India and Portugal have deep historical connections and strong economic and people to people ties: PM
India is home to robust and dynamic Start-Ups industry, says PM Modi
Indian Diaspora in Portugal has played an important role in deepening our bilateral ties: PM Modi
Thank Portugal for supporting India’s permanent membership of the UNSC, as well as of the multilateral export control regimes: PM

ମହାନୁଭବ ପ୍ରଧାନମନ୍ତ୍ରୀ ଆଣ୍ଟୋନିଓ କୋଷ୍ଟା, ବିଶିଷ୍ଟ ପ୍ରତିନିଧିଗଣ ଏବଂ ଗଣମାଧ୍ୟମର ସଦସ୍ୟବୃନ୍ଦ, ପ୍ରଥମେ, ଗତ ସପ୍ତାହରେ ପର୍ତ୍ତୁଗାଲରେ ସଂଘଟିତ ଭୟାବହ ବନାଗ୍ନିରେ ପ୍ରାଣ ହରାଇଥିବା ଲୋକମାନଙ୍କ ପ୍ରତି ମୁଁ ଗଭୀର ଶୋକ ଓ ସମବେଦନା ଜଣାଉଛି । ଏହି ଦୁଃଖଦ ଘଟଣାରେ ପ୍ରାଣ ହରାଇଥିବା ଲୋକ ଏବଂ ସେମାନଙ୍କ ପରିବାରବର୍ଗଙ୍କ ସହ ଆମେ ସମଦୁଃଖୀ । ବନ୍ଧୁଗଣ, ଆମ ଦୁଇ ଦେଶ ମଧ୍ୟରେ ଗଭୀର ଐତିହାସିକ ସମ୍ପର୍କ ଏବଂ ସୁଦୃଢ଼ ଆର୍ଥିକ ତଥା ଜନ ସମ୍ପର୍କ ରହିଛି । ତେଣୁ ମୋତେ ଏକଥା ଭାବି ଆଶ୍ଚର୍ଯ୍ୟ ଲାଗୁଛି ଯେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏ ପର୍ଯ୍ୟନ୍ତ ଦ୍ୱିପାକ୍ଷିକ ଗସ୍ତ କାହିଁକି ଘଟିନଥିଲା । ତେବେ, ମୁଁ ସନ୍ତୋଷ ବ୍ୟକ୍ତ କରୁଛି ଯେ ମାତ୍ର ଛଅ ମାସର ଅବଧି ମଧ୍ୟରେ ଭାରତ ଓ ପର୍ତ୍ତୁଗାଲ ମଧ୍ୟରେ ଏହା ଦ୍ୱିତୀୟ ଶିଖର ବୈଠକ ।

