India's self-confidence is at an all time high: PM Modi in Lok Sabha
It is this Lok Sabha that has passed stringent laws against corruption and black money: PM
It is this Lok Sabha that passed the GST: PM Modi

ଅଧ୍ୟକ୍ଷ ମହୋଦୟା, ମୁଁ ସଦନର ସମସ୍ତ ସଦସ୍ୟଙ୍କ ତରଫରୁ ଏବଂ ମୋ ତରଫରୁ ଏହି ଷୋଡ଼ଶ ଲୋକସଭାର ସଂପୂର୍ଣ୍ଣ କାର୍ଯ୍ୟକାଳକୁ ଅଧ୍ୟକ୍ଷ ଭାବେ ଯେଉଁ ଧୈର୍ଯ୍ୟର ସହିତ, ସନ୍ତୁଳନର ସହିତ ଏବଂ ପ୍ରତିକ୍ଷଣ ସହାସ୍ୟ ବଦନରେ ଆପଣ ସଦନକୁ ଚଲାଇଲେ, ଏଥିପାଇଁ ଆପଣ ହେଉଛନ୍ତି ଅନେକ ଅନେକ ଅଭିନନ୍ଦନର ଅଧିକାରୀ ।

ଦେବୀ ଅହଲ୍ୟା ମହୋଦୟାଙ୍କ ଜୀବନ, ତାଙ୍କର ଶିକ୍ଷା; ଆପଣଙ୍କ ମନ ଉପରେ ତାହାର ବହୁତ ବଡ଼ ପ୍ରଭାବ ରହିଛି ଆଉ ସେଥିରୁ ପାଇଥିବା ଶିକ୍ଷାକୁ, ସେଥିରୁ ପାଇଥିବା ଆଦର୍ଶଗୁଡ଼ିକୁ ଏଠାରେ ଚରିତାର୍ଥ କରିବା ପାଇଁ ଆପଣ ପ୍ରତିକ୍ଷଣ ଚେଷ୍ଟା ଜାରି ରଖିଛନ୍ତି ଆଉ ସେହି ଆଦର୍ଶକୁ ନେଇ ଚାଲିବା ବେଳେ କେବେ ଡାହାଣ କଡ଼ରେ ଥିବା ଲୋକଙ୍କୁ ତ କେବେ ବାମ କଡ଼ରେ ଥିବା ଲୋକଙ୍କୁ ଆପଣ ସେହି ତରାଜୁରେ ତଉଲି କେବେ କୌଣସି କଠୋର ନିୟମ ମଧ୍ୟ କରିଛନ୍ତି, କିନ୍ତୁ ତାହା ମୂଲ୍ୟବୋଧ ଆଧାରରେ ନିଆଯାଇଛି ଆଉ ଲୋକସଭାର ଉତ୍ତମ ପରିପାଟିକୁ ବଜାୟ ରଖିବା ପାଇଁ ତାହା ସଦା ସର୍ବଦା ଉପଯୁକ୍ତ ରହିବ, ଏହା ମୋର ସଂପୂର୍ଣ୍ଣ ବିଶ୍ୱାସ ରହିଛି ।

ଆପଣ ଯେଉଁ ନାରୀ ସଂଗଠନର ଶୁଭାରମ୍ଭ କରିଛନ୍ତି, ମୁଁ ଭାବୁଛି କି ନୂତନ ସଦସ୍ୟଙ୍କ ପାଇଁ ଏହା ହେଉଛି ନିଜକୁ ନିଜ ମଧ୍ୟରେ ବହୁତ ଉପକାରର କାର୍ଯ୍ୟ ଆପଣ କରିଛନ୍ତି । ସେଥିରେ ତର୍କକୁ, ତାହାର ଧାରଣାକୁ, ସୂଚନାକୁ ଆହୁରି ଅଧିକ ସମୃଦ୍ଧ କରିବାରେ ବହୁତ ବଡ଼ ଭୂମିକା ତୁଲାଇଛନ୍ତି ।

ଅଧ୍ୟକ୍ଷ ମହୋଦୟା, 2014ରେ, ମୁଁ ମଧ୍ୟ ସେହି ସଦସ୍ୟମାନଙ୍କ ମଧ୍ୟରୁ ଜଣେ ଥିଲି, ଯେଉଁମାନେ ପ୍ରଥମ ଥର ପାଇଁ ଆସିଥିଲେ । ନା ମୁଁ ତାହାର ଭୂଗୋଳ ଜାଣିଥିଲି, ନା କେଉଁ ଗଳିରେ କେଉଁଠିକୁ ଯାଆନ୍ତି ତାହା ମଧ୍ୟ ଜଣା ନଥିଲା; ସଂପୂର୍ଣ୍ଣ ଭାବେ ନୂଆ ଥିଲି ଆଉ ପ୍ରତ୍ୟେକ ଜିନିଷକୁ ଖୁବ ଜିଜ୍ଞାସାର ସହିତ ଦେଖୁଥିଲି, ଏହା ହେଉଛି କ’ଣ, ଏଠାରେ କ’ଣ ଅଛି; ଏହିଭଳି ସବୁକିଛି ଦେଖୁଥିଲି । କିନ୍ତୁ ମୁଁ ଯେତେବେଳେ ଏଠାରେ ବସିଲି ତ ଏଭଳି ହିଁ ଦେଖୁଥିଲି, ଏହି ବଟନ ହେଉଛି କେଉଁ ଜିନିଷର, କ’ଣ ରହିଛି, ବୁଝିବାକୁ ଚେଷ୍ଟା କରୁଥିଲି; ତ ମୁଁ ଏଠାରେ ଏକ ପ୍ଲେଟ ଦେଖିଲି । ସେହି ପ୍ଲେଟ ଉପରେ, କାହିଁକି ନା ମୁଁ ଅବଗତ ଯେ ମୋ ପୂର୍ବରୁ 13ଜଣ ପ୍ରଧାନମନ୍ତ୍ରୀ ଏହି ସ୍ଥାନରେ ରହି ନିଜର ଦାୟିତ୍ୱ ତୁଲାଇଛନ୍ତି, କିନ୍ତୁ ମୁଁ ସେହି ପ୍ଲେଟ ଦେଖିଲି, ସେଥିରେ କେବଳ ତିନି ଜଣ ପ୍ରଧାନମନ୍ତ୍ରୀଙ୍କର ହିଁ ନାମ ଥିଲା । ଏଭଳି କାହିଁକି ହୋଇଥିବ, କ’ଣ ତର୍କ ରହିଥିବ, ଯେଉଁମାନେ ଉଦାରବାଦୀ ବିଚାରର ବହୁତ ବଡ଼ ବିଦ୍ୱାନ ଲୋକ ପ୍ରତିଦିନ ଉପଦେଶ ଦେଇ ଚାଲିଥାନ୍ତି, ସେମାନେ ନିଶ୍ଚିତ ଭାବେ ଏହା ଉପରେ ବିଚାର କରିବେ ଆଉ କେବେ କେବେ ଆମର ମାର୍ଗଦର୍ଶନ କରିବେ ।

ଅର୍ଥାତ ପ୍ରତ୍ୟେକ କଥା ମୋ ପାଇଁ ନୂଆ ଥିଲା, ଜିଜ୍ଞାସା ଥିଲା ଆଉ ସେହି ସମୟରୁ ମୁଁ ଦେଖୁଛି କି କାର୍ଯ୍ୟ ଆମର, ପ୍ରାୟତଃ ତିନି ଦଶକ ପରେ ଏକ ପୂର୍ଣ୍ଣ ବହୁମତର ସରକାର ଗଠନ ହୋଇଛି, ଆଉ ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ କଂଗ୍ରେସ ଗୋତ୍ରର ନୁହେଁ, ଏଭଳି ଏକ ପୂର୍ଣ୍ଣ ବହୁମତର ସରକାର ଗଠନ ହୋଇଛି । କଂଗ୍ରେସ ଗୋତ୍ରର ନଥିଲା – ଯେଭଳି ମେଣ୍ଟର ପ୍ରଥମ ସରକାର ଅଟଳ ଜୀଙ୍କର ସମୟରେ ଗଠିତ ହୋଇଥିଲା ଆଉ କଂଗ୍ରେସ ଗୋତ୍ରର ନଥିଲା, ଏଭଳି ଏକ ପୂର୍ଣ୍ଣ ବହୁମତର ପ୍ରଥମ ସରକାର 2014ରେ ଗଠନ ହେଲା ଆଉ ଏହି ଷୋଡ଼ଶ ଲୋକସଭାରେ 17ତମ ଅଧିବେଶନ ହୋଇଛି, 8ଟି ଅଧିବେଶନ ଏଭଳି ଯେଉଁଥିରେ 100 ପ୍ରତିଶତରୁ ଅଧିକ କାର୍ଯ୍ୟ ହୋଇଛି ଆଉ ହାରାହାରି ଆମେ ଦେଖିବା ତ ପ୍ରାୟ 85% ଫଳାଫଳ ସହିତ ଆଜି ଆମେ ବିଦାୟ ନେଉଛୁ ।

