Avoid getting into a mindset that resists change, fill the administrative system with energy of New India: PM to IAS officers
Boldness is required to drive change: PM Modi to IAS officers
Dynamic change is needed to transform the system: PM Modi to IAS officers

ପରିବର୍ତ୍ତନରେ ବାଧକ ସାଜୁଥିବା ଚିନ୍ତାଧାରାଠାରୁ ଦୂରେଇ ରହିବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଯୁବ ଆଇଏଏସ୍ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ଏବଂ ଭାରତର ପ୍ରଶାସନିକ ବ୍ୟବସ୍ଥାକୁ ନୂତନ ଭାରତର ଉତ୍ସାହ ନେଇ କାମ କରିବା ଲାଗି ଆହ୍ୱାନ ଜଣାଇଛନ୍ତି ।

ଅତିରିକ୍ତ ସଚିବମାନଙ୍କ ଉଦଘାଟନୀ ଅଧିବେଶନ ଅବସରରେ 2015 ବ୍ୟାଚର ଆଇଏଏସ୍ ଅଧିକାରୀମାନଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଯେତିକି ଆଗେଇବା କଥା ସେତିକି ଆଗେଇ ପାରିନାହିଁ । ସେ କହିଥିଲେ ଯେ ଭାରତ ପରେ ସ୍ୱାଧୀନତା ପାଇଥିବା ଏବଂ ଭାରତଠାରୁ ଅଧିକ ସମ୍ବଳର ଅଭାବ ଅନୁଭବ କରିଥିବା ରାଷ୍ଟ୍ରଗୁଡ଼ିକ ବିକାଶର ନୂତନ ଉଚ୍ଚତାକୁ ଛୁଇଁପାରିଛନ୍ତି । ପରିବର୍ତ୍ତନ ଆଣିବାକୁ ହେଲେ ସାହସର ଆବଶ୍ୟକତା ରହିଛି । ସେ ଆହୁରି କହିଥିଲେ ଯେ ବିଖଣ୍ଡିତ ପ୍ରଶାସନିକ ବ୍ୟବସ୍ଥା ଅଧିକାରୀମାନଙ୍କ ସାମଗ୍ରୀକ ଦକ୍ଷତା ଅନୁଯାୟୀ ନିଜ କାର୍ଯ୍ୟକୁ ଏକ ଉଚ୍ଚତମ ସ୍ତରକୁ ନେଇଯିବାରେ ବାଧକ ସାଜିଥାଏ । ସେ କହିଥିଲେ ଯେ ବ୍ୟବସ୍ଥାରେ ରୂପାନ୍ତରଣ ଆଣିବା ଲାଗି ଏକ ଶକ୍ତିଶାଳୀ ପରିବର୍ତ୍ତନ ଆଣିବା ଆବଶ୍ୟକ ।

ସେ କହିଥିଲେ ଯେ ଅତିରିକ୍ତ ସଚିବଙ୍କ ଏହି ତିନି ମାସିଆ କାର୍ଯ୍ୟକ୍ରମ ଏବେ ତୃତୀୟ ବର୍ଷରେ ପଦାର୍ପଣ କରିଛି ଏବଂ ଏହା ଗଭୀର ପ୍ରଭାବ ପକାଇବ । ଆସନ୍ତା ତିନି ମାସ ମଧ୍ୟରେ ଭାରତ ସରକାରଙ୍କ ବରିଷ୍ଠତମ ଅଧିକାରୀଙ୍କ ସହ ଖୋଲା ଆଲୋଚନା କରିବା ଲାଗି ସେ ଯୁବ ଆଇଏଏସଙ୍କୁ ଆହ୍ୱାନ ଜଣାଇଥିଲେ । ଯାହାଦ୍ୱାରା ସଚିବସ୍ତରୀୟ ଅଧିକାରୀଙ୍କ ଅଭିଜ୍ଞତା ଏବଂ ଯୁବ ଅଧିକାରୀମାନଙ୍କ ଉତ୍ସାହ ଏବଂ ନୂତନ ଚିନ୍ତାଧାରା ଦ୍ୱାରା ପ୍ରଶାସନ ଉପକୃତ ହୋଇପାରିବ ।

ପ୍ରଧାନମନ୍ତ୍ରୀ ଯୁବ ଅଧିକାରୀମାନଙ୍କୁ ୟୁପିଏସସି ପରୀକ୍ଷା ଫଳ ପ୍ରକାଶ ପାଇବା ପର ଠାରୁ ସେମାନେ ସମ୍ମୁଖୀନ ହୋଇଥିବା ଆହ୍ୱାନକୁ ସ୍ମରଣ କରିବା ଲାଗି କହିଥିଲେ । ସେମାନେ ଏବେ ଯେଉଁ ସୁଯୋଗ ପାଇଛନ୍ତି ତା’ର ସଦୁପଯୋଗ କରି ବ୍ୟବସ୍ଥାରେ ସକାରାତ୍ମକ ପରିବର୍ତନ ଆଣିବା ଏବଂ ସାଧାରଣ ଲୋକଙ୍କ ଜୀବନ ଧାରଣର ମାନ ବଦଳାଇବା ଲାଗି ସେ ଆହ୍ୱାନ ଜଣାଇଥିଲେ ।

କେନ୍ଦ୍ର କାର୍ମିକ ବ୍ୟାପାର, ସାଧାରଣ ଅଭିଯୋଗ ଏବଂ ପେନସନ୍ ପ୍ରଶାସନ ରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ ଏବଂ ବରିଷ୍ଠ ସରକାରୀ ଅଧିକାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's banking sector resilient; 11-13% credit growth for January-June likely: Survey

Media Coverage

India's banking sector resilient; 11-13% credit growth for January-June likely: Survey
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 20, 2026
April 20, 2026

Honouring Saints, Powering Futures: PM Modi’s Leadership That Blends Heritage, Highways and High Growth