PM Modi, Belarus President review bilateral ties, issues of regional and global developments
There are abundant business and investment opportunities in pharmaceuticals, oil & gas, heavy machinery and equipment: PM
Science and technology is another area of focus for stronger India-Belarus cooperation: PM Modi

ମହାମହିମ ରାଷ୍ଟ୍ରପତି ଆଲେକଜାଣ୍ଡର ଲୁକାଶେଙ୍କୋ

ବନ୍ଧୁଗଣ,

ଗଣମାଧ୍ୟମର ପ୍ରତିନିଧିମାନେ

ଭାରତରେ ରାଷ୍ଟ୍ରପତି ଲୁକାଶେଙ୍କୋଙ୍କୁ ସ୍ୱାଗତ କରି ମୁଁ ଆନନ୍ଦିତ । ଉଭୟ ରାଷ୍ଟ୍ର ଆମ କୂଟନୈତିକ ସମ୍ପର୍କର 25 ବର୍ଷ ପୂରଣ କରିବା ଅବସରରେ ସେ ଭାରତ ଆସିଛନ୍ତି ।

ଆମେ ପୂର୍ବରୁ 1997 ଏବଂ 2007ରେ ରାଷ୍ଟ୍ରପତି ଲୁକାଶେଙ୍କୋଙ୍କୁ ଭାରତରେ ସ୍ୱାଗତ କରିବାର ସୌଭାଗ୍ୟ ପାଇଥିଲୁ । ଏହି ଗସ୍ତ ଅବସରରେ, ମୁଁ ଆଶା କରୁଛି ଯେ ମହାମହିମ ଭାରତରେ ହେଉଥିବା ରୂପାନ୍ତରଣକୁ ଦେଖିପାରିବେ ଏବଂ ଅନୁଭବ କରିବାର ସୁଯୋଗ ପାଇପାରିବେ ।

ଆଜି ଆମ ଭିତରେ ବିସ୍ତୃତ ପ୍ରସଙ୍ଗ ଏବଂ ଅଗ୍ରଗାମୀ ଆଭିମୁଖ୍ୟ ନେଇ ଆଲୋଚନା ହୋଇଥିଲା । ସେସବୁ ଆମ ଭିତରେ ଅଢ଼େଇ ଦଶନ୍ଧି ଧରି ରହିଥିବା ନିବିଡ଼ ସମ୍ପର୍କକୁ ପ୍ରତିଫଳିତ କରିଥିଲା । ଦ୍ୱିପାକ୍ଷିକ ପ୍ରସଙ୍ଗ ଏବଂ କ୍ଷେତ୍ରୀୟ ତଥା ବିଶ୍ୱସ୍ତରୀୟ ଗତିବିଧି ସମ୍ପର୍କରେ ଆମେ ମତ ବିନିମୟ କରିଥିଲୁ । ଆମେ ଆମ ଭାଗିଦାରୀର ଆଧାର ସମୀକ୍ଷା କରିଥିଲୁ । ଆମେ ଏହାକୁ ଆହୁରି ବ୍ୟାପକ କରିବା ଲାଗି ଉପାୟ ଏବଂ ଉପକ୍ରମଗୁଡ଼ିକ ବିଷୟରେ ଆଲୋଚନା କରିଥିଲୁ । ସହଯୋଗର ସମସ୍ତ କ୍ଷେତ୍ରରେ ବ୍ୟାପକ ଆଲୋଚନା କରିବା ଲାଗି ଆମ ନିଷ୍ପତ୍ତି ନେଇଥିଲୁ ।

ଆମ ଲୋକମାନଙ୍କ ମଙ୍ଗଳ ପାଇଁ ଆମର ଭାଗିଦାରୀକୁ ଉଚ୍ଚତର ସୋପାନକୁ ନେଇଯିବା ଲାଗି ରାଷ୍ଟ୍ରପତି ଲୁକାଶେଙ୍କୋଙ୍କଠାରେ ରହିଥିବା ଆଗ୍ରହ ଏବଂ ଉତ୍ସାହ ମୁଁ ଦେଖିପାରିଲି ।

ଅନ୍ତତଃ, ଆମ ଅର୍ଥନୈତିକ ସମ୍ପର୍କକୁ ଆହୁରି ବିବିଧରୂପ ଦେବା ଲାଗି ଆମ କାର୍ଯ୍ୟ କରିବୁ । ଆମ ଭିତରେ ପ୍ରାକୃତିକ ପରିପୂରକ ସମ୍ପର୍କ ସ୍ଥାପନ କରିବା ପ୍ରତି ଧ୍ୟାନ ଦିଆଯିବ ।

