ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି କେ ମିଶ୍ରଙ୍କ ଅଧ୍ୟକ୍ଷତାରେ  ଆଜି ଜାତୀୟ ରାଜଧାନୀ କ୍ଷେତ୍ରରେ ବାୟୁର ଗୁଣବତ୍ତାରେ ସୁଧାର ଆଣିବା ସକାଶେ ଗଠିତ ଉଚ୍ଚସ୍ତରୀୟ କାର୍ଯ୍ୟଗୋଷ୍ଠୀର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଦିଲ୍ଳୀ, ପଞ୍ଜାବ, ହରିୟାଣା, ରାଜସ୍ଥାନ ଏବଂ ଉତ୍ତର ପ୍ରଦେଶର ମୁଖ୍ୟ ଶାସନ ସଚିବଙ୍କ ବ୍ୟତୀତ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ/ ମନ୍ତ୍ରଣାଳୟର ସଚିବମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ । ଏହିସବୁ ବିଭାଗ/ ମନ୍ତ୍ରଣାଳୟମାନଙ୍କ ମଧ୍ୟରେ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ, କୃଷି, ସଡ଼କ ଏବଂ ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟ ବ୍ୟତୀତ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ସଦସ୍ୟମାନେ ମଧ୍ୟ ସାମିଲ ଥିଲେ ।

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ମିଶ୍ର ଏହି ପ୍ରସଙ୍ଗ ଉପରେ ବିଶେଷ ଗୁରୁତ୍ୱ ଆରୋପ କରିଥିଲେ ଯେ ବାୟୁ ପ୍ରଦୂଷଣର ପ୍ରତିକୂଳ ପ୍ରଭାବରୁ ମୁକ୍ତି ପାଇବା ପାଇଁ ଉଚିତ ପ୍ରତିଷେଧକ ତଥା ନିବାରଣ ଉପାୟ ସୁନିଶ୍ଚିତ କରିବା ସକାଶେ ଫସଲ କଟା ଏବଂ ଶୀତଋତୁ ଆରମ୍ଭ ହେବାର ଯଥେଷ୍ଟ ପୂର୍ବରୁ ଏହି ବୈଠକ ଡକାଯାଇଛି ।

ବୈଠକରେ ଆଲୋଚନା ବେଳେ ପ୍ରଦୂଷଣର ମୁଖ୍ୟ ଉତ୍ସମାନଙ୍କୁ ଚିହ୍ନଟ କରିବା, ବିଭିନ୍ନ ରାଜ୍ୟ ସରକାର ତଥା ବିଭିନ୍ନ ମନ୍ତ୍ରଣାଳୟମାନଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପ୍ରତିଷେଧ ଉପାୟଗୁଡ଼ିକର ପ୍ରଗତି ଏବଂ ସେଗୁଡ଼ିକର ସମୀକ୍ଷା କରାଯାଇଛି । ବୈଠକରେ ଏହିସବୁ ପ୍ରସଙ୍ଗ ଉପରେ ଅଧିକ ଆଲୋଚନା କରାଯାଇଛି ଯେ ବିଗତ ଦୁଇ ବର୍ଷ ଧରି କ୍ଷେତରେ କୁଟା ଜଳାଯିବା ଘଟଣା 50 ପ୍ରତିଶତ ହ୍ରାସ ପାଇଛି ଏବଂ ଉତ୍ତମ ରୂପେ ଏକ୍ୟୁଆଇ ଦିବସ ସଂଖ୍ୟାରେ ବୃଦ୍ଧି ଘଟିଛି ।

ଏହି ବୈଠକରେ ଫସଲର ଅବଶିଷ୍ଟାଂଶକୁ ଜଳାଇବାକୁ ନିୟନ୍ତ୍ରଣ କରିବା ନିମନ୍ତେ ପଞ୍ଜାବ, ହରିୟାଣା ଏବଂ ଉତ୍ତର ପ୍ରଦେଶ ଭଳି ରାଜ୍ୟ ସରକାରମାନଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପ୍ରୟାସ ଏବଂ ସେମାନଙ୍କର କାର୍ଯ୍ୟ ଯୋଜନା ଉପରେ ବିସ୍ତୃତ ଭାବେ ସମୀକ୍ଷା କରାଯାଇଥିଲା । ସେଥିରେ ଫସଲର ଅବଶିଷ୍ଟାଂଶ କିଭଳି ଭାବେ କ୍ଷେତରେ ହିଁ  ଉପଯୋଗ କରାଯାଇପାରିବ ସେଥି ନିମନ୍ତେ ମେସିନର ବିକାଶ ଏବଂ ସେଗୁଡ଼ିକର ଉପଲବ୍ଧତା ସୁନିଶ୍ଚିତ କରାଯିବା ଉପରେ ମଧ୍ୟ ଗୁରୁତ୍ୱ ଆରୋପ କରାଯାଇଥିଲା ।

