Tajikistan is a valued friend and strategic partner in Asia: PM Modi
Terrorism casts a long shadow of violence and instability over the entire region (Asia): PM Modi
Appreciate Tajikistan’s role in the Central Asian region as a mainstay against forces of extremism, radicalism, and terrorism: PM
Our planned accession to the Ashgabat Agreement will further help in linking us to Tajikistan and Central Asia: PM

 

ତାଜିକିସ୍ତାନ ରିପବ୍ଲିକର ରାଷ୍ଟ୍ରପତି

ମହାମହିମ ଏମୋମାଲି ରହମାନ

ଦେବୀ ଓ ସଜ୍ଜନମାନେ,

ଗଣମାଧ୍ୟମର ସଦସ୍ୟମାନେ,

ରାଷ୍ଟ୍ରପତି ରହମାନ ଓ ତାଙ୍କ ପ୍ରତିନିଧିମଣ୍ଡଳୀକୁ ଭାରତରେ ମୁଁ ହାର୍ଦ୍ଧିକ ସ୍ୱାଗତ ଜଣାଉଛି । ତାଜିକିସ୍ତାନ ହେଉଛି ଏସିଆର ମହତ୍ୱପୂର୍ଣ୍ଣ ଓ ରଣନୀତିକ ଭାଗିଦାର । ରାଷ୍ଟ୍ରପତି ରହମାନ ନିଜେ ଭାରତ ସହ ଅତ୍ୟନ୍ତ ପରିଚିତ । ତାଙ୍କୁ ପୁଣିଥରେ ଆତିଥ୍ୟ ପ୍ରଦାନ କରି ମୁଁ ଖୁସି । ଆମର ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବାରେ ତାଙ୍କର ନେତୃତ୍ୱ ଓ ଯୋଗଦାନକୁ ଭାରତରେ ଆମେ ଦୃଢ଼ ପ୍ରଶଂସା କରୁଛୁ । ଆମର ରଣନୀତିକ ଭାଗିଦାରୀର ମୂଳଦୂଆ ପାରସ୍ପରିକ ସମ୍ମାନ, ବିଶ୍ୱାସ ଓ କ୍ଷେତ୍ରୀୟ ସୁରକ୍ଷା ଓ ବିକାଶର ମିଳିତ ସ୍ୱାର୍ଥ ଆଧାରରେ ନିର୍ମିତ ହୋଇଛି । ଆମର ଦେଶ ଓ ସମାଜ ମଧ୍ୟ ସହଭାଗୀ ଇତିହାସ ଓ ଐତିହ୍ୟର ପ୍ରାକୃତିକ ଆକର୍ଷଣକୁ ଅନୁଭବ କରୁଛି । ଆମର ଅତୀତର ସାଂସ୍କୃତିକ, ଧାର୍ମିକ ଓ ଭାଷାଗତ ଆନ୍ତଃ ମିଶ୍ରଣ ଏବେ ଆମ ଲୋକଙ୍କ ମଧ୍ୟରେ ସମ୍ପର୍କର ସୌହାର୍ଦ୍ଧ୍ୟ ଓ ବନ୍ଧୁତ୍ୱକୁ ପ୍ରତିପାଦିତ କରୁଛି ।
ବନ୍ଧୁଗଣ

ରାଷ୍ଟ୍ରପତି ରହମାନ ଓ ମୁଁ ଆଜି ସଫଳ ଆଲୋଚନା କରିଛୁ । ସୁରକ୍ଷା ଓ ନିରାପତ୍ତା ଭାଗିଦାରୀ ସମେତ ଆମର ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗରେ ଆମେ ହାସଲ କରିଥିବା ବିକାଶକୁ ଆମେ ଆକଳନ କରିଛୁ । ଭାରତ ଓ ତାଜିକିସ୍ତାନର ଏଭଳି ଏକ ବିସ୍ତୃତ ପଡ଼ୋଶୀ ଅଛି ଯିଏ ବିଭିନ୍ନ ସୁରକ୍ଷା ଚାଲେଞ୍ଜ ଓ ଆଶଙ୍କା ମଧ୍ୟ ଦେଇ ଗତି କରୁଛି । ନା କେବଳ ଆମର ଦୁଇ ଦେଶ ପାଇଁ ଆତଙ୍କବାଦର ଆଶଙ୍କା ରହିଛି ବରଂ ହିଂସା ଓ ଅସ୍ଥିରତାର କଳା ବାଦଲ ସମଗ୍ର କ୍ଷେତ୍ର ପାଇଁ ବିପଦ ହୋଇଛି । ତେଣୁ ଆତଙ୍କବାଦ ଲଢ଼େଇରେ ଆମର ଭାଗିଦାରୀ ଏକ ମହତ୍ୱପୂର୍ଣ୍ଣ ଅଙ୍ଗ । ଚରମପନ୍ଥୀ, ଉଗ୍ରବାଦ ଓ ଆତଙ୍କବାଦୀ ଶକ୍ତି ବିରୋଧରେ ମଧ୍ୟ ଏସିଆ କ୍ଷେତ୍ରରେ ତାଜିକିସ୍ତାନର ଭୂମିକାକୁ ଆମେ ପ୍ରଶଂସା କରୁଛୁ । ରାଷ୍ଟ୍ରପତି ରହମାନ ଓ ମୁଁ ଆଜି ପରସ୍ପର ସହମତିରେ ପ୍ରାଥମିକତା ଆଧାରରେ ଏ ଦିଗରେ କାର୍ଯ୍ୟ ନିମନ୍ତେ ସହମତି ଜଣାଇଛୁ ।