ଆମର କମ୍ପାନୀଗୁଡ଼ିକୁ କ୍ରେତା-ବିକ୍ରେତା ସମ୍ପର୍କର ଊଦ୍ଧ୍ୱର୍କୁ ଯାଇ ଆହୁରି ନିବିଡ଼ ସମ୍ପର୍କ ପାଇଁ ଆଗେଇ ଆସିବା ଦରକାର । ଔଷଧ ପ୍ରସ୍ତୁତି, ତୈଳ ଏବଂ ଗ୍ୟାସ, ଭାରୀ ଯନ୍ତ୍ରାଂଶ ଏବଂ ସରଞ୍ଜାମ ଆଦି କ୍ଷେତ୍ରରେ ପ୍ରଚୁର ବ୍ୟବସାୟିକ ଏବଂ ନିବେଶ ସୁଯୋଗ ରହିଛି । ଗତବର୍ଷ, ଔଷଧ ପ୍ରସ୍ତୁତି କ୍ଷେତ୍ରରେ ଭାରତୀୟ କମ୍ପାନୀ 3ଟି ଯୌଥ ଭାଗିଦାରୀ ପ୍ରକଳ୍ପ ପ୍ରତିଷ୍ଠା କରିବା ଭଳି ସକାରାତ୍ମକ ପଦକ୍ଷେପ ନେଇଥିଲେ । ଟାୟାର, କୃଷି-ଶିଳ୍ପ ଯନ୍ତ୍ରାଂଶ ଏବଂ ଖଣିଜ ସରଞ୍ଜାମ ନିର୍ମାଣ କ୍ଷେତ୍ରରେ ଭାଗିଦାରୀର ସମ୍ଭାବନା ମଧ୍ୟ ରହିଛି । ସେହିପରି ଭାରୀ ନିର୍ମାଣ ଯନ୍ତ୍ରାଂଶ ନିର୍ମାଣ କ୍ଷେତ୍ରରେ ଭାରତରେ ବର୍ଦ୍ଧିତ ଚାହିଦା ରହିଛି ଏବଂ ବେଲାରୁଷ ନିକଟରେ ଔଦ୍ୟୋଗିକ ସାମର୍ଥ୍ୟ ରହିଛି ।

ମେକ୍ ଇନ ଇଣ୍ଡିଆ ଅଭିଯାନ ଅଧୀନରେ ପ୍ରତିରକ୍ଷା କ୍ଷେତ୍ରରେ ବିନିର୍ମାଣ ଏବଂ ମିଳିତ ବିକାଶକୁ ମଧ୍ୟ ଆମେ ପ୍ରୋତ୍ସାହନ ଯୋଗାଇଦେବୁ । ବେଲାରୁଷ କେତେକ ନିର୍ଦ୍ଦିଷ୍ଟ ପ୍ରକଳ୍ପ ପାଇଁ 2015ରେ ଭାରତ ଦେଇଥିବା 100 ନିୟୁତ ଆମେରିକୀୟ ଡଲାର ଋଣର ବିନିଯୋଗ ପାଇଁ ଆମେ ଆଲୋଚନା କରିଥିଲୁ ।

ୟୁରେସିଆନ୍ ଇକୋନୋମିକ୍ ୟୁନିଅନ୍(ଇଇୟୁ) ଏବଂ ଅନ୍ତର୍ଜାତୀୟ ଉତ୍ତର ଦକ୍ଷିଣ ପରିବହନ କରିଡର ଭଳି ବହୁପକ୍ଷୀୟ ଅର୍ଥନୈତିକ ଉପକ୍ରମ ଅନ୍ତର୍ଗତ ଭାରତ ଏବଂ ବେଲାରୁଷ ମଧ୍ୟରେ ସମ୍ପର୍କ ରହିଛି । 

 


ବନ୍ଧୁଗଣ,

ସହଯୋଗର ଆଉ ଏକ ସୁଦୃଢ଼ କ୍ଷେତ୍ର ହେଉଛି ବିଜ୍ଞାନ ଏବଂ ପ୍ରଯୁକ୍ତି । ବେଲାରୁଷ ଏହି କ୍ଷେତ୍ରରେ ଦୀର୍ଘ-ସମୟର ସହଭାଗୀ ।

ଧାତୁବିଜ୍ଞାନ ଏବଂ ଧାତୁ, ନାନୋ ମେଟେରିଆଲ୍, ଜୀବ ବିଜ୍ଞାନ ଏବଂ ସ୍ୱାସ୍ଥ୍ୟ ବିଜ୍ଞାନ, ଏବଂ ରସାୟନ ଏବଂ ଯାନ୍ତ୍ରିକ ବିଜ୍ଞାନ କ୍ଷେତ୍ରରେ ନବସୃଜନ ଏବଂ ବ୍ୟବସାୟୀକରଣକୁ ଗୁରୁତ୍ୱ ଦିଆଯିବ । ଆମେ ଏହି ପ୍ରକ୍ରିୟାରେ ଆମ ଯୁବପିଢ଼ିଙ୍କ ସମ୍ପୃକ୍ତି ଚାହୁଁଛୁ ।