ସମୀକ୍ଷା ବୈଠକ କାଳରେ ଏହି କଥା ଉପରେ ମଧ୍ୟ ଗୁରୁତ୍ୱ ଆରୋପ କରାଯାଇଥିଲା ଯେ ଫସଲର ଅବଶେଷ ଆଧାରିତ ବିଜୁଳି/ ଇନ୍ଧନ ସଂଯନ୍ତ୍ରକୁ ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ପ୍ରାଥମିକତା ଆଧାରରେ ଋଣ କ୍ଷେତ୍ରରେ ସାମିଲ କରାଯିବା ପରେ ଏଭଳି ସଂଯନ୍ତ୍ରକୁ ଅଧବକ ମାତ୍ରାରେ ନିୟୋଜିତ କରିବା ଲାଗି କେନ୍ଦ୍ର ଓ ରାଜ୍ୟ ଉଭୟ ସରକାରଙ୍କୁ ମିଳିତ ଭାବେ ଏକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ଉଚିତ । ଫସଲର ବିବିଧିକରଣ ଏବଂ ଅମଳ ଶୃଙ୍ଖଳାଗୁଡ଼ିକୁ ମଜଭୁତ କରିବାର ଉପାୟ ଉପରେ ମଧ୍ୟ ବୈଠକରେ ବିସ୍ତୃତ ରୂପେ ଆଲୋଚନା କରାଯାଇଥିଲା ।

ପ୍ରମୁଖ ସଚିବ ଡକ୍ଟର ମିଶ୍ର କହିଥିଲେ ଯେ ରାଜ୍ୟମାନଙ୍କ ଦ୍ୱାରା କୃଷି ମନ୍ତ୍ରଣାଳୟର ଫସଲ ଅବଶେଷ ଯୋଜନାକୁ ପ୍ରଭାବୀ ଢ଼ଙ୍ଗରେ କାର୍ଯ୍ୟାନ୍ୱୟନ କରିବା ନିମନ୍ତେ ପ୍ରୟାସ କରାଯିବା ଆବଶ୍ୟକ । ସେ କହିଲେ ଯେ ରାଜ୍ୟ ସରକାରମାନେ ଏକଥାକୁ ସୁନିଶ୍ଚିତ କରିବା ଦରକାର ଯେ ଚଳିତ ବର୍ଷ ମୁତୟନ କରାଯିବାକୁ ଥିବା ନୂତନ ଯନ୍ତ୍ରପାତି ଫସଲ କଟା ଋତୁ ଆରମ୍ଭ ହେବା; ପୂର୍ବରୁ କୃଷକମାନଙ୍କ ନିକଟରେ ଉପଲବ୍ଧ ହେବା ଜରୁରି । କୃଷି ମନ୍ତ୍ରଣାଳୟକୁ ଏ ସଂପର୍କରେ ସମସ୍ତ ଆବଶ୍ୟକ ସହାୟତା କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ ପ୍ରକାଶ କରିଥିଲେ ।

କ୍ଷେତରେ ରହୁଥିବା ଅବଶିଷ୍ଟ କୁଟା ଓ ଫସଲ ମୂଳକୁ ନିୟନ୍ତ୍ରଣ କରିବା ଉପରେ ଗୁରୁତ୍ୱ ଆରୋପ କରି ପ୍ରମୁଖ ସଚିବ କହିଲେ ଯେ ଏଥିଲାଗି ପର୍ଯ୍ୟାପ୍ତ ସଂଖ୍ୟକ ଟିମଙ୍କୁ କ୍ଷେତରେ ମୁତୟନ କରିବାକୁ ପଡ଼ିବ । ଏକଥାକୁ ମଧ୍ୟ ସୁନିଶ୍ଚିତ କରିବାକୁ ହେବ ଯେ ବିଶେଷ ଭାବେ ପଞ୍ଜାବ, ହରିୟାଣା ଏବଂ ଉତ୍ତର ପ୍ରଦେଶରେ କ୍ଷେତରେ କୁଟାଜଳା ଭଳି ଘଟଣା ଯେଭଳି ନଘଟେ । ଏହିସବୁ ରାଜ୍ୟଙ୍କ ବିଶେଷ ଭାବେ ସମ୍ବନ୍ଧିତ ଜିଲ୍ଲାଗୁଡ଼ିକରେ ଅତିରିକ୍ତ ମାତ୍ରାରେ ପ୍ରୟାସ କରିବା ଏବଂ ସେମାନଙ୍କୁ ଏହି ଦିଗରେ ପ୍ରୋତ୍ସାହିତ କରାଯିବାର ଆବଶ୍ୟକତା ରହିଛି ।