ସଂସଦୀୟ ମନ୍ତ୍ରୀଙ୍କର ନିଜର ଗୋଟିଏ ଦାୟିତ୍ୱ ରହିଥାଏ, ଏବେ ତୋମାର ମହାଶୟ ବୁଝୁଛନ୍ତି । ପ୍ରାରମ୍ଭରେ ଭେଙ୍କେୟା ମହାଶୟ ଦେଖୁଥିଲେ; ସେ କୁଶଳତା ପୂର୍ବକ ତାଙ୍କର ଦାୟିତ୍ୱ ତୁଲାଇଥିଲେ । ଏବେ ଉପ-ରାଷ୍ଟ୍ରପତି ପଦରେ ଆଉ ଆମର ବରିଷ୍ଠ ସଦନର ସଞ୍ଚାଳକ ରୂପେ ମଧ୍ୟ ଏକ ପ୍ରମୁଖ ଭୂମିକା ତୁଲାଉଛନ୍ତି । ଅନନ୍ତ କୁମାର ମହାଶୟଙ୍କର ଅନୁପସ୍ଥିତି ଆମକୁ ନିଶ୍ଚିତ ଭାବେ ଅନୁଭବ ହେଉଛି, ଜଣେ ହସି – ଖେଳି ଦୌଡ଼ୁଥିବା ଆମର ସାଥୀଙ୍କର, କିନ୍ତୁ ଏ ସମସ୍ତେ ଯେଉଁ କାର୍ଯ୍ୟ କରିଛନ୍ତି ତାଙ୍କୁ ମଧ୍ୟ ମୁଁ ଅଭିନନ୍ଦନ କରୁଛି ।

ଏହି ଷୋଡ଼ଶ ଲୋକସଭା, ଏହି କଥା ପାଇଁ ମଧ୍ୟ ସଦା ସର୍ବଦା ଆମେ ଗର୍ବ କରିବା, କାରଣ ଦେଶରେ ଏତେ ନିର୍ବାଚନ ହୋଇଛି, ଆମେ ପ୍ରଥମ ଥର ପାଇଁ ସବୁଠାରୁ ଅଧିକ ମହିଳା ସାଂସଦ ରହିଥିବା ଆମର ଏହି ସମୟ, ସବୁଠାରୁ ଅଧିକ ଏହା ହେଉଛି ନିଜକୁ ନିଜ ମଧ୍ୟରେ ଗୋଟିଏ… । ସେଥିରେ ମଧ୍ୟ 44ଜଣ ମହିଳା ସାଂସଦ ପ୍ରଥମ ଥର ଆସିଥିଲେ, ଏହା ମଧ୍ୟ ନିଜକୁ ନିଜ ମଧ୍ୟରେ, ଆଉ ସଂପୂର୍ଣ୍ଣ କାର୍ଯ୍ୟକାଳ ମଧ୍ୟରେ ଦେଖିଛୁ ମହିଳା ସାଂସଦଙ୍କର ପ୍ରତିନିଧିତ୍ୱ, ଯୋଗଦାନ ଏବଂ କଥାବାର୍ତ୍ତାର ଶୀଖର; ପ୍ରତ୍ୟେକ ପ୍ରକାରରେ ଆମକୁ ପଞ୍ଜୀକୃତ କରିବା ଆବଶ୍ୟକ, ସେହିଭଳି ଉଚ୍ଚତର ଥିଲା । ସମସ୍ତ ମହିଳା ସାଂସଦ ହେଉଛନ୍ତି ଅଭିନନ୍ଦନର ଅଧିକାରୀ ।

ଦେଶରେ ପ୍ରଥମ ଥର ପାଇଁ କ୍ୟାବିନେଟରେ ସର୍ବାଧିକ ମହିଳା ମନ୍ତ୍ରୀ ଅଛନ୍ତି ଆଉ ଦେଶରେ ପ୍ରଥମ ଥର ଦେଶର ସୁରକ୍ଷା ସହିତ ସମ୍ବନ୍ଧିତ କମିଟିରେ ଦୁଇଜଣ ମହିଳା ମନ୍ତ୍ରୀ ପ୍ରତିନିଧିତ୍ୱ କରୁଛନ୍ତି – ପ୍ରତିରକ୍ଷା ମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ, ଏହା ମଧ୍ୟ ନିଜକୁ ନିଜ ମଧ୍ୟରେ ଏହା ମଧ୍ୟ ଖୁସିର କଥା ଯେ ପ୍ରଥମ ଥର ଜଣେ ମହିଳା ବାଚସ୍ପତି ହୋଇଛନ୍ତି, ଏହା ସହିତ ଆମର ରୋଜିଷ୍ଟ୍ରାର ଜେନେରାଲ ମଧ୍ୟ, ହଁ – ସେକ୍ରେଟାରୀ ଜେନେରାଲ ମଧ୍ୟ; ସେ ମଧ୍ୟ ଆମର ଏଠି ମହିଳା ରୂପେ ବିରାଜମାନ ଅଛନ୍ତି । ଏଥିପାଇଁ ଲୋକସଭା ସେକ୍ରେଟାରୀ ଜେନେରାଲ ଏବଂ ତାଙ୍କର ସମସ୍ତ ଟିମକୁ ଆଉ ଏଠାକାର ସଂପୂର୍ଣ୍ଣ ପରିସରକୁ ସମ୍ଭାଳିଲା ବାଲା, ପ୍ରତ୍ୟେକ ହେଉଛନ୍ତି ଅଭିନନ୍ଦନର ଅଧିକାରୀ । ମୁଁ ସେମାନଙ୍କୁ ମଧ୍ୟ ବହୁତ – ବହୁତ ଶୁଭେଚ୍ଛା ଜଣାଉଛି, ବହୁତ ବହୁତ ଅଭିନନ୍ଦନ ଜଣାଉଛି ।

ଏହି ସଦନରେ, କେହି ଏହାର ଅର୍ଥ ଏପରି ନ କରନ୍ତୁ କି ମୁଁ ଏଠାରେ ସରକାରଙ୍କର କୌଣସି ଉପଲବ୍ଧିଗୁଡ଼ିକୁ ଜଣାଇବା ପାଇଁ ଠିଆ ହୋଇଛି । କିନ୍ତୁ ଯେଉଁ କାର୍ଯ୍ୟ ଏହି ସଦନ କରିଛି, ଯଦି ପାଞ୍ଚ ବର୍ଷର ସେହି ତଥ୍ୟକୁ ଦେଖନ୍ତି, ଆଉ ଆମେ ସମସ୍ତେ ହେଉଛେ ଏହାର ଅଂଶୀଦାର; ବିପକ୍ଷରେ ରହି ମଧ୍ୟ ତାହାର ଶକ୍ତି ବୃଦ୍ଧି କରିବା କାର୍ଯ୍ୟ କରିଛୁ, ସପକ୍ଷରେ ରହି ମଧ୍ୟ ତାହାଙ୍କୁ ସାହାଯ୍ୟ କରିଛୁ ଆଉ ଏଥିପାଇଁ ସଦନର ସମସ୍ତ ସାଥୀଙ୍କର ସେଥିରେ ଗୌରବପୂର୍ଣ୍ଣ ଯୋଗଦାନ ରହିଥାଏ ।

ଆମ ପାଇଁ ବିଗତ ସାଢ଼େ ଚାରି ବର୍ଷର, ସେହି କାର୍ଯ୍ୟକାଳରେ, ଆମ ସମସ୍ତଙ୍କ ପାଇଁ ଏହା ହେଉଛି ଖୁସିର ବିଷୟ କି ଆଜି ଦେଶ ଦୁନିଆର ଷଷ୍ଠ ନମ୍ବରର ଅର୍ଥନୀତି ହୋଇଛି । ଏହି କାର୍ଯ୍ୟକାଳର ଏହା ହେଉଛି ମଧ୍ୟ ଗୌରବର କାର୍ଯ୍ୟ ଆଉ ଆମେ ସମସ୍ତେ ହେଉଛେ ଏହାର ଭାଗୀଦାର । ଏହିଠାରୁ ନୀତି ନିର୍ଦ୍ଧାରଣ ହୋଇଛି ଆଉ ପାଞ୍ଚ ଟ୍ରିଲିୟନ ଡଲାରର ଅର୍ଥନୀତି ହେବା ଦିଗରେ, ଆମେ ସେହି ଦ୍ୱାର ଦେଶରେ ପ୍ରବେଶ କରିବା ପାଇଁ ପ୍ରସ୍ତୁତ ହୋଇ ରହିଛେ, ଏତେ ଦ୍ରୁତ ଗତିରେ ବଢ଼ୁଛେ । ଏଥିପାଇଁ ମଧ୍ୟ ଏହି ସଦନର କାର୍ଯ୍ୟକଳାପ ଗୁଡ଼ିକର ନିଜର ବହୁତ ବଡ଼ ଭୂମିକା ରହିଛି ।

ଆଜି ଭାରତର ନିଜର ବହୁତ ବଡ଼ ଆତ୍ମବିଶ୍ୱାସ ହେଉଛି ବହୁତ ବଡ଼ ଆଉ ଆଗକୁ ବଢ଼ିବାର ବହୁତ ବଡ଼ ଶକ୍ତି ହୋଇଥାଏ ଆତ୍ମବିଶ୍ୱାସ, ସଂକଟ ସହିତ ଜଡ଼ିତ ସାମର୍ଥ୍ୟ ହୋଇଥାଏ ଆତ୍ମବିଶ୍ୱାସ; ଆଜି ଦେଶ ଆତ୍ମବିଶ୍ୱାସ ସହିତ ଭରି ରହିଛି । ଏହି ସଦନ ଯେଉଁ ସାମୁହିକତାର ସହିତ, ଯେଉଁ ଗତି ସହିତ ଏହି ନିର୍ଣ୍ଣାୟକ ପ୍ରକ୍ରିୟାଗୁଡ଼ିକୁ ଆଗକୁ ବଢ଼ାଇଛନ୍ତି, ଏହି ବିଶ୍ୱାସକୁ ସୃଷ୍ଟି କରିବାରେ ଏଗୁଡ଼ିକ ବହୁତ ବଡ଼ ଭୂମିକା ତୁଲାଉଛି ।

