PM Modi to visit Vietnam; hold bilateral talks with PM Nguyen Xuan Phuc
PM Narendra Modi to meet the President of Vietnam & several other Vietnamese leaders
PM Modi to pay homage to Ho Chi Minh & lay a wreath at the Monument of National Heroes and Martyrs
Prime Minister Modi to visit the Quan Su Pagoda in Vietnam

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର 2 ରୁ 3 ତାରିଖ ଭିଏତନାମ ଗସ୍ତରେ ଯିବେ । ଚୀନର ହାଙ୍ଗଝୁ ଠାରେ 3 ସେପ୍ଟେମ୍ବରରୁ 5 ସେପ୍ଟେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ଜି-20 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ପ୍ରଧାନମନ୍ତ୍ରୀ ତାଙ୍କ ଫେସବୁକ ପୃଷ୍ଠାରେ ବିଭିନ୍ନ ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ…….

“ଜାତୀୟ ଦିବସରେ ଭିଏତନାମ ଜନସାଧାରଣଙ୍କୁ ମୋର ଅଭିନନ୍ଦନ । ଭିଏତନାମ ଆମର ବନ୍ଧୁ ରାଷ୍ଟ୍ର ଯାହା ସହିତ ଆମେ ଆମର ସମ୍ପର୍କକୁ ଗଢି ତୋଳିଛୁ ।

ଆଜି ସନ୍ଧ୍ୟାରେ, ମୁଁ ଭିଏତନାମ ସ୍ଥିତ ହାନୋଇରେ ପହଂଚିବି । ଭାରତ ଓ ଭିଏତନାମ ମଧ୍ୟରେ ସଂପର୍କକୁ ଆହୁରି ନିବିଡ କରିବା ପାଇଁ ଏହା ମହତ୍ତ୍ୱପୂର୍ଣ୍ଣ ଗସ୍ତ ହେବ । ଭିଏତନାମ ସହିତ ଭାରତର ଦ୍ୱିପାକ୍ଷୀକ ସଂପର୍କକୁ ମୋ ସରକାର ପ୍ରାଧାନ୍ୟ ଦେଇଆସିଛି । ଭାରତ ଓ ଭିଏତନାମ ମଧ୍ୟରେ ଭାଗିଦାରୀତା ଏସିଆ ସହିତ ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡିକ ପାଇଁ ଫଳପ୍ରଦ ହେବ ।

ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ମିଷ୍ଟର ଗୁୟେନ ସୁଆନ ଫୁକଙ୍କ ସହିତ ମୁଁ ବିସ୍ତୃତ ଭାବେ ଆଲୋଚନା କରିବି । ଦ୍ୱିପାକ୍ଷୀକ ସଂପର୍କର ବିଭିନ୍ନ ଦିଗ ଉପରେ ସଂପୂର୍ଣ୍ଣ ସମୀକ୍ଷା କରିବୁ ।

ଭିଏତନାମର ରାଷ୍ଟ୍ରପତି ମିଷ୍ଟର ତ୍ରାନ ଦାଇ କାଂଗ, ଭିଏତନାମ କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସଚିବ ମିଷ୍ଟର ଗୁୟେନ ଫୁ ଟ୍ରଙ୍ଗ ଏବଂ ଭିଏତନାମ ରାଷ୍ଟ୍ରୀୟ ଆସେମ୍ବ୍ଲିର ଅଧ୍ୟକ୍ଷ ସୁଶ୍ରୀ ଗୁୟେନ ଥି କିମ ଗାନଙ୍କ ସହିତ ମଧ୍ୟ ମୁଁ ସାକ୍ଷାତ କରିବି ।

ଭିଏତନାମ ସହିତ ଭାରତ ଏକ ମଜବୁତ ଆର୍ଥିକ ସଂପର୍କ ସ୍ଥାପନ କରିବା ପାଇଁ ଆଗ୍ରହୀ ଯାହା ପାରସ୍ପରିକ ଭାବେ ଦୁଇ ଦେଶର ନାଗରୀକମାନଙ୍କ ହିତ ସାଧନ କରିବ । ଦୁଇ ଦେଶର ଜନସାଧାରଣଙ୍କ ମଧ୍ୟରେ ସଂପର୍କକୁ ସୁଦୃଢ କରିବା ପାଇଁ ମୋର ଭିଏତନାମ ଗସ୍ତର ଅନ୍ୟ ଏକ ପ୍ରଚେଷ୍ଟା ହେବ ।