ଏଭଳି ଉଷ୍ମତା ଓ ସ୍ନେହର ସହ ଏବଂ ଏତେ ସ୍ୱଳ୍ପ ସମୟସୀମା ମଧ୍ୟରେ ପ୍ରଧାନମନ୍ତ୍ରୀ କୋଷ୍ଟା ମୋତେ ସାଦର ଅଭ୍ୟର୍ଥନା ଜଣାଇଥିବା ହେତୁ ମୁଁ ବାସ୍ତବିକ କୃତଜ୍ଞ । ଗତ ଜାନୁଆରୀ ମାସରେ ପ୍ରଧାନମନ୍ତ୍ରୀ ଶ୍ରୀ କୋଷ୍ଟାଙ୍କୁ ସ୍ୱାଗତ କରିବାର ଅବସର ଆମକୁ ମିଳିଥିଲା । ତାହା କେବଳ ଦ୍ୱିପାକ୍ଷିକ ଗସ୍ତ ପାଇଁ ନୁହେଁ ବରଂ ପ୍ରବାସୀ ଭାରତୀୟ ଦିବସ ଉତ୍ସବ ଅବସରରେ ସେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ସମଗ୍ର ବିଶ୍ୱରେ ବସବାସ କରୁଥିବା ଭାରତୀୟ ବଂଶୋଦ୍ଭବଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ କୋଷ୍ଟା ହେଉଛନ୍ତି ଶ୍ରେଷ୍ଠ ପ୍ରତିନିଧି । ବନ୍ଧୁଗଣ, ପ୍ରଧାନମନ୍ତ୍ରୀ କୋଷ୍ଟା ଓ ମୁଁ ଆଜି ଅନେକ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରିଛୁ ଏବଂ ତାଙ୍କ ଐତିହାସିକ  ଭାରତ ଗସ୍ତ ପରଠାରୁ ହୋଇଥିବା ପ୍ରଗତି ସମ୍ପର୍କରେ ସମୀକ୍ଷା କରିଛୁ । ଆମର ଆର୍ଥିକ ସମ୍ପର୍କ କ୍ରମାଗତ ଭାବେ ଊର୍ଦ୍ଧ୍ଵମୁଖୀ ହୋଇଚାଲିଛି । ଗତ ବର୍ଷ ଦ୍ୱିପାକ୍ଷିକ ବାଣିଜ୍ୟ କାରବାରରେ 17  ପ୍ରତିଶତ ଅଭିବୃଦ୍ଧି ଘଟିଛି ଏବଂ ପର୍ତ୍ତୁଗାଲରୁ ଭାରତରେ ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜି ନିବେଶ ଯଦିଚ ସ୍ୱଳ୍ପ, ତଥାପି 2016-17 ରେ ତାହା ଦ୍ୱିଗୁଣିତ ହୋଇଛି । ତେବେ ଆମ ଦୁଇ ଦେଶ ମଧ୍ୟରେ ବସ୍ତୁ, ସେବା, ପୁଞ୍ଜି ଓ ମାନବସମ୍ବଳର ପ୍ରବାହକୁ ବୃଦ୍ଧି ତ୍ୱରାନ୍ୱିତ କରିବା କ୍ଷେତ୍ରରେ ଯଥେଷ୍ଟ ସୁଯୋଗ ରହିଛି । ଏହି ପରିପ୍ରେକ୍ଷୀରେ ପର୍ତ୍ତୁଗାଲର ଆର୍ଥିକ ପୁନରୁତ୍ଥାନ ଏବଂ ଭାରତର ସୁଦୃଢ଼ ବିକାଶ ଆମ ଉଭୟଙ୍କୁ ମିଳିତ ଭାବେ ଅଭିବୃଦ୍ଧି ନିମନ୍ତେ ପର୍ଯ୍ୟାପ୍ତ ଅବସର ପ୍ରଦାନ କରେ । ବନ୍ଧୁଗଣ, ୟୁରୋପୀୟ ଉଦ୍ୟୋଗ ବାତାବରଣ ପର୍ତ୍ତୁଗାଲ ଏକ ସକ୍ରିୟ ରାଷ୍ଟ୍ର ଭାବେ ମୁଣ୍ଡ ଟେକିଛି ।