ଆଜି ବିଶ୍ୱର ସମସ୍ତ ପ୍ରତିଷ୍ଠିତ ସଂସ୍ଥାନଗୁଡ଼ିକ, ବିଶ୍ୱ-ମାନ୍ୟ ସଂସ୍ଥାଗୁଡ଼ିକ ଭାରତର ଉଜ୍ଜ୍ୱଳ ଭବିଷ୍ୟତ ସମ୍ବନ୍ଧରେ କୁଣ୍ଠିତ ନ ହୋଇ, ଏକ ସ୍ୱରରେ ଉଜ୍ଜ୍ୱଳ ଭବିଷ୍ୟତ ସମ୍ବନ୍ଧରେ ନିଜର ସମ୍ଭାବନା କହି ଚାଲଛି । ଆଉ ଏହା ଦେଶ ପାଇଁ ସ୍ୱାଭାବିକ ରୂପରେ ହିଁ ଏହି କାଳଖଣ୍ଡ ରହିଛି କି ଭାରତ ଡିଜିଟାଲ ବିଶ୍ୱ(ଡିଜିଟାଲ ୱାର୍ଲ୍ଡ)ରେ ନିଜର ସ୍ଥାନ ସୃଷ୍ଟି କରି ସାରିଛି, ଅନେକଗୁଡ଼ିଏ ଉପଲବ୍ଧି ପ୍ରାପ୍ତ କରିଛି ।

ଉର୍ଜ୍ଜା କ୍ଷେତ୍ରରେ, ଉର୍ଜ୍ଜା ସଞ୍ଚୟ କ୍ଷେତ୍ରରେ ଭାରତ, ଦୁନିଆ ବିଶ୍ୱତାପନ ସମ୍ପର୍କରେ ଚର୍ଚ୍ଚା କରୁଛି, ସେହି ବିଶ୍ୱତାପନ ସମୟରେ ଏହା ହେଉଛି ସେହି ଦେଶ ଯିଏ ଅନ୍ତରାଷ୍ଟ୍ରୀୟ ସୌର ମେଣ୍ଟକୁ ନେତୃତ୍ୱ ପ୍ରଦାନ କରିଛି । ଆଉ ଯେଉଁଭଳି ଭାବେ ଆଜି ବିଶ୍ୱରେ ପେଟ୍ରୋଲିୟମ ଉତ୍ପାଦ କରୁଥିବା ଦେଶମାନଙ୍କର ମେଣ୍ଟର ଶକ୍ତି ହୋଇଛି, ସେହି ଦିନ ଆଉ ଦୂରରେ ନାହିଁ ଯେତେବେଳେ ଭାରତର ଏହି ନିର୍ଣ୍ଣୟର ପ୍ରଭାବ ଆଗାମୀ ଦଶକରେ ଦୃଷ୍ଟିଗୋଚର ହେବ । ଏତିକି ହିଁ ଶକ୍ତି ସହିତ ଅନ୍ତରାଷ୍ଟ୍ରୀୟ ସୌର ମେଣ୍ଟ ଏକ ବିଶ୍ୱତାପନ ବିରୁଦ୍ଧରେ ଲଢ଼େଇ, ପର୍ଯ୍ୟାବରଣ ସୁରକ୍ଷା ଚିନ୍ତା; କିନ୍ତୁ ଦୁନିଆକୁ ଏକ ବ୍ୟତିକ୍ରମ ଜୀବନ ଦେବାର ବ୍ୟବସ୍ଥା, ଏହା କରିବାରେ ମୁଁ ମାନୁଛି କି ଏହି କାର୍ଯ୍ୟକାଳ ନିଜର ବହୁତ ବଡ଼ ଭୂମିକା ତୁଲାଉଛି ।

ମହାକାଶ ଦୁନିଆରେ ଭାରତ ନିଜର ସ୍ଥାନ ସୁରକ୍ଷିତ କରିଛି । କିନ୍ତୁ ଅଧିକତମ ଉପଗ୍ରହ ପ୍ରେରଣ କରିବାର କାର୍ଯ୍ୟ ଏହି କାର୍ଯ୍ୟକାଳରେ, ଦୁନିଆ ପାଇଁ ଭାରତ ହେଉଛି ଗୋଟିଏ, ଆମର ଶକ୍ତି ତ ପାଲଟିଛି, ଗୋଟିଏ ଲଞ୍ଚ ପ୍ୟାଡ ଭାବେ ଆଜି ବିଶ୍ୱ ପାଇଁ ଭାରତ କେନ୍ଦ୍ର ପାଲଟିଛି । ତାହା ମଧ୍ୟ ଅର୍ଥନୈତିକ କାର୍ଯ୍ୟକଳାପର ଏକ କେନ୍ଦ୍ର ପାଲଟିବାରେ ଲାଗିଛି । ମେକ୍ ଇନ ଇଣ୍ଡିଆ ଦିଗରେ, ବିନିର୍ମାଣ କ୍ଷେତ୍ରରେ ଭାରତ ଆଜି ଆତ୍ମନିର୍ଭରଶୀଳ ହେବା ସହିତ ଆଗକୁ ବଢ଼ିବା ଦିଗରେ ଦ୍ରୁତ ଗତିରେ ପଦକ୍ଷେପ ଗ୍ରହଣ କରୁଛି ।

ବିଶ୍ୱ ପରିବେଶରେ ଆଜି ଭାରତକୁ ଗୁରୁତ୍ୱର ସହିତ ଶୁଣାଯାଉଛି । ଆଉ ମୁଁ, କେବେ – କେବେ ମୁଁ କହୁଛି, ଲୋକମାନଙ୍କୁ ଏହା ଭ୍ରମ ହୋଇଥାଏ କି ଭାଇ ମୋଦୀ ଅଛନ୍ତି ଅବା ସୁଷମା ମହୋଦୟା ଅଛନ୍ତି, ଏମାନଙ୍କ କାର୍ଯ୍ୟକାଳରେ ଦୁନିଆରେ ଆମର ସମ୍ମାନ ବହୁତ ବଢ଼ି ଯାଇଛି, ଦୁନିଆରେ ବାହା-ବାହା ଶୁଣିବାକୁ ମିଳୁଛି । ସେମାନେ କହୁଥିବେ ଲୋକମାନେ, କିନ୍ତୁ ବାସ୍ତବତା ହେଉଛି ଯାହା ତାହା ଅନ୍ୟକିଛି । ବାସ୍ତବତାର ମୂଳ କାରଣ ହେଉଛି ପୂର୍ଣ୍ଣ ବହୁମତବାଲା ସରକାର । ଦୁନିଆ ପୂର୍ଣ୍ଣ ବହୁମତବାଲା ସରକାରଙ୍କୁ ମାନ୍ୟତା ଦେଇଥାଏ ।
30 ବର୍ଷ ମଧ୍ୟରେ ଆମର ସମୟ ବିଶ୍ୱ ପରିବେଶରେ, ଏହି ଅଭାବ କାରଣରୁ ଦେଶକୁ ବହୁତ କ୍ଷତି ହୋଇଛି । 30 ବର୍ଷ ପରେ, 2014ରେ, କାହିଁକି ନା ଯେତେବେଳେ ସେହି ଦେଶର ନେତା ଯାହାଙ୍କ ପାଖରେ ପୂର୍ଣ୍ଣ ବହୁମତ ଥାଏ, ସେ ଯେତେବେଳେ ଦୁନିଆର ଅନ୍ୟ କୌଣସି ନେତାଙ୍କ ସହିତ ସାକ୍ଷାତ କରିଥାନ୍ତି, ତ ତାଙ୍କୁ ଜଣାଥାଏ କି ତାଙ୍କ ପାଖରେ କିମ୍ବା ଏହାଙ୍କ ପାଖରେ ମଧ୍ୟ ପୂର୍ଣ୍ଣ ବହୁମତବାଲା ସରକାର ଅଛି ଏବଂ ତାହାଙ୍କର ନିଜସ୍ୱ ଏକ ଶକ୍ତି ଅଛି । ଚଳିତ ଥର ମୁଁ ଏହା ପାଞ୍ଚ ବର୍ଷ ମଧ୍ୟରେ ଅନୁଭବ କରିଛି କି ବିଶ୍ୱରେ ଦେଶର ଏକ ସ୍ଥାନ ସୃଷ୍ଟି ହୋଇଛି । ଆଉ ତାହାର ସଂପୂର୍ଣ୍ଣ ଯଶ ନା ମୋଦୀଙ୍କୁ ଯାଉଛି, ନା ସୁଷମା ମହାଶୟାଙ୍କୁ ଯାଉଛି, ଶହେ ପଚିଶ କୋଟି ଦେଶବାସୀଙ୍କ 2014ର ସେହି ନିଷ୍ପତ୍ତିକୁ ଯାଉଛି ।