ଆମେ ଏସବୁ ବିଭିନ୍ନ ସ୍ତରରେ କାର୍ଯ୍ୟକାରୀ କରିବୁ:-

- ସମଗ୍ର ଦ୍ୱିପାକ୍ଷିକ ସୁରକ୍ଷା ସହଯୋଗ ଲାଗୁ କରିବାର ମାଧ୍ୟମ;

- ବୃହତ୍ତର ପ୍ରଶିକ୍ଷଣ, ଦକ୍ଷତା ନିର୍ମାଣ ଓ ସୂଚନାର ଆଦାନ ପ୍ରଦାନର ମାଧ୍ୟମ ଓ

- ଆଂଚଳିକ ଓ ବହୁପାକ୍ଷିକ ପ୍ରସଙ୍ଗରେ ସକ୍ରିୟ ସମନ୍ୱୟର ମାଧ୍ୟମ
ତାଜିକିସ୍ତାନର ସମଗ୍ର ଆଂଚଳିକ ସୁରକ୍ଷା ଓ ଆତଙ୍କବାଦ ନିରୋଧୀ ଦିଗରେ ଏକାଠି କାମ କରିବାରେ ସଂଘାଇ ସହଯୋଗ ସଂଗଠନରେ ଭାରତର ସଦସ୍ୟତା ଏକ ମୂଲ୍ୟବାନ ସହଯୋଗୀ ହେବ । ରାଷ୍ଟ୍ରପତି ଓ ମୁଁ ଆମର ଆଂଚଳିକ ଗତିବିଧି ଉପରେ ବିଚାର ବିମର୍ଶ କରିଛୁ । ଏହି ଅଚଂଳ ପାଇଁ ଆଫଗାନିସ୍ତାନରେ ଶାନ୍ତି, ସ୍ଥାୟିତ୍ୱ ଓ ସମୃଦ୍ଧି ମହତ୍ୱପୂର୍ଣ୍ଣ ବୋଲି ଆମେ ସହମତ ହୋଇଛୁ । ଆଫଗାନର ଲୋକଙ୍କୁ ଅଧିକ ଶାନ୍ତିପୂର୍ଣ୍ଣ ଓ ସମୃଦ୍ଧ ରାଷ୍ଟ୍ର ପାଇଁ ସେମାନଙ୍କ ଆକାଂକ୍ଷାକୁ ସମର୍ଥନ ଦେବା ଦିଗରେ ଭାରତ ଓ ତାଜିକିସ୍ତାନ ଏକଜୁଟ ଅଛନ୍ତି ।

ବନ୍ଧୁଗଣ

ଆମର ଆର୍ଥିକ କାରବାର ବିଶେଷକରି ବାଣିଜ୍ୟ ଓ ନିବେଶ କ୍ଷେତ୍ରରେ ଏହାର ଆକାର ଓ ସ୍ୱରୂପକୁ ବୃଦ୍ଧିର ଆବଶ୍ୟକତା ଉପରେ ରାଷ୍ଟ୍ରପତି ଓ ମୁଁ ସହମତ ହୋଇଛୁ । ଏ ଦିଗରେ ଜଳବିଦ୍ୟୁତ, ସୂଚନା ପ୍ରଯୁକ୍ତିବିଦ୍ୟା, ଫାର୍ମାସ୍ୟୁଟିକାଲ ଓ ସ୍ୱାସ୍ଥ୍ୟ ପ୍ରାଥମିକତା କ୍ଷେତ୍ର ହେବ । ଆମ ଦେଶର ସ୍ୱାର୍ଥ ହେତୁ ଆମର ଆର୍ଥିକ ଭାଗିଦାରୀର ପ୍ରତିଶ୍ରୁତିବଦ୍ଧତାର ପାଳନ ପାଇଁ ବୃହତ୍ ଭୂ-ଭାଗ ଯୋଗାଯୋଗ ଅତ୍ୟନ୍ତ ଆବଶ୍ୟକ ବୋଲି ଆମେ ସହମତ ହୋଇଛୁ ।

