନି, ସହ-ଉତ୍ପାଦନ ଏବଂ ସହ- ନବସୃଜନ ପାଇଁ ମଧ୍ୟ ନୂତନ ଦ୍ୱାର ଖୋଲିବ।
ଉଭୟ ପକ୍ଷ ୟୁରେସୀୟ ଅର୍ଥନୈତିକ ସଂଘ ସହିତ ଏକ ଏଫଟିଏ ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ପ୍ରୟାସ କରୁଛନ୍ତି। ଖାଦ୍ୟ ସୁରକ୍ଷା ଏବଂ କୃଷକ କଲ୍ୟାଣ ପାଇଁ କୃଷି ଏବଂ ସାର କ୍ଷେତ୍ରରେ ଆମର ଘନିଷ୍ଠ ସହଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମୁଁ ଖୁସି ଯେ, ଏହାକୁ ଆଗକୁ ନେଇ, ଉଭୟ ପକ୍ଷ ଏବେ ୟୁରିଆ ଉତ୍ପାଦନ ପାଇଁ ଏକାଠି ପ୍ରୟାସ କରୁଛନ୍ତି।
ବନ୍ଧୁଗଣ,
ଦୁଇ ଦେଶ ମଧ୍ୟରେ ସଂଯୋଗ ବୃଦ୍ଧି କରିବା ଆମ ପାଇଁ ଏକ ପ୍ରମୁଖ ପ୍ରାଥମିକତା। ଆମେ ଆଇଏନଏସଟିସି, ଉତ୍ତର ସମୁଦ୍ର ମାର୍ଗ ଏବଂ ଚେନ୍ନାଇ - ଭ୍ଲାଡିଭୋସ୍ତକ୍ କରିଡରରେ ନୂତନ ଶକ୍ତି ସହିତ ଆଗକୁ ବଢ଼ିବୁ। ମୁଁ ଖୁସି ଯେ ଏବେ ଆମେ ମେରୁ ଜଳରାଶିରେ ଭାରତୀୟ ନାବିକମାନଙ୍କୁ ତାଲିମ ଦେବାରେ ସହଯୋଗ କରିବୁ। ଏହା କେବଳ ଆର୍କଟିକରେ ଆମର ସହଯୋଗକୁ ମଜବୁତ କରିବ ନାହିଁ ବରଂ ଭାରତର ଯୁବପିଢ଼ି ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।
ଏହିପରି, ଜାହାଜ ନିର୍ମାଣରେ ଆମର ଗଭୀର ସହଯୋଗ ମେକ୍ ଇନ୍ ଇଣ୍ଡିଆ ଦୃଷ୍ଟିକୋଣକୁ ମଜବୁତ କରିବାର ସମ୍ଭାବନା ରଖିଛି। ଏହା ଆମର ବଳିଷ୍ଠ ସହଯୋଗର ଆଉ ଏକ ଚମତ୍କାର ଉଦାହରଣ, ଯାହା ନିଯୁକ୍ତି, ଦକ୍ଷତା ଏବଂ ଆଞ୍ଚଳିକ ସଂଯୋଗକୁ ମଜବୁତ କରିବ।
ଶକ୍ତି ସୁରକ୍ଷା ଭାରତ - ରୁଷ ସହଭାଗୀତାର ଏକ ଦୃଢ଼ ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ପାଲଟିଛି। ବେସାମରିକ ପରମାଣୁ ଶକ୍ତି କ୍ଷେତ୍ରରେ ଆମର ଦଶନ୍ଧି ପୁରୁଣା ସହଯୋଗ ସ୍ୱଚ୍ଛ ଶକ୍ତିର ସହ ଭାଗିତା ଉନ୍ନତି ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଆମେ ଏହି ଦୃଢ ସହଯୋଗ ଜାରି ରଖିବୁ।
ବିଶ୍ୱବ୍ୟାପୀ ସୁରକ୍ଷିତ ଏବଂ ବିବିଧ ଯୋଗାଣ ଶୃଙ୍ଖଳ ସୁନିଶ୍ଚିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ କ୍ଷେତ୍ରରେ ଆମର ସହଯୋଗ ଗୁରୁତ୍ୱପୂର୍ଣ୍ଣ। ଏହା ସ୍ୱଚ୍ଛ ଶକ୍ତି, ଉଚ୍ଚ - ପ୍ରଯୁକ୍ତି ଉତ୍ପାଦନ ଏବଂ ନୂତନ ଯୁଗର ଉଦ୍ୟୋଗ କ୍ଷେତ୍ରରେ ଆମର ସହଭାଗୀତାକୁ ଦୃଢ଼ ସମର୍ଥନ ପ୍ରଦାନ କରିବ।
ବନ୍ଧୁଗଣ,
ଆମର ସାଂସ୍କୃତିକ ସହଯୋଗ ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ଭାରତ ଏବଂ ରୁଷ ସମ୍ପର୍କରେ ଏକ ବିଶେଷ ଭୂମିକା ଗ୍ରହଣ କରିଛି। ଦଶନ୍ଧି ଧରି, ଆମ ଦୁଇ ଦେଶର ଲୋକମାନେ ପରସ୍ପର ମଧ୍ୟରେ ସ୍ନେହ, ସମ୍ମାନ ଏବଂ ଆତ୍ମୀୟତାର ଗଭୀର ଭାବନା ବାଣ୍ଟି ଆସିଛନ୍ତି। ଏହି ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଆମେ ଅନେକ ନୂତନ ପଦକ୍ଷେପ ନେଇଛୁ।
