West Bengal: PM Modi to attend the convocation of Visva Bharati University at Santiniketan
PM Modi to meet PM Sheikh Hasina, inaugurate the Bangladesh Bhavan – a symbol of the cultural ties between India and Bangladesh
Jharkhand: PM Modi to lay the foundation stone of various projects of the Government of India and Government of Jharkhand
PM Modi to interact with the District Collectors of Aspirational Districts of Jharkhand, in Ranchi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମେ 25 ରେ ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ଗସ୍ତ କରିବେ ।

ଶାନ୍ତିନିକେତନରେ ଥିବା ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସେ ଯୋଗଦେବେ । ଶାନ୍ତିନିକେତନଠାରେ ଭାରତ ଓ ବାଂଲାଦେଶ ମଧ୍ୟରେ ସାଂସ୍କୃତିକ ସମ୍ପର୍କର ପ୍ରତୀକ – ବାଂଲାଦେଶ ଭବନକୁ ସେ ଉଦଘାଟନ କରିବେ । ଉଭୟ ଉତ୍ସବରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହାସିନା ଉପସ୍ଥିତ ରହିବେ ।

ଏହାପରେ ଝାଡଖଣ୍ଡର ସିନ୍ଦ୍ରିଠାରେ ଆୟୋଜିତ ଏକ ଉତ୍ସବରେ ପ୍ରଧାନମନ୍ତ୍ରୀ ଭାରତ ସରକାର ଓ ଝାଡଖଣ୍ଡ ସରକାରଙ୍କ ବିଭିନ୍ନ ପ୍ରକଳ୍ପର ଆଧାରଶିଳା ସ୍ଥାପନ କରିବେ । ଏଗୁଡ଼ିକ ହେଉଛି –

  • ସିନ୍ଦ୍ରିଠାରେ ଥିବା ସାର ପ୍ରକଳ୍ପ – ହିନ୍ଦୁସ୍ତାନ ଉର୍ବରକ ଏବଂ ରସାୟନ ଲିମିଟେଡକୁ ପୁନଃ କାର୍ଯ୍ୟକ୍ଷମ କରାଇବା;
  • ଜିଏଆଇଏଲ ଦ୍ୱାରା ରାଞ୍ଚି ସହର ଗ୍ୟାସ ବଣ୍ଟନ ପ୍ରକଳ୍ପ
  • ଅଖିଳଭାରତ ଆୟୁର୍ବିଜ୍ଞାନ ବିଜ୍ଞାନ ପ୍ରତିଷ୍ଠାନ (ଏଆଇଆଇଏମଏସ), ଦେଓଘର
  • ଦେଓଘର ବିମାନବନ୍ଦରର ଉନ୍ନୟନ
  • ପତ୍ରାତୁ ସୁପର ତାପଜ ଶକ୍ତି ପ୍ରକଳ୍ପ (3 x 8୦୦ ମେଗାୱାଟ)

ପ୍ରଧାନମନ୍ତ୍ରୀ ଏହି ଅବସରରେ ଜନ ଔଷଧି କେନ୍ଦ୍ରଗୁଡ଼ିକ ପାଇଁ ବୁଝାମଣା ପତ୍ର ବିନିମୟ କାର୍ଯ୍ୟକ୍ରମ ସମୟରେ ଉପସ୍ଥିତ ରହିବେ ।

ସେଠାରେ ପ୍ରଧାନମନ୍ତ୍ରୀ ଏକ ସମ୍ମିଳନୀକୁ ମଧ୍ୟ ସମ୍ବୋଧିତ କରିବେ ।

ପରେ ପ୍ରଧାନମନ୍ତ୍ରୀ ରାଞ୍ଚିଠାରେ ଝାଡଖଣ୍ଡର ସମସ୍ତ ଅଭିଳାଷୀ ଜିଲ୍ଲା(Aspirational District)ର ଜିଲ୍ଲାପାଳମାନଙ୍କ ସହ ଭାବ ବିନିମୟ କରିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Akash missile creator hails ‘Make In India’ success in defence sector

Media Coverage

Akash missile creator hails ‘Make In India’ success in defence sector
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 24, 2026
April 24, 2026

Made in India, Built for 2047: PM Modi’s Reforms Turning Rural Hope into National Strength