ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ନିଶାମୁକ୍ତ ଭାରତ ଅଭିଯାନ’ କୁ ଆଜି (ମଙ୍ଗଳବାର) ଭିଡିଓ କନଫରେନସିଂ ଜରିଆରେ ଉଦବୋଧନ ଦେଇଥିଲେ । ଆର୍ଟ ଅଫ ଲିଭିଙ୍ଗ ଫାଉଣ୍ଡେସନ ଦ୍ୱାରା ଗୁରୁ ଜମ୍ବେଶ୍ୱର ବିଶ୍ୱବିଦ୍ୟାଳୟ, ହିସାରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏହି ବାର୍ତ୍ତା ପ୍ରଦର୍ଶୀତ କରାଯାଇଥିଲା  ।

ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଶ୍ରୀ ଶ୍ରୀ ରବିଶଙ୍କର ଏବଂ ଆର୍ଟ ଅଫ ଲିଭିଙ୍ଗ ଫାଉଣ୍ଡେସନ ଦ୍ୱାରା ଦେଶରେ ନିଶା ନିବାରଣ ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପର ପ୍ରଶଂସା କରିଥିଲେ  ।

ସମାଜ ପାଇଁ ନିଶାକୁ ଆତଙ୍କ ଭାବେ ଅଭିହିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା କରାଯାଇଥିବା ଆକଳନ ଅନୁସାରେ ସମଗ୍ର ବିଶ୍ୱରେ ତିନି କୋଟିରୁ ଉର୍ଦ୍ଧ୍ଵ ଲୋକ ନିଶାର ବଶବର୍ତ୍ତୀ  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅନେକ ଯୁବକଯୁବତୀମାନେ ନିରନ୍ତର ନିଶାର ବଶବର୍ତ୍ତୀ ହୋଇଥିବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । ‘ନିଶା ସେବନ କଲେ ଶାନ୍ତି ମିଳିବ, ଏହା ଏକ ଭ୍ରାନ୍ତ ଧାରଣା ଏବଂ କହିବାର ଏକ ଆଳ ମାତ୍ର’ ।

ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ମାଦକ ଦ୍ରବ୍ୟ ସେବନ କାରଣରୁ ପରିବାରର ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ ବିନାଶ ବ୍ୟତୀତ ମାଦକ ପଦାର୍ଥଗୁଡିକର ବ୍ୟବସାୟ ଦେଶର ସୁରକ୍ଷା ଏବଂ ନିରପତ୍ତା ପାଇଁ ଏକ ବହୁତ ବଡ ବିପଦ । ସେ କହିଥିଲେ ଯେ ମାଦକ ପଦାର୍ଥଗୁଡିକର ବ୍ୟବସାୟ ଆତଙ୍କବାଦୀମାନଙ୍କୁ ଏବଂ ରାଷ୍ଟ୍ର ବିରୋଧୀ ତତ୍ତ୍ୱଙ୍କ ପାଇଁ ଆୟର ସବୁଠାରୁ ବଡ ସ୍ରୋତ ଏବଂ ଏହି ତତ୍ତ୍ୱଗୁଡିକ ଦ୍ୱାରା ନିଶାଦ୍ରବ୍ୟ ବ୍ୟାପାର ଜରିଆରେ ପ୍ରାପ୍ତ ଅର୍ଥର ଉପଯୋଗ ରାଷ୍ଟ୍ରକୁ ଅସ୍ଥିରତା ଆଣିଦେବା କ୍ଷେତ୍ରରେ କରାଯାଉଛି  ।

ପ୍ରଧାନମନ୍ତ୍ରୀ ଯୁବଗୋଷ୍ଠିଙ୍କଠାରୁ ସୁସ୍ଥ ଜୀବନ, ସୁଖୀ ପରିବାର, ଉତ୍ତମ ଭବିଷ୍ୟତ ଏବଂ ରାଷ୍ଟ୍ର ସୁରକ୍ଷା ଏବଂ ନିରାପତ୍ତା ପାଇଁ ନିଶାସେବନଠାରୁ ଦୂରରେ ରହିବାକୁ ଆହ୍ୱାନ କରିଥିଲେ । ସେ କହିଥିଲେ ଯେ ନିଜ ଉପରେ ଆତ୍ମବିଶ୍ୱାସ ଥିବା ଲୋକମାନେ ସହଜରେ ନିଶା ବ୍ୟବହାରର ଶିକାର ହୋଇନଥାନ୍ତି । ସେ କହିଥିଲେ ଯେ ନିଶାସେବନର ବଶବର୍ତ୍ତୀ ହୋଇଥିବା ଲୋକଙ୍କୁ ନିଶାମୁକ୍ତ କରାଇବା କ୍ଷେତ୍ରରେ ଯୁବଗୋଷ୍ଠିଙ୍କ ସହଯୋଗ ପାଇଁ ଆହ୍ୱାନ କରିଥିଲେ । ନିଶାର ବଶବଶର୍ତ୍ତୀ ହୋଇଥିବା ଲୋକମାନଙ୍କ ସହ ଉତ୍ତମ ବ୍ୟବହାର, ପରାମର୍ଶ ଏବଂ ନିରନ୍ତର ସ୍ନେହଁ ଦ୍ୱାରା ସେମାନଙ୍କୁ ପୁନର୍ବାସ ମାର୍ଗକୁ ଆଣିହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ  ।

ମାଦକ ଦ୍ରବ୍ୟ ଉପରେ ଲଗାମ ଲଗାଇବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଏହି ସଂଦର୍ଭରେ ସେ 2018ରେ ଆରମ୍ଭ କରାଯାଇଥିବା ଡ୍ରଗ ଡିମାଣ୍ଡ ରିଡକ୍ସନ ପାଇଁ ରାଷ୍ଟ୍ରୀୟ କାର୍ଯ୍ୟ ଯୋଜନା ବିଷୟରେ ଉଲ୍ଲେଖ କରିଥିଲେ । ଏହା 2023 ପର୍ଯ୍ୟନ୍ତ ଔଷଧର ଆବଶ୍ୟକତାରେ ହ୍ରାସକୁ ସୁନିଶ୍ଚିତ କରିବା ପାଇଁ ସଚେତନତା ବୃଦ୍ଧି, କ୍ଷମତାର ନିର୍ମାଣ, ପୁନର୍ବାସ ଏବଂ ବିଶିଷ୍ଟ ହସ୍ତକ୍ଷେପ ଉପରେ ପର୍ଯ୍ୟବେସିତ  ।

ସମଗ୍ର ଦେଶରେ ଥିବା କଲେଜର ଛାତ୍ରଛାତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କ ଏହି ଅଭିଭାଷଣ ଭିଡିଓ କନଫରେନସିଂ ମାଧ୍ୟମରେ ଶୁଣିଥିଲେ  ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
A Milestone in Financial Inclusion: The Success Story of PMSBY

Media Coverage

A Milestone in Financial Inclusion: The Success Story of PMSBY
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 9, 2026
May 09, 2026

Citizens Celebrate India’s Civilisational & Economic Awakening Under PM Narendra Modi