ଭାରତ ମଧ୍ୟ ଷ୍ଟାର୍ଟ-ଅପର ଏକ ବିଶାଳ ଓ ଚଳଚଞ୍ଚଳ କ୍ଷେତ୍ରରେ ପରିଣତ ହୋଇଛି । ଏହି ଷ୍ଟାର୍ଟ-ଅପ କ୍ଷେତ୍ର ଯୁବଗୋଷ୍ଠୀ, ଚିନ୍ତନ, ପ୍ରଯୁକ୍ତି, ଅଭିନବତ୍ୱ ଏବଂ ସୃଜନଶୀଳତାର ମିଶ୍ରଣ ଘଟାଇ ଆମ ସମାଜ ପାଇଁ ପର୍ଯ୍ୟାପ୍ତ ମୂଲ୍ୟ ଏବଂ ସମ୍ପଦ ସୃଷ୍ଟିର ପ୍ରଶସ୍ତ ଭୂଇଁ ସୃଷ୍ଟିକରେ । ତାଙ୍କ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ କୋଷ୍ଟା ଓ ମୁଁ ଭାରତ-ପର୍ତ୍ତୁଗାଲ ଆନ୍ତର୍ଜାତିକ ଷ୍ଟାର୍ଟ-ଅପ ହବ ସ୍ଥାପନ ସମ୍ପର୍କରେ ଆଲୋଚନା କରିଥିଲୁ । ଏତେ କମ ସମୟ ମଧ୍ୟରେ ତାହା ସାକାର ହେବାକୁ ଯାଉଥିବା ଜାଣି ମୁଁ ଅତ୍ୟନ୍ତ ପ୍ରସନ୍ନ । ପ୍ରଧାନମନ୍ତ୍ରୀ କୋଷ୍ଟାଙ୍କ ସହ ମିଳିତ ଭାବେ ଏହାର ମିଳିତ ଶୁଭାରମ୍ଭକୁ ମୁଁ ଅପେକ୍ଷାରତ । ସେହିଭଳି ଟିକସ, ପ୍ରଶାସନିକ ସଂସ୍କାର, ବିଜ୍ଞାନ, ମହାକାଶ, ଯୁବ ବ୍ୟାପାର ଓ କ୍ରୀଡା ଆଦି କ୍ଷେତ୍ରରେ ସ୍ୱାକ୍ଷରିତ ନୂତନ ରାଜିନାମା ଆମ ସହଭାଗୀତାର କ୍ଷେତ୍ରକୁ ସଂପ୍ରସାରିତ କରିଛି । ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ଆମ ସହଯୋଗ ଦ୍ରୁତତର ହେବାରେ ଲାଗିଛି । ଅତ୍ୟାଧୁନିକ ପ୍ରଯୁକ୍ତି କ୍ଷେତ୍ରରେ ଆମ ସହଯୋଗକୁ ସମର୍ଥନ ଜଣାଇବା ସକାଶେ, ଆମ 4 ନିୟୁତ ୟୁରୋପ ମୂଲ୍ୟର ଏକ ମିଳିତ ବିଜ୍ଞାନ ଓ ପ୍ରଯୁକ୍ତି ପାଣ୍ଠି ଗଠନ ପାଇଁ ସହମତି ହୋଇଛୁ । ନାନୋଟେକ୍ନୋଲୋଜି, ସାମୁଦ୍ରିକ ବିଜ୍ଞାନ ଏବଂ ସାମୁଦ୍ରିକ ଗବେଷଣା କ୍ଷେତ୍ରରେ ପର୍ତ୍ତୁଗାଲର ଅଭିଜ୍ଞତାରୁ ମଧ୍ୟ ଆମେ ଅଧ୍ୟୟନ ପାଇଁ ଆଗ୍ରହୀ । ଦ୍ୱିପାକ୍ଷିକ ସହଯୋଗ ଓ ସମ୍ପର୍କ ବୃଦ୍ଧିର ଆଉ ଏକ କ୍ଷେତ୍ର ହେଉଛି ମହାକାଶ ବିଜ୍ଞାନ । ଚଳିତ ବର୍ଷ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ କୋଷ୍ଟା ଯେତେବେଳେ ଭାରତ ଗସ୍ତରେ ଆସିଥିଲେ । ଏହି ନୂତନ ଚିନ୍ତନଟି ସୃଷ୍ଟି ହୋଇଥିଲା । ତେଣୁ ଆମେ ପର୍ତ୍ତୁଗାଲ ସହ ଆଟଲାଣ୍ଟିକ ଅନ୍ତରାଷ୍ଟ୍ରୀୟ ଗବେଷଣା କେନ୍ଦ୍ରରେ ଉଭୟ ମହାକାଶ ଓ ସାମୁଦ୍ରିକ ବିଜ୍ଞାନ କ୍ଷେତ୍ରରେ ସହଯୋଗ ଭିତ୍ତିରେ କାର୍ଯ୍ୟ କରିବାକୁ ଆଗ୍ରହୀ । ବନ୍ଧୁଗଣ, ଆମ ଉଭୟ ରାଷ୍ଟ୍ର ମଧ୍ୟରେ ସକ୍ରିୟ ଓ ବର୍ଦ୍ଧିଷ୍ଣୁ ଜନସମ୍ପର୍କ ରହିଆସିଛି । ପର୍ତ୍ତୁଗାଲରେ ବସବାସ କରୁଥିବା ଭାରତୀୟ ବଂଶୋଦ୍ଭବ ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । ପର୍ତ୍ତୁଗାଲରେ ଫୁଟବଲ ପାଇଁ ଏବଂ ବିଶେଷ ଶ୍ରଦ୍ଧା ରହିଛି ।  