ସେହି ପ୍ରକାରରେ ଏହି କାର୍ଯ୍ୟକାଳରେ ବିଦେଶରେ ଅନେକ ସଂସ୍ଥାଗୁଡ଼ିକରେ ଭାରତକୁ ସ୍ଥାନ ମିଳିଛି, ବିଦେଶରେ ଶୁଣାଯାଇଛି । ଏବେ ଆମେ ଦେଖିବା ବାଂଲାଦେଶ – ଏହି ସଦନରେ ସର୍ବ ସମ୍ମତିରେ ଜମି ବିବାଦର ସମାଧାନ କରାଯାଇଛି, ଏହା ବହୁତ ବଡ଼ କାର୍ଯ୍ୟ ହୋଇଛି । ଭାରତ ବିଭାଜନ ପରଠାରୁ ବିବାଦାସ୍ପଦ ବାଂଲାଦେଶ ଗଠନ ହେବାପରେ ସଙ୍କଟ ଚାଲି ଆସିଲା । କିନ୍ତୁ ତାହାର ସମାଧାନ ମଧ୍ୟ ଏହି ସଦନ କରିଲା । ଆଉ ମୁଁ ବୁଝିପାରୁଛି ଆମର ନିଜର ଏକ ସ୍ୱତନ୍ତ୍ରତା ରହିଛି କି ଆମେ ମିଳିମିଶି କରି ଏହି କାର୍ଯ୍ୟକୁ କରିଲୁ ଆଉ ଦୁନିଆକୁ ସର୍ବ ସମ୍ମତିର ବାର୍ତ୍ତା ବହୁତ ବଡ଼ ଶକ୍ତି ଦେବାଭଳି ବାର୍ତ୍ତା ଗଲା । ଆଉ ମୁଁ ଏଥିପାଇଁ ସଦନକୁ ବିଶେଷ ଭାବେ ଆଜି ହୃଦୟର ସହିତ କୃତଜ୍ଞତା ଜ୍ଞାପନ କରିବାକୁ ଚାହୁଁଛି, ସମସ୍ତ ଦଳଙ୍କୁ କୃତଜ୍ଞତା ଜ୍ଞାପନ କରିବାକୁ ଚାହୁଁଛି ।

ସେହିପରି ଆମର ବିଦେଶ ନୀତିର ଏକ ନୂତନ ଦିଗ ବିକଶିତ ହୋଇଛି । ଦୁନିଆରେ ମାନବ ଅଧିକାର, ମାନବିକ ମୂଲ୍ୟବୋଧ ଜଣା-ଅଜଣା ଭାବେ ଯେଭଳି କୌଣସି ଦୁନିଆର କୌଣସି ଏକ କୋଣରେ ଅଧିକାର ରହିଆସିଛି, ଅଲଗା ଲୋକଙ୍କୁ ତ ଏଥିରୁ କିଛି ନେବା ଦେବାର ନାହିଁ ଆଉ ଆମ ଉପରେ ତ ଯେଭଳି ମାନବିକ ଅଧିକାର ବିରୋଧୀ ଆଉ ସେହି ପ୍ରକାରରେ ଆମର ଛବି ପ୍ରସ୍ତୁତ ହୋଇ ଯାଇଛି । ଯେତେବେଳେ କି ମାନବିକତା ଏବଂ ବସୁଧୈବ କୁଟୁମ୍ବକମ୍ କଥା କହୁଥିବା ଏହି ଦେଶ, କିନ୍ତୁ ଜଣାନାହିଁ, କାହିଁକି ଏଭଳି ଛବି ତିଆରି ହୋଇଯାଇଛି । କିନ୍ତୁ ବିଗତ ପାଞ୍ଚ ବର୍ଷରେ ଆମେ ଦେଖିବା – ନେପାଳରେ ଭୂକମ୍ପ ଆସିଛି, ମାଳଦ୍ୱୀପରେ ଜଳସଂକଟ ଦେଖା ଦେଇଛି; ଫିଜିରେ ବାତ୍ୟାର ସମସ୍ୟା ଆସିଛି, ଶ୍ରୀଲଙ୍କାରେ ହଠାତ୍ ବାତ୍ୟାର ସମସ୍ୟା ଆସିଛି, ବାଂଲାଦେଶ ଭିତରେ ମିଆଁମାର ଲୋକଙ୍କ ପ୍ରବେଶ ଯୋଗୁଁ ଆସିଥିବା ସଙ୍କଟ ସମସ୍ୟା ସହିତ ଲଢ଼େଇ କରୁଥିବା ଆମ ଲୋକ ବିଦେଶରେ ଫସିଥିଲେ ୟେମନରେ, ସେମାନଙ୍କୁ ହଜାର ହଜାର ସଂଖ୍ୟାରେ ଫେରାଇ ଆଣିବାର କାର୍ଯ୍ୟ ହେଉ, ନେପାଳରେ 80 ଲୋକଙ୍କୁ ଉଦ୍ଧାର କରି ସେଠାକୁ ସୁରକ୍ଷିତ ଭାବେ ପଠାଗଲା ।

ମାନବିକତାର କାର୍ଯ୍ୟରେ ଭାରତ ବହୁତ ବଡ଼ ଭୂମିକା ତୁଲାଇଛି । ଯୋଗ ସମଗ୍ର ବିଶ୍ୱରେ ଏକ ଗୌରବର ବିଷୟ ପାଲଟି ଯାଇଛି । ବିଶ୍ୱରେ ମିଳିତ ଜାତିସଂଘରେ ଏ ପର୍ଯ୍ୟନ୍ତ ଯେତେ ପ୍ରସ୍ତାବ ଗୃହୀତ ହୋଇଛି, ସବୁଠାରୁ ଦ୍ରୁତ ଗତିରେ ସବୁଠାରୁ ଅଧିକ ଦେଶର ସମର୍ଥନ ପାଇ ଯଦି କୌଣସି ପ୍ରସ୍ତାବ ଗୃହୀତ ହୋଇଛି ତ ତାହା ହେଉଛି ଯୋଗ ସମ୍ବନ୍ଧରେ । ମିଳିତ ଜାତିସଂଘରେ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ, ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ କରାଯାଉଛି । ବିଶ୍ୱର ସମସ୍ତ ଦେଶରେ ବାବା ସାହେବ ଆମ୍ବେଦକରଙ୍କ ଶହେପଚିଶ ତମ ବର୍ଷ ପାଳନ କରାଗଲା, ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ କରାଗଲା, ଏବଂ ଗାନ୍ଧିଜୀଙ୍କ ଶହେ ପଚାଶ, କେହି କଳ୍ପନା କରି ପାରିବେ ନାହିଁ କି ‘ବୈଷ୍ଣବ ଜନ କୋ ତେନେ ରେ କହିୟେ’ ଯାହା ଆମମାନଙ୍କର ଶିରା ପ୍ରଶିରାରେ ରହିଛି, ଆଜି ଗାନ୍ଧିଜୀଙ୍କର 150ତମ ଜୟନ୍ତୀ ଅବସରରେ ଦୁନିଆର 150 ଦେଶର ପ୍ରସିଦ୍ଧ ଗାୟକମାନେ ବୈଷ୍ଣବ ଜନ କୋ ସେହି ରୂପରେ ଗାଇ ମହାତ୍ମାଗାନ୍ଧୀଙ୍କୁ ବହୁତ ବଡ଼ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଅର୍ଥାତ ବିଶ୍ୱରେ ଏକ ସଫ୍ଟ ପାୱାର କିପରି ଅଣାଯାଇ ପାରୁଛି, ତାହାର ଏକ ଉଦାହରଣ ଆମେ ଆଜି ଅନୁଭବ କରୁଛୁ ।

26 ଜାନୁଆରୀକୁ ଆମେ ଦେଖିଥିବା – ମହାତ୍ମା ଗାନ୍ଧୀଙ୍କୁ କେନ୍ଦ୍ରରେ ରଖି 26 ଜାନୁଆରୀର ପ୍ରଜ୍ଞାପନ ମେଢ଼, ସମସ୍ତ ରାଜ୍ୟଗୁଡ଼ିକ କିଭଳି ଭାବରେ ଗାନ୍ଧିଜୀଙ୍କୁ ଅଦ୍ଭୁତ ଭାବରେ ପ୍ରସ୍ତୁତ କଲେ, ଅର୍ଥାତ 150 ତମ ଜନ୍ମ ଜୟନ୍ତୀ ଆଉ ମହାତ୍ମାଗାନ୍ଧୀଙ୍କୁ ସ୍ମରଣ କରିବା । ଆମେ ଏହି ସଦନରେ, ଏହି କାର୍ଯ୍ୟକାଳରେ ସମ୍ବିଧାନ ଦିବସ ପାଳନ କଲୁ; ଆମେ ଏହି ସଦନ କାର୍ଯ୍ୟକାଳରେ ବାବା ସାହେବଙ୍କର 150ତମ ଜୟନ୍ତୀ ନିମନ୍ତେ ବିଶେଷ ଆଲୋଚନା କଲୁ, ଆମେ ଏହି ସଦନରେ, ଏହି କାର୍ଯ୍ୟକାଳରେ ମିଳିତ ଜାତିସଂଘର ନିରନ୍ତର ବିକାଶ ଲକ୍ଷ୍ୟ ପାଇଁ ସମୟ ଦେଲୁ ଆଉ ସମସ୍ତେ ମିଳିମିଶି ନିରନ୍ତର ବିକାଶ ଲକ୍ଷ୍ୟ ସମ୍ବନ୍ଧରେ ଚର୍ଚ୍ଚା କଲୁ; ଏହା ହେଉଛି ନିଜକୁ ନିଜ ମଧ୍ୟରେ, ଏହି ନୂତନ ପରିପାଟ୍ଟୀ ଏହି କାର୍ଯ୍ୟକାଳରେ ଏହି ସଦନରେ ଆପଣମାନଙ୍କ ନେତୃତ୍ୱରେ ସମ୍ଭବ ହୋଇଛି ଆଉ ଏଥିପାଇଁ ସଦନର ସମସ୍ତ ସଦସ୍ୟ ଆପଣଙ୍କ ନେତୃତ୍ୱର ଅଭିନନ୍ଦନ କରୁଛନ୍ତି । ଆପଣଙ୍କୁ କୃତଜ୍ଞତା ଜଣାଉଛନ୍ତି ।