ଭିଏତନାମଠାରେ ବିଂଶ ଶତାବ୍ଦୀର ତୁଙ୍ଗ ଜନନାୟକ ହୋ ଚି ମିନଙ୍କୁ ମୁଁ ଶ୍ରଦ୍ଧାଞଳି ଜ୍ଞାପନ କରିବାର ସୁଯୋଗ ପାଇବି । ସେଠାରେ ଜାତୀୟ ସ୍ତରର ନେତୃତ୍ୱ ଏବଂ ଶହୀଦ ମାନଙ୍କ ସ୍ମୃତିଚିହ୍ନରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ କାନ ସୁ ପାଗୋଡା ପରିଦର୍ଶନ କରିବି ।

ଚୀନର ହାଙ୍ଗଝୁ ଠାରେ 3 ରୁ 5 ସେପ୍ଟେମ୍ବର, 2016 ରେ ଅନୁଷ୍ଠିତ ହେବାକୁ ଥିବା ଜୀ-20 ବାର୍ଷିକ ଶିଖର ସମ୍ମିଳନୀରେ ମୁଁ ଯୋଗ ଦେବି । ଭିଏତନାମରୁ ହାଙ୍ଗଝୁ ପହଂଚିବା ପରେ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷୀକ ଗସ୍ତ ସମାପ୍ତ କରିବି ।

ଜି-୨୦ ଶିଖର ସମ୍ମିଳନୀରେ ବିଶ୍ୱର ଅନ୍ୟ ନେତୃତ୍ୱମାନଙ୍କ ସହିତ ଅନ୍ତର୍ରାଷ୍ଟ୍ରୀୟ ସ୍ତରର ବିଭିନ୍ନ ଆହ୍ୱାନର ମୁକାବିଲା ପାଇଁ ଆଲୋଚନାର ସୁଯୋଗ ମିଳିବ । ବିଶ୍ୱ ଅର୍ଥନୀତିର ଚିରସ୍ଥାୟୀ ଏବଂ ସ୍ଥିର ଅଭିବୃଦ୍ଧି ସହିତ ସଂପ୍ରତି ଦେଖାଦେଇଥିବା ସାମାଜିକ ନିରାପତ୍ତା ଏବଂ ଆର୍ଥିକ ଆହ୍ୱାନଗୁଡିକ ଉପରେ ଆମେ ଆଲୋଚନା କରିବୁ ।

ବିଶ୍ୱ ସ୍ତରରେ ସାମାଜିକ- ଅର୍ଥନୈତିକ ଅଭିବୃଦ୍ଧି ଖାସକରି ପ୍ରଗତିଶୀଳ ରାଷ୍ଟ୍ରଗୁଡିକର ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ ସମସ୍ୟାର ସମାଧାନ ଉପରେ ଭାରତ ଗଠନମୂଳକ ଭାବେ କାର୍ଯ୍ୟକରିବ ।

ଏହି ଶିଖର ସମ୍ମିଳନୀ ଏକ ଫଳପ୍ରଦ ସମ୍ମିଳନୀ ହେବ ବୋଲି ମୁଁ ଆଶା କରୁଛି” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rural commercial vehicle retail sales growth outpaces urban: Fada data

Media Coverage

Rural commercial vehicle retail sales growth outpaces urban: Fada data
NM on the go

Nm on the go

Always be the first to hear from the PM. Get the App Now!
...
PM condoles loss of lives in firecracker factory mishap in Kaushambi
August 31, 2026
PM announces ex-gratia from Prime Minister’s National Relief Fund

The Prime Minister, Shri Narendra Modi has expressed deep sorrow over the loss of lives in a mishap at a firecracker factory in Kaushambi, Uttar Pradesh. Shri Modi conveyed his condolences to the bereaved families and prayed for the speedy recovery of the injured.

Shri Modi also announced an ex-gratia of ₹2 lakh from the Prime Minister’s National Relief Fund (PMNRF) to the next of kin of each deceased and ₹50,000 for the injured.

The Prime Minister posted on X;

Extremely saddened by the loss of lives due to a mishap at a firecracker factory in Kaushambi, Uttar Pradesh. My thoughts are with the bereaved families in this hour of grief. May the injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi