Dialogue is the only way to cut through deep rooted religious stereotypes and prejudices: PM Modi
Man must relate to nature, man must revere nature, not merely consider it a resource to be exploited: PM

ଆଜି ଏବଂ ଆସନ୍ତାକାଲି ୟାଙ୍ଗୁନ୍ ଠାରେ “ସମ୍ବାଦ”- ସଂଘର୍ଷ ଏଡ଼ାଇବା ଏବଂ ପରିବେଶ ସଚେତନତା ପାଇଁ ଏକ ଜାଗତିକ ଉପକ୍ରମର ଦ୍ୱିତୀୟ ସଂସ୍କରଣ ଆୟୋଜିତ ହେଉଛି  ।

ନୂଆଦିଲ୍ଲୀ ଠାରେ ସେପ୍ଟେମ୍ବର 2015ରେ ବିବେକାନନ୍ଦ କେନ୍ଦ୍ର ଏହି ଅଭିନବ ସମ୍ମିଳନୀର ପ୍ରଥମ ସଂସ୍କରଣ ଆୟୋଜନ କରିଥିଲା । ଏଥିରେ ବିଭିନ୍ନ ଧର୍ମ ଏବଂ ପରମ୍ପରାର ପ୍ରତିନିଧି ଯୋଗଦେଇଥିଲେ ଯେଉଁଥିରେ ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେଇଥିଲେ  ।

ସମ୍ବାଦର ଦ୍ୱିତୀୟ ସଂସ୍କରଣ ପାଇଁ ଏକ ଭିଡିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସାରା ବିଶ୍ୱର ସମାଜଗୁଡ଼ିକ ଆଜି ଭିନ୍ନ ପ୍ରଶ୍ନର ସମ୍ମୁଖୀନ ହେଉଛନ୍ତି, ଯେପରିକି:

ସଂଘର୍ଷ ଏଡ଼ାଇବା କିପରି?

ଜଳବାୟୁ ପରିବର୍ତ୍ତନ ଭଳି ଜାଗତିକ ଆହ୍ୱାନର ମୁକାବିଲା କିପରି କରାଯିବ?

କିଭଳି ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ସହ ରହିବା ଏବଂ ଆମ ଜୀବନକୁ ସୁରକ୍ଷିତ ରଖିପାରିବା?

ସେ କହିଥିଲେ ଯେ ବିଭିନ୍ନ ଧର୍ମ, ସଭ୍ୟତା ଏବଂ ଆଧ୍ୟାତ୍ମିକତାର ବହୁମୁଖୀ ଦିଗରେ ଲୁଚି ରହିଥିବା ମାନବିକତା ବିଚାରର ସବୁଠୁ ଲମ୍ବା ପରମ୍ପରା ଏସବୁ ପ୍ରଶ୍ନର ଉତ୍ତର ଖୋଜିବାରେ ନେତୃତ୍ୱ ନେବା ସ୍ୱାଭାବିକ  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ “ସେ ପ୍ରାଚୀନ ଭାରତର ଏକ ଉତ୍ପାଦ ଯାହା ବିଭିନ୍ନ ଜଟିଳ ପ୍ରସଙ୍ଗରେ ଆଲୋଚନା ଉପରେ  ଦୃଢ଼ ଭାବେ ବିଶ୍ୱାସ କରିଥାଏ ।” ସେ କହିଥିଲେ ଯେ ପ୍ରାଚୀନ ଭାରତୀୟ ବିଷୟ “ତର୍କ ଶାସ୍ତ୍ର” ଆଲୋଚନା ଏବଂ ବିତର୍କ ଉପରେ ଆଧାରିତ ଯାହା ମତ ବିନିମୟ ଏବଂ ସଂଘର୍ଷ ଏଡ଼ାଇବାର ଏକ ଉପାୟ ।