ଋଷରେ ବର୍ତ୍ତମାନ ଦୁଇଟି ନୂତନ ଭାରତୀୟ କନସୁଲେଟ୍ ଖୋଲିଛି। ଏହା ଉଭୟ ଦେଶର ନାଗରିକଙ୍କ ମଧ୍ୟରେ ସଂଯୋଗକୁ ସୁଗମ କରିବ ଏବଂ ସମ୍ପର୍କକୁ ଘନିଷ୍ଠ କରିବ। ଏହି ବର୍ଷ ଅକ୍ଟୋବର ମାସରେ, କାଲମିକିଆରେ ଅନ୍ତର୍ଜାତୀୟ ବୌଦ୍ଧ ଫୋରମରେ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀ ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷର ଆଶୀର୍ବାଦ ଗ୍ରହଣ କରିଥିଲେ।
ମୁଁ ଖୁସି ଯେ ଆମେ ଶୀଘ୍ର ରୁଷ ନାଗରିକମାନଙ୍କ ପାଇଁ ଏକ ନିଃଶୁଳ୍କ ୩୦-ଦିନିଆ ଇ - ପର୍ଯ୍ୟଟକ ଭିସା ଏବଂ ୩୦ - ଦିନିଆ ଗୋଷ୍ଠୀ ପର୍ଯ୍ୟଟନ ଭିସା ପ୍ରଚଳନ କରିବୁ।
ମାନବ ଶକ୍ତି ଗତିଶୀଳତା କେବଳ ଆମର ଲୋକଙ୍କୁ ସଂଯୋଗ କରିବ ନାହିଁ ବରଂ ଉଭୟ ଦେଶ ପାଇଁ ନୂତନ ଶକ୍ତି ଏବଂ ସୁଯୋଗ ସୃଷ୍ଟି କରିବ। ମୁଁ ଖୁସି ଯେ ଏହାକୁ ପ୍ରୋତ୍ସାହିତ କରିବା ପାଇଁ ଆଜି ଦୁଇଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଆମେ ବୃତ୍ତିଗତ ଶିକ୍ଷା, ଦକ୍ଷତା ଏବଂ ତାଲିମ ଉପରେ ମଧ୍ୟ ଏକାଠି କାମ କରିବୁ। ଆମେ ଉଭୟ ଦେଶର ଛାତ୍ର, ବିଦ୍ୱାନ ଏବଂ ଖେଳାଳିଙ୍କ ଆଦାନପ୍ରଦାନ ମଧ୍ୟ ବୃଦ୍ଧି କରିବୁ।
ବନ୍ଧୁଗଣ,
ଆଜି ଆମେ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଛୁ। ଭାରତ ସର୍ବଦା ୟୁକ୍ରେନ ସମ୍ପର୍କରେ ଶାନ୍ତି ପାଇଁ ସମର୍ଥନ କରିଆସିଛି। ଏହି ସମସ୍ୟାର ଏକ ଶାନ୍ତିପୂର୍ଣ୍ଣ ଏବଂ ସ୍ଥାୟୀ ସମାଧାନ ଖୋଜିବା ପାଇଁ କରାଯାଉଥିବା ସମସ୍ତ ପ୍ରୟାସକୁ ଆମେ ସ୍ୱାଗତ କରୁ। ଭାରତ ସର୍ବଦା ଯୋଗଦାନ ଦେବାକୁ ପ୍ରସ୍ତୁତ ଅଛି ଏବଂ ଏହା କରି ଚାଲିବ।
ଆତଙ୍କବାଦ ବିରୋଧରେ ଲଢ଼େଇରେ ଭାରତ ଏବଂ ରୁଷ ଦୀର୍ଘଦିନ ଧରି କାନ୍ଧକୁ କାନ୍ଧ ମିଶାଇ ସହଯୋଗ କରିଆସୁଛନ୍ତି। ପହଲଗାଁଓ ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ହେଉ କିମ୍ବା କ୍ରୋକସ୍ ସିଟି ହଲ୍ ଉପରେ କାପୁରୁଷୋଚିତ ଆକ୍ରମଣ, ଏହି ସମସ୍ତ ଘଟଣାର ଆଧାର ସମାନ। ଭାରତ ଦୃଢ଼ ଭାବରେ ବିଶ୍ୱାସ କରେ ଯେ, ଆତଙ୍କବାଦ ମାନବତାର ମୂଲ୍ୟବୋଧ ଉପରେ ସିଧାସଳଖ ଆକ୍ରମଣ, ଏବଂ ଏହା ବିରୁଦ୍ଧରେ ବିଶ୍ୱସ୍ତରୀୟ ଏକତା ଆମର ସର୍ବବୃହତ ଶକ୍ତି।
ଭାରତ ଏବଂ ରୁଷ ମଧ୍ୟରେ ଜାତିସଂଘ, ଜି ୨୦, ବ୍ରିକ୍ସ, ଏସସିଓ ଏବଂ ଅନ୍ୟାନ୍ୟ ଫୋରମରେ ଘନିଷ୍ଠ ସହଯୋଗ ରହିଆସିଛି। ଘନିଷ୍ଠ ସମନ୍ୱୟର ସହିତ ଆଗକୁ ବଢ଼ି, ଆମେ ଏହି ସମସ୍ତ ଫୋରମରେ ଆମର ଆଲୋଚନା ଏବଂ ସହଯୋଗ ଜାରି ରଖିବୁ।
ମହାମହିମ,
ମୋର ବିଶ୍ୱାସ ରହିଛି ଯେ, ଆଗାମୀ ସମୟରେ, ଆମର ବନ୍ଧୁତା ଆମକୁ ବିଶ୍ୱସ୍ତରୀୟ ଆହ୍ଵାନ ଗୁଡିକୁ ସାମନା କରିବା ପାଇଁ ଶକ୍ତି ପ୍ରଦାନ କରିବ - ଏବଂ ଏହି ଆତ୍ମବିଶ୍ୱାସ ଆମର ମିଳିତ ଭବିଷ୍ୟତକୁ ଆହୁରି ସମୃଦ୍ଧ କରିବ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Big boost for Atmanirbhar Bharat! After Skyroot's success, another private firm announces breakthrough in indigenous fighter jet engine technology

Media Coverage

Big boost for Atmanirbhar Bharat! After Skyroot's success, another private firm announces breakthrough in indigenous fighter jet engine technology
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Mr. Andy Burnham on assuming office as Prime Minister of the United Kingdom
July 21, 2026

Prime Minister Shri Narendra Modi today extended congratulations to Mr. Andy Burnham on assuming office as Prime Minister of the United Kingdom.

Shri Modi noted that India and the UK are bound by shared democratic values and enjoy wide-ranging cooperation across trade, investment, technology, defence, and people-to-people relations. With CETA entering into force this month, the Prime Minister pointed out that the bilateral partnership is poised to grow even stronger.

The Prime Minister stated that he looks forward to working closely with him to further deepen the India-UK Comprehensive Strategic Partnership and advance their shared Vision 2035.

In a post on X, the Prime Minister shared:

"Warmest congratulations to Mr. Andy Burnham on assuming office as Prime Minister of the United Kingdom.

India and the UK are bound by shared democratic values and enjoy wide-ranging cooperation across trade, investment, technology, defence and people-to-people relations. With CETA entering into force this month, our bilateral partnership is poised to grow even stronger.

I look forward to working closely with you to further deepen the India-UK Comprehensive Strategic Partnership and advance our shared Vision 2035.

@andyburnham"