ପ୍ରାୟ 219 ବିଲ ଆଗତ ହୋଇଛି ଆଉ 203 ବିଲ ଗୃହୀତ ହୋଇଛି ଆଉ ଏହି ସଦନରେ ଆଜି ସାଂସଦ ଅଛନ୍ତି – ଷୋଡ଼ଶ ଲୋକସଭା ସମ୍ବନ୍ଧରେ ଯେତେବେଳେ ମଧ୍ୟ କାହାକୁ କହିବେ; ନିର୍ବାଚନ ମୈଦାନକୁ ଯିବେ ତେବେ ମଧ୍ୟ କହିବେ ଆଉ ନିର୍ବାଚନ ପରେ ମଧ୍ୟ ଯେତେବେଳେ ସୁଯୋଗ ମିଳିବ, କିଛି ଲେଖିବାର ଅଭ୍ୟାସ ଥିବ ତ ଜୀବନୀ ଲେଖିବେ ତ ନିଶ୍ଚୟ ଲେଖିବେ କି ସେ ସେହି କାର୍ଯ୍ୟକାଳରେ ସଦସ୍ୟ ଥିଲେ, ଯେଉଁ କାର୍ଯ୍ୟକାଳରେ ସେ କଳାଧନ ଆଉ ଭ୍ରଷ୍ଟାଚାର ବିରୁଦ୍ଧରେ କଠୋର ଆଇନ ପ୍ରସ୍ତୁତ କରିବାର କାର୍ଯ୍ୟ କରିଥିଲେ । ଏହି ଦେଶରେ ଏଭଳି ଆଇନ ଯାହା ପୂର୍ବରୁ କେବେ ହୋଇ ପାରୁନଥିଲା, ତାହା ଏହି ସଦନରେ ପ୍ରସ୍ତୁତ ହୋଇ ପାରିଛି ଆଉ ଏହାଦ୍ୱାରା ବିଦେଶରେ ବହୁତ ବଡ଼ ପରିମାଣରେ ଜମା ହୋଇ ରହିଥିବା କଳାଧନ ବିରୁଦ୍ଧରେ ବହୁତ ବଡ଼ ଆଇନ ତିଆରି କରିବାର କାର୍ଯ୍ୟ ଏହିଠାରେ ହେଲା । ଦେବାଳିଆ କମ୍ପାନୀ ସହିତ ଜଡ଼ିତ ଆଇବିସିର ଆଇନ ଏହି ସଦନ ପ୍ରସ୍ତୁତ କଲା । ବେନାମୀ ସମ୍ପତ୍ତି ସମ୍ବନ୍ଧୀୟ ଆଇନ ଏହି ସଦନ ପ୍ରସ୍ତୁତ କଲା । ଆର୍ଥିକ ଅପରାଧ କରୁଥିବା ପଳାତକଙ୍କ ବିରୁଦ୍ଧରେ ଆଇନ ଏହି ସଦନରେ ତିଆରି ହେଲା ।

ମୁଁ ବୁଝୁଛି କି ଏହି ପାଞ୍ଚ ବର୍ଷରେ ଏହି ସଦନର କାର୍ଯ୍ୟକାଳରେ କଳାଧନ ଏବଂ ଭ୍ରଷ୍ଟାଚାର ବିରୁଦ୍ଧରେ ଲଢ଼େଇ ଲଢ଼ିବା ପାଇଁ ଯେଉଁ ଆଇନ ବ୍ୟବସ୍ଥା ଆବଶ୍ୟକ, ଯେଉଁ ଆଇନଗତ ଅଧିକାର ଦରକାର, ଅନ୍ତରାଷ୍ଟ୍ରୀୟ ଜଗତରେ ଆମ ଆଇନର ଶକ୍ତି ରହିବା ଦରକାର । ଏଥିପାଇଁ ଯାହା କିଛି ମଧ୍ୟ କରିବା ଦରକାର, ତାହାକୁ ଉତ୍ତମରୁ ଅତି ଉତ୍ତମ ପୁରୁଷାର୍ଥ ସହିତ ଏହି ସଦନରେ ଗୃହୀତ କରି ଦେଶର ଆଗାମୀ ଶତାବ୍ଦୀର ସେବା କରିଛନ୍ତି । ଆଉ ଏଥିପାଇଁ ଏହି ସଦନକୁ ଆପଣଙ୍କ ନେତୃତ୍ୱକୁ ଅନେକ ଅନେକ ଅଭିନନ୍ଦନ, ନା କେବଳ ଏହି ମୁହୂର୍ତ୍ତ ପାଇଁ, ବରଂ ଆଗାମୀ ପିଢି ମଧ୍ୟ ଦେବେ, ଏହା ହେଉଛି ମୋର ବିଶ୍ୱାସ । ଏହି ସଦନ, ଯିଏ ଜିଏସଟିର ଆଇନ ପାସ୍ କଲା ଆଉ ରାତି 12ଟା ବେଳେ ମିଳିତ ଅଧିବେଶନ ଡକାଇଲା ଆଉ ଶ୍ରେୟ ନେବାର ଚେଷ୍ଟା ନକରି ପୂର୍ବ ଅର୍ଥମନ୍ତ୍ରୀ ଆଉ ସେ ସମୟର ରାଷ୍ଟ୍ରପତି, ତାଙ୍କ ହାତରେ ହିଁ ଜିଏସଟିର ଶୁଭାରମ୍ଭ କରି, ଫଳରେ ସମସ୍ତଙ୍କୁ ଏହାର ଅଧିକାର ମିଳିପାରୁ; ସମସ୍ତଙ୍କ ସହିତ ସମସ୍ତଙ୍କ ବିକାଶ ସେଥିରେ ମଧ୍ୟ ଚାଲୁ, ଏହାର ଏକ ପ୍ରମାଣିତ ପ୍ରୟାସ କରାଗଲା ।

ସେହିଭଳି ଭାବେ ଏହା ହେଉଛି ସେହି ସଦନ ଯିଏ ଆଧାର ବିଲକୁ ଏକ ବହୁତ ବଡ଼ ଆଇନଗତ ଶକ୍ତି ପ୍ରଦାନ କରିଛି । ଆଧାର ହେଉଛି ଦୁନିଆ ପାଇଁ ଅଦ୍ଭୁତ । ଦୁନିଆକୁ ଏହା ଦେଖାଗଲା କି ଏହି ଦେଶ ଏତେ ବଡ଼ କାର୍ଯ୍ୟ କରିଛି, ବିଶ୍ୱକୁ ଜାଣିବାର ଚେଷ୍ଟା କରୁଛି । ଏହି କାର୍ଯ୍ୟକାଳ ମଧ୍ୟରେ ସଦନ ଏହି କାର୍ଯ୍ୟକୁ କରି ବିଶ୍ୱରେ ବହୁତ ବଡ଼ କାମ କରିଛି ।

ଦେଶ ସ୍ୱାଧୀନ ହେଲା, କିନ୍ତୁ ଜଣା ନାହିଁ ତାହା ଆମର କେଉଁଭଳି ମାନସିକତା ଥିଲା ଯେ ଆମେ ଶତ୍ରୁ ସମ୍ପତ୍ତି ଉପରେ କୌଣସି ନିଷ୍ପତ୍ତି କରି ପାରୁ ନଥିଲେ । ବହୁତ କଠୋରତା ପୂର୍ବକ ଶତ୍ରୁ ସମ୍ପତ୍ତି ବିଲ୍ ପାସ୍ କରି ଭାରତର 1947ର ସେହି କ୍ଷତଗୁଡ଼ିକୁ ବିରୁଦ୍ଧରେ ଯାହା କିଛି ମଧ୍ୟ ଚାଲୁ ରହିଥିଲା, ତାହା ଉପରେ କାର୍ଯ୍ୟ କରିବାର ଚେଷ୍ଟା କଲେ ।