ପ୍ରଧାନମନ୍ତ୍ରୀ କୋଷ୍ଟା ସ୍ୱୟଂ ଜଣେ  ଜଣାଶୁଣା ଫୁଟବଲପ୍ରେମୀ । ଆମ ଉଭୟ ରାଷ୍ଟ୍ରର ସମାଜକୁ ନିବିଡ କରିବାରେ ଏହା ଆଉ ଏକ କ୍ଷେତ୍ର ହୋଇପାରେ । ଆମ ସାଂସ୍କୃତିକ ସହଯୋଗର କ୍ଷେତ୍ର ପ୍ରସାରିତ ହେବାରେ ଲାଗିଛି । ଲିସବନ ବିଶ୍ୱବିଦ୍ୟାଳୟରେ ଆମେ ଭାରତୀୟ ଅଧ୍ୟୟନର ଏକ ଚେୟାର ସ୍ଥାପନ କରିଛୁ । ଭାରତୀୟ ଚଳଚ୍ଚିତ୍ରଗୁଡିକର ସବଟାଇଟଲ ପର୍ତ୍ତୁଗୀଜ ଭାଷାରେ କରାଯାଉଛି ଏବଂ ଆମ ଦୁଇ ପକ୍ଷର ଲାଭ ନିମନ୍ତେ ଗୋଟିଏ ହିନ୍ଦୀ- ପର୍ତ୍ତୁଗୀଜ ଶଦ୍ଦକୋଷର ବିକାଶ ଘଟାଯାଉଛି । ସେହିଭଳି 12000 ନଥିର ଡିଜିଟାଲ ସଂକଳନ ଆମ ସହ ବଣ୍ଟନ କରିଥିବାରୁ ମୁଁ ପର୍ତ୍ତୁଗାଲ କର୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଉଛି । ବନ୍ଧୁଗଣ, ଭାରତ ଓ ପର୍ତ୍ତୁଗାଲ ଆନ୍ତରାଷ୍ଟ୍ରୀୟ କ୍ଷେତ୍ରରେ ଦୁଇ ସୁଦୃଢ଼ ସହଯୋଗୀ ରାଷ୍ଟ୍ର । ଆପଣମାନେ ନିରବଚ୍ଛିନ୍ନ ଭାବେ ଜାତିସଂଘ ନିରାପତ୍ତା ପିରଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ ଜଣାଇ ଆସିଥିବାରୁ ମୁଁ ପର୍ତ୍ତୁଗାଲକୁ ଧନ୍ୟବାଦ ଜଣାଉଛି । ସେହିଭଳି ବହୁପାକ୍ଷିକ ରପ୍ତାନି ନିୟନ୍ତ୍ରଣ ବ୍ୟବସ୍ଥା କ୍ଷେତ୍ରରେ ସହଯୋଗ ପାଇଁ ସାଧୁବାଦ ଜ୍ଞାପନ କରୁଛି । ସେହିପରି ପର୍ଯ୍ୟଟନ ଏବଂ ହିଂସାତ୍ମକ ମୌଳବାଦ ବିରୋଧରେ ଆମର ସହଯୋଗକୁ ନିବିଡ କରିବା ସକାଶେ ଆମେ ସଂକଳ୍ପବଦ୍ଧ । ଆପଣଙ୍କର ଭବ୍ୟ ସ୍ୱାଗତ ଏବଂ ମହାନ ଆତିଥ୍ୟ ତଥା ଆପଣଙ୍କ କର୍ମବ୍ୟସ୍ତତା ସତ୍ତ୍ୱେ ଆମ ଲାଗି ଅବସର ଦେଇଥିବା ହେତୁ ମୁଁ ପୁଣିଥରେ ଆପଣଙ୍କୁ ଧନ୍ୟବାଦ ଜଣାଉଛି ।  

ମୁଇଟୋ ଓବ୍ରିଗାଡୋ । ଆପଣମାନଙ୍କୁ ଅଶେଷ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Two-wheeler sales rise 35% in February on low base, GST-led recovery

Media Coverage

Two-wheeler sales rise 35% in February on low base, GST-led recovery
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 3, 2026
March 03, 2026

Citizens Express Their Appreciation on Heartfelt Leadership, Historic Gains: PM Modi’s India Shines in Conservation, Commerce, and Clean Energy