H.E. Mrs Nguyen Thị Kim Ngan, President of the National Assembly of Vietnam meets PM
India & Vietnam sign bilateral Agreement on Cooperation in Peaceful Uses of Atomic Energy

ଭିଏତନାମ ଜାତୀୟ ସଂସଦର ସଭାପତି ମହାମାନ୍ୟ ଶ୍ରୀମତୀ ଏନଗୁଏନ ଥୀ କିମ ଏନଗାଁ ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ସାକ୍ଷାତ ଆଲୋଚନା ବେଳେ ତାଙ୍କର ଗତ ସେପ୍ଟେମ୍ବରରେ ଭିଏତନାମ ଗସ୍ତ କାଳରେ ହାନୋଇଠାରେ ଏନଗାଁଙ୍କ ସହିତ ହୋଇଥିବା କଥାବାର୍ତ୍ତାକୁ ସ୍ମରଣ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭିଏତନାମର ଜାତୀୟ ସଂସଦର ମୁଖ୍ୟ ଭାବେ ଅବସ୍ଥାପିତ ହେବାରେ ଏନଗାଁ ହେଉଛନ୍ତି ପ୍ରଥମ ମହିଳା ଏବଂ ସେ ବିଶ୍ଵର ମହିଳାମାନଙ୍କ ପାଇଁ ପ୍ରେରଣାର ଏକ ଉତ୍ସ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଭାରତ ଓ ଭିଏତନାମ ମଧ୍ୟରେ ସଂସଦୀୟ ମତ ବିନିମୟକୁ ସ୍ଵାଗତ କରିଥିଲେ । ଦୁଇ ଦେଶର ଯୁବ ସାଂସଦମାନଙ୍କ ମଧ୍ୟରେ ମତ ବିନିମୟ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଆରମ୍ଭ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ଵାରୋପ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଭାରତ-ଭିଏତନାମ ମଧ୍ୟରେ ପରମାଣୁ ଶକ୍ତିର ଶାନ୍ତିପୂର୍ଣ୍ଣ ଉପଯୋଗ ସଂକ୍ରାନ୍ତ ସହଯୋଗ ରାଜିନାମା ଦସ୍ତଖତ ହେଉଛି ଯାହାକି ଦୁଇ ଦେଶ ମଧ୍ୟରେ ସୁପରିକଳ୍ପିତ ରଣନୀତିକ ଭାଗୀଦାରିତାକୁ ଆହୁରି ମଜବୁତ କରିବ ।  

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year

Media Coverage

One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 17, 2026
July 17, 2026

Green Trains, Private Rockets & Global Partnerships — PM Modi’s New India is Playing to Win