ଏହି ସଦନରେ ସାମାଜିକ ନ୍ୟାୟ ଦିଗରେ ମଧ୍ୟ ବହୁତ ହିଁ ଦୀର୍ଘ ସମୟ ଧରି ସମାଜ ଉପରେ ପ୍ରଭାବ ସୃଷ୍ଟି କରିବ – ଉଚ୍ଚ ବର୍ଣ୍ଣ କୁହାଯାଉଥିବା ଲୋକମାନଙ୍କ ପାଇଁ, ଅର୍ଥାତ ଗରିବ ଲୋକମାନଙ୍କ ପାଇଁ ସଂରକ୍ଷଣର ବ୍ୟବସ୍ଥା; କୌଣସି କାଣ୍ଟଛାଣ୍ଟ ବିନା ଏହାର ସବୁଠାରୁ ବଡ଼ ଶକ୍ତି ହେଉଛି ଏହା, ବିନା କୌଣସି ଦ୍ୱନ୍ଦ, କାହା ମନରେ ଆଶଙ୍କା ନ ରହି ସମାଜରେ ମୋଡି ମକଚି ହୋଇ ରହିଯାଇଥିବା ଏକ ବର୍ଗକୁ ସେମାନଙ୍କ କଥାକୁ ଗୁରୁତ୍ୱ ଦିଆଯାଇଛି ଆଉ ସେମାନଙ୍କୁ ବିଶ୍ୱାସ ଦେବା ସହିତ ଏହି ଆଇନ ଗୃହୀତ ହୋଇଛି । ଉଭୟ ସଦନରେ ସମସ୍ତ ଦଳର ସମସ୍ତ ସାଂସଦ ହେଉଛନ୍ତି ଏଥିପାଇଁ ସାଧୁବାଦର ପାତ୍ର । ଆଉ ଏଥିପାଇଁ ମୁଁ ବୁଝି ପାରୁଛି କି ବହୁତ ବଡ଼ କାର୍ଯ୍ୟ 10 ପ୍ରତିଶତ ସଂରକ୍ଷଣକୁ ନେଇ ହୋଇଛି ।

ସେହିଭଳି ଭାବେ ଏହି ସରକାର ଓବିସିଙ୍କ ପାଇଁ କମିଶନ ଗଠନ ହେଉ, ଅବା ଏସସି, ଏସଟି ଆଇନରେ ସୁପ୍ରିମକୋର୍ଟଙ୍କ ସହିତ ଯେଉଁ ବୁଝାମଣାର ଅଭାବ ଥିଲା, ତାକୁ ଠିକ କରିବାର କାର୍ଯ୍ୟ ହୋଇଛି । ମାତୃତ୍ୱକାଳୀନ ଅବସର, ବିଶ୍ୱର ପ୍ରଗତିଶୀଳ ଦେଶ ମଧ୍ୟ ଏହି କଥାକୁ ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି କି ଭାରତରେ 12 ସପ୍ତାହରୁ ନେଇ ମାତୃତ୍ୱକାଳୀନ ଅବସରକୁ 26 ସପ୍ତାହ କରିଦିଆ ଯାଇଛି । ଏହି କଥାକୁ ନେଇ ଆଜି ବିଶ୍ୱ ଭାରତକୁ ଏକ ଅଗ୍ରଣୀ ଚିନ୍ତାଧାରା ସମ୍ପନ୍ନ ଦେଶ ଭାବେ ଦେଖୁଛନ୍ତି, ଏହି କାର୍ଯ୍ୟ ଏହି ସଦନରେ ହୋଇଛି ।

ସଦନ ଆଇନ ତିଆରି କରିଥାଏ କିନ୍ତୁ ଏହିକଥା ପାଇଁ ମଧ୍ୟ ଏହି କାର୍ଯ୍ୟକାଳ ଦେଶ ଏବଂ ଦୁନିଆ ମନେରଖିବ କି ଯେଉଁ ଆଇନ ତିଆରି କଲାବାଲା ସେହି ବର୍ଗ କେତେକ ଆଇନକୁ ସମାପ୍ତ କରିବାର କାର୍ଯ୍ୟ ମଧ୍ୟ କରିଛନ୍ତି । 14 ଶହରୁ ଅଧିକ ଆଇନକୁ ଏହି ସଦନରେ ସଦନର ସଦସ୍ୟମାନେ ଶେଷ କରି ଦେଶକୁ ଜଙ୍ଗଲ ଭଳି ପରିବ୍ୟାପ୍ତ ଆଇନ ଜାଲରୁ ମୁକ୍ତ କରିଛନ୍ତି, ଜଙ୍ଗଲ ଭଳି ଯେଉଁ ଆଇନ ବ୍ୟାପିଥିଲା, ତାହା ମଧ୍ୟରୁ ରାସ୍ତା ଖୋଜିବାର ଏକ ଶୁଭ ଶୁଭାରମ୍ଭ କରିଛୁ । 14ଶହ ଆଇନ ସମାପ୍ତ କରିବା ପରେ ମଧ୍ୟ ମୁଁ କହୁଛି ଶୁଭାରମ୍ଭ ହୋଇଛି, ଏବେ ମଧ୍ୟ କହୁଛି କି ବହୁତ କିଛି ବାକି ଅଛି ଆଉ ସେଥିପାଇଁ ମୁଲାୟମ ସିଂହ ମହାଶୟ ଆଶୀର୍ବାଦ ହିଁ ଦେଇଛନ୍ତି ।

ଏକ ବହୁତ ବଡ଼ କାର୍ଯ୍ୟ, ଆଉ ମୁଁ ମାନୁଛି କି ଦେଶରେ ଏହାକୁ ଭଲ ଢଙ୍ଗରେ ଯେଭଳି ଭାବେ ପହଞ୍ଚାଇବାର ଦରକାର ଥିଲା, ଆମେ ପହଞ୍ଚାଇ ପାରିନାହୁଁ । ଆମ ସମସ୍ତ ସଦସ୍ୟଙ୍କ ଉପରେ ଏକ କଳଙ୍କ ସର୍ବଦା ଲାଗି ରହୁଥିଲା କି ଆମେ ଆମର ବେତନ ସ୍ଥିର କରୁଛୁ, ଆମେ ନିଜ ଇଚ୍ଛା ଅନୁସାରେ ଯେତେ ଚାହୁଁଛୁ ସେତେ ବଢ଼ାଇ ଦେଉଛୁ, ଦେଶକୁ ଖାତିର ନକରି ଏବଂ ଯେଉଁଦିନ ସାଂସଦମାନଙ୍କର ବେତନ ବଢ଼ୁଥିଲା, ଅନେକ ପ୍ରକାରର ଟୀକା-ଟୀପ୍ପଣୀ ଆମ ପାଖକୁ ଆସୁଥିଲା ଆଉ ଏହା ବିଗତ 50 ବର୍ଷ ଧରି ହେଉଥିଲା ।

ପ୍ରଥମ ଥର ଏହି ସମୟରେ ସମସ୍ତ ସାଂସଦ ମିଳିମିଶି ଏହି ସମାଲୋଚନାରୁ ମୁକ୍ତି ପାଇବାର ରାସ୍ତା ଖୋଜି ନେଲେ ଆଉ ଏଭଳି ଏକ ସାମ୍ବିଧାନିକ ବ୍ୟବସ୍ଥା ପ୍ରସ୍ତୁତ କରିଛନ୍ତି ଯେ ସେହି ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ଅନ୍ୟମାନଙ୍କର ଯେଭଳି ଭାବରେ ହେବ, ସେହିଭଳି ଭାବେ ଏଠାରେ ମଧ୍ୟ କରାଯିବ । ଏବେ ସ୍ୱୟଂ ଏହି କାର୍ଯ୍ୟର ଭାଗୀଦାରୀ ସାଂସଦ ଏକୁଟିଆ ରହି ନାହିଁ, ଆଉ ସାଂସଦମାନଙ୍କୁ ବହୁତ ବଡ଼ ସମାଲୋଚନାରୁ ମୁକ୍ତି ମିଳିଯାଇଛି । କିନ୍ତୁ ଏଥିରେ ଉତ୍ତମ ନିର୍ଣ୍ଣୟର ଯେଭଳି ଭାବେ ତାଙ୍କୁ ପଞ୍ଜିକୃତ ହେବା ଦରକାର ଥିଲା, ଯେଉଁମାନଙ୍କୁ ବାହାଃ-ବାହାଃ ଦରକାର ଥିଲା… 50 ବର୍ଷ ହେଉ…ସେହି ସାଂସଦଙ୍କୁ ଗାଳି ଶୁଣିବାକୁ ପଡ଼ୁଥିଲା, ବଡ଼ ବଡ଼ ବରିଷ୍ଠ ନେତାମାନଙ୍କୁ ଗାଳି ଶୁଣିବାକୁ ପଡ଼ିଛି, ସେଥିରୁ ମୁକ୍ତି ଦେବାପାଇଁ କାର୍ଯ୍ୟ କଲୁ । ଆମର ଜିତେନ୍ଦ୍ର ସିଂହ ମହାଶୟ ଯେଉଁ ଖାଦ୍ୟ ତ ଖାଇବାକୁ ଦେଇଛନ୍ତି କିନ୍ତୁ ବାହାରେ ଆମେ ସମାଲୋଚନା ଶୁଣୁଥିଲୁ କି କ୍ୟାଣ୍ଟିନରେ ପଇସା ବହୁତ କମ୍ ଏବଂ ବାହାରେ ମହଙ୍ଗା ଅଛି । ଏହି ସାଂସଦମାନେ ଏଭଳି କାହିଁକି କରନ୍ତି ।