ଭାରତୀୟ ପୁରାଣର ଉଦାହରଣ ଦେଇ ଭଗବାନ ରାମ, ଭଗବାନ କୃଷ୍ଣ, ଭଗବାନ ବୁଦ୍ଧ ଏବଂ ଭକ୍ତ ପ୍ରହ୍ଲାଦଙ୍କ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏମାନେ ସମସ୍ତେ ଧର୍ମ ପ୍ରତିଷ୍ଠା ଉଦ୍ଦେଶ୍ୟରେ କର୍ମ କରିଥିଲେ ଯାହା ପ୍ରାଚୀନତାରୁ ଆଧୁନିକତା ମଧ୍ୟରେ ଭାରତୀୟମାନଙ୍କୁ ବାନ୍ଧି ରଖିପାରିଥିଲା ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ବିଭେଦ ଏବଂ ବିଶ୍ୱବ୍ୟାପୀ ବିଭିନ୍ନ ରାଷ୍ଟ୍ର ଓ ସମାଜ ମଧ୍ୟରେ ସଂଘର୍ଷ ସୃଷ୍ଟି କରୁଥିବା ଧାର୍ମିକ ରୁଢ଼ିବାଦ ଏବଂ ପୂର୍ବଧାରଣାର ଗଭୀର ଚେରକୁ କାଟିବାର ଏକମାତ୍ର ମାର୍ଗ ହେଉଛି “ସମ୍ବାଦ” ବା “ବିତର୍କ”  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ମଣିଷ ଯଦି ପ୍ରକୃତିର ଯତ୍ନ ନ’ନିଏ, ପ୍ରକୃତି ଜଳବାୟୁ ପରିବର୍ତ୍ତନ ରୂପରେ ପ୍ରତିକ୍ରିୟା ପ୍ରକାଶ କରିଥାଏ  । ପରିବେଶ ଆଇନ ଏବଂ ନୀତିନିୟମ, ଆଧୁନିକ ସମାଜରେ ଆବଶ୍ୟକ ହୋଇଥିବା ବେଳେ, ଏହା ପ୍ରକୃତିକୁ ଏକ ନ୍ୟୁନ ସୁରକ୍ଷା ଦେଇଥାଏ, ତେଣୁ ସେ ସୁସଂଗତ ପରିବେଶ ସୁରକ୍ଷା ପାଇଁ ଆହ୍ୱାନ ଜଣାଇଥିଲେ  ।

ମଣିଷ ନିଶ୍ଚିତ ଭାବେ ପ୍ରକୃତି ସହ ସମ୍ପର୍କ ରଖିବା ଉଚିତ, ମଣିଷ ନିଶ୍ଚିତ ଭାବେ ପ୍ରକୃତିକୁ ସମ୍ମାନ ଦେବା ଉଚିତ, ଏହାକୁ ଶୋଷଣ କରିବାର ଏକ ସମ୍ବଳ ଭାବେ ବିବେଚନା କରିବା ଉଚିତ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ  ।

“ମୋର ବିଶ୍ୱାସ ଯେ ଏକ ଆନ୍ତଃସଂଯୁକ୍ତ ଏବଂ ଆନ୍ତଃନିର୍ଭରଶୀଳ ଏକବିଂଶ ଶତାବ୍ଦୀର ବିଶ୍ୱରେ ଆତଙ୍କବାଦରୁ ଜଳବାୟୁ ପରିବର୍ତ୍ତନ ଭଳି ଏକାଧିକ ଜାଗତିକ ଆହ୍ୱାନର ସମାଧାନ ଏସିଆର ସର୍ବପ୍ରାଚୀନ ଆଲୋଚନା ଏବଂ ବିତର୍କ ପରମ୍ପରାରୁ ବାହାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।”

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi’s FTA push: Why India’s MSMEs now have a bigger export opportunity

Media Coverage

PM Modi’s FTA push: Why India’s MSMEs now have a bigger export opportunity
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 17, 2026
August 17, 2026

India Ascendant: Citizens Hail PM Modi's Vision and India’s Multi-Sectoral Growth