ଜିଏନଟିସି- ଦିଲ୍ଲୀ ସରକାରଙ୍କ ପ୍ରଦୂଷଣର ସ୍ଥାନୀୟ ଉତ୍ସକୁ ନିୟନ୍ତ୍ରଣ କରିବାର ଉପାୟ ସୁନିଶ୍ଚିତ କରିବା ଲାଗି ବୈଠକରେ ଅନୁରୋଧ କରାଯାଇଛି । ପ୍ରମୁଖ ସଚିବ ଡକ୍ଟର ମିଶ୍ର କହିଲେ ଯେ ସର୍ବସାଧାରଣ ଖୋଲା ସ୍ଥାନରେ ମଇଳା ଜଳାଇବାକୁ ମଧ୍ୟ ନିୟନ୍ତ୍ରଣ କରିବା ସକାଶେ ଟିମ୍‌ଗୁଡ଼ିକୁ ପ୍ରସ୍ତୁତ ରଖିବାକୁ ହେବ । ସେ ଆହୁରି କହିଲେ ଯେ ମେକାନିକାଲ ରୋଡ଼ ସ୍ୱିପରମାନଙ୍କ ଉପରେ ଆଇଟି ସମର୍ଥିତ ଦୃଷ୍ଟି ରଖିବାକୁ ହେବ । ନିର୍ମାଣ ସାମଗ୍ରୀ ଏବଂ ଗୃହନିର୍ମାଣରୁ ବାହାରୁଥିବା ମଇଳାର ଉପଯୋଗିତାରେ ସୁଧାର ଆଣିବା ଏବଂ ଚିହ୍ନିତ ହଟ୍‌ ସ୍ପଟ୍‌ ପାଇଁ କାର୍ଯ୍ୟ ଯୋଜନା ବିଶେଷ ଭାବେ ଲାଗୁ କରିବା ଲାଗି ଟିମ ମୁତୟନ କରାଯିବାର ଆବଶ୍ୟକତା ରହିଛି । ବୈଠକରେ ନିଷ୍ପତ୍ତି ଗ୍ରହଟ କରାଯାଇଥିଲା ଯେ ହରିୟାଣା ଏବଂ ଉତ୍ତର ପ୍ରଦେଶ ଏନସିଆର ଅନ୍ତର୍ଗତ ସଂଲଗ୍ନ କ୍ଷେତ୍ରରେ ସମାନ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବ ଏବଂ ସେଗୁଡ଼ିକୁ ପ୍ରବର୍ତ୍ତନ ମଧ୍ୟ କରିବେ ।

ପ୍ରମୁଖ ସଚିବ ଡକ୍ଟର ମିଶ୍ର ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱ ଆରୋପ କରିଥିଲେ ଯେ ଯେଉଁସବୁ ଉପାୟର ପରିକଳ୍ପନା କରାଯାଇଛି ସେଗୁଡ଼ିକୁ ଗମ୍ଭୀର ସ୍ଥିତି ଉତ୍ପନ୍ନ ହେବା ପୂର୍ବରୁ ଏଗୁଡିକ ଉତ୍ତମ ରୂପେ ଲାଗୁ କରାଯିବା ଉଚିତ । ସେ କହିଲେ ଯେ ଔଦ୍ୟୋଗିକ କ୍ଷେତ୍ରରେ ଉଦ୍ୟୋଗମାନଙ୍କ ଦ୍ୱାରା ଉତ୍ସର୍ଜନ ମାନଦଣ୍ଡର ଅନୁପାଳନ ଉପରେ ମଧ୍ୟ ସମସ୍ତ ପକ୍ଷ ଧ୍ୟାନ ଦେବା ଆବଶ୍ୟକ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
FPOs’ sales rise via commodity exchanges in FY26

Media Coverage

FPOs’ sales rise via commodity exchanges in FY26
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 11, 2026
May 11, 2026

Society Above Politics: PM Modi’s Call for a Stronger, Self-Reliant & Sacred Bharat