ମୁଁ ଖୁସି କି ଜିତେନ୍ଦ୍ର ମହାଶୟଙ୍କ କମିଟି ମୋ ଭାବନାକୁ ସ୍ୱୀକାର କଲା, ବାଚସ୍ପତି ମହୋଦୟା ମଧ୍ୟ ସ୍ୱୀକାର କଲେ, ଆଉ ଆଜି ଯେଉଁ ବହୁତ ଶସ୍ତାରେ ଏଠାରେ ଦିଆଯାଉଥିଲା, ଟିକେ ଆପଣଙ୍କ ପକେଟରୁ ଅଧିକ କ୍ଷତି ତ ହୋଇଗଲା । କିନ୍ତୁ ସେଥିରୁ ମଧ୍ୟ ମୁକ୍ତି ପାଇବା ଦିଗରେ ଆମେ ପଦକ୍ଷେପ ଉଠାଇଛୁ, ଆଉ ପୂର୍ଣ୍ଣ ରୂପରେ ପହଞ୍ଚିବାରେ ମଧ୍ୟ ଆଗାମୀ ଦିନରେ ଭଲ ଶକ୍ତିର ସହିତ ତାହା ମଧ୍ୟ କରିନେବୁ । ଏଭଳି ବିଶ୍ୱାସ ମୋର ରହିଛି ।

ସେହିଭଳି ଏହି ସଦନକୁ ଆହୁରି ମଧ୍ୟ ବହୁତ କଥାର ଆନନ୍ଦ ଲାଗିବ ନିଶ୍ଚୟ, ଆମେ କେବେ କେବେ ଶୁଣୁଥିଲେ, ଭୂକମ୍ପ ଆସିବ, କିନ୍ତୁ ପାଞ୍ଚ ବର୍ଷର କାର୍ଯ୍ୟକାଳ ସଂପୂର୍ଣ୍ଣ ହେବାକୁ ଯାଉଛି, କୌଣସି ଭୂକମ୍ପ ଆସିଲା ନାହିଁ । କେବେ କେବେ ଉଡ଼ାଜାହାଜ ଉଡ଼ିଲା, ଆଉ ବଡ଼ ବଡ଼ ଲୋକମାନେ ଉଡ଼ାଜାହାଜ ଉଡ଼ାଇଲେ । କିନ୍ତୁ ଗଣତନ୍ତ୍ରର ଆଉ ଲୋକସଭାର ମର୍ଯ୍ୟାଦା ଏତେ ଉଚ୍ଚ ଯେ ଭୂମ୍ପକୁ ମଧ୍ୟ ହଜମ କରିଗଲା, ଆଉ କୌଣସି ଉଡ଼ାଜାହାଜ ସେହି ଉଚ୍ଚତା ପର୍ଯ୍ୟନ୍ତ ଯାଇ ପାରିଲା ନାହିଁ, ଏହା ହେଉଛି ଲୋକତନ୍ତ୍ରର ଶକ୍ତି, ହେଉଛି ସଦନର ଶକ୍ତି । ଅନେକ ଥର କଡ଼ା ତର୍କ-ବିତର୍କ ମଧ୍ୟ ହୋଇଛି, କେବେ ସେପଟୁ ହୋଇଛି, କେବେ ଏପଟୁ ହୋଇଛି । କେବେ କିଛି ଏଭଳି ଶବ୍ଦର ମଧ୍ୟ ପ୍ରୟୋଗ ହୋଇଛି ଯାହା ନ ହେବା ଉଚିତ । ଏହି ସଦନର କୌଣସି ମଧ୍ୟ ସଦସ୍ୟଙ୍କ ସହିତ, ଜରୁରୀ ନୁହେଁ ଏହି ପଟରୁ, ସେ ପଟକୁ ମଧ୍ୟ… ଏହି ସଦନର ନେତା ଭାବେ ମୁଁ ନିଶ୍ଚିତ ମିକ୍ଷାମୀ ଦୁଃଖମ୍: କହିବି.. କ୍ଷମା ପ୍ରାର୍ଥନା ପାଇଁ ଜୟହିନ୍ଦ ପର୍ଯ୍ୟାବରଣ ପର୍ବରେ ମିକ୍ଷାମୀ ଦୁଃଖମ୍: ହେଉଛି ଏକ ବହୁତ ବଡ଼ ବାର୍ତ୍ତା ଦେବାଭଳି ଶବ୍ଦ, ସେହି ଭବନାକୁ ମୁଁ ପ୍ରକଟ କରୁଛି ।

ମଲ୍ଲିକାର୍ଜୁନ ମହାଶୟଙ୍କ ସହିତ ମଧ୍ୟ ଆମର ଅଳ୍ପ ବହୁତ ରହୁଥିଲା । ଭଲ ହୋଇଥାନ୍ତା ଆଜି ତାଙ୍କ ଗଳା ଠିକ୍ ଥାଆନ୍ତା ତ ଆଜି ମଧ୍ୟ କିଛି ଲାଭ ମିଳିଥାଆନ୍ତା । କିନ୍ତୁ କେବେ- କେବେ ମୁଁ ତାଙ୍କୁ ଶୁଣି ପାରୁ ନ ଥିଲି ତ ପରେ ମୁଁ ସଂପୂର୍ଣ୍ଣ ବିସ୍ତୃତ ଭାବେ ଦେଖି ନେଉଥିଲି ଆଉ ଏହା ଆବଶ୍ୟକ ମଧ୍ୟ ଥିଲା । କିନ୍ତୁ ଏହା ସହିତ ହିଁ ମୋର ଚିନ୍ତା ଚେତନାକୁ ଜାଗ୍ରତ କରିବା ପାଇଁ ତାଙ୍କ କଥା ବହୁତ କାମରେ ଆସୁଥିଲା । ଗୋଟିଏ ପ୍ରକାରରେ ମୋର ଭାଷଣ ପାଇଁ ଉର୍ବରକ ଏବଂ ପାଣି ସେହିଠାରୁ ହିଁ ମିଳିଯାଉଥିଲା । ତ ସେଥିପାଇଁ ମଧ୍ୟ ମୁଁ ଖଡ଼ଗେ ସାହେବଙ୍କ ନିକଟରେ ବହୁତ କୃତଜ୍ଞ । କିନ୍ତୁ ମୁଁ କହିବି.. ଯେଭଳି କୁହାଗଲା କି ଦୀର୍ଘ ସମୟ ପର୍ଯ୍ୟନ୍ତ ସବୁ ସମୟରେ ବସିବା, କେବେ ଆମେ ଦେଖୁଥିଲେ କି ଆଡ଼ୱାଣୀ ମହାଶୟ ସଦନରେ ସଂମ୍ପୂର୍ଣ୍ଣ ସମୟ ବସୁଥିଲେ । ଖଡଗେ ମହାଶୟଙ୍କୁ ଦେଖି ନିଅନ୍ତୁ… ସଂମ୍ପୂର୍ଣ୍ଣ ସମୟ ଏହା ଆମ ସାଂସଦମାନଙ୍କ ପାଇଁ ହେଉଛି ଶିଖିବାର ବିଷୟ । ଆଉ ଇଏ ମଧ୍ୟ କିଛି କମ୍ କଥା ନୁହେଁ କି ପାଖା-ପାଖି 50 ବର୍ଷ ହେଉଛି ସେ ଜନପ୍ରତିନିଧିତ୍ୱ କରିବାର । ତାହା ପରେ ମଧ୍ୟ ଜନ ପ୍ରତିନିଧି ଭାବେ ମିଳିଥିବା ଦାୟିତ୍ୱକୁ ସେମାନେ ଯେଭଳି ନିଖୁଣ ଭାବେ ଆପଣ ତୁଲାଇଛନ୍ତି, ମୁଁ ଆଦର ପୂର୍ବକ ଆପଣଙ୍କୁ ଅଭିନନ୍ଦନ ଜଣାଉଛି ।

ମୁଁ ପ୍ରଥମ ଥର ଏଠାକୁ ଆସିଥିଲି । ବହୁତ କିଛି କଥା ନୂଆକରି ଜାଣିବାକୁ ମିଳିଲା ଯାହାର କିଛି ଅର୍ଥ ହିଁ ଜୀବନରେ ଜଣା ନ ଥିଲା, ପ୍ରଥମ ଥର ପାଇଁ ମୋତେ ଜାଣିବାକୁ ମିଳିଲା ବେକକୁ ଧରି ଆଲିଙ୍ଗନ କରିବା ଆଉ ବେକରେ ଝୁଲି ପଡ଼ିବାରେ କ’ଣ ପ୍ରଭେଦ ରହିଛି । ଏହା ପ୍ରଥମ ଥର ପାଇଁ ଜଣା ପଡ଼ିଲା… ମୋତେ ପ୍ରଥମ ଥର ପାଇଁ… ମୁଁ ଦେଖୁଛି କି ସଦନରେ ଆଖିରେ କିଭଳି କ୍ରୋଧ ଆସିଥାଏ । ଏହି ଆଖିର ଚଞ୍ଚଳତା ବାଲା ଖେଳ ମଧ୍ୟ ପ୍ରଥମ ଥର ପାଇଁ ଏହି ସଦନରେ ଦେଖିବାକୁ ମିଳିଲା ଆଉ ବିଦେଶର ଗଣମାଧ୍ୟମ ମଧ୍ୟ ଏହାର ବହୁତ ମଜା ନେଲେ । ସଦନର ଗରିମା ବଜାୟ ରଖିବା ପ୍ରତ୍ୟେକ ସାଂସଦଙ୍କର ଦାୟିତ୍ୱ ହୋଇଥାଏ ଆଉ ଆମେ ସମସ୍ତେ ଏହାର ଭରପୂର ଚେଷ୍ଟା କରିଛୁ ।

