ଭାରତ- ୟୁରୋପୀୟ ସଂଘ ବୈଶ୍ୱିକ ହିତ ସାଧନ ନିମନ୍ତେ ସହଭାଗୀ ଭାବେ ଅଧିକ ସୁଦୃଢ଼ତାର ସହିତ କାର୍ଯ୍ୟ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଜଣାଇଲେ ପ୍ରତିବଦ୍ଧତା
ୟୁରୋପୀୟ ସଂସଦର ନିର୍ବାଚନ ନିମନ୍ତେ ପ୍ରଧାନମନ୍ତ୍ରୀ ଜଣାଇଲେ ଶୁଭକାମନା

ନିକଟରେ ଦେଶରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ପୁନଃ ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲିୟେନ୍ ଟେଲିଫୋନ୍ ଯୋଗେ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।
ଅଧ୍ୟକ୍ଷ ସୁଶ୍ରୀ ଭନ୍ ଡେର ଲିୟେନ୍ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ସାଧାରଣ ନିର୍ବାଚନରେ ତାଙ୍କର ସଫଳତା ସକାଶେ ବଧେଇ ଜଣାଇଛନ୍ତି ଏବଂ ଲଗାତାର ଭାବରେ ତୃତୀୟ ଥର ପାଇଁ ସରକାର ଗଢ଼ିବାକୁ ଯାଉଥିବାରୁ ତାଙ୍କର ଅଭିନନ୍ଦନ ଜଣାଇଛନ୍ତି । ଭାରତୀୟ ଗଣତନ୍ତ୍ରକୁ ସୁଶ୍ରୀ ଭନ୍ ଡେର୍ ଲିୟେନ୍ ଭୂୟସୀ ପ୍ରଶଂସା କରିଛନ୍ତି ଏବଂ ଏହା ବିଶ୍ୱର ସର୍ବବୃହତ୍ ନିର୍ବାଚନ ପ୍ରକ୍ରିୟା ବୋଲି ଅଭିହିତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ରାଷ୍ଟ୍ରପତି ଭନ୍ ଡେର୍ ଲିୟେନ୍‌ଙ୍କ ଉଷ୍ମ ଅଭିନନ୍ଦନ ପ୍ରତି କୃତଜ୍ଞତା ଜ୍ଞାପନ କରି କହିଛନ୍ତି ଯେ ଭାରତ- ୟୁରେପୀୟ କମିଶନ ମଧ୍ୟରେ ଅନେକ କ୍ଷେତ୍ରରେ ସମ୍ପର୍କ ସୁଦୃଢ଼ ରହିଛି ଏବଂ ଉଭୟ ପକ୍ଷ ଏହି ମୂଲ୍ୟବୋଧକୁ ସମ୍ମାନ ପ୍ରଦର୍ଶନ କରନ୍ତି ।
ପ୍ରଧାନମନ୍ତ୍ରୀ ଉଲ୍ଲେଖ କହିଛନ୍ତି ଯେ ଚଳିତ ବର୍ଷ ଭାରତ- ୟୁରୋପୀୟ କମିଶନ ମଧ୍ୟରେ ସହଭାଗୀତା ଗଠିିତ ହେବାର ୨୦ତମ ବର୍ଷ ପୂର୍ତ୍ତି ଏବଂ ବିଶ୍ୱର ମଙ୍ଗଳ ନିମନ୍ତେ ଏହି ସହଭାଗିତାକୁ ଉଭୟ ପକ୍ଷ ଅଧିକ ସୁଦୃଢ଼ର ସହିତ କାର୍ଯ୍ୟ କରିବାକୁ ପ୍ରତିବଦ୍ଧତା ପ୍ରକଟ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏହି ଅବସରରେ ୟୁରୋପୀୟ ପାର୍ଲାମେଣ୍ଟ ପାଇଁ ଆଜି ଅନୁଷ୍ଠିତ ହେଉଥିବା ନିର୍ବାଚନ ନିମନ୍ତେ ତାଙ୍କର ଶୁଭ କାମନା ଜଣାଇଛନ୍ତି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
21% YoY rise in engineering exports in June shows sector's resilience amid global challenges: EEPC India Chairman

Media Coverage

21% YoY rise in engineering exports in June shows sector's resilience amid global challenges: EEPC India Chairman
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 14, 2026
July 14, 2026

From Local Fields to Global Recognition: PM Modi’s ‘Vocal for Local’ is Now Delivering Real Global Respect