ବେଲାରୁଷ ପ୍ରଯୁକ୍ତିର ପ୍ରଦର୍ଶନ ପାଇଁ ଭାରତରେ ଏକ ପ୍ରଯୁକ୍ତି ପ୍ରଦର୍ଶନ କେନ୍ଦ୍ର ସ୍ଥାପନ ସମ୍ଭାବନା ଦିଗରେ ଆମେ ପ୍ରୟାସ କରୁଛୁ ।

ବିକାଶ ସହଯୋଗ କ୍ଷେତ୍ରରେ ଭାରତ ଏବଂ ବେଲାରୁଷ ସମ୍ପର୍କର ଆଉ ଏକ ଦିଗ ନିର୍ଭରଶୀଳ । ଭାରତୀୟ ବୈଷୟିକ ଏବଂ ଅର୍ଥନୈତିକ ସହଯୋଗ କାର୍ଯ୍ୟକ୍ରମରେ ବେଲାରୁଷ ଏକ ସକ୍ରିୟ ସହଭାଗୀ ।

ଆପୋଷ ସ୍ୱାର୍ଥ ପ୍ରସଙ୍ଗରେ ଅର୍ନ୍ତଜାତୀୟ ମଂଚରେ ଆମର ଦୁଇ ରାଷ୍ଟ୍ର ମଧ୍ୟରେ ସମାନ ଆଭିମୁଖ୍ୟ ଏବଂ ନିବିଡ଼ ସହଯୋଗ ରହିଛି ।

ବହୁପକ୍ଷୀୟ ମଂଚରେ ଭାରତ ଏବଂ ବେଲାରୁଷ ପାରସ୍ପରିକ ସହଯୋଗ ବୃଦ୍ଧି ଜାରି ରଖିବେ ।

ବନ୍ଧୁଗଣ, ରାଷ୍ଟ୍ରପତି ଲୁକାଶେଙ୍କୋ ଏବଂ ମୁଁ ଆମ ଲୋକମାନଙ୍କ ମଧ୍ୟରେ ଥିବା ସାଂସ୍କୃତିକ ସମ୍ପର୍କ, ଯାହା ସଦ୍ଭାବନା ବୃଦ୍ଧି କରିଛି, ସେହି ପ୍ରସଙ୍ଗରେ ଆଲୋଚନା କରିଥିଲୁ । ମୁଁ ଏହା ଜାଣି ଖୁସି ହେଲି ଯେ ଅଧିକାଂଶ ବେଲାରୁଷବାସୀ ଭାରତୀୟ ସଂସ୍କୃତି, ଖାଦ୍ୟପେୟ, ଚଳଚ୍ଚିତ୍ର, ସଂଗୀତ, ନୃତ୍ୟ, ଯୋଗ ଏବଂ ଆୟୁର୍ବେଦ ବିଷୟରେ ଜାଣିବା ଲାଗି ସକ୍ରିୟ ଭାବେ ଆଗ୍ରହ ପ୍ରକାଶ କରୁଛନ୍ତି ।

ଆମ ସମ୍ପର୍କର ଆଧାରକୁ ଆହୁରି ସୁଦୃଢ଼ କରିବା ଲାଗି ଆମେ ପର୍ଯ୍ୟଟନ ଏବଂ ନାଗରିକ-ନାଗରିକ ସମ୍ପର୍କରେ ଆହୁରି ବୃଦ୍ଧି କରିବାର ସମ୍ଭାବନା ମୁଁ ଦେଖିପାରୁଛି ।

ଶେଷରେ, ଆମର ସମ୍ମାନନୀୟ ଅତିଥି ହୋଇଥିବାରୁ ମୁଁ ରାଷ୍ଟ୍ରପତି ଲୁକାଶେଙ୍କୋଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି । ଆଜିର ସହମତି ଏବଂ ଫଳାଫଳକୁ କାର୍ଯ୍ୟକାରୀ କରିବା ଲାଗି ଆଗାମୀ ଦିନ ଏବଂ ମାସଗୁଡ଼ିକରେ ବେଲାରୁଷ ସହିତ ଭାରତ ନିବିଡ଼ ସହଯୋଗୀ ଭାବେ କାର୍ଯ୍ୟ କରିବ । ମୁଁ ରାଷ୍ଟ୍ରପତି ଲୁକାଶେଙ୍କୋଙ୍କ ଭାରତରେ ଏକ ସ୍ମରଣୀୟ ରହଣି କାମନା କରୁଛି ।

ମୁଁ ଆପଣମାନଙ୍କୁ ଧନ୍ୟବାଦ ଜଣାଉଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How India brought the lion back from the brink: In Union minister Bhupender Yadav's words

Media Coverage

How India brought the lion back from the brink: In Union minister Bhupender Yadav's words
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 09, 2026
August 09, 2026

Vikas Bhi, Virasat Bhi: PM Modi’s Blueprint for a Rooted Yet Future-Ready Bharat