ଚଳିତ ଥର ଆମ ସାଂସଦ ମହୋଦୟ ମଧ୍ୟ ଲୋକଙ୍କ ପ୍ରତିଭାକୁ ଅନୁଭବ କରିଛନ୍ତି, ଏବେ ଯେତେବେଳେ ମୁଁ ଦିନେ ଭାଷଣ ଦେଉଥିଲି, ରାଷ୍ଟ୍ରପତି ମହୋଦୟଙ୍କ ଉପରେ ଏଭଳି ଅଟ୍ଟହାସ୍ୟ ମୋତେ ଏହି ସଦନରେ ଶୁଣିବାକୁ ମିଳିଥିଲା । ମୁଁ ନିଶ୍ଚିତ ଏ ଯେଉଁ ମନୋରଂଜନ ଶିଳ୍ପର ଲୋକ ଅଛନ୍ତି । ସେମାନଙ୍କୁ ଏହିଭଳି ଅଟ୍ଟହାସ୍ୟର ଆବଶ୍ୟକତା ରହିଛି ଏମାନଙ୍କ ପାଇଁ ୟୁଟ୍ୟୁବରୁ ଏତେ ଦେଖିବା ପାଇଁ ଅନୁମତି ଦେବା ଦରକାର ବୋଧହୁଏ ଭଲ ଭଲ କଳାକାର ମଧ୍ୟ ଏହିଭଳି ଅଟ୍ଟହାସ୍ୟ କରି ପାରୁ ନଥିବେ ଯାହା ଏହିଠାରେ ଦେଖିବାକୁ ମିଳୁଥିଲା ।
ସେହିପରି ଏଭଳି ବେଶଭୂଷା ଆଉ ମୁଁ ଆମର ଟିଡିପିର ସାଥୀ ଏଠାରେ ନାହାଁନ୍ତି, କିନ୍ତୁ ଟିଡିପିର ଆମର ସାଂସଦ ନାରାମଲ୍ଲୀ ଶିବ ପ୍ରସାଦ ମହୋଦୟ କେଉଁ ଅଦ୍ଭୁତ ବେଶ ପୋଷାକ ପିନ୍ଧି ଆସୁଛନ୍ତି । ସବୁ ଟେନସନ୍ ତାଙ୍କର ଆଟେନସନରେ ପରିବର୍ତ୍ତିତ ହୋଇ ଯାଉଥିଲା । ଏହି ହସଖୁସି ମଧ୍ୟରେ ଆମର ଏହି କାର୍ଯ୍ୟକାଳ ବିତିଛି ।

ମୋ ଭଳି ଜଣେ ନୂଆ ସାଂସଦ ଆପଣ ସମସ୍ତଙ୍କଠାରୁ ବହୁତ କିଛି ଶିଖିଛି । ଆପଣ ସମସ୍ତଙ୍କ ସାହଯୋଗରେ ନୂଆ ହେବା ସତ୍ତ୍ୱେ, ଆପଣଙ୍କ ଭଳି ସାଥୀମାନେ ମୋତେ କେବେ ମୋତେ ନୂଆ ହେବାର ଅନୁଭବ ହେବାକୁ ଦେଇ ନାହାଁନ୍ତି । ସବୁଆଡ଼ୁ ସମସ୍ତେ ଆଉ ଆପଣଙ୍କ ନେତୃତ୍ୱରେ, ଆପଣଙ୍କ ମାର୍ଗଦର୍ଶନରେ ଏହି ପ୍ରଥମ ପାଳିର ଶୁଭାରମ୍ଭରେ ମୋତେ ଯେଉଁ ସହାୟତା କରିଛନ୍ତି ଏଥିପାଇଁ ମୁଁ ଆପଣ ସମସ୍ତଙ୍କ ନିକଟରେ ବହୁତ ବହୁତ କୃତଜ୍ଞ । ମୁଁ ଆଦରଣୀୟ ମୁଲାୟମ ସିଂହ ମହାଶୟଙ୍କୁ ବିଶେଷ ଭାବେ କୃତଜ୍ଞତା ଜଣାଉଛି କି ତାଙ୍କ ସ୍ନେହ ଆମ ପାଇଁ ହେଉଛି ବିଶେଷ ମୂଲ୍ୟବାନ । ସମସ୍ତଙ୍କ ପାଇଁ ହେଉଛି ମୂଲ୍ୟବାନ । ସମସ୍ତ ବରିଷ୍ଠ ଜନଙ୍କର ଶ୍ରେୟ ମୂଲ୍ୟବାନ ହୋଇଥାଏ । ମୁଁ ପୁଣିଥରେ ଆପଣମାନଙ୍କୁ ହୃଦୟର ସହିତ ବହୁତ ବହୁତ ଅଭିନନ୍ଦନ ଜଣାଉଛି ।

ଏହି ପରିଷଦ ସହିତ ଜଡ଼ିତ ସମସ୍ତ କର୍ମଚାରୀ, ଲୋକମାନଙ୍କୁ ହୃଦୟର ଗଭୀରତମ ପ୍ରଦେଶରୁ ଅଭିନନ୍ଦନ ଜଣାଉଛି ଯେଉଁମାନେ ସମସ୍ତ ସାଂସଦଙ୍କର ଦେଖାଶୁଣା କରିଛନ୍ତି, କାର୍ଯ୍ୟ ପାଇଁ ଯାହା ମଧ୍ୟ ଆବଶ୍ୟକ ବ୍ୟବସ୍ଥାଗୁଡ଼ିକ କରିବାକୁ ପଡ଼ିଥାଏ… ଆଉ, ମୁଁ ସମସ୍ତ ସାଂସଦଙ୍କୁ ଶୁଭକାମନା ଦେଉଛି କି ଏକ ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା ପାଇଁ ଯେତେବେଳେ ଆମେ ଜନତାଙ୍କ ଗହଣକୁ ଯିବୁ ତ ଏହି ସୁସ୍ଥ ପରମ୍ପରାକୁ କିପରି ଆଗକୁ ବଢ଼ାଇବା, ଏକ ସୁସ୍ଥ ପ୍ରତିଦ୍ୱନ୍ଦିତା କିପରି କରିବା, ସେହି ସୁସ୍ଥ ପ୍ରତିଯୋଗିତାକୁ ନେଇ ଗଣତନ୍ତ୍ରକୁ ସୁସ୍ଥ ରଖିବାରେ ଆମେ ଆମର ଭୂମିକା କିପରି ତୁଲାଇବା ତା ଉପରେ ଧ୍ୟାନ ଦେବା ।

ଏହି ଶୁଭକାମନା ସହିତ, ଏହି ଭାବନା ସହିତ ମୁଁ ନିଜ ବାଣୀକୁ ବିରାମ ଦେଉଛି । ମୁଁ ପୁଣି ଥରେ ନତ ମସ୍ତକ ହୋଇ ସଦନର ସମସ୍ତ ସଦସ୍ୟଙ୍କୁ ହୃଦୟର ସହିତ କୃତଜ୍ଞତା ଜଣାଉଛି ।

ଧନ୍ୟବାଦ… 

 
Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's overall exports hit all-time high of $863 billion in FY26

Media Coverage

India's overall exports hit all-time high of $863 billion in FY26
NM on the go

Nm on the go

Always be the first to hear from the PM. Get the App Now!
...
Prime Minister salutes armed forces on one year of Operation Sindoor
May 07, 2026
Prime Minister urges citizens to change social media display pictures as a mark of respect for armed forces

The Prime Minister, Shri Narendra Modi today saluted the courage, precision and resolve of the armed forces on the completion of one year of Operation Sindoor.

The Prime Minister said that the armed forces had given a fitting response to those who dared to attack innocent Indians at Pahalgam.

Shri Modi said that Operation Sindoor reflected India’s firm response against terrorism and its unwavering commitment to safeguarding national security.

The Prime Minister noted that the operation highlighted the professionalism, preparedness and coordinated strength of the armed forces. He further said that it showcased the growing jointness among the forces and underlined the strength that India’s quest for self-reliance in the defence sector has brought to national security.

Shri Modi reiterated that India remains steadfast in its resolve to defeat terrorism and destroy its enabling ecosystem.

Shri Modi said that during Operation Sindoor, the armed forces showcased their valour and gave a firm response to those who attacked the people of India. He said that every Indian is proud of the armed forces.

As a mark of respect to the armed forces and their success during Operation Sindoor, the Prime Minister urged citizens to change their display pictures on social media platforms, including X, Facebook, Instagram and WhatsApp, to the picture shared by him.

The Prime Minister posted on X;

“A year ago, our armed forces displayed unparalleled courage, precision and resolve during #OperationSindoor. They gave a fitting response to those who dared to attack innocent Indians at Pahalgam. The entire nation salutes our forces for their valour.

Operation Sindoor reflected India’s firm response against terrorism and an unwavering commitment to safeguarding national security. It also highlighted the professionalism, preparedness and coordinated strength of our armed forces. At the same time, it showcased the growing jointness among our forces and underlined the strength that India’s quest for self-reliance in the defence sector has brought to our national security.

Today, a year later, we remain as steadfast as ever in our resolve to defeat terrorism and destroy its enabling ecosystem.”

“A year ago, during #OperationSindoor, our armed forces showcased their valour and gave a firm response to those who attacked our people. Every Indian is proud of our armed forces. As a mark of respect to our forces and their success during #OperationSindoor, let us all change our display pictures on social media, including X, Facebook, Instagram and WhatsApp to the picture shared below.”