ଭାରତ ଏବେ ବନ୍ଦର ଓ ପରିବହନ ଭିତିଭୂମିର ବିକାଶ ଓ ଏହାକୁ ଆଫଗାନିସ୍ତାନ, ତାଜିକିସ୍ତାନ ଓ ମଧ୍ୟଏସିଆ ସହ ସଡ଼କ ଓ ରେଳ ନେଟୱାର୍କକୁ ଯୋଡ଼ିବାର ପ୍ରୟାସକୁ ସମର୍ଥନ କରୁଛି । ଏଦିଗରେ ଆମେ ଇରାନର ଚାବାହାର ବନ୍ଦର ମାଧ୍ୟମରେ ବ୍ୟବସାୟ ଓ ସଂଚାର ଲିଙ୍କ୍ ନିର୍ମାଣ କରିବୁ । ତାଜିକିସ୍ତାନ ସମେତ ଅନ୍ୟ ସଦସ୍ୟ ରାଷ୍ଟ୍ର ସହ ଆନ୍ତର୍ଜାତିକ ଉତ୍ତର-ଦକ୍ଷିଣ ପରିବହନ କରିଡରର ନିର୍ମାଣ ପାଇଁ ଭାରତ କାର୍ଯ୍ୟ କରୁଛି । ଏହା ଆମର ଏସଗାବାତ ଚୁକ୍ତି ଦ୍ୱାରା ତାଜିକିସ୍ତାନ ଓ ମଧ୍ୟଏସିଆ ସହ ଯୋଡ଼ିବାରେ ସହାୟତା ମିଳିବ । ଭାରତ ଓ ତାଜିକିସ୍ତାନ ଭାରତୀୟ ଜ୍ଞାନକୌଶଳ ଓ ଆର୍ଥିକ ସହଯୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମେତ ସଂସ୍ଥାଗତ ଓ ଦକ୍ଷତା ନିର୍ମାଣର କ୍ଷେତ୍ରରେ ଭାଗିଦାରୀ ରହିଛି । ରାଷ୍ଟ୍ରପତି ରହମାନ ଓ ମୁଁ ଏହି ଭାଗିଦାରୀକୁ ସ୍ଥାୟୀ ଓ ସୁଦୃଢ଼ କରିବା ନିମନ୍ତେ ସହମତ ହୋଇଛୁ ।
ବନ୍ଧୁଗଣ,

ଆସନ୍ତା ବର୍ଷ ଆମେ ଭାରତ ଓ ତାଜିକିସ୍ତାନ ମଧ୍ୟରେ କୂଟନୀତିକ ସମ୍ବନ୍ଧର ସ୍ଥାପନାର ୨୫ତମ ବାର୍ଷିକୀ ପାଳନ କରିବୁ । ଏହି ଗସ୍ତ ଅବସରରେ ରାଷ୍ଟ୍ରପତି ରହମାନ ଓ ମୁଁ ଆମ ଦେଶ ଭିତରେ ଯେଉଁ ବ୍ୟାପକ ଏଜେଣ୍ଡା ପ୍ରସ୍ତୁତ କରିଛୁ, ସେଥିରେ ମୁଁ ଉତ୍ସାହିତ । ମୁଁ ଆଶା କରୁଛି ଯେ ଆଜି ଶେଷ ହୋଇଥିବା ଚୁକ୍ତି ଓ ଆମ ମଧ୍ୟରେ ହୋଇଥିବା ଆଲୋଚନାରେ ଭାରତ ଓ ତାଜିକିସ୍ତାନ ବିଭିନ୍ନ କ୍ଷେତ୍ରରେ ବ୍ୟବହାରିକ ସହଯୋଗକୁ ପ୍ରୋତ୍ସାହିତ କରିବାରେ ସହାୟକ ହେବେ । ମୁଁ ପୁଣିଥରେ ରାଷ୍ଟ୍ରପତି ରହମାନଙ୍କୁ ଅଭିନନ୍ଦନ ଜଣାଉଛି ଓ ତାଙ୍କର ସୌହାର୍ଦ୍ଦ୍ୟପୂର୍ଣ୍ଣ ରହଣି କାମନା କରୁଛି ।

ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ।
Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s metal exports ride global electrification wave

Media Coverage

India’s metal exports ride global electrification wave
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles loss of lives in a mishap in Chamba, Himachal Pradesh
August 08, 2026

The Prime Minister, Shri Narendra Modi, condoled loss of lives due to a mishap in Chamba, Himachal Pradesh. "My thoughts are with the families who have lost their loved ones. May those injured recover at the earliest", Shri Modi stated.

The Prime Minister posted on X:

The loss of lives due to a mishap in Chamba, Himachal Pradesh, is deeply saddening. My thoughts are with the families who have lost their loved ones. May those injured recover at the earliest: PM @narendramodi